କରୀନାଙ୍କ ଭଉଣୀ କରିସ୍ମା କପୂର ଅକ୍ଷୟ କୁମାରଙ୍କୁ ନାପସନ୍ଦ କରୁଥିଲେ । ତେଣୁ ଅକ୍ଷୟଙ୍କ ସହ କାମ କରିବା ପାଇଁ ମନା କରିଦେଇଥିଲେ…

କରୀନାଙ୍କ ଭଉଣୀ କରିସ୍ମା କପୂର ଅକ୍ଷୟ କୁମାରଙ୍କୁ ନାପସନ୍ଦ କରୁଥିଲେ । ତେଣୁ ଅକ୍ଷୟଙ୍କ ସହ କାମ କରିବା ପାଇଁ ମନା କରିଦେଇଥିଲେ…

ଭାରତରେ କରୋନା ମହାମାରୀର ପ୍ରଭାବ କମ୍ ହୋଇନାହିଁ । ସରକାର ଲୋକମାନଙ୍କର ସୁବିଧା ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ସାଧାରଣ ଜନତାଙ୍କ ଭଳି ବଲିଉଡ ଏବଂ ଟିଭି କଳାକାର ନିଜ ନିଜ କାମକୁ ଫେରି ଯାଇଛନ୍ତି । ଏଥିସହିତ ଆଉ ଏଭଳି କିଛି କଳାକାର ଅଛନ୍ତି, ଯେଉଁମାନେ ବର୍ତ୍ତମାନ ମଧ୍ୟ ନିଜ ଘରେ ରହି ପରିବାର ସହିତ ସମୟ ଅତିବାହିତ କରୁଛନ୍ତି । ଏଭଳି ପରିସ୍ଥିତିରେ କଳାକାର ମାନଙ୍କ ସହ ଜଡିତ ଅନେକ କାହାଣୀ-କଥା, ଫୋଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସମୟ ମଧ୍ୟରେ ଅକ୍ଷୟ କୁମାର ଏବଂ କରିସ୍ମା କପୁରଙ୍କୁ ନେଇ ଗୋଟିଏ କଥା ଭାଇରାଲ ହେବାରେ ଲାଗିଛି । କହିରଖୁଛୁ ଯେ, ଉଭୟ କିଛି ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି,କିନ୍ତୁ ଏଭଳି ଏକ ସମୟ ମଧ୍ୟ ଆସିଥିଲା, ଯେତେବେଳେ କରିସ୍ମା ଅକ୍ଷୟ କୁମାରଙ୍କୁ ଘୃଣା କରିବା ଆରମ୍ଭ କରିଥିଲେ । କହିରଖୁଛୁ ଯେ, ବର୍ତ୍ତମାନ ସମୟରେ କରିସ୍ମା ଚଳଚ୍ଚିତ୍ରରେ କମ ଦେଖା ଯାଉଥିବାବେଳେ ଅକ୍ଷୟଙ୍କର ଆସନ୍ତା ସମୟରେ ଅନେକ ଚଳଚ୍ଚିତ୍ର ରିଲିଜ ହେବାକୁ ଯାଉଛି । ନିକଟରେ ତାଙ୍କ ଚଳଚ୍ଚିତ୍ର ଲକ୍ଷ୍ମୀ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା ।

କହିରଖୁଛୁ ଯେ, ଅକ୍ଷୟ ଏବଂ କରିସ୍ମା ଚଳଚ୍ଚିତ୍ର ‘ଜାନୱର’, ‘ମେରେ ଜୀବନ ସାଥି’, ‘ହାଁ ମେନେ ଭି ପ୍ୟାର କୀୟା ହୈ’ ଭଳି ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ । ଅକ୍ଷୟଙ୍କର କରିସ୍ମାଙ୍କ ସହ ପ୍ରଥମ ଚଳଚ୍ଚିତ୍ର ଦୀଦାର ଥିଲା ।

କରିସ୍ମା ବଡ଼ ଘର ଅର୍ଥାତ କପୁର ଖାନଦାନ ସହ ଜଡିତ ଅଛନ୍ତି ଏବଂ ଅକ୍ଷୟଙ୍କର ଇଣ୍ଡଷ୍ଟ୍ରିରେ କୌଣସି ଗଡ଼ଫାଦର ନଥିଲେ । ଏଭଳି ପରିସ୍ଥିତିରେ ଦୁହିଁଙ୍କର ବ୍ୟାକଗ୍ରାଉଣ୍ଡ ମଧ୍ୟରେ ଅତ୍ୟନ୍ତ ପାର୍ଥକ୍ୟ ରହିଥିଲା ।

ଅକ୍ଷୟ ଦୀଦାର ଚଳଚ୍ଚିତ୍ରର ଶୁଟିଂ ସେଟରେ ଅତ୍ୟନ୍ତ ଡାଉନ ଟୁ ଆର୍ଥ ଥିଲେ । ଏଥିସହିତ ସେଟରେ କରିସ୍ମାଙ୍କୁ କମ୍ ଧ୍ୟାନ ଦିଆଯାଉଥିଲା । ଏଥିସହିତ ନିର୍ଦ୍ଦେଶକ ପ୍ରମୋଦ ଚକ୍ରବର୍ତ୍ତୀ ଅକ୍ଷୟଙ୍କର ଭଲ ବନ୍ଧୁ ହୋଇ ଯାଇଥିଲେ । ଏଭଳି ପରିସ୍ଥିତିରେ ଏକଦା କରିସ୍ମା କ୍ରୋଧିତ ହୋଇ ଅକ୍ଷୟଙ୍କ ପାଇଁ କହି ଦେଇଥିଲେ ଯେ, ସେ ନିର୍ଦ୍ଦେଶକଙ୍କର ଚାମଚା ଅଟନ୍ତି ଏବଂ ସେ ଅକ୍ଷୟଙ୍କୁ ଅତ୍ୟନ୍ତ ଘୃଣା କରିବାକୁ ଲାଗିଥିଲେ ।

କେବଳ ଏତିକି ନୁହେଁ, ଅକ୍ଷୟଙ୍କୁ ଦେଖି କରିସ୍ମାଙ୍କୁ ଅତ୍ୟନ୍ତ ଚିନ୍ତା ହେବାକୁ ଲାଗିଥିଲା । ଏହାର ଠିକ୍ ବିପରୀତ ଅକ୍ଷୟଙ୍କର ହୃଦୟରେ କରିସ୍ମାଙ୍କ ପାଇଁ କୌଣସି ତିକ୍ତତା ନଥିଲା । ଯେତେବେଳେ କରିସ୍ମାଙ୍କ ହାତକୁ କୌଣସି ବଡ଼ ଚଳଚ୍ଚିତ୍ର ଆସୁନଥିଲା, ସେତେବେଳେ କରିସ୍ମା ଅନିଚ୍ଛା ସତ୍ତ୍ୱେ ମଧ୍ୟ ଅକ୍ଷୟଙ୍କ ସହ ଅନେକ ଚଳଚ୍ଚିତ୍ର ସାଇନ କରିଥିଲେ । ଅକ୍ଷୟ କରିସ୍ମାଙ୍କ ଭଉଣୀ କରୀନାଙ୍କ ସହ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି ।

ତା’ପରେ କରିସ୍ମା ସ୍ଥିର କରିଥିଲେ, ସେ ଅକ୍ଷୟଙ୍କ ସହ ଆଉ କାମ କରିବେ ନାହିଁ । ସେତେବେଳେ ସେ ‘ୟଶରାଜଙ୍କ ଦିଲ୍ ତ ପାଗଳ ହୈ’ ଚଳଚ୍ଚିତ୍ରରେ ସାଇନ୍ କରିଥିଲେ । ଚଳଚ୍ଚିତ୍ରରେ ଅକ୍ଷୟଙ୍କର ଏକ ଛୋଟ ଭୂମିକାଟିଏ ମଧ୍ୟ ରହିଥିଲା । ଚଳଚ୍ଚିତ୍ରରେ ତାଙ୍କୁ ଅକ୍ଷୟଙ୍କର ବିପକ୍ଷରେ କାମ କରିବାକୁ ଇଚ୍ଛା ନଥିଲା । ସେଥିପାଇଁ ସେ ଏହି ଚଳଚ୍ଚିତ୍ରଟିକୁ ଛାଡି ନଥିଲେ ଏବଂ ଚଳଚ୍ଚିତ୍ରଟି ହିଟ୍ ମଧ୍ୟ ହୋଇଥିଲା ।

କରିସ୍ମାଙ୍କୁ ସଂଘର୍ଷ ଚଳଚ୍ଚିତ୍ର ଅଫର ହୋଇଥିଲା । ତାଙ୍କୁ ଚଳଚ୍ଚିତ୍ରର ସ୍କ୍ରିପ୍ଟ ଭଲ ଲାଗିଥିଲା କିନ୍ତୁ ଯେତେବେଳେ ତାଙ୍କୁ ଜଣା ପଡିଥିଲା ଯେ, ଅକ୍ଷୟ ଏହି ଚଳଚ୍ଚିତ୍ରରେ କାମ କରୁଛନ୍ତି, ସେତେବେଳେ ସେ ଏହି ଚଳଚ୍ଚିତ୍ର କରିବାକୁ ମନା କରିଦେଇଥିଲେ । ଏଥିସହିତ ଚଳଚ୍ଚିତ୍ର ‘ହେରାଫେରି’କୁ ନେଇ ମଧ୍ୟ ଏଭଳି କିଛି ହୋଇଥିଲା ।

ଅକ୍ଷୟଙ୍କ କାମ ବିଷୟରେ କହିବାକୁ ଗଲେ, ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବେଲ୍ ବଟମ୍’, ‘ସୂର୍ଯ୍ୟବଂଶୀ’, ‘ବଚ୍ଚନ ପାଣ୍ଡେ’, ‘ପୃଥ୍ବୀରାଜ’, ‘ରକ୍ଷାବନ୍ଧନ’, ‘ରାମ ସେତ’, ‘ଅନ୍ତରଙ୍ଗୀ’ ଆଦି ରହିଛି । ଅକ୍ଷୟ ବର୍ତ୍ତମାନ ସମୟରେ ନିଜ ଚଳଚ୍ଚିତ୍ରର ଶୁଟିଂରେ ବ୍ୟସ୍ତ ଅଛନ୍ତି ।

କହିରଖୁଛୁ ଯେ, ନିକଟରେ ଅକ୍ଷୟଙ୍କ ଚଳଚ୍ଚିତ୍ର ‘ଲକ୍ଷ୍ମୀ’ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଥିଲା । ଏଥିରେ ତାଙ୍କ ସହ କିୟାରା ଆଡ଼ଭାନୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଚଳଚ୍ଚିତ୍ରଟି ଅନେକ ରେକର୍ଡ ନିଜ ନାମରେ କରିଛି ।

Leave a Reply

Your email address will not be published. Required fields are marked *