ରେଖା : ପତି ନାହିଁ କି ପୁତ୍ର ନାହିଁ… ! ତଥାପି ରେଖାଙ୍କର ଏତେ ସମ୍ପତ୍ତିର ଉତ୍ତରାଧିକାରୀ କିଏ ହେବ ?

ରେଖା : ପତି ନାହିଁ କି ପୁତ୍ର ନାହିଁ… ! ତଥାପି ରେଖାଙ୍କର ଏତେ ସମ୍ପତ୍ତିର ଉତ୍ତରାଧିକାରୀ କିଏ ହେବ ?

ବଲିଉଡର ଏଭରଗ୍ରୀନ୍ ଅଭିନେତ୍ରୀ ରେଖାଙ୍କ ଚଳଚ୍ଚିତ୍ର ଯାତ୍ରା ଯେତେ ଚମତ୍କାର ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଅତ୍ୟନ୍ତ ସେତିକି ଆକର୍ଷଣୀୟ । ରେଖା ବହୁତ ସୁନ୍ଦର ହୋଇଥାଇପାରନ୍ତି କିନ୍ତୁ ସେ କେଉଁଠି ନା କେଉଁଠି ଏକୁଟିଆ ମଧ୍ୟ । ରେଖାଙ୍କ ନିକଟରେ ଅର୍ଥର କୌଣସି ଅଭାବ ନାହିଁ । ସେ କୋଟି କୋଟି ସମ୍ପତ୍ତିର ମାଲିକ, କିନ୍ତୁ ପ୍ରାୟତଃ ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ ରେଖାଙ୍କ ପରେ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ କିଏ ହେବେ କାରଣ ତାଙ୍କର ସ୍ୱାମୀ କିମ୍ବା କୋୖଣସି ସନ୍ତାନ ନାହାଁନ୍ତି । ଚାଲନ୍ତୁ ଜାଣିବା ରେଖାଙ୍କ ପରେ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ କିଏ ହେବ ।

ଖବର ଅନୁଯାୟୀ, ରେଖା ଅଧିକାଂଶ ସମୟ ତାଙ୍କ ଘରେ ବିତାଉଛନ୍ତି ଏବଂ ତାଙ୍କ ସଚିବ ଫରଜାନା ମଧ୍ୟ ସେହି ଘରେ ରହୁଛନ୍ତି । ଫରଜାନା ସବୁବେଳେ ତାଙ୍କ ସହିତ ଛାଇ ପରି ରୁହନ୍ତି । ଏପରି ପରିସ୍ଥିତିରେ ରେଖାଙ୍କର କିଏ ଯତ୍ନ ନେଉ ବା ନ ନେଉ, କିନ୍ତୁ ତାଙ୍କ ସଚିବ ରେଖାଙ୍କର ଖୁବ ଭଲ ଯତ୍ନ ରଖନ୍ତି । ଖବର ଅନୁଯାୟୀ, ରେଖା ତାଙ୍କର କିଛି ସମ୍ପତ୍ତି ତାଙ୍କ ସଚିବ ଫରଜାନାଙ୍କୁ ଏବଂ ଟ୍ରଷ୍ଟରେ ଦାନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରେଖାଙ୍କ ଅନୁଯାୟୀ ସେ ସେହି ଟ୍ରଷ୍ଟକୁ ଅର୍ଥ ଦେବେ ଯେଉଁ ଟ୍ରଷ୍ଟ ଅର୍ଥର ଆବଶ୍ୟକ କରୁଥିବ । ରେଖା ନିଜର କଷ୍ଟ ଉପାର୍ଜିତ ଟଙ୍କାକୁ ଅଭାବୀ ପିଲା ଏବଂ ବୃଦ୍ଧମାନଙ୍କୁ ଦେବାକୁ ଚାହୁଁଛନ୍ତି ।

ଫରଜାନା ସବୁବେଳେ ରେଖାଙ୍କ ସହିତ ରୁହନ୍ତି

ଅନ୍ୟପକ୍ଷରେ, ଫରଜାନା ସବୁବେଳେ ରେଖାଙ୍କ ଯତ୍ନ ନେଉଛନ୍ତି ଏବଂ ସେ ତାଙ୍କର ଅତି ନିକଟତର ମଧ୍ୟ, ତେବେ ଅଭିନେତ୍ରୀ ତାଙ୍କୁ ନିଜର ଅଧା ସମ୍ପତ୍ତି ଦେଇପାରନ୍ତି । ଆପଣଙ୍କୁ କହିରଖୁଛୁ ଯେ, ଫରଜାନା ପ୍ରାୟ ୩୨ ବର୍ଷ ଧରି ରେଖାଙ୍କ ଛାୟା ଭାବରେ ତାଙ୍କ ଘରେ ରହୁଛନ୍ତି ଏବଂ ତାଙ୍କ ସହିତ ତାଙ୍କର ସମସ୍ତ କାର୍ଯ୍ୟର ଯତ୍ନ ନିଅନ୍ତି । ଖବର ଅନୁଯାୟୀ, ରେଖାଙ୍କ ଶୋଇବା ଘରକୁ ଯିବା ପାଇଁ କେବଳ ଫରଜାନାଙ୍କୁ ଅନୁମତି ଅଛି । ସୂତ୍ର ଅନୁଯାୟୀ, ରେଖାଙ୍କ ଶୋଇବା ଘରେ କୋୖଣସି ବ୍ୟକ୍ତିଙ୍କୁ ଯିବାକୁ ଅନୁମତି ଦିଆଯାଇନଥାଏ କିନ୍ତୁ ଫରଜାନା ତାଙ୍କ ଶୋଇବା ଘରେ ସବୁବେଳେ ତାଙ୍କ ସହିତ ଥାଆନ୍ତି । ତେବେ, ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଇଥିଲା ଏବଂ ତାଙ୍କ ଚରିତ୍ର ଉପରେ ଆଙ୍ଗୁଳି ଉଠାଯାଇଥିଲା କିନ୍ତୁ ଫରଜାନା ସବୁକିଛି ଜାଣି ମଧ୍ୟ ଚୁପ୍ ରହିଥିଲେ ।

ଲେଖକ ମୋହନଦୀପ ତାଙ୍କ ପୁସ୍ତକ ‘ୟୁରେଖା’ରେ ଲେଖିଛନ୍ତି ଯେ ରେଖାଙ୍କ ସ୍ୱାମୀ ମୁକେଶଙ୍କ ମୃତ୍ୟୁର କାରଣ ମଧ୍ୟ ଫରଜାନା ଅଟନ୍ତି । ବାସ୍ତବରେ, ଫରଜାନା ରେଖାଙ୍କ ଜୀବନରେ ସେତେବେଳେ ଆସିଥିଲେ ଯେତେବେଳେ ତାଙ୍କ ପ୍ରେମ ଜୀବନ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ସେତେବେଳେ ଫରଜାନା ରେଖାଙ୍କୁ ସମର୍ଥନ କରିଥିଲେ । ସେବେଠାରୁ ଫାରଜାନା ଛାଇ ପରି ରେଖାଙ୍କ ସହ ସୁଖ-ଦୁଃଖରେ ରହିଆସିଛନ୍ତି, ଯେଉଁ କାରଣରୁ ରେଖାଙ୍କୁ କେତେବେଳେ ବାଇସେକ୍ସୁଆଲ ତ କେବେ ହୱସ ମେଣ୍ଟାଉଥିବା ମହିଳା କୁହାଯାଉଥିଲା । ରେଖା କିମ୍ବା ଫରଜାନା ସେମାନଙ୍କ ସମ୍ପର୍କ ବିଷୟରେ କେବେ ଖୋଲାଖୋଲି ଭାବେ କହିନାହାଁନ୍ତି ।

ଲୋକମାନେ ତାଙ୍କ ଏବଂ ଫରଜାନା ବିଷୟରେ ଯାହା କୁହନ୍ତି ରେଖା ତାକୁ ଗୁରୁତ୍ୱର ସହ ନେଇ ନଥାନ୍ତି, ସେଥିପାଇଁ ରେଖା ଫରଜାନାଙ୍କୁ ତାଙ୍କ ସମ୍ପତ୍ତିରେ ଉତ୍ତରାଧିକାରୀ କରିପାରନ୍ତି ।

Leave a Reply

Your email address will not be published. Required fields are marked *