Diabetes ରୋଗୀ ଭୁଲରେ ମଧ୍ୟ ଏହି ୫ଟି ଜିନିଷର ସେବନ କରନ୍ତୁ ନାହିଁ ! ଅନ୍ୟଥା ଶାରିରୀକ ସମସ୍ୟା ବଢିଯାଇପାରେ …

Diabetes ରୋଗୀ ଭୁଲରେ ମଧ୍ୟ ଏହି ୫ଟି ଜିନିଷର ସେବନ କରନ୍ତୁ ନାହିଁ ! ଅନ୍ୟଥା ଶାରିରୀକ ସମସ୍ୟା ବଢିଯାଇପାରେ …

ରୋଗ କେବେ ହେଲେ ମଧ୍ୟ ବୟସକୁ ଦେଖି ଆସି ନଥାଏ । ଯେକୌଣସି ମଧ୍ୟ ବୟସରେ ଜଣେ ବ୍ୟକ୍ତିଙ୍କୁ ରୋଗ ହୋଇପାରେ । ବର୍ତ୍ତମାନ ସମୟରେ ମଧୁମେହ ସବୁଠାରୁ ଗମ୍ଭୀର ସମସ୍ୟା ରହିଆସିଛି । ମଧୁମେହ ସମସ୍ତ ବୟସର ଲୋକ ମାନଙ୍କ ଠାରେ ଦେଖିବାକୁ ମିଳୁଛି । କହିବାକୁ ଗଲେ ମଧୁମେହ ବର୍ତ୍ତମାନ ସମସ୍ତଙ୍କ ପକ୍ଷେ ଏକ ରୋଗ ସାଧାରଣ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ ଲୋକ ମାନେ ଭିନ୍ନ ଭିନ୍ନ ଉପଚାର ଆପଣାଇ ଥାଆନ୍ତି । ଏହିପରି ମଧ୍ୟ ଅଧିକାଂଶ ଲୋକ ଅଛନ୍ତି ଯେଉଁମାନେ ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ ବଜାରରେ ଉପଲବ୍ଧ ହେଉଥିବା ଔଷଧର ସେବନ କରିଥାନ୍ତି, ଏହା ବ୍ୟତୀତ କିଛି ଲୋକ ଘରୋଇ ଉପଚାର ସାହାଯ୍ୟରେ ମଧ୍ୟ ମଧୁମେହକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥାନ୍ତି । ଏହା ବ୍ୟତୀତ ଅନ୍ୟ କିଛି ଜିନିଷ ଉପରେ ଧ୍ୟାନ ନରଖିବା ହେତୁ ମଧ୍ୟ ମଧୁମେହ ନିୟନ୍ତ୍ରଣ ହୋଇନଥାଏ ।

ଯଦି ମଧୁମେହ (Diabetes) ନିୟନ୍ତ୍ରଣରେ ନରୁହେ ତେବେ ଦିନକୁ ଦିନ ସ୍ଵାସ୍ତ୍ୟବସ୍ଥା ବିଗିଡିବାରେ ଆରମ୍ଭ ହୋଇଯାଏ । ଧୀରେ ଧୀରେ ଶାରୀରିକ ଅସୁବିଧା ବଢ଼ିବାକୁ ଲାଗିଥାଏ । ଆଜି ଆମେ ଆପଣଙ୍କୁ ଏହିପରି ହିଁ କିଛି ଆହାର ବିଷୟରେ ସୂଚନା ଦେବାକୁ ଯାଉଛୁ ଯାହାର ସେବନ ଜଣେ ମଧୁମେହ ରୋଗୀ ଭୁଲରେ ମଧ୍ୟ କରନ୍ତୁ ନାହିଁ କାରଣ ଏହି ସମସ୍ତ ପନିପରିବା ଖାଇବା ଦ୍ୱାରା ମଧୁମେହ ନିୟନ୍ତ୍ରଣାଧୀନ ହୋଇନଥାଏ ।

ଟମାଟ

ମଧୁମେହ ରୋଗୀମାନେ ଟମାଟର ସେବନ ଆଦୌ କରିବା ଉଚିତ ନୁହେଁ । ଆପଣଙ୍କୁ କହିରଖୁଛୁ କି ଯଦିଓ ଟମାଟରେ ସାଇଟ୍ରିକ ଏସିଡ ରହିଥାଏ କିନ୍ତୁ ଏଥିରେ ମିଠା ଅଂଶ ମଧ୍ୟ ରହିଥାଏ, ତେଣୁ ମଧୁମେହ ରୋଗୀ ମାନଙ୍କୁ ଟମାଟର ସେବନ ନକରିବା ପାଇଁ ଯଥୋଚିତ ଚେଷ୍ଟା କରିବା ଉଚିତ୍ ।

କଖାରୁ

ମଧୁମେହ ରୋଗୀ ମାନଙ୍କୁ ଏହି କଥାର ଧ୍ୟାନ ରଖିବାକୁ ପଡ଼ିବ କି ସେମାନେ ଯେପରି କଖାରୁର ସେବନ ନକରନ୍ତି କାରଣ ଏହା ଏହିପରି ଏକ ପରିବା ହୋଇଥାଏ ଯେଉଁଥିରେ ପ୍ରାକୃତିକ ମିଠା ଅଂଶ ମିଳିଥାଏ । କଖାରୁ କଞ୍ଚା ହେଉ କିମ୍ବା ରନ୍ଧା ହେଉ ଉଭୟରେ ମିଠା ଅଂଶ ରହିଥାଏ । ଯଦି ଆପଣ ଏଥିରେ ମରିଚ-ମସାଲା ମିଶାଇ ରୋଷେଇ କରନ୍ତି ତାହା ହେଲେ ମଧ୍ୟ ଏହାର ମିଠା ଅଂଶ ଶେଷ ହୋଇନଥାଏ । ଏହି କାରଣ ହେତୁ ମଧୁମେହ ରୋଗୀ ମାନଙ୍କ ପାଇଁ କଖାରୁ ଭଲ ବୋଲି ବିବେଚନା କରାଯାଏ ନଥାଏ । ଯଦି ଆପଣ କଖାରୁ ଖାଇବାକୁ ଇଚ୍ଛୁକ, ତେବେ ଆପଣ ଏହାର ସ୍ୱାଦ ପାଇଁ ସ୍ଵଳ୍ପ ମାତ୍ରାରେ ବ୍ୟବହାର କରିପାରିବେ କିନ୍ତୁ ପେଟ ଭରି ଖାଇବା ପରି ଭୁଲ ଜମାରୁ ମଧ୍ୟ କରନ୍ତୁ ନାହିଁ ।

ବିଟ

ଯଦି ଶାରୀରିକ ସ୍ୱାସ୍ଥ୍ୟକୁ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ବିଟର ସେବନ ଅତି ଉତ୍ତମ ବୋଲି ବିବେଚନା କରାଯାଇଥାଏ । ଅଧିକାଂଶ ଲୋକ ସେମାନଙ୍କର ସ୍ୱାସ୍ଥ୍ୟକୁ ଉତ୍ତମ ରଖିବା ପାଇଁ ବିଟର ସେବନ କରିଥାନ୍ତି । ଅଧିକାଂଶ ଲୋକ ସାଲାଡରେ ବିଟ ମିଶାଇ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି । ବିଟରେ ବହୁତ ଗୁଣ ମିଳିଥାଏ କିନ୍ତୁ ମଧୁମେହ ରୋଗୀ ମାନେ ଭୁଲରେ ମଧ୍ୟ ବିଟର ସେବନ କରିବା ଉଚିତ ନୁହେଁ । ବିଟରେ ମିଠା ଅଂଶ ଅତ୍ୟଧିକ ପରିମାଣରେ ମିଳିଥାଏ, ଯେଉଁଥି ପାଇଁ ମଧୁମେହ ରୋଗୀଙ୍କ ସ୍ୱାସ୍ଥ୍ୟ ଉପରେ ଏହା ଅଧିକ ପ୍ରଭାବ ପକାଇଥାଏ ।

ସ୍ୱିଟ କର୍ଣ୍ଣ

ସ୍ୱିଟ କର୍ଣ୍ଣରେ ମିଠା ଅଂଶ ମିଳିଥାଏ ଏହି କାରଣ ହେତୁ ମଧୁମେହ ରୋଗୀମାନେ ଏହାର ସେବନ କରନ୍ତୁ ନାହିଁ । ସ୍ୱିଟ କର୍ଣ୍ଣରେ ପ୍ରଚୁର ପରିମାଣରେ ଷ୍ଟାର୍ଚ୍ଚ ମଧ୍ୟ ମିଳିଥାଏ ।

ଆଳୁ

ମଧୁମେହ ରୋଗୀ ମାନଙ୍କ ପାଇଁ ଆଳୁର ସେବନ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ସାବ୍ୟସ୍ତ ହୋଇଥାଏ । ମଧୁମେହ ରୋଗୀ ମାନଙ୍କୁ ଆଳୁର ମାତ୍ରାଧିକ ସେବନ ଯେପରି ନକରନ୍ତି ଏହି ବିଷୟ ଉପରେ ଅଧିକ ଧ୍ୟାନ ରଖିବା ଉଚିତ୍ । ଆଳୁରେ ଷ୍ଟାର୍ଚ୍ଚ ଥିବା ସହିତ ମିଠା ଅଂଶ ମଧ୍ୟ ରହିଥାଏ, ତେଣୁ ମଧୁମେହ ରୋଗୀ ମାନଙ୍କୁ ଏହାର ପରିହାର କରିବା ଉଚିତ । ଯଦି ଆପଣ ଆଳୁ ଖାଇବାକୁ ଇଚ୍ଛୁକ ଅଛନ୍ତି ତେବେ ଆପଣ ସ୍ବଳ୍ପ ପରିମାଣରେ ସିଝା ଆଳୁ ଖାଇପାରିବେ ।

Leave a Reply

Your email address will not be published. Required fields are marked *