ଜାଣନ୍ତୁ ସଲମାନ ଖାନଙ୍କ ଏହି ଅଭିନେତ୍ରୀ ବିବାହର ୩୧ ବର୍ଷ ପରେ ତାଙ୍କ ସ୍ୱାମୀଙ୍କ ବିଷୟରେ ଏପରି କାହିଁକି କଲେ, ଚକିତ କରିବା ଭଳି ଘଟଣାର କଲେ ପ୍ରକାଶ !

ଜାଣନ୍ତୁ ସଲମାନ ଖାନଙ୍କ ଏହି ଅଭିନେତ୍ରୀ ବିବାହର ୩୧ ବର୍ଷ ପରେ ତାଙ୍କ ସ୍ୱାମୀଙ୍କ ବିଷୟରେ ଏପରି କାହିଁକି କଲେ, ଚକିତ କରିବା ଭଳି ଘଟଣାର କଲେ ପ୍ରକାଶ !

କରୋନା କାଳରେ, ବଲିଉଡ ସେଲିବ୍ରିଟିମାନଙ୍କ ସହ ଜନସାଧାରଣଙ୍କ କାର୍ଯ୍ୟଭାର ମଧ୍ୟ ପୂର୍ବ ଅବସ୍ଥାକୁ ଫେରି ଆସିଥିବାବେଳେ,ବର୍ତ୍ତମାନ ସୋସିଆଲ ମିଡିଆରେ ସେଲିବ୍ରିଟିମାନେ ମଧ୍ୟ ସକ୍ରିୟ ଅଛନ୍ତି । ସେମାନେ ପ୍ରଶଂସକଙ୍କ ସହିତ ନିଜର ପ୍ରତ୍ୟେକ ଛୋଟ ବଡ଼ କଥାକୁ ସେୟାର କରୁଛନ୍ତି । କେବଳ ଏତିକି ନୁହେଁ ଅନେକ ଷ୍ଟାର,ମିଡିଆ ହାଉସକୁ ସାକ୍ଷାତକାର ମଧ୍ୟ ଦେଉଛନ୍ତି। ନିକଟରେ ସଲମାନ ଖାନଙ୍କ ଚଳଚ୍ଚିତ୍ର ମେନେ ପ୍ୟାର୍ କିୟାର ଅଭିନେତ୍ରୀ ଭାଗ୍ୟଶ୍ରୀ ଏକ ସାକ୍ଷାତକାରରେ ତାଙ୍କ ସ୍ୱାମୀ ହିମାଳୟ ଦାସାନୀଙ୍କ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ ପ୍ରଥମ ଚଳଚ୍ଚିତ୍ରରୁ ଭାଗ୍ୟଶ୍ରୀ ବଲିଉଡରେ ଧମାକେଦାର ଏଣ୍ଟ୍ରି କରିଥିଲେ। ସେ ଫିଲ୍ମ ରିଲିଜ୍ ହେବା ସହିତ ରାତାରାତି ଷ୍ଟାର୍ ହୋଇଯାଇଥିଲେ । ତେବେ ତାଙ୍କର ଚଳଚ୍ଚିତ୍ର କ୍ୟାରିୟର ବେଶୀ ଦିନ ଚାଲି ନଥିଲା । କିଛି ଚଳଚ୍ଚିତ୍ରରେ କାମ କରିବା ପରେ ସେ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ । ନିକଟରେ ସେ ଏପରି କରିବା ପଛର କାରଣ ବିଷୟରେ କହିଛନ୍ତି ।

ସଲମାନ ଖାନଙ୍କ ସହିତ ମେନେ ପ୍ୟାର୍ କିୟାରେ ଉଭଙ୍କ ଯୋଡିକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଭାଗ୍ୟଶ୍ରୀ ସୁମନଙ୍କ ଭୂମିକାରେ ଅଭିନୟ କରିଥିଲେ କିନ୍ତୁ ଏହି ଚଳଚ୍ଚିତ୍ରର ସଫଳତା ପରେ ସେ ବିବାହ କରି ଫିଲ୍ମ ଜଗତରୁ ବିଦାୟ ନେଇଥିଲେ ।

ଭାଗ୍ୟଶ୍ରୀ ଫିଲ୍ମ ଛାଡିବା ଖବର ପ୍ରଶଂସକଙ୍କୁ ବଡ଼ ଝଟକା ଦେଇଥିଲା। ବର୍ତ୍ତମାନ ଭାଗୀଶ୍ରୀ ଏହି ବିଷୟରେ ଏକ ମଜାଦାର ଖୁଲାସା କରିଛନ୍ତି । ସେ ତାଙ୍କ ସ୍ୱାମୀଙ୍କ ବିଷୟରେ ଅନେକ ରହସ୍ୟ ମଧ୍ୟ ଖୋଲିଛନ୍ତି ।

ହିମାଳୟ ସହ ବିବାହ ପରେ ବଲିଉଡରୁ ବିଦାୟ ନେବା ଘଟଣାକୁ ନେଇ ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ଭାଗ୍ୟଶ୍ରୀ କହିଛନ୍ତି ଯେ ବିଚରା ହିମାଳୟଙ୍କ ଉପରେ ସମସ୍ତ ପ୍ରଶଂସକ ଖୁବ କ୍ରୋଧିତ ହୋଇଥିବେ କାରଣ ସେ ମୋତେ ବିବାହ କରି ବଲିଉଡରୁ ଦୂରେଇ ନେଇଥିଲେ । ସମସ୍ତେ ନିଶ୍ଚୟ ତାଙ୍କୁ ଖୁବ୍ ଗାଳି ଦେଇଥିବେ ।

ସେ କହିଛନ୍ତି- “ମୁଁ ଭାବୁଛି ସେହି ସମୟରେ ମୁଁ ହିଁ ଥିଲି ଯିଏ ତାଙ୍କୁ ପ୍ରେମ କରୁଥିଲା କିନ୍ତୁ ଆମେ ଦୁହେଁ ଯୌବନ ଅବସ୍ଥାରୁ ପରସ୍ପରକୁ ଭଲପାଉଥିଲୁ । ବର୍ତ୍ତମାନ ମୁଁ ବୁିଝିପାରୁଛି ଯେ ଈର୍ଷା କରିବା ଖୁବ୍ ସହଜ କାରଣ କେହି ଚାହାଁନ୍ତି ନାହିଁ ଯେ ଆପଣଙ୍କ ଗର୍ଲଫ୍ରେଣ୍ଡ କିମ୍ବା ପତ୍ନୀ ସମସ୍ତଙ୍କ ଆଖିର ତାରା ହୁଅନ୍ତୁ ।

ଚଳଚ୍ଚିତ୍ର ମେନେ ପ୍ୟାର କିୟା ବିଷୟରେ ଭାଗ୍ୟଶ୍ରୀ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ-ମୁଁ ସୁରଜ ବଡ଼ଜାତ୍ୟା ଜୀଙ୍କୁ କହିଥିଲି ଯେ ମୁଁ ବର୍ତ୍ତମାନ କୋୖଣସି ଫିଲ୍ମ କରିବାକୁ ଚାହୁଁ ନାହିଁ। ସେ ଏହି କଥାକୁ ବୁଝିପାରିନଥିଲେ। ଚଳଚ୍ଚିତ୍ରର ବିଷୟବସ୍ତୁ ଖୁବ ସୁନ୍ଦର ଥିଲା ଏବଂ ସେ ମୋତେ ଯେଉଁଭଳି ଭାବେ ଚଳଚ୍ଚିତ୍ରର କାହାଣୀ କହିଥିଲେ ତାହା ମୋତେ ଉନ୍ମାଦିତ କରିଥିଲା। ଯେତେବେଳେ ସେ ମୋତେ ଏହି ଚଳଚ୍ଚିତ୍ର କରିବାକୁ ଇଚ୍ଛୁକ କି ନାହିଁ ପଚାରିଥିଲେ, ମୁଁ ତାଙ୍କୁ ପ୍ରତିଉତ୍ତରରେ କହିଥିଲି ଯେ ମୋତେ ସ୍କ୍ରିପ୍ଟ ଖୁବ ଭଲ ଲାଗିଥିଲା, କିନ୍ତୁ ମୁଁ ଏହି ଫିଲ୍ମ କରିପାରିବି ନାହିଁ ।

ଭାଗ୍ୟଶ୍ରୀ କହିଛନ୍ତି ଯେ ସୁରଜ ଜୀ ସ୍କ୍ରିପ୍ଟରେ ପରିବର୍ତ୍ତନ କରି ସାତଥର ମୋ ପାଖକୁ ଆସିଥିଲେ । ମୋତେ ଫିଲ୍ମ କରିବାକୁ ବହୁତ ପ୍ରବର୍ତ୍ତାଇଥିଲେ କିନ୍ତୁ ପ୍ରତ୍ୟେକ ଥର ମୁଁ ଏକ ନୂଆଁ ବାହାନା କରି ଫିଲ୍ମ ପାଇଁ ତାଙ୍କୁ ମନା କରୁଥିଲି । ଏହା ପରେ, ଯେତେବେଳେ ସେ ଯେତେବେଳେ ଅଷ୍ଟମ ଥର ମୋ ପାଖକୁ ଆସିଥିଲେ, ମୁଁ ଫିଲ୍ମ ପାଇଁ ରାଜି ହେଇଥିଲି ।

ସେ କହିଛନ୍ତି ଯେ ମୁଁ ପ୍ରକୃତରେ ଏହି ଫିଲ୍ମ କରିବାକୁ ଚାହୁଁନଥିଲି । ମୁଁ ଅଧ୍ୟୟନ ପାଇଁ ବିଦେଶ ଯିବାକୁ ଚାହୁଁଥିଲି ଏଥିପାଇଁ ଆଡମିଶନ ମଧ୍ୟ ସରିଥିଲା। ମୋ ବାପା ଚାହୁଁଥିଲେ ଯେ ମୁଁ ଭାରତରେ ଅଧ୍ୟୟନ ସମାପ୍ତ କରେ । ଏହି କଥାକୁ ନେଇ ଘରେ ପ୍ରତିଦିନ ବିତର୍କ ହେଉଥିଲା। ଏହା ସେବେକାର ଘଟଣା ଯେତେବେଳେ ମେନେ ପ୍ୟାର କିୟା ଫିଲ୍ମ ମୋତେ ଅଫର୍ କରାଯାଇଥିଲା ।

ଆପଣଙ୍କୁ କହି ରଖୁଛୁ ଯେ ଭାଗ୍ୟଶ୍ରୀ ଫିଲ୍ମର ସୁଟିଂ ମଝିରେ ପରିବାର ବିରୁଦ୍ଧରେ ଯାଇ ହିମାଳୟଙ୍କ ସହ ମନ୍ଦିରରେ ବିବାହ କରିଥିଲେ । ବିବାହରେ ଏହି ଫିଲ୍ମର କ୍ରୁ ସଦସ୍ୟମାନଙ୍କ ସହ ସଲମାନ ଖାନ୍ ଏବଂ ସୋରାଜ ବଡ଼ଜାତ୍ୟା ଯୋଗ ଦେଇଥିଲେ ।

କିଛି ମାସ ପୂର୍ବେ ଭାଗାଶ୍ରୀ ତାଙ୍କ ବିବାହ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଏହି ଫଟୋରେ ସେ ଲେଖିଛନ୍ତି- ଗୋଟେ ସମୟରେ, ଏକ ଛୋଟ ଝିଅ ଥିଲା । ବିବାହ – କିଛି ଲୋକଙ୍କ ପାଇଁ ଏକ ସ୍ୱପ୍ନ, ଦୁସାହସିକ ଯାତ୍ରା, ଏକ କାହାଣୀ, ଏକ ଆଶ୍ଚର୍ଯ୍ୟ ଏବଂ ପ୍ରଶ୍ନ। ଏ ସବୁକୁ କହିବା ବହୁତ କଷ୍ଟକର କିନ୍ତୁ ଏହା ସହିତ ଆଗକୁ ବଢ଼ିବାକୁ ପଡିବ । ମୋ ଜୀବନର ଏହା ଏପରି ପରିବର୍ତ୍ତନର ମୁହୂର୍ତ୍ତ, ଯାହାକୁ ମୁଁ କେବେବି ଭୁଲି ପାରିବି ନାହିଁ ।

ସେ ଆହୁରି ଲେଖିଛନ୍ତି – ସେତେବେଳେ ମୋର ହୃଦୟ ଥରୁଥିଲା, ମୋର ପାଦ ସଂପୂର୍ଣ୍ଣ ଥଣ୍ଡା ହୋଇଯାଇଥିଲା ଏବଂ ମୋ ଆଖିରେ ଲୁହ ଝରୁଥିଲା ଏବଂ ମୁହଁରେ ସାମାନ୍ୟ ହସ ଥିଲା। ମୁଁ ସେହି ମୁହୂର୍ତ୍ତକୁ ପୁଣି ବଞ୍ଚି ପାରିବି, ତୁମ ମଧ୍ୟରୁ କେତେଜଣ ଏହି ମୁହୂର୍ତ୍ତରେ ବଞ୍ଚିଛନ୍ତି? ଏହି ମୁହୂର୍ତ୍ତକୁ ମୋ ସହିତ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *