ଆଚାର୍ଯ୍ୟ ଚାଣକ୍ୟ : ଏହି ୫ଟି ଗୁଣ ସମ୍ପର୍ଣ୍ଣର ଥିବା ପୁରୁଷମାନେ, ପ୍ରେମ ସମ୍ବନ୍ଧୀୟ କ୍ଷେତ୍ରରେ କେବେ ମଧ୍ୟ ଅସଫଳ ହୋଇନଥାନ୍ତି !

ଆଚାର୍ଯ୍ୟ ଚାଣକ୍ୟ : ଏହି ୫ଟି ଗୁଣ ସମ୍ପର୍ଣ୍ଣର ଥିବା ପୁରୁଷମାନେ, ପ୍ରେମ ସମ୍ବନ୍ଧୀୟ କ୍ଷେତ୍ରରେ କେବେ ମଧ୍ୟ ଅସଫଳ ହୋଇନଥାନ୍ତି !

ଆଚାର୍ଯ୍ୟ ଚାଣକ୍ୟ ଜଣେ ବହୁତ ଭଲ ନୀତି ବିଶାରଦ ଥିଲେ । ସେ ମାନବ ଜାତିକୁ ନେଇ ଅନେକ ଗୁଡିଏ କଥା କହିଛନ୍ତି । ଯଦି ଜଣେ ମଣିଷ ତାଙ୍କ ଜୀବନରେ ଏହି ସବୁ ଜିନିଷକୁ ଆପଣାଇ ଥାଏ, ତେବେ ତାଙ୍କ ଜୀବନ ସରସ-ସୁନ୍ଦର ଏବଂ ଖୁସିମୟ ହୋଇ ଯାଇଥାଏ । ସେ ତାଙ୍କ ଜୀବନରେ କେବେ ମଧ୍ୟ କୌଣସି ସମସ୍ୟାର ସମ୍ମୁଖୀନ କରିବେ ନାହିଁ । ଆଚାର୍ଯ୍ୟ ଚାଣକ୍ୟ ଏହିପରି ଅନେକ ବିଷୟ ଉଲ୍ଲେଖ କରିଛନ୍ତି ଯାହା ଦ୍ୱାରା ଭାଙ୍ଗି ଯାଉଥିବା ସମ୍ପର୍କ ମଧ୍ୟ ଯୋଡି ହୋଇଯାଇଥାଏ । ଆପଣ ସମସ୍ତେ ବହୁତ ଭଲ ଭାବରେ ଜାଣିଥିବେ କି ଆଜିର ସମୟରେ ଲୋକମାନେ ସାମାନ୍ୟତମ କଥାରେ ସମ୍ପର୍କ ଭାଙ୍ଗି ଦିଅନ୍ତି । ଚାଣକ୍ୟ ଏହିପରି ୫ ଗୋଟି ଗୁଣ ବିଷୟରେ ଉଲ୍ଲେଖ କରିଛନ୍ତି, ଯଦି ଏହି ଗୁଣ ଗୁଡ଼ିକ କୌଣସି ପୁରୁଷଙ୍କ ମଧ୍ୟରେ ଥାଏ, ତେବେ ଏହି ସମସ୍ତ କାରଣ ହେତୁ ପ୍ରେମ ଏବଂ ବିବାହ ପରି ସମ୍ପର୍କ ସର୍ବଦା ସଫଳ ହୋଇଥାଏ ।

ଆପଣ ସମସ୍ତେ ନିଶ୍ଚୟ ଭାବରେ ଜାଣିଥିବେ କି ବର୍ତ୍ତମାନ ସମୟରେ ପ୍ରେମ ବିଚ୍ଛେଦ ଧାରା ବହୁତ ସାଧାରଣ ହୋଇଗଲାଣି । ଆପଣ ନିଶ୍ଚିତ ଭାବରେ ଆପଣଙ୍କର ବନ୍ଧୁ ମାନଙ୍କ ମଧ୍ୟରେ ଏହିପରି କିଛି ଉଦାହରଣ ଦେଖିଥିବେ ଯେଉଁ ମାନଙ୍କ ଅତ୍ୟଧିକ ଥର ବିଚ୍ଛେଦ ହୋଇସାରିଥିବ, ବିବାହ ପରି ଦୃଢ଼ ସମ୍ପର୍କ ମଧ୍ୟ ବର୍ତ୍ତମାନ ସମୟରେ ଅତି ସହଜରେ ଭାଙ୍ଗି ଦିଆ ଯାଉଛି । ସାତ ଜନ୍ମ ପାଇଁ ଶପଥ କରିବା ପରେ ମଧ୍ୟ ବିବାହ ପରି ପବିତ୍ର ବନ୍ଧନ ୭ମାସ କିମ୍ବା ୭ବର୍ଷ ପର୍ଯ୍ୟନ୍ତ ସମ୍ଭାଳି ରଖିବା ବହୁତ କଠିନ ସାବ୍ୟସ୍ତ ହେଉଛି, ତେବେ ଏହିପରି କାହିଁକି ହେଉଛି ?

ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା କୁହାଯାଇଥିବା ୫ ଗୋଟି ଗୁଣ ବିଶିଷ୍ଟ ପୁରୁଷଙ୍କ ବିଷୟରେ

ମହିଳାଙ୍କୁ ସମ୍ମାନ ଦେଉଥିବା ବ୍ୟକ୍ତି

ଯେଉଁ ପୁରୁଷ ସର୍ବଦା ମହିଳା ମାନଙ୍କୁ ସମ୍ମାନର ସହିତ ଦେଖନ୍ତି, ସେ ପ୍ରେମିକା ହୁଅନ୍ତୁ କିମ୍ବା ପତ୍ନୀ ହୁଅନ୍ତୁ, ସେମାନଙ୍କୁ ସମ୍ମାନ ଦେଉଥିବେ ଏବଂ ସେମାନଙ୍କର ମହତ୍ତ୍ୱ କୁ ବୁଝି ପାରୁଥିବେ । ସେହିପରି ଲୋକଙ୍କ ସମ୍ପର୍କ କଦାପି ଭାଙ୍ଗିପାରିବ ନାହିଁ ।

ଅନ୍ୟ ମହିଳାଙ୍କୁ ସ୍ପର୍ଶ ନକରୁଥିବା

ପୁରୁଷ ମାନଙ୍କର ଏହି ଗୁଣ ସର୍ବୋପରି ବୋଲି ବିବେଚନା କରାଯାଇଛି । ଯେଉଁ ପୁରୁଷ ନିଜ ପ୍ରେମିକା କିମ୍ବା ପତ୍ନୀ ବ୍ୟତୀତ ଅନ୍ୟ କୌଣସି ମହିଳାଙ୍କୁ କାମନା ନଜରରେ ଦେଖନ୍ତି ନାହିଁ, କୌଣସି ମହିଳାଙ୍କ ପ୍ରତି ଆକର୍ଷିତ ହୁଅନ୍ତି ନାହିଁ ଏବଂ ସେ ସମ୍ପର୍କ ରକ୍ଷା କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି । ସେହିପରି ପୁରୁଷଙ୍କ ସମ୍ପର୍କ କେବେ ମଧ୍ୟ ଭାଙ୍ଗି ପାରେ ନାହିଁ ।

ସୁରକ୍ଷାକୁ ଅନୁଭବ କରି ପାରୁଥିବା ବ୍ୟକ୍ତି

ଯେଉଁ ବ୍ୟକ୍ତି ନିଜ ପ୍ରେମିକା କିମ୍ବା ପତ୍ନୀଙ୍କ ନିରାପଦକୁ ଅନୁଭବ କରିପାରୁଥିବ ଏବଂ ସେମାନଙ୍କୁ ଏକ ଭଲ ବାତାବରଣ ଦେଇପାରୁଥିବ, ସେମାନେ କେବେ ମଧ୍ୟ ପ୍ରେମ ପ୍ରସଙ୍ଗରେ ଅସଫଳ ରହିନଥାନ୍ତି । ଏହିପରି ବିଶ୍ୱାସ କରାଯାଇଥାଏ କି ପ୍ରତ୍ୟେକ ମହିଳା ତାଙ୍କ ସ୍ଵାମୀଙ୍କ ଚେହେରାରେ ପିତାଙ୍କ ଛାୟା ଦେଖିଥାନ୍ତି ଯଦି ସ୍ତ୍ରୀ ତାଙ୍କ ସହିତ ନିଜକୁ ନିରାପଦ ଅନୁଭବ କରନ୍ତି ତେବେ ସେ ବିନା କୌଣସି ଭୟରେ ସେମାନଙ୍କ ସହିତ ରହିପାରିବେ, ଯାହା ଦ୍ୱାରା ସେମାନଙ୍କ ସମ୍ପର୍କ ମଧ୍ୟ ମଜବୁତ ହୋଇଥାଏ ।

ଶାରୀରିକ ସନ୍ତୁଷ୍ଟ

ବିବାହ ପରି ପବିତ୍ର ବନ୍ଧନରେ ଶାରୀରିକ ସୁଖ ଏବଂ ତୃପ୍ତି ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେଣୁ ଯେଉଁ ପୁରୁଷ ଭୌତିକ ଏବଂ ଭାବପ୍ରବଣ ସୁଖ ସହିତ ଜୀବନସାଥୀଙ୍କୁ ଶାରୀରିକ ସୁଖ ଏବଂ ସନ୍ତୁଷ୍ଟ କରିଥାନ୍ତି ସେମାନଙ୍କ ପତ୍ନୀ ସର୍ବଦା ଖୁସିରେ କାଳାତିପାତ କରିଥାନ୍ତି । ଯେଉଁ ପୁରୁଷ ମାନେ ନିଜ ପ୍ରେମିକା କିମ୍ବା ପତ୍ନୀଙ୍କୁ ଫୁଲ ବୋଲି ଭାବି ସେମାନଙ୍କ ପତ୍ନୀଙ୍କୁ ସ୍ପର୍ଶ କରିଥାନ୍ତି ସେହିପରି ପୁରୁଷ ମାନେ ପ୍ରେମ କ୍ଷେତ୍ରରେ ସର୍ବଦା ସଫଳ ହୋଇଥାନ୍ତି ।

ପିତାମାତାଙ୍କୁ ସମ୍ମାନ ଏବଂ ପତ୍ନୀ ପ୍ରତି ସଚ୍ଚୋଟ

ଯେଉଁ ପୁରୁଷ ନିଜ ପତ୍ନୀ କିମ୍ବା ପ୍ରେମିକାଙ୍କ ପିତାମାତାଙ୍କୁ ସମ୍ମାନ ଦେଇଥାନ୍ତି । ସେହି ପୁରୁଷ ସର୍ବଦା ନିଜ ଜୀଵନସାଥୀକୁ ଖୁସିରେ ରଖିଥାନ୍ତି । ବୈବାହିକ ଜୀବନରେ ପତ୍ନୀଙ୍କ ପ୍ରତି ସଚ୍ଚୋଟତା ପ୍ରତିପାଦନ କରିଥାନ୍ତି । ସେହିପରି ପୁରୁଷମାନଙ୍କ ସମ୍ପର୍କ ସର୍ବଦା ଦୃଢ଼ ରହିଥାଏ ।

Leave a Reply

Your email address will not be published. Required fields are marked *