କଣ ଆପଣ ଦେଖିଛନ୍ତି କି, ସଲମାନ ଖାନଙ୍କ ଘରର ଆଭ୍ୟନ୍ତରୀଣ ଦୃଶ୍ୟ ! କୌଣସି ସ୍ୱର୍ଗ ଠାରୁ କମ୍ ନୁହେଁ ।

କଣ ଆପଣ ଦେଖିଛନ୍ତି କି, ସଲମାନ ଖାନଙ୍କ ଘରର ଆଭ୍ୟନ୍ତରୀଣ ଦୃଶ୍ୟ ! କୌଣସି ସ୍ୱର୍ଗ ଠାରୁ କମ୍ ନୁହେଁ ।

କଣ ଆପଣ ଦେଖିଛନ୍ତି ସଲମାନ ଖାନଙ୍କ ଘର ଭିତରର ସୁନ୍ଦର ଦୃଶ୍ୟ ଆସନ୍ତୁ ଜାଣିବା ଆଜି ସେହି ବିଷୟରେ

ବଲିଉଡର ଦବଙ୍ଗ ସଲମାନ ଖାନ୍ ୫୫ବର୍ଷ ବୟସରେ ପାଦ ଦେଇଛନ୍ତି । ସେ ୧୯୬୫ ମସିହା ୨୭ ଡିସେମ୍ବରରେ ଇନ୍ଦୋର ରେ ଜନ୍ମ ହୋଇଥିଲେ । ଅନେକ ସୁପରହିଟ୍ ଫିଲ୍ମ ଦେଇଥିବା ସଲମାନ ଖାନ୍ ନିଜର ବଲିଉଡ କ୍ୟାରିଅର ‘ ବିବି ହୋ ତୋ ଏସି ‘ ଫିଲ୍ମରୁ ଆରମ୍ଭ କରିଥିଲେ ଯେଉଁଥିରେ ସେ ସପୋର୍ଟିଂ ଆକ୍ଟର ଭାବେ କାମ କରିଥିଲେ । ବର୍ତ୍ତମାନ ସେ ପପୁଲାର ଶୋ ‘ବିଗ୍ ବୋସ୍’କୁ ହୋଷ୍ଟ କରୁଛନ୍ତି । ତାଙ୍କର ଆଗକୁ ‘ରାଧେ’ ନାମକ ଏକ ଫିଲ୍ମ ଆସୁଛି ଯାହାର ରିଲିଜ୍ ଡେଟ୍ ସେ ନିଜ ଜନ୍ମଦିନରେ ଘୋଷଣା କରିବେ । ତାଙ୍କର ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ଆଲିଶାନ ବଙ୍ଗଳା ବିଷୟରେ କିଛି କଥା ।

ସଲମାନ ଖାନ୍ ନିଜ ପରିବାର ସହ ମୁମ୍ବାଇର ଗାଲାକ୍ସି ଆପାର୍ଟମେଣ୍ଟରେ ରହୁଛନ୍ତି । ତାଙ୍କର ଆପାର୍ଟମେଣ୍ଟ ଖୁବ୍ ସୁନ୍ଦର ଅଟେ । ଏହି ଆପାର୍ଟମେଣ୍ଟରେ ସଲମାନଙ୍କ ଘର ହୋଇଥିବାରୁ ଏହା ଖୁବ୍ ଚର୍ଚ୍ଚିତ ଅଟେ । ଏହିଘରେ ସେ ନିଜ ହାତ ତିଆରି ପେଣ୍ଟିଂ ସବୁ ସଜାଇ ରଖିଛନ୍ତି । ସେ ଏଥର ନିଜର ଜନ୍ମଦିନ ପନବେଲରେ ପାଳନ କରିଛନ୍ତି ।

ନିକଟରେ ସେ ନିଜ କାନ୍ଥରେ ନିଜର ଏକ ସୁନ୍ଦର ପେଣ୍ଟିଂ ଲଗାଇଛନ୍ତି ଯାହା ତାଙ୍କ ରୁମକୁ ଅଧିକ ଆକର୍ଷଣୀୟ କରୁଛି ।

ସେ ବହୁବର୍ଷ ହେଲାଣି ଏହି ଆପାର୍ଟମେଣ୍ଟରେ ରହୁଛନ୍ତି ଏବଂ ସେ ଏହି ଆପାର୍ଟମେଣ୍ଟ ଛାଡିବାକୁ ଚାହୁଁନାହାନ୍ତି । ଏହାର କାରଣ ହେଉଛନ୍ତି ତାଙ୍କ ପିତା ସଲିମ ଖାନ୍ । ସଲିମ୍ ଖାନ୍ ମୁମ୍ବାଇ ଆସିବା ଦିନଠାରୁ ସେହି ଆପାର୍ଟମେଣ୍ଟ ରହୁଥିଲେ । ପିତାଙ୍କ ପ୍ରତି ଭଲପାଇବା ହେତୁ ସେ ସେହି ଆପାର୍ଟମେଣ୍ଟ ଛାଡୁନାହାନ୍ତି ।

ଖାନ ପାରିବାର ସେହି ଆପାର୍ଟମେଣ୍ଟର ଦୁଇଟି ଫ୍ଲୋରରେ ରହୁଛନ୍ତି । ପ୍ରଥମ ଫ୍ଲୋରରେ ସଲାମାନଙ୍କ ବାପା ଏବଂ ମାଁ ରହୁଥିବା ବେଳେ ଗ୍ରାଉଣ୍ଡ ଫ୍ଲୋରରେ ନିଜେ ସଲମାନ ରହୁଛନ୍ତି ।

ସଲମାନ ଖାନଙ୍କ ବେଡ଼ରୁମ ୧୯୦ ସ୍କୋୟରଫୁଟ ଅଟେ ଯେଉଁଥିରେ ଏକ ବାଥରୁମ ଅଛି । ଗାଲାକ୍ସି ଆପାର୍ଟମେଣ୍ଟ ୮ ମହଲା ଅଟେ ଯାହା ଖାନ୍ ପରିବାର ପାଇଁ ପ୍ରସିଦ୍ଧ ।

ସଲମାନଙ୍କ ଫ୍ଲୋରରେ ଏକ ବାଲକୋନି ମଧ୍ୟ ରହିଛି ଯେଉଁଠି ହୋଲି, ଇଦ୍, ଦୀପାବଳି ଏବଂ ନିଜ ଜନ୍ମଦିନରେ ସେ ନିଜ ଫ୍ୟାନ ମାନଙ୍କୁ ଅଭିବାଦନ ଜଣାଇଥାନ୍ତି ।

୧୯୮୮ ମସିହାରେ ୨୩ ବର୍ଷ ବୟସରେ ସେ ନିଜର ପ୍ରଥମ ଫିଲ୍ମ ‘ବିବି ହୋ ତୋ ଏସି’ ଠାରୁ ନିଜର ବଲିଉଡ କ୍ୟାରିଅର ଆରମ୍ଭ କରିଥିଲେ ଯେଉଁଥିରେ ସେ ସପୋର୍ଟିଂ ଆକ୍ଟର ଭାବେ କାମ କରିଥିଲେ । ହିରୋ ଭାବେ ସେ ପ୍ରଥମେ ‘ମେନେ ପ୍ୟାର୍ କିୟା’ରେ କାମ କରିଥଲେ ଯାହା ତାଙ୍କୁ ରାତାରାତି ଷ୍ଟାର୍ କରିଦେଇଥିଲା ।

ସଲମାନ ଖାନ୍ ହମ୍ ଆପକେ ହେ କୌନ୍ , କରନ୍ ଅର୍ଜୁନ, ଦବଙ୍ଗ, ହମ୍ ସାଥ ସାଥ ହେ, ରେଡି, ଏକ ଥା ଟାଇଗର, କିକ୍, ସୁଲତାନ, ତେରେ ନାମ୍, ମୁଝସେ ଶାଦୀ କରୋଗୀ, ଟାଇଗର ଜିନ୍ଦା ହେ, ନୋ ଏଣ୍ଟ୍ରି, ପ୍ୟାର୍ କିୟା ତୋ ଡରନା କ୍ୟା, ଜବ୍ ପ୍ୟାର୍ କିସି ସେ ହୋତା ହେ, ବଜରଙ୍ଗୀ ଭାଇଜାନ, ବିବି ନମ୍ବର ୱାନ୍, ଜୁଡ଼ୱା ଭଳି ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି ।

Leave a Reply

Your email address will not be published. Required fields are marked *