ସାଂସଦଙ୍କ ଏହି ଝିଅ ଦେଖିବାକୁ କେଉଁ ମଡେଲ ଠାରୁ କମ୍ ନୁହଁନ୍ତି ! ପ୍ରଥମ ପ୍ରୟାସରେ ସିଭିଲ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇଏଏସ୍ ହୋଇଥିଲେ…

ସାଂସଦଙ୍କ ଏହି ଝିଅ ଦେଖିବାକୁ କେଉଁ ମଡେଲ ଠାରୁ କମ୍ ନୁହଁନ୍ତି ! ପ୍ରଥମ ପ୍ରୟାସରେ ସିଭିଲ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇଏଏସ୍ ହୋଇଥିଲେ…

ରାଜସ୍ଥାନର କୋଟାର ଅଧିବାସୀ ଅଞ୍ଜଲି ବିର୍ଲା ଜଣେ ମଡେଲ ତଥା ଅଭିନେତ୍ରୀଙ୍କ ପରି ଦେଖାଯାନ୍ତି । ତାଙ୍କ ପିତା ଓମ ବିର୍ଲା ଲୋକସଭାର ବାଚସ୍ପତି ତଥା ସାଂସଦ ମଧ୍ୟ । ମାତା ଅମିତା ବିର୍ଲା ଜଣେ ଡାକ୍ତର ଏବଂ ବଡ ଭଉଣୀ ଆକାଂକ୍ଷା ଜଣେ CA ଅଟନ୍ତି । ଏହା ସତ୍ତ୍ୱେ ଅଞ୍ଜଲି ପରିବାରଠାରୁ ଦୂରେଇ ନିଜ ଚେଷ୍ଟାରେ ଛିଡା ହେବାକୁ ନିଷ୍ପତ୍ତି ନେଇଥିଲେ । ସେ ପଢ଼ିବା ଏବଂ ଲେଖିବାକୁ ଖୁବ ଭଲ ପାଉଥିଲେ, କିନ୍ତୁ ସେ ବିଜ୍ଞାନ କିମ୍ବା ବାଣିଜ୍ୟ ବଦଳରେ କଳା ବିଷୟ ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ବାସ୍ତବରେ, ସେ ପୂର୍ବରୁ ଆଇଏଏସ୍ ଅଧିକାରୀ ହେବାର ସ୍ୱପ୍ନ ଦେଖୁଥିଲେ । ଏବେ ତାଙ୍କର ସ୍ୱପ୍ନ ସାକାର ହୋଇଛି ।

ଅଞ୍ଜଳି ପ୍ରଥମ ପ୍ରୟାସରେ ହିଁ UPSCର ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛନ୍ତି । ସେ ୬୭ତମ ସ୍ଥାନ ଅଧିକାର କରିଛନ୍ତି । ବର୍ତ୍ତମାନ ସେ ଖୁବଶୀଘ୍ର ଆଇଏଏସ୍ ଅଧିକାରୀ ହେବାକୁ ଯାଉଛନ୍ତି । ସେ ମହିଳା ସଶକ୍ତିକରଣ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଇଚ୍ଛା ରଖିଛନ୍ତି । ପିଲାଦିନରୁ ସେ ବଡ ହୋଇ ଗରିବ ଏବଂ ମହିଳାମାନଙ୍କ ପାଇଁ କିଛି କରିବାକୁ ଚାହୁଁଥିଲେ । ଏହି କାରଣରୁ ସୋଫିଆ ସ୍କୁଲ ଅଫ୍ ଆର୍ଟରୁ ଦ୍ୱାଦଶ ପାସ୍ କରିଥିଲେ ।

ଏହା ପରେ ସେ ଦିଲ୍ଲୀର ରାମଜସ କଲେଜରୁ ରାଜନୀତି ବିଜ୍ଞାନରେ ଅଧ୍ୟୟନ କରିଥିଲେ । କଲେଜରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଦିଲ୍ଲୀରେ ରହି UPSC ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ଅଞ୍ଜଳି କହିଛନ୍ତି ଯେ ପିତାମାତାମାନେ ପିଲାଙ୍କୁ ସର୍ବଦା ବିଜ୍ଞାନ କିମ୍ବା ଗଣିତ ନେବାକୁ ବାଧ୍ୟ କରନ୍ତି । କିନ୍ତୁ ଏହା ବାହାରେ ମଧ୍ୟ ଏକ ଦୁନିଆ ଅଛି । ଆରମ୍ଭରୁ ହିଁ ତୁମକୁ ନିଜ ଲକ୍ଷ୍ୟ ବିଷୟରେ ଜାଣି ରଖିବା ଉଚିତ। ମୋତେ ଆଇଏଏସ୍ ଅଧିକାରୀ ହେବାର ଥିଲା, ତେଣୁ ମୁଁ ଆର୍ଟସ ନେଇ ସେହି ଦିଗରେ ଅଧ୍ୟୟନ କରିବା ଆରମ୍ଭ କଲି । ଯଦି ମୁଁ ଆଜି ଅନ୍ୟମାନଙ୍କ କହିବା ଅନୁଯାୟୀ ଗଣିତ କିମ୍ବା ବିଜ୍ଞାନ ନେଇଥାନ୍ତି, ହୁଏତ ଆଜି ମୁଁ ଏପର୍ଯ୍ୟନ୍ତ ପହଞ୍ଚି ପାରିନଥା’ନ୍ତି ।

ଅଞ୍ଜଳିଙ୍କ ସଫଳତା ପରେ କୋଟାର ଶକ୍ତିନଗରରେ ଓମ ବିର୍ଲାଙ୍କ ବାସଭବନରେ ଧୁମଧାମରେ ସେଲିବ୍ରେସନ କରାଯାଇଥିଲା । ତାଙ୍କ ପରିବାରରେ ଖୁସିର ମାହୋଲ ଅଛି ।

ଅଞ୍ଜଳି କହିଛନ୍ତି ଯେ ତାଙ୍କ ବଡ଼ ଭଉଣୀ ଆକାଂକ୍ଷା ତାଙ୍କର ଏହି ସଫଳତାରେ ତାଙ୍କର ବହୁତ ସାହାଯ୍ୟ କରିଥିଲେ । ଯେତେବେଳେ ବି ସେ ନିରାଶ ହୋଇଯାଉଥିଲେ, ତାଙ୍କ ଭଉଣୀ ତାଙ୍କୁ ଉତ୍ସାହିତ କରୁଥିଲେ । ତାଙ୍କର CA କାର୍ଯ୍ୟ ସମାପ୍ତ କରିବା ପରେ, ସେ ସିଭିଲ୍ ପରୀକ୍ଷା ପାଇଁ ତାଙ୍କୁ ପ୍ରସ୍ତୁତ ମଧ୍ୟ କରାଉଥିଲେ । ଏପରିକି ଇଣ୍ଟରବ୍ୟୁରେ ଭଲ କରିବାର ରଣନୀତି ବିଷୟରେ ମଧ୍ୟ ସେ ଅଞ୍ଜଳିଙ୍କୁ ଟିପ୍ସ ଦେଉଥିଲେ ।

ଅଞ୍ଜଳିଙ୍କ ଏହି ସଫଳତା ପାଇଁ ପୁରା ପରିବାର ଗର୍ବିତ। ତାଙ୍କ ଫଳାଫଳ ଆସିବା ପରେ ମା ମଧ୍ୟ ତାଙ୍କୁ ଫୁଲରେ ସ୍ୱାଗତ କରି ଟିକା ଲଗାଇଥିଲେ ।

ଆଇଏଏସ୍ ଅଧିକାରୀ ହେବା ପରେ ଅଞ୍ଜଳି କହିଛନ୍ତି ଯେ ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ହେଉଛି ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା । ସେ ସମାଜ ପାଇଁ କିଛି ଭଲ କରିବାକୁ ଚାହୁଁଛନ୍ତି ।

Leave a Reply

Your email address will not be published. Required fields are marked *