୩୫ ବର୍ଷର ହେଲେ ଦୀପିକା ପାଦୁକୋଣ ! ଇଟାଲୀରେ ରଣବୀରଙ୍କ ସହ କରିଥିଲେ ୯୫ କୋଟିର ଡେଷ୍ଟିନେଶନ ବିବାହ…

୩୫ ବର୍ଷର ହେଲେ ଦୀପିକା ପାଦୁକୋଣ ! ଇଟାଲୀରେ ରଣବୀରଙ୍କ ସହ କରିଥିଲେ ୯୫ କୋଟିର ଡେଷ୍ଟିନେଶନ ବିବାହ…

ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋଣ କାଲି ନିଜର ୩୫ତମ ଜନ୍ମଦିନ ପାଳନ କରିଥିଲେ । ଜନ୍ମଦିନର ଏହି ସ୍ୱତନ୍ତ୍ର ମୁହୂର୍ତ୍ତକୁ ଦୀପିକା ଏହିବର୍ଷ ମୁମ୍ବାଇରେ ହିଁ ପାଳନ କରିବେ ।

ତେବେ ଏଭଳି ପ୍ରଥମଥର ହୋଇଥିଲା, ଯେତେବେଳେ ଦୀପିକା ନିଜର ଏହି ସ୍ୱତନ୍ତ୍ର ଦିନରେ କୌଣସି ବାହାର ସ୍ଥାନକୁ ଯାଇନଥିଲେ । ଏହି ଅବସରରେ ଅଭିନେତ୍ରୀ ସ୍ୱାମୀ ରଣବୀରଙ୍କ ସହ ମୁମ୍ବାଇରେ ଦେଖା ଯାଇଥିଲେ । ଏହି ଅବସରରେ ଉଭୟେ ଅତ୍ୟନ୍ତ କୁଲ ଲୁକରେ ଦେଖା ଯାଇଥିଲେ ।

ତେବେ ଦୀପିକାଙ୍କ ଜନ୍ମଦିନର ଏହି ସ୍ୱତନ୍ତ୍ର ଅବସରରେ ଆମେ ଆପଣଙ୍କୁ ଦୀପିକା ପାଦୁକୋଣଙ୍କର ପ୍ରେମ କାହାଣୀ ଏବଂ ବିବାହର ଫୋଟ ଦେଖାଇବାକୁ ଯାଉଛୁ । ସମସ୍ତେ ଜାଣିଥିବେ ଯେ ଦୀପିକା ବର୍ତ୍ତମାନ ବଲିଉଡର ପ୍ରସିଦ୍ଧ ହିରୋ ଯାହାଙ୍କ ଉପରେ କୋଟି କୋଟି ଝିଅ ପାଗଳ ହୋଇଥାନ୍ତି, ଅର୍ଥାତ ରଣବୀର ସିଂହଙ୍କର ପତ୍ନୀ ଅଟନ୍ତି । ଦୀପିକା ବଲିଉଡର ନମ୍ବର ୱାନ ହିରୋଇନ ହୋଇଥିବାବେଳେ ରଣବୀର ସିଂହଙ୍କୁ ହିଟର ଗ୍ୟାରେଣ୍ଟି ବୋଲି କୁହାଯାଏ ।

କୋଟି କୋଟି ଟଙ୍କା ରୋଜଗାର କରୁଥିବା ଏହି କଳାକାରମାନେ ନିଜ ବିବାହକୁ ବର୍ଷର ସବୁଠାରୁ ଦାମିକା ବିବାହ କରାଇଥିଲେ । ଇଟାଲୀର ହ୍ରଦ କେମୋରେ ଯେଉଁ ଘରେ ଦୀପିକା ଏବଂ ରଣବୀର ବିବାହ କରିଥିଲେ, ସେଠାରେ କେବଳ ଗୋଟିଏ ରାତି ରହିବାର ଭଡା ୨୪ ଲକ୍ଷ ୭୫ ହଜାର ଟଙ୍କା ଅଟେ ।

ଏହି ବିବାହର ମୁଲ୍ୟ ୯୫ କୋଟି ଆଖପାଖର ଥିଲା । ଏହି ଦମ୍ପତ୍ତି ୨୦୧୮ ମସିହାରେ ସାତ ଦରିଆ ପାର ହୋଇ ଇଟାଲୀ ଭଳି ସୁନ୍ଦର ସହରରେ ୧୪ ଏବଂ ୧୫ ନଭେମ୍ବର ୨୦୧୮ ଦିନ କୋଙ୍କଣୀ ଏବଂ ସିନ୍ଧି ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ସମସ୍ତେ ଦୀପିକାଙ୍କୁ କନ୍ୟା ବେଶରେ ଦେଖିବାକୁ ଅପେକ୍ଷା କରିଥିଲେ । ଦୁହେଁ ଇଟାଲୀର ହ୍ରଦ କେମୋରେ ଗ୍ରାଣ୍ଡ ବିବାହ କରିଥିଲେ ।

ମେହେନ୍ଦୀରୁ ନେଇ ବିବାହ ପର୍ଯ୍ୟନ୍ତ ସମସ୍ତ ପୋଷାକ ସବ୍ୟସାଚୀ ଡିଜାଇନ କରିଥିଲେ ଏବଂ କେବଳ ଦୀପିକା ଓ ରଣବୀରଙ୍କ ପାଇଁ ନୁହେଁ, ଉଭୟଙ୍କର ପରିବାର ପାଇଁ ମଧ୍ୟ ସବ୍ୟସାଚୀ ପୋଷାକ ଡିଜାଇନ କରିଥିଲେ ।

ନଭେମ୍ବର ୧୪ ତାରିଖ ଦିନ ଦୀପ-ବୀରଙ୍କର ବିବାହ ପାରମ୍ପାରିକ କୋଙ୍କଣୀ ରୀତିନୀତି ସହ ହୋଇଥିଲା । ଏହି ବିବାହରେ ଦୀପିକା ଶାଢ଼ୀ ପିନ୍ଧିଥିଲେ ।

ଏହି ଶାଢ଼ୀ ଦୀପିକାଙ୍କ ମା ତାଙ୍କୁ ଗିଫ୍ଟ କରିଥିଲେ । କେବଳ ଏତିକି ନୁହେଁ, ନିଜ ବିବାହରେ ଅଭିନେତ୍ରୀ ପ୍ରାୟତଃ ୧ କୋଟି ଟଙ୍କାର ଅଳଙ୍କାର ପରିଧାନ କରିଥିଲେ ।

କୋଙ୍କଣୀ ବିବାହ ଦିନର ଡ୍ରେସ କୋଡ଼ ଧଳା-କ୍ରିମର ଥିଲା । ଏହା ସହ ହ୍ରଦ କେମୋରେ ସେହି ଘରକୁ ସେହି ରଙ୍ଗର ଅର୍ଡିନେଶନ ଅନୁଯାୟୀ ସଜ୍ଜିତ କରାଯାଇଥିଲା ।

୧୫ ନଭେମ୍ବର ଦିନ ସିନ୍ଧି-ପଞ୍ଜାବୀ ଷ୍ଟାଇଲରେ ବିବାହ ହୋଇଥିଲା । ବିବାହ ସମୟରେ ଦୀପିକା ନିଜ ଲାଲ ରଙ୍ଗର ଲେହେଙ୍ଗାରେ ଏକ ଦୁପଟା ପିନ୍ଧିଥିଲେ ।

ଏହି ଦୁପଟା ତାଙ୍କ ଡ୍ରେସର ସବୁଠାରୁ ସ୍ୱତନ୍ତ୍ର କଥା ଥିଲା । ତାଙ୍କ ଦୁପଟାର ପାର୍ଶ୍ଵରେ “ସୌଭାଗ୍ୟବତୀ ଭବ” ଲେଖା ହୋଇଥିଲା ।

ଏହି ସମୟ ମଧ୍ୟରେ ଦୀପିକା ଯେଉଁ ଖଣ୍ଡା ନେଇଥିଲେ, ସେଥିରେ ପାର୍ଶିଆନ ବାଘ ତିଆରି ହୋଇଥିଲା, ଯାହାକୁ ଅତ୍ୟନ୍ତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ ।

ଦୀପିକା ପାଦୁକୋଣ ଯେଉଁ ଲାଲ ରଙ୍ଗର ଲେହେଙ୍ଗା ସିନ୍ଧି-ପଞ୍ଜାବୀ ରୀତିନୀତିରେ ହୋଇଥିବା ବିବାହରେ ପରିଧାନ କରିଥିଲେ, ତାହାର ମୁଲ୍ୟ ୮.୯୫ ଲକ୍ଷ ଟଙ୍କା ଥିଲା ।

Leave a Reply

Your email address will not be published. Required fields are marked *