ସ୍ୱାମୀଙ୍କ ମୃତ୍ୟୁ ପରେ କୁଲୀ କାମ କରି ୩ ଜଣ ଝୁଆଙ୍କୁ ପ୍ରତିପୋଷଣ କରୁଛନ୍ତି ସଂନ୍ଧ୍ୟା ! ସମ୍ପୁର୍ଣ୍ଣ କାହାଣୀ ଶୁଣିଲେ ଭାବୁକ ହୋଇଯିବେ …

ସ୍ୱାମୀଙ୍କ ମୃତ୍ୟୁ ପରେ କୁଲୀ କାମ କରି ୩ ଜଣ ଝୁଆଙ୍କୁ ପ୍ରତିପୋଷଣ କରୁଛନ୍ତି ସଂନ୍ଧ୍ୟା ! ସମ୍ପୁର୍ଣ୍ଣ କାହାଣୀ ଶୁଣିଲେ ଭାବୁକ ହୋଇଯିବେ …

ମନୁଷ୍ୟ ଜୀବନରେ କେତେବେଳେ ଖରାପ ସମୟ ଆସିଯିବ ତାହା କହିବା ଅତ୍ୟନ୍ତ କଷ୍ଟକର ଅଟେ । ପ୍ରତ୍ୟେକ ମଣିଷକୁ ନିଜ ନିଜ ଜୀବନର ସମସ୍ତ ପ୍ରକାର ଉତ୍ଥାନ-ପତନ ଦେଇ ଗତି କରିବାକୁ ପଡ଼ିଥାଏ । କିଛି ବ୍ୟକ୍ତିଙ୍କ ଜୀବନରେ କମ୍ ସମସ୍ୟା ଆସି ଥାଏ ତ ପୁଣି କିଛି ବ୍ୟକ୍ତିଙ୍କ ଜୀବନରେ ସମସ୍ୟା କେବେ ମଧ୍ୟ ପିଛା ଛାଡ଼ି ନଥାଏ । ଯଦି ଆମେ ମହିଳା ମାନଙ୍କ ବିଷୟରେ କଥାବାର୍ତ୍ତା କରିବା ତେବେ ମହିଳା ମାନେ ଯଦି କିଛି କରିବାକୁ ନିଷ୍ପତ୍ତି ନିଅନ୍ତି ତେବେ ସେମାନେ କ’ଣ ପାଇଁ କରିପାରିବେ ନାହିଁ ? ମହିଳା ମାନେ ବହୁତ ସାହସୀ ବୋଲି ବିବେଚନା କରାଯାଇଥାଏ । ବିଷମ ପରିସ୍ଥିତି ମାନଙ୍କରେ ସେମାନେ ନିଜକୁ ସମ୍ଭାଳିବା ସହିତ ନିଜର ସମ୍ପୁର୍ଣ୍ଣ ପରିବାରର ପ୍ରତିପୋଷଣ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏହିପରି ଜଣେ ମହିଳାଙ୍କ ବିଷୟରେ ସୂଚନା ଦେବାକୁ ଯାଉଛୁ ଯାହାଙ୍କ ବିଷୟରେ ଜାଣିବା ପରେ ଆପଣ ମଧ୍ୟ ତାଙ୍କ ସାହସକୁ ସଲାମ କରିବେ ।

ବାସ୍ତବରେ, ଆଜି ଆମେ ଆପଣଙ୍କୁ ୩୦ ବର୍ଷୀୟ ବୟସ୍କା ସଂନ୍ଧ୍ୟା ମରାବୀଙ୍କ କାହାଣୀ ବିଷୟରେ କହିବାକୁ ଯାଉଛୁ, ଯିଏ ମଧ୍ୟପ୍ରଦେଶର କଟନୀ ରେଳ ଷ୍ଟେସନରେ କୁଲୀ ଭାବରେ କାର୍ଯ୍ୟରତ।କୁଲୀ ଭାବରେ ତାଙ୍କୁ କାମ କରୁଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥାନ୍ତି । ଆପଣ ମାନେ ପ୍ରାୟତଃ ରେଳ ଷ୍ଟେସନରେ ସାମଗ୍ରୀ ପରିବହନ ପାଇଁ କେବଳ ପୁରୁଷ କୁଲୀ ମାନଙ୍କୁ ହିଁ ଦେଖିଥିବେ, ଏହିପରିକି ବଡ ବଡ ରେଳ ଷ୍ଟେସନରେ ମଧ୍ୟ ମହିଳା କୁଲୀ ଆପଣଙ୍କ ଦୃଷ୍ଟି ଗୋଚର ହେବେ ନାହିଁ, କିନ୍ତୁ ସଂନ୍ଧ୍ୟା ଜୀବିକା ନିର୍ବାହ କରିବା ପାଇଁ କୁଲୀ ଭାବରେ କାମ କରିବାକୁ ବାଧ୍ୟ ହୋଇଥିଲେ ।

ଦେହ ଅସୁସ୍ଥ ଯୋଗୁଁ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା

ଆପଣଙ୍କୁ କହିରଖୁଛୁ କି ସନ୍ଧ୍ୟା ମଧ୍ୟପ୍ରଦେଶ ରାଜ୍ୟର ଜବଲପୁର ଜିଲ୍ଲାର କୁଣ୍ଡଲ ଗ୍ରାମର ବାସିନ୍ଦା ଅଟନ୍ତି । ସେ ନିଜ ପିଲା ମାନଙ୍କର ଯତ୍ନ ନେବା ସହିତ ସେ ଘରୋଇ କାର୍ଯ୍ୟ ମଧ୍ୟ ପରିଚାଳନା କରୁଛନ୍ତି । ବୋଧ ହୁଏ ତାଙ୍କ ଭାଗ୍ୟରେ ଆଉ କିଛି ଲେଖା ହୋଇଥିଲା । ତାଙ୍କ ଜୀବନ ବହୁତ ହସଖୁସିରେ ଅତିବାହିତ ହେଉଥିଲା କିନ୍ତୁ ହଠାତ୍ ସମୟ ନିଜର ଗତି ବଦଳା ଦେଇଥିଲା ଏବଂ ଅସୁସ୍ଥତା ହେତୁ ସ୍ୱାମୀ ଭୋଲାରାମ ଏହି ଦୁନିଆ ଛାଡି ଚାଲିଗଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ଯେପରି ସନ୍ଧ୍ୟାଙ୍କ ଉପରେ ବିରାଟ ବଡ଼ ଏକ ପର୍ବତ ଭାଙ୍ଗି ପଡ଼ିଥିଲା । ତାଙ୍କ ସ୍ୱାମୀ ହିଁ ଘରର ପ୍ରତିପୋଷଣ କରି ଆସୁଥିଲେ । ସ୍ୱାମୀଙ୍କ ଦେହାନ୍ତ ପରେ ଘର ଚଳାଇବାରେ ବହୁତ ଅସୁବିଧା ହୋଇଥିଲା । ସନ୍ଧ୍ୟାଙ୍କ ମୁଣ୍ଡ ଉପରେ ୩ଜଣ ଝୁଆ ଏବଂ ରୋଗିଣୀ ଶାଶୁଙ୍କ ଦାୟିତ୍ୱ ଆସିଗଲା ।

ଏହିପରି ଏକ କଷ୍ଟଦାୟକ ସମୟରେ ସଂନ୍ଧ୍ୟା ନିଜର ସାହସ ହରାଇ ନଥିଲେ ଏବଂ ସେ ନିଜେ ହିଁ କିଛି କାମ କରି ନିଜର ତିନି ପିଲାଙ୍କ ପ୍ରତିପୋଷଣ କରିବେ ବୋଲି ଆଶା ସଞ୍ଚାର କରିଥିଲେ । ଆପଣଙ୍କୁ କହିରଖୁଛୁ କି ସଂନ୍ଧ୍ୟାଙ୍କର ଦୁଇ ଛୋଟ ପୁଅ ସାହିଲ ଓ ହର୍ଷିତ ଏବଂ ଜଣେ ଝିଅ ପାୟଲ । ସ୍ୱାମୀଙ୍କ ଦେହାନ୍ତ ପରେ ସଂନ୍ଧ୍ୟା ନିଜେ ହିଁ ତାଙ୍କ ଘରକୁ ସମ୍ଭାଳି ଥିଲେ । ସଂନ୍ଧ୍ୟାଙ୍କ କହିବା ଅନୁସାରେ, ଟଙ୍କା ଅଭାବରୁ ଭୋକିଲା ମଧ୍ୟ କାଳାତିପାତ କରିବା ପରି ଦିନ ଦେଇ ମଧ୍ୟ ସେମାନଙ୍କୁ ଗତି କରିବାକୁ ପଡ଼ିଥିଲା । ଏହିପରି ଅବସ୍ଥାରେ ସେ ପିଲା ମାନଙ୍କୁ ଦେଖି ସେମାନଙ୍କ କଷ୍ଟ ସହ୍ୟ କରିପାରୁ ନଥିଲେ, ଯେଉଁ କାରଣ ହେତୁ ସେ ବାଧ୍ୟ ହୋଇ କୁଲୀ ବୃତ୍ତି କରିବାକୁ ନିଷ୍ପତ୍ତି ନେଇଥିଲେ ।

୪୫ କୁଲୀ ମଧ୍ୟରୁ ସଂନ୍ଧ୍ୟା ଜଣେ ହିଁ ମହିଳା କୁଲୀ

ସ୍ୱାମୀଙ୍କ ବିୟୋଗ ପରେ ସଂନ୍ଧ୍ୟାଙ୍କୁ ନିଜ ପିଲା ମାନଙ୍କ ପ୍ରତିପୋଷଣ ସହିତ ଦୁଇ ଓଳି ଦୁଇ ମୁଠା ଦାନା ଯୋଗାଇବା ତାଙ୍କୁ ବହୁତ ଚିନ୍ତାଗ୍ରସ୍ତ କରିଦେଇ ଥିଲା କିନ୍ତୁ ସେ ସାହସର ସହିତ କାମ କରିଥିଲେ । ସଂନ୍ଧ୍ୟା ନିଜ ପିଲା ମାନଙ୍କ ପାଇଁ ନିଜକୁ ସମ୍ଭାଳି ଥିଲେ ଏବଂ ସ୍ଥିର କରିଥିଲେ କି, ସେ ଯାହା ଭି ହେଉନା କାହିଁକି, ସେ ତାଙ୍କ ପିଲା ମାନଙ୍କ ଉନ୍ନତି କରିବାରେ କୌଣସି ପ୍ରକାର କମି ରଖିବେ ନାହିଁ । ଆପଣଙ୍କୁ କହିରଖୁଛୁ କି ୨୦୧୭ ମସିହା ଜାନୁୟାରୀ ମାସ ଠାରୁ ସନ୍ଧ୍ୟା ପୁରୁଷଙ୍କ ପରି ତାଙ୍କ ମୁଣ୍ଡ ଏବଂ କାନ୍ଧରେ ଭାର ବହନ କରିବା ଆରମ୍ଭ କରିଥିଲେ । କଟନୀ ରେଳ ଷ୍ଟେସନରେ ୪୫ ଜଣ ପୁରୁଷ କୁଲୀ ମାନଙ୍କ ମଧ୍ୟରୁ କେବଳ ସେ ହିଁ ଏକମାତ୍ର ମହିଳା କୁଲୀ ଅଟନ୍ତି । ସେ ନିଜ ମୁଣ୍ଡରେ ଭାର ବହନ କରି ନିଜ ଜୀବନ ପ୍ରତିପୋଷଣ କରୁଛନ୍ତି । ସନ୍ଧ୍ୟାଙ୍କ ମୁଣ୍ଡ ଉପରେ ବୃଦ୍ଧା ଶାଶୁଙ୍କ ସେବା ଏବଂ ପିଲା ମାନଙ୍କୁ ପ୍ରତିପୋଷଣ କରିବାର ଗୁରୁଦାୟିତ୍ୱ ରହିଛି ।

ନିଜର ତିନି ଛୁଆଙ୍କୁ ଉଚ୍ଚ ପଦସ୍ତ ଅଧିକାରୀ କରିବାକୁ ଚାହାଁନ୍ତି

ଆପଣଙ୍କୁ କହିରଖୁଛୁ କି ସଂନ୍ଧ୍ୟା ଦୈନିକ ୪୫ କିଲୋମିଟର ଯାତ୍ରା କରି ଜବଲପୁର ଏବଂ ପରେ କଟନୀ ଠାରେ ପହଞ୍ଚନ୍ତି । ଦିନ ସାରା କାମ କରିବା ପରେ ସେ ସନ୍ଧ୍ୟାରେ ଘରକୁ ଫେରନ୍ତି ଏବଂ ଘରର ପ୍ରତିପୋଷଣ କାମରେ ନିଜକୁ ନିୟୋଜିତ କରନ୍ତି । କୁଲୀର ଚିହ୍ନଟ କରିବା ପାଇଁ ଲାଇସେନ୍ସ ସମୟରେ ଏକ ବ୍ୟାଜ୍ ନମ୍ବର ଦିଆ ଯାଇଥାଏ ଏବଂ ସଂନ୍ଧ୍ୟାଙ୍କ ବ୍ୟାଜ୍ ନମ୍ବର ୩୬ ଅଟେ । ସଂନ୍ଧ୍ୟାଙ୍କୁ କହିବା ଅନୁସାରେ ସେ ତାଙ୍କର ତିନି ପିଲାଙ୍କୁ ଉଚ୍ଚ ପଦସ୍ତ ଅଧିକାରୀ କରିବାକୁ ଚାହୁଁଛନ୍ତି । ତିନି ଜଣ ଛୁଆଙ୍କ ଭରଣ ପୋଷଣ ଏବଂ ଉନ୍ନତ ଶିକ୍ଷା ପାଇଁ ସଂନ୍ଧ୍ୟା ଦୁନିଆର ଭାର ବହନ କରି ପିଲା ମାନଙ୍କୁ ପାଠ ପଢ଼ାଉଛନ୍ତି ।

Leave a Reply

Your email address will not be published. Required fields are marked *