ମା’ଙ୍କ ଠାରୁ ଅଧିକ ପ୍ରେମିକାଙ୍କର ଧ୍ୟାନ ରଖୁଥିବାର ଦେଖାଗଲେ ରଣବୀର କପୁର ! ପିତାଙ୍କ ୧୩ ଦିନରେ ମଧ୍ୟ ଅତିଥି ଭଳି ପହଞ୍ଚିଥିଲେ …

ମା’ଙ୍କ ଠାରୁ ଅଧିକ ପ୍ରେମିକାଙ୍କର ଧ୍ୟାନ ରଖୁଥିବାର ଦେଖାଗଲେ ରଣବୀର କପୁର ! ପିତାଙ୍କ ୧୩ ଦିନରେ ମଧ୍ୟ ଅତିଥି ଭଳି ପହଞ୍ଚିଥିଲେ …

ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କର ନିର୍ବନ୍ଧ ଏବଂ ଅନ୍ୟାନ୍ୟ ରୀତିନୀତିର ଖବର ମଧ୍ୟରେ କପୁର ଏବଂ ଭଟ୍ଟ ପରିବାର ରାଜସ୍ଥାନର ରଣନ୍ଥଭୌରରେ ନୂତନ ବର୍ଷର ଛୁଟି ପାଳନ କରି କିଛିଦିନ ପୂର୍ବରୁ ମୁମ୍ବାଇ ଫେରି ସାରିଛନ୍ତି । ରଣବୀର ସିଂହ, ଦୀପିକା ପାଦୁକୋନ, ଆଲିଆ ଭଟ୍ଟ, ରଣବୀର କପୁର, ନୀତୁ କପୁର, ରିଦ୍ଧିମା କପୁର, ଅୟାନ ମୁଖାର୍ଜୀଙ୍କ ସମେତ ଏହି ସମସ୍ତ କଳାକାର ମାନଙ୍କର ମୁମ୍ବାଇ ଏୟାରପୋର୍ଟର ଫୋଟ ସୋସିଆଲ ମିଡିଆରେ ବହୁମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହା ସହ ରଣବୀର କପୁରଙ୍କର ଟ୍ରୋଲିଂ ମଧ୍ୟ ବହୁମାତ୍ରାରେ ହେଉଛି ।

ରଣବୀର କପୁର ପୁଣିଥରେ ଟ୍ରୋଲର୍ସ ମାନଙ୍କର ଟାର୍ଗେଟରେ ଅଛନ୍ତି । ଏହି ଟ୍ରୋଲିଂର କାରଣ ରଣବୀର କପୁର ନିଜ ପ୍ରେମିକା ଆଲିଆ ଭଟ୍ଟଙ୍କର ଅଧିକ ଧ୍ୟାନ ରଖିବା ଏବଂ ଏହି ଧ୍ୟାନ ରଖିବା ଯୋଗୁଁ ମାଙ୍କୁ ଭୁଲିଯିବା ଅଟେ । ରାଜସ୍ଥାନରୁ ମୁମ୍ବାଇକୁ ଫେରିଥିବା ରଣବୀର ଏୟାରପୋର୍ଟରେ ମାଙ୍କ ଠାରୁ ଅଧିକ ପ୍ରେମିକାଙ୍କର ଧ୍ୟାନ ରଖୁଥିବାର ଦେଖା ଯାଇଥିଲେ, ଯେଉଁଥିପାଇଁ ରଣବୀରଙ୍କୁ ଟ୍ରୋଲର୍ସ ମାନେ ଟାର୍ଗେଟ କରିନେଇଥିଲେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫୋଟରେ ରଣବୀର ପ୍ରେମିକା ଆଲିଆ ଭଟ୍ଟଙ୍କ ସହ ଦେଖା ଯାଉଛନ୍ତି । ରଣବୀର ଆଲିଆଙ୍କ ସହ ଏୟାରପୋର୍ଟରୁ ବାହାରକୁ ଆସୁଥିଲେ । ଏଥିସହିତ ନୀତୁ କପୁର ରଣବୀରଙ୍କର ବେଷ୍ଟଫ୍ରେଣ୍ଡ ଅୟାନ ମୁଖାର୍ଜୀଙ୍କ ସହ ବାହାରକୁ ଆସୁଥିଲେ ।

ବାହାରକୁ ବାହାରି ରଣବୀର ଏବଂ ଆଲିଆ ନିଜ ଗାଡିକୁ ଅପେକ୍ଷା କରିଥିବାବେଳେ ନୀତୁ କପୁର ମଧ୍ୟ ଚିନ୍ତିତ ହୋଇ ନିଜ ଗାଡିର ଅପେକ୍ଷା ଡାହାଣ ବାମକୁ ଚାହୁଁଥିଲେ । ରିପୋର୍ଟ ଅନୁଯାୟୀ ଏହି ସମୟ ମଧ୍ୟରେ କେବଳ ନୀତୁ କପୁର ନୁହେଁ ବରଂ ଆଲିଆଙ୍କ ମା ସୋନି ରାଜଦାନ ମଧ୍ୟ ନିଜ ଗାଡି ପାଇଁ ଚିନ୍ତାଗ୍ରସ୍ତ ଦେଖା ଯାଇଥିଲେ । ଯେତେବେଳେ କି ରଣବୀର ଆଲିଆଙ୍କ ସହ ବ୍ୟସ୍ତ ରହିଥିଲେ ।

ବର୍ତ୍ତମାନ ରଣବୀରଙ୍କର ଏହି କାର୍ଯ୍ୟକଳାପକୁ ଦେଖି ଟ୍ରୋଲର୍ସ ମାନେ ତାଙ୍କୁ ଘେରଉ କରିବା ଆରମ୍ଭ କରିଦେଇଛନ୍ତି । ତେବେ ଏହା ପ୍ରଥମ ସୁଯୋଗ ନୁହେଁ । ନିଜ ପିତା ଋଷି କପୁରଙ୍କ ଦେହାନ୍ତ ପରେ ମଧ୍ୟ ରଣବୀର କପୁରଙ୍କୁ ଏଭଳି ଟ୍ରୋଲର୍ସ ମାନଙ୍କର ସମ୍ମୁଖୀନ କରିବାକୁ ପଡିଥିଲା । ବାସ୍ତବରେ, ରଣବୀର ନିଜ ପିତାଙ୍କ ୧୩ ଦିନରେ ଆଲିଆ ଭଟ୍ଟଙ୍କ ସହ ଏକ ଅତିଥି ଭଳି ପହଞ୍ଚିଥିଲେ । ଏହି ଫୋଟ ମଧ୍ୟ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହୋଇଥିଲା ।

ପିତାଙ୍କ ଦେହାନ୍ତ ପରେ ରଣବୀର ମା ନୀତୁ କପୁରଙ୍କ ସାହାରା ହେବା ପରିବର୍ତେ ନିଜ ଫ୍ଲାଟରେ ଅଲଗା ରହୁଥିଲେ । ଯେତେବେଳେ କି ସେହି ସମୟରେ ରିଦ୍ଧିମା କପୁର ମା ନୀତୁ କପୁରଙ୍କ ସାହାରା ହୋଇଥିଲେ । ସେହି ସମୟରେ ଏହା ମଧ୍ୟ କୁହାଯାଉଥିଲା ଯେ, ଆଲିଆ ଭଟ୍ଟ ରଣବୀରଙ୍କ ସହ ସେହି ଫ୍ଲାଟରେ ରହୁଛନ୍ତି ।

ଏହି କାରଣରୁ ରଣବୀରଙ୍କୁ ଟ୍ରୋଲର୍ସ ମାନେ ସୋସିଆଲ ମିଡିଆରେ ବହୁ କଥା ଶୁଣାଇଥିଲେ । କେହି ବ୍ୟବହାରକାରୀ ଲେଖିଥିଲେ ଯେ, କଣ ଏହି ସମୟରେ ମଧ୍ୟ ଆଲିଆ ଭଟ୍ଟ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି । ପୁଣି ଆଉ କିଏ ଲେଖିଥିଲେ ଯେ, ଅତିକମରେ ଏହି ସମୟରେ ରଣବୀରଙ୍କୁ ନିଜ ମାଙ୍କ ସହ ରହିବା ଆବଶ୍ୟକ ଥିଲା ।

ଏବଂ ବର୍ତ୍ତମାନ ପୁଣିଥରେ ରଣବୀରଙ୍କୁ ମାତା ନୀତୁ କପୁରଙ୍କୁ ଛାଡି ପ୍ରେମିକା ଆଲିଆ ଭଟ୍ଟଙ୍କର ଅଧିକ ଯତ୍ନ ନେବା ଦେଖି ଲୋକମାନଙ୍କର କ୍ରୋଧ ବଢିଯାଇଛି ।

Leave a Reply

Your email address will not be published. Required fields are marked *