ମଧ୍ୟପ୍ରଦେଶରେ ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ସୌଦା କରି ତାଙ୍କୁ ୧.୫ କୋଟି ଟଙ୍କାରେ ବିକ୍ରି କରିଦେଇଛନ୍ତି । ଖବର ଅନୁଯାୟୀ ପତ୍ନୀ ତାଙ୍କ ସ୍ୱାମୀଙ୍କ ଗର୍ଲଫ୍ରେଣ୍ଡ ସହିତ ଏହି ଚୁକ୍ତି କରିଛନ୍ତି । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କୁହାଯାଉଛି ଯେ ଜଣେ ବ୍ୟକ୍ତି ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କ ପ୍ରେମରେ ପଡିଯାଇଥିଲେ । ଏହି ବ୍ୟକ୍ତି ବିବାହିତ ଥିଲେ ଏବଂ ଯେଉଁ ମହିଳାଙ୍କ ଉପରେ ତାଙ୍କର ହୃଦୟ ଆସିଥିଲା, ସେ ତାଙ୍କଠାରୁ ବୟସରେ ବହୁତ ବଡ ।
କିଛି ଦିନ ପୂର୍ବରୁ ଏହି ବ୍ୟକ୍ତିଙ୍କ ଝିଅ କୋର୍ଟରେ ଏକ ମାମଲା ଦାୟର କରି କୋର୍ଟରେ ଅଭିଯୋଗ କରିଥିଲେ ଯେ ତାଙ୍କ ଘରେ ଅନେକ ସମୟରେ ଝଗଡା ହୋଇଥାଏ । ନାବାଳିକା ଜଣକ ନିଜ ବାପାଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଥିଲେ ଯେ ତାଙ୍କ ସହକର୍ମୀଙ୍କ ସହିତ ବାପାଙ୍କ ସମ୍ପର୍କ ଚାଲିଛି । ଯେଉଁ କାରଣରୁ ଘରେ ଟେନସନର ବାତାବରଣ ଦେଖାଯାଉଛି । ଘରେ ଅନେକ ସମୟରେ ଝଗଡା ହେଇଥାଏ । ଯେଉଁଥିପାଇଁ ସେ ଏବଂ ତାଙ୍କ ଭଉଣୀ ଅଧ୍ୟୟନରେ ଅସୁବିଧା ଭୋଗୁଛନ୍ତି ।
ପାରିବାରିକ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା ଏବଂ ନାବାଳିକାର ପିତାମାତାଙ୍କୁ କୋର୍ଟରେ ହାଜିର ହେବାକୁ ପଡିଥିଲା। ଯେଉଁଠାରେ ଏହି ଦୁଇଜଣଙ୍କ କାଉନସେଲିଂ କରାଯାଇଥିଲା। କାଉନସେଲିଂ କରିବା ସମୟରେ ଅନେକ ଚକିତ କରିବା ଭଳି ତଥ୍ୟ ପ୍ରକାଶ ପାଇଥିଲା। କାଉନସେଲିଂ ସମୟରେ ଜାଣିବାକୁ ମିଳିଥିଲା ଯେ ନାବାଳିକାଙ୍କ ବାପାଙ୍କର ଯେଉଁ ସହକର୍ମୀଙ୍କ ସହ ସମ୍ପର୍କ ଅଛି, ତାଙ୍କୁ ସେ ଦୀର୍ଘ ଦିନରୁ ଜାଣିଥିଲେ। ଝିଅର ବାପା ତାଙ୍କ ସହକର୍ମୀଙ୍କ ସହିତ ରହିବାକୁ ଚାହାଁନ୍ତି। କିନ୍ତୁ ତାଙ୍କ ପତ୍ନୀ ଏହାକୁ ବିରୋଧ କରିଥିଲେ। ଯେଉଁଥିପାଇଁ ଘରେ ସବୁବେଳେ ଝଗଡା ହୋଇଥାଏ।
ଅନେକ ଥର ଉଭୟଙ୍କ କାଉନସେଲିଂ କରାଯାଇଥିଲା । ଯାହା ପରେ ସେମାନଙ୍କର ସମସ୍ୟାର ସମାଧାନ ହେଇଥିଲା । ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଗର୍ଲଫ୍ରେଣ୍ଡ ସହିତ ରହିବାକୁ ଅନୁମୋଦନ ଦେଇଥିଲେ । କିନ୍ତୁ ଏହାର ପ୍ରତିବଦଳରେ ପତ୍ନୀ ଗର୍ଲଫ୍ରେଣ୍ଡ ସହିତ ଚୁକ୍ତି କରିଥିଲେ । ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଦେବା ବଦଳରେ ତାଙ୍କ ପ୍ରେମିକାଙ୍କଠାରୁ ଫ୍ଲାଟ ଏବଂ 27 ଲକ୍ଷଟଙ୍କା ମାଗିଥିଲେ । ଯେଉଁଥିରେ ଗର୍ଲଫ୍ରେଣ୍ଡ ଜଣକ ରାଜି ହୋଇଯାଇଥିଲେ ।
ଏହି ସମଗ୍ର ବିଷୟରେ କାଉନସେଲର କହିଛନ୍ତି ଯେ ନାବାଳିକାର ମାଙ୍କ ଅନୁଯାୟୀ, ବିବାହର ଅନେକ ବର୍ଷ ପରେ ମଧ୍ୟ ସ୍ୱାମୀଙ୍କ ସହ ସମ୍ପର୍କ ଭଲ ନଥିଲା । ଦୁହେଁ ପ୍ରାୟତଃ ଝଗଡା କରୁଥିଲେ । ତାଙ୍କ ସ୍ୱାମୀ ଅନ୍ୟ କାହାକୁ ଭଲ ପାଉଛନ୍ତି ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ସହିତ ରହିବାକୁ ଚାହାଁନ୍ତି । ସ୍ୱାମୀଙ୍କୁ ଯେତେ ବୁଝାଇବା ପରେ ମଧ୍ୟ ସେ ରାଜି ହୋଇନଥିଲେ, ତେଣୁ ସେ ତାଙ୍କର ଆଗାମୀ ଜୀବନ ଏବଂ ଝିଅମାନଙ୍କ ସୁଖ ପାଇଁ ଏହି ସବୁ କରିଥିଲେ । ଝିଅମାନଙ୍କର ଜୀବନ ନଷ୍ଟ ନହେଉ ଏବଂ ସେମାନେ ଭବିଷ୍ୟତରେ ଉନ୍ନତି କରନ୍ତୁ । ଏଥିପାଇଁ ସେ ତାଙ୍କ ପ୍ରେମିକାଙ୍କଠାରୁ ଟଙ୍କା ନେଇଥିଲେ ।