ନୂଆବର୍ଷ ଆରମ୍ଭ ହୋଇ ଯାଇଛି କିନ୍ତୁ କୋରନାର ପ୍ରକୋପ ଏବେ ସୁଦ୍ଧା କମ୍ ହୋଇନାହିଁ । ଏବେବି ଅନେକ ଲୋକ ପ୍ରତିଦିନ ଏହି ଘାତକ ଭୂତାଣୁର ଶିକାର ହେଉଛନ୍ତି । କିନ୍ତୁ ସରକାର ଲୋକଙ୍କ ସୁରକ୍ଷାକୁ ଧ୍ୟାନରେ ରଖିଛନ୍ତି । ଏମିତିରେ ସାଧାରଣ ଲୋକଙ୍କ ଭଳି ବୋଲିଉଡ଼ ସେଲିବ୍ରିଟି ମଧ୍ୟ ନିଜ ନିଜ କାମରୁ ଫେରି ଆସିଛନ୍ତି । ସେଲିବ୍ରିଟି ଏହି ସମୟରେ ସୋସିଆଲ ମିଡ଼ିଆରେ ମଧ୍ୟ ପ୍ରାୟ ଆକ୍ଟିଭ ଅଛନ୍ତି । ପୁଣି ସେଲିବ୍ରିଟିଙ୍କ ସହିତ ଜଡ଼ିତ କିଛି ଖବର ଏବଂ କାହାଣୀ, ଥ୍ରବେକ ଫୋଟେଜ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି । ଏସବୁ ମଧ୍ୟରେ କରିଶ୍ମା କପୂରଙ୍କ ସମ୍ବନ୍ଧରେ ଏକ ଖବର ଭାଇରଲ ହେବାରେ ଲାଗିଛି । ତାହା ହିଁ ହେଉଛି ସେହି ସମୟର ଯେତେବେଳେ ଜଣେ ଅଜଣା ବ୍ୟକ୍ତି ତାଙ୍କ ବେଡ଼ରୁମ ଭିତରକୁ ପଶି ଯାଇଥିଲେ । ଆସନ୍ତୁ ଜାଣିବା ଯେ ପ୍ରକୃତରେ ହୋଇଥିଲା କ’ଣ …
ଅନେକ ସୁପରହିଟ ଫିଲ୍ମରେ କାମ କରିଥିବା କରିଶ୍ମା ବର୍ତ୍ତମାନ ଫିଲ୍ମ ଠାରୁ ଦୂରରେ ଅଛନ୍ତି । ବିବାହ ପରେ ସେ ଫିଲ୍ମ ଠାରୁ ଦୂରେଇ ଯାଇଥିଲେ । କିନ୍ତୁ ସ୍ୱାମୀ ସଞ୍ଜୟ କପୂରଙ୍କୁ ଛାଡ଼ପତ୍ର ଦେବା ପରେ ସେ ବୋଲିଉଡ଼ରେ କମବ୍ୟାକ କରିଥିଲେ । କିନ୍ତୁ ତାଙ୍କୁ କୌଣସି ଖାସ ସଫଳତା ମିଳିପାରି ନଥିଲା ।
ରିପୋର୍ଟସଙ୍କ ମୁତାବିକ ଥରେ ଯେତେବେଳେ କରିଶ୍ମା ଘରେ ଏକୁଟିଆ ଥିଲେ ସେତେବେଳେ ସେ ଘରେ କିଛି କାମ କରିବାକୁ ଜଣେ କର୍ପୋରେଟରଙ୍କୁ ଡକାଇ ଥିଲେ । କାମ କରୁ କରୁ କର୍ପୋରେଟର ଜାଣି ନେଇଥିଲେ ଯେ କରିଶ୍ମା ଘରେ ଏକୁଟିଆ ଅଛନ୍ତି ଏବଂ ତାହାର ଫାଇଦା ଉଠାଇ କର୍ପୋରେଟର ତାଙ୍କ ବେଡ଼ରୁମ ମଧ୍ୟକୁ ପଶି ଯାଇଥିଲେ । କରିଶ୍ମା ଏହା ଆଦୋୖ ଜାଣି ପାରିନଥିଲେ ଯେ କର୍ପୋରେଟର ତାଙ୍କ ବେଡ଼ରୁମରେ ଥିଲା ବୋଲି ।
ଏହାପରେ ସୁଯୋଗ ପାଇ କର୍ପୋରେଟର ତାଙ୍କର ଦାମୀ ଜିନିଷ ଚୋରି କରି ନେଇଥିଲେ ଏବଂ ଚୁପଚାପ୍ ସେଠାରୁ ଖସି ଯାଇଥିଲେ । ପର୍ସ ଚୋରୀ ଘଟଣା ଯେତେବେଳେ କରିଶ୍ମାଙ୍କୁ ଜଣା ପଡ଼ିଲା ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ ।
କରିଶ୍ମା ତାପରେ ଚୋରି ରିପୋର୍ଟ ପୋଲିସରେ ଦେଇଥିଲେ ଏବଂ କହିଥିଲେ ଯେ ପର୍ସରେ ତାଙ୍କର ଖୁବ ମୂଲ୍ୟବାନ ଜିନିଷ ଅଛି । କରିଶ୍ମାଙ୍କ ସୂଚନା ପରେ ଶେଷରେ ପୋଲିସ ତାକୁ ଧରି ନେଇଥିଲା ଏବଂ ଏହାପରେ କରିଶ୍ମାଙ୍କୁ ପର୍ସ ମିଳିଯାଇଥିଲା ।
ବର୍ତ୍ତମାନ କରିଶ୍ମାଙ୍କୁ ୪୬ ବର୍ଷ । ଏବଂ ସେ ବର୍ତ୍ତମାନ ନିଜର ଦୁଇ ସନ୍ତାନଙ୍କ ସହିତ ଅଧିକ ସମୟ ବିତାଉଛନ୍ତି । କିଛି ଦିନ ପୂର୍ବରୁ ସେ ଏକ ୱେବସିରିଜ ମଦରହୁଡ଼ରେ ନଜର ଆସିଥିଲେ ।
କରିଶ୍ମା ପାଖାପାଖି ୧୭ ବର୍ଷ ବୟସରେ ଫିଲ୍ମ ପ୍ରେମ କଏଦୀରୁ ବୋଲିଉଡ଼ରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହିତ ହରିଷ କୁମାର ମୁଖ୍ୟ ଭୂମିକାରେ ଥିଲେ । ଫିଲ୍ମ ଏତେ ଖାସ ନଥିଲା କିନ୍ତୁ ତଥାପି ତାଙ୍କୁ ଅନେକ ଫିଲ୍ମ ଅଫର୍ ହୋଇଥିଲା । ୧୯୯୪ରେ ଆସିଥିବା ଫିଲ୍ମ ରାଜାବାବୁ କରିଶ୍ମାଙ୍କ ଭାଗ୍ୟ ବଦଳାଇ ଦେଇଥିଲା ।
କରିଶ୍ମା ନିଜର ‘ଖୁଦ୍ଦାର’, ‘ଅନ୍ଦାଜ ଅପନା ଅପନା’, ‘ସୁହାଗ’, ‘ଗୋପୀ କିଶନ’, ‘କୁଲୀ ନମ୍ବର ୱାନ’, ‘ଜିତ’, ‘ରାଜା ହିନ୍ଦୁସ୍ତାନୀ’, ‘ହିରୋ ନମ୍ବର ୱାନ’,’ଦିଲ ତୋ ପାଗଳ ହେ’,’ହମ ସାଥ ସାଥ ହେ’,’ବିବି ନମ୍ବର ୱାନ’ ଭଳି ଅନେକ ସୁପରହିଟ ଫିଲ୍ମରେ କାମ କରିଛନ୍ତି ।