ଅଭିନେତା ରାଜେଶ ଖାନ୍ନା ଓ ଡ଼ିମ୍ପଲଙ୍କ ଛୋଟ ଝିଅ ରିଙ୍କେ ଖାନ୍ନା କୁଆଡ଼େ ଉଭେଇ ଗଲେ ?

ଅଭିନେତା ରାଜେଶ ଖାନ୍ନା ଓ ଡ଼ିମ୍ପଲଙ୍କ ଛୋଟ ଝିଅ ରିଙ୍କେ ଖାନ୍ନା କୁଆଡ଼େ ଉଭେଇ ଗଲେ ?

ରାଜେଶ ଖାନ୍ନା ବଲିଉଡ଼ର ସୁପରଷ୍ଟାର ଅଟନ୍ତି । ସେ ମଧ୍ୟ ଭଲ ଭଲ ହିଟ୍ ଚଳଚ୍ଚିତ୍ର ସବୁ ଭେଟି ଦେଇଛନ୍ତି । ପାଖାପାଖି ୨୦ବର୍ଷ ପର୍ଯ୍ୟନ୍ତ ବଲିଉଡ଼ରେ ତାଙ୍କର ପ୍ରସିଦ୍ଧି ମଧ୍ୟ ରହିଥିଲା । ତାଙ୍କ ସ୍ତ୍ରୀ ଡ଼ିମ୍ପଲ କପାଡିଆ ମଧ୍ୟ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଭଲ ନାମ ଅର୍ଜନ କରିଛନ୍ତି ଏବଂ ଦିଗଜ୍ଜ ଅଭିନେତ୍ରୀ ହୋଇଛନ୍ତି ।

ରାଜେଶ ଖନ୍ନା ଓ ଡ଼ିମ୍ପଲଙ୍କ ବଡ଼ ଝିଅ ଟ୍ଵିଙ୍କଲ ମଧ୍ୟ ୯୦ ଦଶକରେ ଅନେକଗୁଡ଼ିଏ ହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି କିନ୍ତୁ ତାଙ୍କ ଛୋଟ ଝିଅ ରିଙ୍କେ ଖନ୍ନା ବଲିଉଡ଼ରେ ଖରାପ ଭାବରେ ଫ୍ଲପ ହୋଇଗଲେ ।

ରିଙ୍କେ ବିଷୟରେ ଆଲୋଚନା କରିବା, ତେବେ ସେ ମାତ୍ର ୧୭ ବର୍ଷ ବୟସରେ ଚଳଚ୍ଚିତ୍ର ‘ପ୍ୟାର ମେ କଭୀ କଭୀ’ରୁ ବଲିଉଡ଼ରେ ଏଣ୍ଟ୍ରି କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ନବାଗତା ଅଭିନେତ୍ରୀ ପାଇଁ “ଜି-ସିନେ” ପୁରସ୍କାର ମିଳିଥିଲା ।

ଏହାପରେ ସେ ଗୋବିନ୍ଦା ଓ ସୋନାଲି ବେନ୍ଦ୍ରେଙ୍କ ଚଳଚ୍ଚିତ୍ର ‘ଜିସ୍ ଦେଶ ମେ ଗଙ୍ଗା ରହତା ହେ’ରେ ସହ-କଳାକାର ଭାବେ ନଜର ଆସିଥିଲେ । କିନ୍ତୁ ସେ ନିଜ ଭଉଣୀ ଭଳି ବଲିଉଡ଼ରେ କିଛି ବିଶେଷ ପରିଚୟ ସୃଷ୍ଟି କରିପାରିଲେ ନାହିଁ ।

ରିଙ୍କେଙ୍କ ବଲିଉଡ଼ କ୍ୟାରିୟର ବହୁତ ଛୋଟ ଥିଲା । ସେ ୪ ବର୍ଷ କ୍ୟାରିୟରରେ ପାଖାପାଖି ୯ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଯେଉଁଥିରେ ‘ମୁଝେ କୁଛ କହନା ହେ’, ‘ମଜନୁ’, ‘ୟେ ହେ ଜଲବା’, ‘ପ୍ରାନ୍ ଯାଏଁ ପର୍ ବଚନ୍ ନା ଯାଏଁ’, ‘ଝଙ୍କାର୍ ବିଟସ୍’ ଓ ‘ଚମେଲି’ ଭଳି ଚଳଚ୍ଚିତ୍ର ଗୁଡିକରେ ଅଭିନୟନ କରିଥିଲେ ।

ଅନ୍ୟପଟେ ଚଳଚ୍ଚିତ୍ରରେ ରିଙ୍କେ ଖାନ୍ନା ଆସିବା ପୂର୍ବରୁ ପ୍ଲେ ଲେଖୁଥିଲେ । ତାଙ୍କର ବାସ୍ତବ ନାମ ରିଙ୍କଲେ ଥିଲା କିନ୍ତୁ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ସେ ନିଜ ନାମ ବଦଳି ରିଙ୍କେ ରଖିଥିଲେ ।

ଯେତେବେଳେ ରିଙ୍କେକୁ ଚଳଚ୍ଚିତ୍ରରେ ସଫଳତା ମିଳିଲା ନାହିଁ, ସେତେବେଳେ ସେ ବିବାହ କରିବାକୁ ନିଷ୍ପତ୍ତି ନେଲେ । ରିଙ୍କେ ଖନ୍ନାଙ୍କ ଶେଷ ଚଳଚ୍ଚିତ୍ର ‘ଚମେଲି’ ଥିଲା । ଏହା ପରେ ସେ ଫେବୃୟାରୀ, ୨୦୦୩ରେ ବ୍ୟବସାୟୀ ସମୀର ସର୍ ସରନଙ୍କ ସହିତ ବିବାହ କରିଥିଲେ । ବିବାହ ପରେ ରିଙ୍କେ ବଲିଉଡ଼ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଥିଲେ ।

ରିଙ୍କେ ନିଜ ଦେଶକୁ ଛାଡ଼ି ସବୁଦିନ ପାଇଁ ଲଣ୍ଡନରେ ସେଟଲ୍ ହୋଇଗଲେ । ସେପଟେ ବିବାହର ଦେଢ଼ ବର୍ଷ ପରେ ଅର୍ଥାତ ଅକ୍ଟୋବର, ୨୦୦୪ରେ ପ୍ରଥମଥର ମାଁ ହେଲେ । ବର୍ତ୍ତମାନ ସେ ଗୋଟିଏ ଝିଅର ମାଆ, ତାଙ୍କ ଝିଅର ନାମ ନାଓମିକା । ଏହା ପରେ ରିଙ୍କେ ୨୦୧୩ରେ ଏକ ପୁଅକୁ ଜନ୍ମ ଦେଇଥିଲେ ।

ବର୍ତ୍ତମାନ ରିଙ୍କି ଖନ୍ନା କେବଳ ବଡ଼ ପରଦାରୁ ଦୂରରେ ନୁହଁନ୍ତି ବରଂ ସେ ଲାଇମ୍ ଲାଇଟରୁ ମଧ୍ୟ ଦୂରଇ ଯାଇଛନ୍ତି । ରିଙ୍କି ନିଜ ବାସ୍ତବ ଜୀବନ ସହ ଜଡ଼ିତ ଖବରକୁ କେବେ ମଧ୍ୟ ସେୟାର କରନ୍ତି ନାହିଁ ଏବଂ ନିଜ ବ୍ୟକ୍ତିଗତ ଜୀବନକୁ ସେ ମିଡ଼ିଆ ସମ୍ମୁଖରେ ରଖନ୍ତି ।

ସୁଚାଇଦେଉଛୁ ଯେ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ରିଙ୍କି ସକ୍ରିୟ ରୁହନ୍ତି ନାହିଁ । ତାଙ୍କ ସହ ଜଡ଼ିତ ଏହିସବୁ କଥା ତାଙ୍କ ଭଉଣୀ ଟ୍ଵିଙ୍କଲ ଖନ୍ନା ଦ୍ୱାରା ମିଡ଼ିଆ ସମ୍ମୁଖକୁ ଆସେ ।

Leave a Reply

Your email address will not be published. Required fields are marked *