ଜୀବନରେ ଭୁଲରେ ମଧ୍ୟ ଏହି ୩ଜଣଙ୍କୁ ଧୋକା ଦିଅନ୍ତୁ ନାହିଁ ! ନଚେତ ଆପଣଙ୍କ ଜୀବନ ସମ୍ପୂର୍ଣ ରୂପରେ ହୋଇଯିବ ବର୍ବାଦ…

ଜୀବନରେ ଭୁଲରେ ମଧ୍ୟ ଏହି ୩ଜଣଙ୍କୁ ଧୋକା ଦିଅନ୍ତୁ ନାହିଁ ! ନଚେତ ଆପଣଙ୍କ ଜୀବନ ସମ୍ପୂର୍ଣ ରୂପରେ ହୋଇଯିବ ବର୍ବାଦ…

ମନୁଷ୍ୟର ଅନ୍ତରାତ୍ମାରେ ଭଲ ଆଉ ଖରାପ ଦୁଇପ୍ରକାରର ଭାବନା ରହିଥାଏ । କିଛି ଲୋକ ଅଛନ୍ତି ନିଜର ସ୍ୱାର୍ଥ ପାଇଁ ଅନ୍ୟ ଜଣଙ୍କୁ ଧୋକା ଦେବାରେ ପଛଘୁଞ୍ଚା ଦିଅନ୍ତି ନାହିଁ । ଆଉ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ଅନ୍ୟ ପାଇଁ ନିଜର ଜୀବନକୁ ଉତ୍ସଗୀକୃତ କରିଦେଇଥାନ୍ତି । ଆଜି ଆମେ ଏହି ଅନୁଛେଦରେ କିଛି ଏପରିକଥା ବିଷୟରେ ଆଲୋଚନା କରିବା, ଯଦି ଆପଣ ଏହି ଲୋକମାନଙ୍କୁ ଧୋକା ଦେଉଛନ୍ତି; ତା’ହେଲେ ଆପଣଙ୍କ ଜୀବନ ବର୍ବାଦ ହେବାକୁ ବେଶୀ ସମୟ ଲାଗିବ ନାହିଁ । ତେବେ ଆସନ୍ତୁ ଜାଣିବା :

ଦୁନିଆରେ ଦୁଇପ୍ରକାରର ଲୋକଥାନ୍ତି ଭଲ କିମ୍ବା ଖରାପ, ଆପଣ ତାହା ଭିତରୁ କେଉଁ ଭଳି ସ୍ୱଭାବର ଲୋକ, ଆପଣ ନିଜେ ଜାଣିଥିବେ । ସେ ଯାହାହେଉ ଆପଣ ଯେ ପ୍ରକାରର ଲୋକ ହୁଅନ୍ତୁ ନା କାହିଁକି ! କିନ୍ତୁ ମନେ ରଖନ୍ତୁ; କେବେ ବି ଏହି ତିନିଜଣଙ୍କୁ ଧୋକା ଦିଅନ୍ତୁ ନାହିଁ, ନଚେତ୍ ବର୍ବାଦୀ ଆପଣଙ୍କ ଆଡକୁ ଟାଣି ହୋଇଆସିବ । ଆଜି ଆମେ ଆପଣଙ୍କୁ ଏପରି କିଛି କଥା ବିଷୟରେ କହିବାକୁ ଯାଉଛୁ; ଯାହା ଜୀବନସାରା ଆପଣଙ୍କ ପାଇଁ ଉପଯୋଗୀ ହେବ ଏବଂ ଏହି ବିଷୟବସ୍ତୁ ଆପଣଙ୍କ ଜୀବନରେ ମଧ୍ୟ ଉନ୍ନତି ଆଣିବ ।

ମାତା ଓ ପିତାଙ୍କୁ –

ଜୀବନରେ ଯାହା କିଛି ବି ହୋଇଯାଉ ଆପଣ ଆପଣଙ୍କ ଜୀବନରେ କେବେବି ମାତା ପିତାଙ୍କୁ ମିଥ୍ୟା କୁହନ୍ତୁ ନାହିଁ ଓ କେବେବି ସେମାନଙ୍କୁ ଧୋକା ମଧ୍ୟ ଦିଅନ୍ତୁ ନାହିଁ । ଜୀବନରେ ଏମିତି କିଛି ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ ଯାହାଫଳରେ ଆପଣ କିଛି ଠିକ୍ କିମ୍ବା ଭୁଲ ଜାଣିନପାରି ଭୁଲ ବାଟରେ ଚାଲିଯାଅନ୍ତି । ଏମିତି ପରିସ୍ଥିତିରେ ଆପଣ ବିଚଳିତ ନହୋଇ ଆପଣ ଆପଣଙ୍କ ମା ଓ ବାପାଙ୍କ ଆଦେଶ ଗ୍ରହଣ କରନ୍ତୁ । ମାତା ଓ ପିତା ଆମ ଜୀବନରେ ଏମିତି ଜିନିଷ ଅଟନ୍ତି ଯାହାଙ୍କ ବିନା ଆଶିର୍ବାଦ ଦ୍ୱାରା ଆମେ ଆମ ଜୀବନର କୌଣସି କାର୍ଯ୍ୟ କରିପାରିବାନାହିଁ । କୋଟି କୋଟି ଟଙ୍କା ଖର୍ଚ କରିବା ଫଳରେ ମଧ୍ୟ ବାପା ଓ ମାଙ୍କ ଆଶିର୍ବାଦ ମିଳିପାରେନାହିଁ ସେଥିପାଇଁ ମାତା ଓ ପିତାଙ୍କର ସର୍ବଦା ସେବା କରିବା ଉଚିତ ।

ନିଜକୁ କେବେ ବି ଧୋକା ଦିଅନ୍ତୁ ନାହିଁ

କେତେ ବି ବଡ ହୋଇଯାଅ ନା କାହିଁ କେବେ ବି ମିଛ କୁହନାହିଁ । କାରଣ ଏମିତି କରିବା ଦ୍ୱାରା ଆପଣ ନିଜ ନଜରରେ ଖସିବା ସହ ଭଗବାନ ମଧ୍ୟ ଆପଣଙ୍କ ସାଥ ଦିଅନ୍ତି ନାହିଁ । ଏଥିପାଇଁ ନିଜକୁ କେବେ ହେଲେ ବି ମିଛ କୁହନ୍ତୁ ନାହିଁ ।

ପତି/ପତ୍ନୀ-

ଜୀବନସାଥୀ ଆମ ଜୀବନରେ ବହୁତ ବଡ଼ ଗୁରୁତ୍ବ ରଖିଥାନ୍ତି । ଯେବେ ଏକ ନାରୀ ନିଜର ଘର ଛାଡ଼ି ଆପଣଙ୍କ ସହ ବିବାହ କରି ଆପଣଙ୍କ ସାଥିରେ ଆପଣଙ୍କ ଘରକୁ ଯାଇଥାଏ ତେବେ ସେ ଆପଣଙ୍କ ବଂଶ କୁ ଆଗକୁ ବଢ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଓ ସ୍ୱାମୀ ତା ପାଇଁ ସବୁକିଛି ହୋଇଥାଏ ଓ ତା’ର ସବୁବେଳେ ତା ସ୍ବାମୀ ଉପରେ ଭରସା ଥାଏ କି କେବେବି ତା’ର ସ୍ୱାମୀ ତାସହ ଭୁଲ ହେବାକୁ ଦେବନାହିଁ । ଏଥିରେ ଆପଣ ନିଜର ପତ୍ନୀକୁ ଧୋକା ନଦେଇ ତା’ର ସାଥିରେ ରୁହନ୍ତୁ ।

Leave a Reply

Your email address will not be published. Required fields are marked *