ଘରେ ୧୦ ମାସରୁ ବନ୍ଦ ୫୩ ବର୍ଷୀୟା ମାଧୁରୀ ଦୀକ୍ସିତ ଏଠାରେ ଆସିଲେ ନଜର, ସ୍ୱାମୀ ବାଧ୍ୟତା ସହ ନିଜେ ଉଠାଇଲେ ଜିନିଷପତ୍ର !

ଘରେ ୧୦ ମାସରୁ ବନ୍ଦ ୫୩ ବର୍ଷୀୟା ମାଧୁରୀ ଦୀକ୍ସିତ ଏଠାରେ ଆସିଲେ ନଜର, ସ୍ୱାମୀ ବାଧ୍ୟତା ସହ ନିଜେ ଉଠାଇଲେ ଜିନିଷପତ୍ର !

କରୋନା ଯୋଗୁଁ ଲୋକମାନେ ମାସ ମାସ ଧରି ଘରେ ବନ୍ଦ ରହି ଜୀବନ କାଟୁଥିଲେ । ବର୍ତ୍ତମାନ ମଧ୍ୟ ଏହି ଭାଇରସର ପ୍ରଭାବ କମ୍ ହୋଇନାହିଁ । ପ୍ରତିଦିନ ଅନେକ ଲୋକ ଏହି ଭାଇରସ୍ କବଳରେ ଆସିଯାନ୍ତି । ସରକାର ମଧ୍ୟ ଲୋକଙ୍କ ସୁରକ୍ଷାର ସମ୍ପୂର୍ଣ୍ଣ ଧ୍ୟାନ ରଖୁଛନ୍ତି । ଯଦିଓ, ସାଧାରଣ ଜନତାଙ୍କ ଭଳି ବର୍ତ୍ତମାନ ବଲିଉଡ଼ କଳାକାର ମାନେ ମଧ୍ୟ ଘରୁ ବାହାରକୁ ବାହାରିବାକୁ ଲାଗୁଛନ୍ତି । କିଛି କଳାକାର ଚଳଚ୍ଚିତ୍ର ଶୁଟିଂ ଆରମ୍ଭ କରି ଦେଇଛନ୍ତି ତେବେ ଆଉକିଛି ମୁମ୍ବାଇ ସଡ଼କରେ ବୁଲୁଥିବା, କିଣାକିଣି କରୁଥିବା ଓ ଭ୍ରମଣ କରୁଥିବାର ନଜର ଆସନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ ୫୩ ବର୍ଷୀୟ ମାଧୁରୀ ଦୀକ୍ସିତ ଗତ ୧୦ ମାସରୁ ଘରେ ହିଁ ବନ୍ଦ ହୋଇ ରହିଥିଲେ । କରୋନା କାଳରେ ସେ ଥରେ ହେଲେ ଘରୁ ବାହାରକୁ ବାହାରି ନାହାଁନ୍ତି । ଯଦିଓ ସେ ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ ଥିଲେ ଓ ଫ୍ୟାନ୍ସ ମାନଙ୍କ ସହ ନିଜ କଥା ସେୟାର କରୁଥିଲେ । ବର୍ତ୍ତମାନ ମାଧୁରୀ ଘରୁ ବାହାରିଛନ୍ତି । ଯଦିଓ, ତାଙ୍କ ଦୁଇଟି ସନ୍ତାନ ବର୍ତ୍ତମାନ ମଧ୍ୟ ଘରେ ହିଁ ଅଛନ୍ତି ।

ନିକଟରେ ମାଧୁରୀ ନିଜ ସ୍ୱାମୀ ଡାକ୍ତର ଶ୍ରୀରାମ ନେନେଙ୍କ ସହ ଗେଟ ୱେ ଅଫ ଇଣ୍ଡିଆରେ ନଜର ଆସିଲେ । ସେ ସ୍ୱାମୀଙ୍କ ସହ କିଛି ଦିନ ପାଇଁ ଅଲିବାଗ ବୁଲିବାକୁ ଯାଇଥିଲେ । ଗେଟ ୱେ ଅଫ ଇଣ୍ଡିଆ ନଜର ଆସିଥିବା ମାଧୁରୀଙ୍କ କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହି ସମୟରେ ସେ କଳା ଓ ଧଳା ରଙ୍ଗର ପ୍ରିଣ୍ଟଡ଼ ପ୍ୟାଣ୍ଟ ପିନ୍ଧିଥିଲେ ।

ମାଧୁରୀ ୧୦ ମାସ ପରେ ଘରୁ ବାହାରକୁ ବାହାରିଛନ୍ତି ସତ କିନ୍ତୁ ବର୍ତ୍ତମାନ ମଧ୍ୟ ସେ ନିଜ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଅନ୍ତି । ସେ ଗଗଲ ସହିତ ମୁହଁରେ ମାସ୍କ ପିନ୍ଧିଥିଲେ ।

ସେପକ୍ଷରେ, ମାଧୁରୀଙ୍କ ସ୍ୱାମୀ ଶ୍ରୀରାମ ନେନେଙ୍କୁ କିଛି ସମୟ ପାଇଁ ନିଜ ଜିନିଷପତ୍ର ଉଠାଇବାକୁ ପଡ଼ିଲା, ଏହି କାରଣରୁ ଏହାର କାରଣ ଏହିକିଯେ ସେତେବେଳେ ତାଙ୍କ ସହିତ ଆଉ କୌଣସି ବ୍ୟକ୍ତି ନଥିଲେ ଯିଏ ତାଙ୍କ ଜିନିଷପତ୍ର ଉଠାଇ ପାରିବ । ଯଦିଓ ପରେ ତାଙ୍କୁ ଜଣେ ସେବକ ମିଳିଗଲା ।

ମାଧୁରୀ ସ୍ୱାମୀଙ୍କ ସହିତ ଗେଟ ୱେ ଠାରୁ ନୌକାରେ ବସି ଅଲିବାଗକୁ ଯାତ୍ରା କଲେ । ଏହି ସମୟରେ ମାଧୁରୀ ଦୀକ୍ସିତ ଓ ଶ୍ରୀରାମ ନେନେ ସେଫଟି ଜ୍ୟାକେଟ୍ ପିନ୍ଧିଥିଲେ ।

ଆପଣଙ୍କୁ ସୁଚାଇଦେଉଛୁ ଯେ ଘରେ ରହି ମାଧୁରୀ ନିଜ ପରିବାର ସହ ଏକ ଭଲ ସମୟ ଅତିବାହିତ କଲେ । ସେ କେବେ ପୁଅ ମାନଙ୍କ ସହ ମିଶି ନୃତ୍ୟ ଅଭ୍ୟାସ କରୁଥିଲେ ତ ଆଉ କେବେ ଗୀତ ମଧ୍ୟ ରେକର୍ଡ କରୁଥିଲେ । କିଛି ଦିନ ପୂର୍ବରୁ ସେ ନିଜ ଇଂଷ୍ଟାଗ୍ରାମରେ ଏକ ଭିନ୍ନ ରକମର ଫଟୋ ସେୟାର କରିଥିଲେ ।

ଏହି ଫଟୋରେ ମାଧୁରୀ ହେରି ପଟର ଭଳି ମୁହଁ କରୁଥିବାର ନଜର ଆସୁଛନ୍ତି । ଏତିକିନୁହେଁ ସେ ଏହି ଫଟୋରେ ହେରି ପଟରକୁ ପୁରାପୁରି ଭାବେ ନକଲ କରୁଥିବାର ତାଙ୍କ ଭଳି ଗୋଲ ଚଷମା ମଧ୍ୟ ପିନ୍ଧିଥିଲେ ଓ କ୍ୟାମେରା ଆଡ଼କୁ ଚାହିଁ କ୍ୟୁଟ ଏକ୍ସପ୍ରେସନ ମଧ୍ୟ ଦେଉଥିଲେ ।

କିଛି ମାସ ଆଗରୁ ମାଧୁରୀ ସ୍ୱାମୀ ସହିତ ନିଜ ୨୧ ତମ ବିବାହ ବାର୍ଷିକୀ ପାଳନ କରିଥିଲେ । ମାଧୁରୀ ଅଧିକାଂଶ ସମୟରେ ସ୍ୱାମୀ ଓ ଦୁଇଟି ପୁଅ ସହିତ ଇଂଷ୍ଟାଗ୍ରାମରେ ଫଟୋ ସେୟାର କରନ୍ତି । ମାଧୁରୀ ଓ ରାମ ନେନେଙ୍କ ଦୁଇଟି ପୁଅ ଅଛନ୍ତି ଯାହାଙ୍କ ନାମ ଆରିନ ଓ ରିୟାନ ଅଟେ ।

ଆପଣଙ୍କୁ ସୁଚାଇଦେଉଛୁ ଯେ କିଛି ସୁପରହିଟ୍ ଚଳଚ୍ଚିତ୍ରରେ କାମ କରୁଥିବା ମାଧୁରୀଙ୍କୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ ପରେ କିଛି ଫ୍ଲପ୍ ଚଳଚ୍ଚିତ୍ର ଯୋଗୁଁ କିଏ ପସନ୍ଦ କରୁନଥିଲେ । ଯଦିଓ, ସେ ବିଶ୍ୱାସ ହରେଇଲେ ନାହିଁ । ମାଧୁରୀଙ୍କୁ ଚଳଚ୍ଚିତ୍ର ତେଜାବ ଠାରୁ ପରିଚୟ ମିଳିଲା । ଏହା ପରେ ସେ ଆଉ ପଛକୁ ଚାହିଁ ଦେଖିଲେ ନାହିଁ ।

Leave a Reply

Your email address will not be published. Required fields are marked *