ଟାଇଗର୍ ଶ୍ରଫ୍ ଏବଂ ଦିଶା ପଟାନୀଙ୍କ ମଧ୍ୟରେ ଥିବା ସମ୍ପର୍କ କାହାକୁ ଅଛୁପା ନାହିଁ । ଏହି ଦୁଇ କଳାକାରଙ୍କୁ ଅନେକ ଅବସରରେ ଏକାଠି ଦେଖାଯାଇଛି । ପ୍ରଶଂସକଙ୍କୁ ମଧ୍ୟ ଉଭୟଙ୍କର ଯୋଡ଼ି ବହୁତ ପସନ୍ଦ ଅଟେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ନିଜର ସମ୍ପର୍କକୁ ଅଫିସିଆଲ୍ କରିନାହାଁନ୍ତି । ତାଙ୍କୁ ଯେତେବେଳେ ଏବିଷୟରେ ପଚରାଯାଏ, ସେତେବେଳେ ଏହି ଉତ୍ତର ମିଳିଥାଏ କି ଆମେ ଭଲ ବନ୍ଧୁ ଅଟୁ । ତେବେ ଅଭିନେତା ଅନୀଲ କପୁର ଭୁଲରେ ଉଭୟଙ୍କର ସମ୍ପର୍କକୁ ନେଇ ଏକ ଈଶାରା ଦେଇଛନ୍ତି ।
ବାସ୍ତବରେ, ନିକଟରେ ଅନୀଲ କପୁର “ଦ କପିଲ ଶର୍ମା ଶୋ”କୁ ଆସିଥିଲେ । ଏଠାରେ କଥା କଥାରେ ତାଙ୍କ ମୁହଁରୁ ଭୁଲରେ ଦିଶା ଏବଂ ଟାଇଗରଙ୍କର କଥାକୁ ନେଇ ଏଭଳି କିଛି କଥା ବାହାରି ଯାଇଥିଲା, ଯେଉଁଥିରୁ ପ୍ରଶଂସକମାନେ ଉଭୟଙ୍କର ସମ୍ପର୍କ ବିଷୟରେ ଅନୁମାନ କରିଦେଇଥିଲେ । କପିଲ, ଅନୀଲ କପୁରଙ୍କୁ ଶୋ’ରେ ପଚାରିଥିଲେ ଯେ ସେ କେଉଁ ଅଭିନେତା କିମ୍ବା ଅଭିନେତ୍ରୀ ଅଟନ୍ତି, ଯାହାଙ୍କର ରୋଷେଇ ଘରକୁ ଯାଇ ଆପଣ ସେମାନଙ୍କର ଖାଦ୍ୟର ରେସିପି ଚୋରି କରିବାକୁ ଚାହିଁବେ ।
ଏହି ପ୍ରଶ୍ନର ଉତ୍ତର ଦେଇ ଅନୀଲ କପୁର୍ ଟାଇଗର୍ ଶ୍ରଫ୍ ବୋଲି କହିଥିଲେ । ଏହାପରେ ସେ କହିବାକୁ ଲାଗିଥିଲେ ଯେ, ତାଙ୍କର ସେହି ଦିଶା ପଟାନୀଙ୍କ ସହ ଯେତେବେଳେ ମୁଁ କାମ କରୁଥିଲି, ସେତେବେଳେ ମୁଁ ଭାବୁଥିଲି କି ଟାଇଗରଙ୍କ ସହ କାମ କରିବା ପାଇଁ ସୁଯୋଗ ମିଳିନାହିଁ କିନ୍ତୁ ଦିଶାଙ୍କ ସହ କାମ କରିସାରିଛି । ବର୍ତ୍ତମାନ ଅନୀଲ ଏହା କହିବା ପରେ ଆଉ କିଛି କହିଥାନ୍ତେ ତାଙ୍କୁ ତାଙ୍କର ଭୁଲର ଅନୁମାନ ହୋଇଥିଲା ଏବଂ ସେ ଏହି କଥାକୁ କଭର କରି କହିବାକୁ ଲାଗିଥିଲେ କି ଟାଇଗର ଏବଂ ଦିଶା ଭଲ ବନ୍ଧୁ ଅଟନ୍ତି । ଏଥିପାଇଁ ମୁଁ ଦିଶାଙ୍କର ଡାଇଟ ନେବି ।
ଅନୀଲ କପୁର ତାଙ୍କର ସେହି ଦିଶା କଥାକୁ କଭର କରିନେଇଥିଲେ ସୁଦ୍ଧା ପ୍ରଶଂସକ ମାନେ ଏହି କଥାକୁ ଧରି ନେଇଥିଲେ ଏବଂ ଅନୁମାନ କରିବାକୁ ଲାଗିଥିଲେ ଯେ, ନିଶ୍ଚିତ ଭାବରେ ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ରହିଛି । ତେବେ କପିଲଙ୍କ ଶୋ’ରେ ଅନୀଲ ଆହୁରି ଅନେକ କଥାର ଉତ୍ତର ମଧ୍ୟ ଦେଇଥିଲେ । ଉଦାହରଣ ସ୍ୱରୂପ, କପିଲ ତାଙ୍କୁ ପଚାରିଥିଲେ କି ଆପଣ କେଉଁ କଳାକାରଙ୍କର ୱାର୍ଡରୋବ ଚୋରି କରିବାକୁ ଚାହିଁବେ ? ତେବେ ଏହାର ଉତ୍ତରରେ ସେ କହିଥିଲେ ଯେ, ଯଦି ସୁଯୋଗ ମିଳିବ ତେବେ ମୁଁ ଅମିତାଭ ବଚ୍ଚନଙ୍କର ସମସ୍ତ ପୋଷାକ ଚୋରି କରିନେବି । ସେ ଭାରତର ମହାନ କଳାକାର ଅଟନ୍ତି । ଜଣାନାହିଁ ତାଙ୍କ ପାଖରେ କେତେ ପୋଷାକ ଥିବ ।
ଦିଶା ଏବଂ ଟାଇଗରଙ୍କର ସମ୍ପର୍କ ବିଷୟରେ କହିବାକୁ ଗଲେ, ଉଭୟଙ୍କୁ କିଛି ସମୟ ପୂର୍ବରୁ ଏକାଠି ଏୟାରପୋର୍ଟରେ ଦେଖା ଯାଇଥିଲା । ଉଭୟଙ୍କର ଏକାଠି ଗୋଟିଏ ଫୋଟ ମଧ୍ୟ ଭାଇରାଲ ହୋଇଥିଲା, ଯାହା ମାଳଦ୍ଵୀପର ବୋଲି କୁହାଯାଉଥିଲା । କୁହାଯାଉଛି ସେ, ସେମାନେ ଏକାଠି ଛୁଟି ମନାଇବାକୁ ଯାଇଥିଲେ । ଏଥିସହିତ କିଛି ସମୟ ପୂର୍ବରୁ ଉଭୟ ପେପ୍ସିର ଏକ ବିଜ୍ଞାପନରେ ଏକାଠି ଦେଖା ଯାଇଥିଲେ ।