ଦୀପିକା କହିଲେ ପ୍ରକାଶ କଲେ ରଣବୀରଙ୍କ ଗୁପ୍ତା ରହସ୍ୟ ! କହିଲେ- “ମୁଁ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିନେଇଥିଲି, କିନ୍ତୁ ‘ମୋ ପାଇଁ….

ଦୀପିକା କହିଲେ ପ୍ରକାଶ କଲେ ରଣବୀରଙ୍କ ଗୁପ୍ତା ରହସ୍ୟ ! କହିଲେ- “ମୁଁ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିନେଇଥିଲି, କିନ୍ତୁ ‘ମୋ ପାଇଁ….

ବଲିଉଡରେ ଆଜିର ସମୟରେ ସବୁଠାରୁ ବଡ଼ ଅଭିନେତ୍ରୀ ରୂପରେ ଦୀପିକା ପାଦୁକୋନଙ୍କୁ ଦେଖାଯାଏ । ୨୦୦୭ ମସିହାରେ ଅଭିନେତା ସାହାରୁଖ ଖାନଙ୍କ ସହିତ ଫିଲ୍ମ ‘ଓମ୍ ଶାନ୍ତି ଓମ୍’ରୁ ବଲିଉଡରେ ପ୍ରବେଶ କରିଥିବା ଦୀପିକା ବଲିଉଡରୁ ନେଇ ହଲିଉଡ଼ ପଯ୍ୟନ୍ତ ନିଜ ନାମର ଖ୍ୟାତି ଅର୍ଜନ କରିସାରିଛନ୍ତି । ସେ ଏପର୍ଯ୍ୟନ୍ତ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ଏବଂ ବର୍ତ୍ତମାନ ମଧ୍ୟ ଦର୍ଶକଙ୍କ ପାଇଁ ଫିଲ୍ମର ଭେଟ୍ଟୀ ଦେଉଛନ୍ତି ।

ଦୀପିକା ପାଦୁକୋନ ନିଜର ୩୫ତମ ଜନ୍ମଦିନ ପାଳନ କରିଛନ୍ତି । ତାଙ୍କର ଜନ୍ମ ୫ ଜାନୁଆରୀ ୧୯୮୬ରେ ଡେନମାର୍କରେ ହୋଇଥିଲା । ଦୀପିକା ପାଦୁକୋନ ହିନ୍ଦୀ ସିନେମାର ସବୁଠାରୁ ଚର୍ଚ୍ଚିତ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ଦୀପିକା ପାଦୁକୋନ ନିଜ ଫିଲ୍ମ ଏବଂ ନିଜର ସର୍ବୋତ୍ତମ ଅଭିନୟ ସହିତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ପ୍ରାୟତଃ ଖବରର ହେଡଲାଇନରେ ରୁହନ୍ତି ।

ଏହି କଥା ସମସ୍ତେ ଜାଣିଛନ୍ତି ଯେ ଦୀପିକା ପାଦୁକୋନ ୨୦୧୮ ମସିହାରେ ପ୍ରସିଦ୍ଧ ଅଭିନେତା ରଣବୀର ସିଂଙ୍କ ସହିତ ବିବାହ କରିଥିଲେ । ଦୁହେଁ ଅନେକ ଫିଲ୍ମରେ ଏକାଠି ମଧ୍ୟ କାମ କରିଛନ୍ତି ଏବଂ ବିବାହ ପୂର୍ବରୁ ଉଭୟଙ୍କର ପ୍ରେମ ସମ୍ପର୍କ ମଧ୍ୟ ଥିଲା । କିନ୍ତୁ ଦୀପିକାଙ୍କ ନାମ ରଣବୀରଙ୍କ ବ୍ୟତୀତ ଅନେକ ଅଭିନେତାଙ୍କ ସହିତ ଯୋଡ଼ା ହୋଇଥିଲା । ତାଙ୍କର ସବୁଠାରୁ ଚର୍ଚ୍ଚିତ ସମ୍ପର୍କ ଅଭିନେତା ରଣବୀର କପୁରଙ୍କ ସହିତ ରହିଛି ।

ରଣବୀର କପୁରଙ୍କ ସହିତ ବ୍ରେକ୍ଅପ୍ ପରେ ଦୀପିକା ପାଦୁକୋନଙ୍କୁ ବହୁତ ବଡ ଝଟକା ଲାଗିଥିଲା ​​ଏବଂ ସେ ଡିପ୍ରେସନର ଶିକାର ମଧ୍ୟ ହୋଇଥିଲେ । ଗୋଟିଏ ଥର ଦୀପିକା ଏକ ସାକ୍ଷାତକାରରେ ରଣବୀର କପୁରଙ୍କ ନାମ ନ ନେଇ ବ୍ରେକ୍ଅପର କଥା କହିଥିଲେ । ସେ ରଣବୀରଙ୍କୁ ଟାର୍ଗେଟ କରି ତାଙ୍କୁ ବ୍ରେକ୍ଅପର ଦୋଷୀ ଏବଂ ଦାୟୀ ବୋଲି କହିଥିଲେ ।

ଦୀପିକା ଏହା ମଧ୍ୟ କହିଥିଲେ କି, ସେ ରଣବୀରଙ୍କୁ ଆଉ କାହା ସହିତ ଭୁଲ ସମୟରେ ଧରିଥିଲେ, ଏହାପରେ ମଧ୍ୟ ସେ ତାଙ୍କୁ କ୍ଷମା କରିଦେଇଥିଲେ । କିନ୍ତୁ ରଣବୀର ଫୁଣିଥରେ ଭୁଲ କଲେ ଏବଂ ତାଙ୍କ ଧୈଯ୍ୟର ବନ୍ଧ ଭାଙ୍ଗିଗଲା । ଦୀପିକା ପରେ ନିଜେ ମଧ୍ୟ ରଣବୀର କପୁରଙ୍କ ଠାରୁ ଅଲଗା ହେବା ଠିକ୍ ଭାବିଲେ । କହିରଖୁଛୁ ରଣବୀର ଠାରୁ ଅଲଗା ହେବା ପରେ ଦୀପିକା ଏବଂ ରଣବୀର ସିଂଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଲା ।

ଗୋଟିଏ ଥର ଏକ ସାକ୍ଷାତକାରରେ ଦୀପିକା ପାଦୁକୋନ କହିଥିଲେ ଯେ, ‘ସେ ପ୍ରଥମେ ଧୋକା ଦେଇଥିଲା ଏବଂ ତା’ପରେ ସେ ମୋତେ କ୍ଷମା ମାଗିବା ଆରମ୍ଭ କରିଥିଲା ।’ ଅଭିନେତ୍ରୀ କହିଥିଲେ କି, ‘ମୋ ପାଇଁ ଯୌନ ସମ୍ପର୍କ କେବେଳ ଶାରୀରିକ ହେବା ନୁହେଁ, ବରଂ ଏଥିରେ ଇମୋଶନ ମଧ୍ୟ ଯୋଡି ହୋଇଥାଏ । ମୁଁ ଯେବେବି କୌଣସି ସମ୍ପର୍କରେ ରହିଛି, ମୁଁ ତାଙ୍କୁ କେବେବି ଧୋକା ଦେଇନାହିଁ । ମୁଁ ଯଦି ତାଙ୍କୁ ଧୋକା ଦେବି ବା ପ୍ରତାରଣା କରିବି ତେବେ ମୁଁ ସମ୍ପର୍କରେ କାହିଁକି ରହିବି ? ଏହାଠାରୁ ଭଲ ଅଟେ କି ମୁଁ ଏକୁଟିଆ ରହିବି ଏବଂ ମଜା କରିବି । କିନ୍ତୁ ସମସ୍ତେ ଏଭଳି ନୁହଁନ୍ତି, ଏଥିପାଇଁ ମୋତେ ପୂର୍ବରୁ ବହୁତ କଷ୍ଟ ଭୋଗିବାକୁ ପଡିଥିଲା । ମୁଁ ଏତେ ମୂର୍ଖ ଥିଲି କି ମୁଁ ତାଙ୍କୁ ଦ୍ୱିତୀୟ ସୁଯୋଗ ଦେଲି, ଯେତେବେଳେ କି ମୁଁ ତାଙ୍କୁ ରେଡ଼ ହ୍ୟାଣ୍ଡେଡ ଧରିନେଇଥିଲି ।’

ଆଗକୁ ଅଭିନେତ୍ରୀ ଦୀପିକା କହିଥିଲେ, “ପରେ ସେ ମତେ କ୍ଷମା ମାଗିଥିଲା, ତେଣୁ ମୁଁ ତାଙ୍କୁ କ୍ଷମା କରିଦେଇଥିଲି କିନ୍ତୁ ଏହା ମୋର ମୁର୍ଖତା ଥିଲା ।” ମତେ ଏହିସବୁରୁ ବାହାରକୁ ଆସିବା ପାଇଁ ବହୁତ ସମୟ ଲାଗିଲା । କିନ୍ତୁ ଏବେ ଯେତେବେଳେ ଏହିସବୁରୁ ବାହାରକୁ ଆସିସାରିଛି, ତେଣୁ କେହି ବି ମତେ ପୁନଶ୍ଚ ସେହି ସମୟକୁ ନେଇ ପାରିବେ ନାହିଁ । ସେ ଯେତେବେଳେ ମତେ ପ୍ରଥମ ଥର ଧୋକା ଦେଇଥିଲା, ସେତେବେଳେ ମତେ ଲାଗିଥିଲା ଯେ ଏହି ସମ୍ପର୍କରେ କିମ୍ବା ମୋ ଭିତରେ କୌଣସି ଅସୁବିଧା ଅଛି । କିନ୍ତୁ ଯେତେବେଳେ ଧୋକା ଦେବା କାହାର ଅଭ୍ୟାସ ଅଟେ, ସେ ତାହା ହିଁ କରିଥାଏ ।

ଦୀପିକା ନିଜ ବ୍ରେକ୍ଅପ୍ ବିଷୟରେ କଥାବାର୍ତ୍ତା କରି ଆଗକୁ କହିଥିଲେ, ‘ମୁଁ ମୋର ସମ୍ପର୍କରେ ବହୁତ କିଛି ଦେଇଛି, କିନ୍ତୁ ମତେ କିଛି ମିଳିଲା ନାହିଁ । ଧୋକା ଯେକୌଣସି ସମ୍ପର୍କକୁ ଭାଙ୍ଗିଥାଏ । ଯେତେବେଳେ ସମ୍ପର୍କରେ ଧୋକା ମିଳିଥାଏ, ସେତେବେଳେ ସମ୍ମାନ ଚାଲିଯାଏ, ବିଶ୍ୱାସ ତୁଟିଯାଏ । କାରଣ ସମ୍ମାନ ଓ ବିଶ୍ଵାସ ଏହି ଦୁଇଟି ଆପଣଙ୍କ ସମ୍ପର୍କର ସ୍ତମ୍ଭ ହୋଇଥାଏ, ଯାହାକୁ ଆପଣ ଭାଙ୍ଗି ପାରିବେ ନାହିଁ ।”

କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ ଦୀପିକା ଏବଂ ରଣବୀର ସିଂଙ୍କ ଆଗାମୀ ଫିଲ୍ମ ’83’ ଅଟେ । ଏଥିରେ ରଣବୀର କପିଲ୍ ଦେବ ଏବଂ ଦୀପିକା କପିଲଙ୍କ ପତ୍ନୀ ଭୂମିକାରେ ନଜର ଆସିବେ ।

Leave a Reply

Your email address will not be published. Required fields are marked *