କସୌଟି ଜିନ୍ଦେଗି କୀ’ର ଫେମ ଅଭିନେତା ସିଜେନ ଖାନ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ! ୟୁପିର ଏହି ଝିଅ ସହିତ ହେବ ବିବାହ …

କସୌଟି ଜିନ୍ଦେଗି କୀ’ର ଫେମ ଅଭିନେତା ସିଜେନ ଖାନ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ! ୟୁପିର ଏହି ଝିଅ ସହିତ ହେବ ବିବାହ …

ଟିଭିର କ୍ୱିନ କୁହାଯାଉଥିବା ଏକତା କପୂରଙ୍କ ସୁପରହିଟ ଟିଭି ଶୋ’ “କସୌଟି ଜିନ୍ଦେଗି କୀ”ର ଅନୁରାଗ ବାସୁ ଅର୍ଥାତ ସିଜେନ ଖାନ ଙ୍କୁ ପ୍ରାୟ ସମସ୍ତେ ଜାଣିଥିବେ । ପୁଣି ସିଜେନ ଖାନ ଯାହାଙ୍କ ଚେହେରାର ସରଳତା ଏବଂ ସ୍ମିତ ହସ ଅନୁରାଗ ବାସୁଙ୍କ ରୋଲ ରେ ଠିକ୍ ଭାବରେ ଫିଟ୍ ହେଉଥିଲା । ଏବଂ ଖୁବ କମ୍ ସମୟ ମଧ୍ୟରେ ସେହି ସିରିଏଲ ଟିଭି ଇତିହାସର ସବୁଠାରୁ ସଫଳ ଶୋ’ ମଧ୍ୟରୁ ଅନ୍ୟତମ ହୋଇ ଯାଇଥିଲା ।

ପ୍ରକୃତ କଥା ଏହିକି ଯେ ଅନୁରାଗ ବାସୁର ଚରିତ୍ରରେ ଅଭିନୟ କରୁଥିବା ସିଜେନ ଖାନ ହିନ୍ଦୀ ସିରିଏଲ ଦୁନିଆର ଟୋପ ଅଭିନେତା ହୋଇ ଯାଇଥିଲେ । କିନ୍ତୁ ସିଜେନ ଦୀର୍ଘ ସମୟ ଧରି ହିନ୍ଦୀ ସିରିଏଲ ଦୁନିଆ ଠାରୁ ଗାଏବ ହୋଇ ଯାଇଛନ୍ତି । ପ୍ରକୃତରେ ପାକିସ୍ତାନର ସିଜେନ ଏବେ ଦୁବାଇରେ ରହୁଛନ୍ତି । ଏବଂ ଭାରତୀୟ ଟିଭି ଇଣ୍ଡଷ୍ଟ୍ରି ଠାରୁ ଦୂର ପାକିସ୍ତାନ ଏବଂ ମିଡ଼ିଲ ଷ୍ଟେଟରେ ପ୍ରସାରିତ ହେଉଥିବା ସିରଏଲରେ କାମ କରନ୍ତି ।

କିନ୍ତୁ ସିଜେନ ଖାନଙ୍କ ଭାରତୀୟ ଫ୍ୟାନ ମାନେ ତାଙ୍କୁ ଏବେ ସୁଦ୍ଧା ବି ଭୁଲି ପାରି ନାହାଁନ୍ତି । ଲୋକମାନେ ପ୍ରାୟ ତାଙ୍କୁ ସବୁବେଳେ ମନେ ପକାନ୍ତି ଏବଂ ତାଙ୍କ ବିଷୟରେ ଜାଣିବାକୁ ଚାହାଁନ୍ତି । ତେଣୁ ତାଙ୍କ ଫ୍ୟାନ ମାନଙ୍କ ପାଇଁ ଆମ ପାଖରେ ଏକ ଖୁସିର ଖବର ରହିଛି ଯେ ସିଜେନ ଖାନ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଦୀର୍ଘ ସମୟ ଧରି ଖବର ଠାରୁ ଦୂରରେ ଥିବା ସିଜେନ ଖାନ ବର୍ତ୍ତମାନ ନିଜର ଲୋଭଷ୍ଟୋରି ପାଇଁ ସବୁଠି ଚର୍ଚ୍ଚାରେ ରହିଛନ୍ତି । ବାସ୍ତବ କଥା ଏହିକି ଯେ ଚଳିତ ବର୍ଷ ସିଜେନ ଖାନ ବିବାହ କରିବାକୁ ନିଷ୍ପତ୍ତି ନେଇ ସାରିଛନ୍ତି । ସେ ଏହି କାର୍ଯ୍ୟ ଗତବର୍ଷ କରିବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ଲୋକଡାଉନ ତାଙ୍କ କାମ ଉପରେ ବ୍ରେକ ଲଗାଇ ଦେଇଥିଲେ । କିନ୍ତୁ ଏହି ବର୍ଷ ସେ ବିବାହ କରୁଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ସିଜେନ ଖାନ ଏକ ଇଣ୍ଟରଭିଉରେ ନିଜର ଲୋଭଷ୍ଟୋରୀ ଏବଂ ଲେଡି ଲଭ କୁ ନେଇ ଖୁଲାସା କରିଛନ୍ତି । ନିଜର ଲେଡି ଲୋଭଙ୍କ ନାମ ଏବଂ ପରିଚୟ ନଜଣାଇ ସିଜେନ ନିଜ ସହିତ ଜଡ଼ିତ ଅନେକ କଥା କହିଥିଲେ । ସିଜେନ ଖାନ କହିଥିଲେ ଯେ ସେ ଗତ ତିନିବର୍ଷ ଧରି ରିଲେଶନସିପରେ ଅଛନ୍ତି । ତାଙ୍କ ଗାର୍ଲଫ୍ରେଣ୍ଡ ତାଙ୍କ ପାଇଁ ଖୁବ ଖାସ ଅଟନ୍ତି । ସେ ଉତ୍ତରପ୍ରଦେଶର ଅମରାହରେ ରହନ୍ତି । ଦୁହେଁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

ଏହାବ୍ୟତୀତ ସିଜେନ ଏହା ମଧ୍ୟ କହିଥିଲେ ଯେ ସେ ନିଜ ଗାର୍ଲଫ୍ରେଣ୍ଡଙ୍କ ସହିତ ଜଣେ କମନ ଫ୍ରେଣ୍ଡ ଜରିଆରେ ସାକ୍ଷାତ କରିଥିଲେ । ସିଜେନ ନିଜର ଗାର୍ଲଫ୍ରେଣ୍ଡଙ୍କ କୁକିଙ୍ଗ ଟ୍ୟାଲେଣ୍ଟ ଉପରେ ଖୁସି ହୋଇ ଯାଇଥିଲେ । ତାଙ୍କ ସାଙ୍ଗ ଅନେକ ସମୟରେ ସେ ବନାଇ ଥିବା ଖାଦ୍ୟର ପ୍ରଶଂସା କରୁଥିଲେ । କିନ୍ତୁ ଯେତେବେଳେ ସିଜେନ ମଧ୍ୟ ତାଙ୍କ ହାତ ତିଆରି ଖାଇବା ଖାଇଥିଲେ ସେ ଇମପ୍ରେସ ହୋଇ ଯାଇଥିଲେ । ଖାସ କରି ସେ ବନାଇଥିବା ବିରିୟାନୀ ସିଜନଙ୍କୁ ଅଧିକ ପସନ୍ଦ ଆସିଥିଲା ଏବଂ ସିଜେନ ତାଙ୍କୁ ପ୍ରପୋଜ କରି ଦେଇଥିଲେ ।

ନିଜର ଲେଡି ଲୋଭଙ୍କ ବିଷୟରେ ସିଜେନ ଏହା କହିଥିଲେ ଯେ ଯେତେବେଳେ ମୁଁ ତାଙ୍କୁ ପ୍ରପୋଜ କରିଲି ସେତେବେଳେ କହିଥିଲି ମୁଁ ତାଙ୍କୁ ପସନ୍ଦ କରୁଛି ଏବଂ ଜୀବନସାରା ତାଙ୍କ ହାତ ରନ୍ଧା ଖାଇବାକୁ ଚାହୁଁଛି, ସେ ଖୁବ ସରଳ ଏବଂ ଫନ ଲିବିଙ୍ଗ ଝିଅ ଅଟନ୍ତି । ‘ନିଜ ଇଣ୍ଟରଭିଉରେ ସିଜେନ ଏହା ମଧ୍ୟ କହୁଥିଲେ ଯେ ସେ ୨୦୨୦ରେ ବିବାହ କରିବାର ପ୍ଲାନିଂ କରୁଥିଲେ । କିନ୍ତୁ ସେତେବେଳେ କୋରନା କାରଣରୁ ଲୋକଡାଉନ ପଡ଼ି ଯାଇଥିଲା । ତେଣୁ ବିବାହ ଆୟୋଜନ ବନ୍ଦ କରିଦେଇଥିଲେ । କିନ୍ତୁ ସେ ଚଳିତ ବର୍ଷ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *