ଆପଣନ୍ତୁ ବାସ୍ତୁର ଏହି ଉପାୟ :- ଜୀବନରେ କରିବେ ଅନେକ ଉନ୍ନତି ଏବଂ କେବେ ମଧ୍ୟ ଧନର ଅଭାବ ରହିବା ନାହିଁ !

ଆପଣନ୍ତୁ ବାସ୍ତୁର ଏହି ଉପାୟ :- ଜୀବନରେ କରିବେ ଅନେକ ଉନ୍ନତି ଏବଂ କେବେ ମଧ୍ୟ ଧନର ଅଭାବ ରହିବା ନାହିଁ !

ସମସ୍ତଙ୍କର ଉତ୍ସାହର ସହ ୨୦୨୧ ମସିହାର ଆଗମନ ହୋଇଛି । ୨୦୨୧ମସିହା ସମସ୍ତଙ୍କ ଜୀବନରେ ଖୁସି ନେଇ ଆସୁ ବୋଲି ସମସ୍ତଙ୍କର ଆଶା ରହିଛି । ଘର ପରିବାରରେ ଖୁସି ରହୁ, ଭଲ ସ୍ୱାସ୍ଥ୍ୟ ରହୁ, ମାନ ସମ୍ମାନରେ ବୃଦ୍ଧି ହେଉ, ଧନର କୌଣସି ଅଭାବ ନ ହେଉ ବୋଲି ସମସ୍ତଙ୍କର ଆଶା ରହିଛି । ଯଦି ଆପଣଙ୍କର ମଧ୍ୟ ଏହି ଇଚ୍ଛା ରହିଛି, ତେବେ ଆପଣ ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା କିଛି ଉପଯୋଗୀ ଟିପ୍ସକୁ ଆପେଣେଇ ପାରିବେ । ଯଦି ଆପଣ ବସ୍ତୁର ଏହି ଉପାୟ ଗୁଡିକୁ ପାଳନ କରନ୍ତି, ତେବେ ଆପଣଙ୍କ ଜୀବନ ଆହୁରି ଉନ୍ନତ ହୋଇପାରେ ।

ପୂଜାର ସମ୍ପୂର୍ଣ୍ଣ ଫଳ ପାଇବାର ବାସ୍ତୁ ଉପାୟ:-

* ଯଦି ଆପଣ ଭଗବାନଙ୍କର ପୂଜାର ସମ୍ପୂର୍ଣ୍ଣ ଫଳ ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ପୂଜାର ସ୍ଥାନ ଘର କିମ୍ବା ଅଫିସର ଈଶାଣ କୋଣରେ ରଖନ୍ତୁ । ଆପଣ ଏଭଳି କରିବା ଦ୍ୱାରା ଘର ପରିବାରରେ ସୁଖ ସମୃଦ୍ଧିରେ ବୃଦ୍ଧି ହୋଇଥାଏ । ଘରର ସମସ୍ତ ସମସ୍ୟା ଦୂର ହୋଇଥାଏ ।

* ଧନ ପ୍ରାପ୍ତି ପାଇଁ ବାସ୍ତୁ ଶାସ୍ତ୍ରରେ ଏହି କଥା ଗୁଡିକ ବିଷୟରେ ଉଲ୍ଲେଖ କରାଯାଇଛି ଯେ, ପୂଜା କରୁଥିବା ସମୟରେ ମୁହଁ ପୂର୍ବ ଦିଗ ଆଡ଼କୁ ହେବା ଉଚିତ । ଏହାଦ୍ୱାରା ପୂଜାର ଚମତ୍କାରୀ ଲାଭ ମିଳିଥାଏ ।

* ଆପଣ ଆପଣଙ୍କ ପୂଜା ଘରର କାନ୍ଥର ରଙ୍ଗ ହାଲୁକା ସବୁଜ, ବାଇଗଣୀ, ହଳଦିଆ କିମ୍ବା କ୍ରିମ ରଙ୍ଗର ରଖନ୍ତୁ, ଏହାଦ୍ବାରା ମନକୁ ଶାନ୍ତ ପ୍ରାପ୍ତ ହୋଇଥାଏ ।

* ଆପଣ ଆପଣଙ୍କ ଘରର ପୂଜା ସ୍ଥଳରେ ଶଙ୍ଖ ନିଶ୍ଚିତ ଭାବରେ ରଖନ୍ତୁ, ଏହାଦ୍ବାରା ଘର ପରିବାରରେ ସୁଖଶାନ୍ତି ରହିଥାଏ ।

ଭଲ ସ୍ୱାସ୍ଥ୍ୟ ପାଇଁ ଭୋଜନ:-

* ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଭୋଜନ କରିବାର ସଠିକ୍ ସ୍ଥାନ ଘରର ପଶ୍ଚିମ ଦିଗକୁ କୁହାଯାଇଛି । ଯଦି ଏହି ଦିଗରେ ଡାଇନିଂ ହଲ ଅଛି, ତେବେ ଏହାଦ୍ବାରା ଶୁଭ ପ୍ରଭାବ ମିଳିଥାଏ । ଏହି ଦିଗରେ ଭୋଜନ କରିବା ଦ୍ୱାରା ଭୋଜନ ସମ୍ବନ୍ଧୀୟ ସମସ୍ତ ଆବଶ୍ୟକତା ପୂର୍ଣ୍ଣ ହୋଇଥାଏ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।

* ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପୂର୍ବ ଦିଗ ଆଡ଼କୁ ମୁହଁ କରି ଭୋଜନ କରିବା ଦ୍ୱାରା ଦୀର୍ଘାୟୁ ହେବାର ସମ୍ଭାବନା ବଢିଥାଏ । ଯଦି ଆପଣ ପଶ୍ଚିମ ଦିଗ ଆଡ଼କୁ ମୁହଁ କରନ୍ତି, ତେବେ ଏହାଦ୍ୱାରା ସମ୍ପନ୍ନତା ଏବଂ ସମୃଦ୍ଧି ମିଳିଥାଏ ।

* ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ଭୋଜନ କରିବା ଉଚିତ ନୁହେଁ, ଏହା କ୍ଷତିକାରକ ହୋଇଥାଏ ।

* ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଉତ୍ତର ଦିଗ ଆଡ଼କୁ ମୁହଁ କରି ଭୋଜନ କରିବା ସ୍ୱାସ୍ଥ୍ୟ ଦୃଷ୍ଟିରୁ ଠିକ ଭାବରେ ବିବେଚନା କରାଯାଇନାହିଁ ।

ଶୋଇବାର ଅଭ୍ୟାସ ପରିବର୍ତ୍ତନ କରନ୍ତୁ:-

* ଉତ୍ତର ଦିଗ ଆଡ଼କୁ ମୁଣ୍ଡ କରି ଶୋଇବା ଉଚିତ ନୁହେଁ, ଏହାଦ୍ୱାରା ଚୁମ୍ବକୀୟ ପ୍ରବାହ ଅପରୁଦ୍ଧ ହୋଇ ଖରାପ ହେବାକୁ ଲାଗିଥାଏ, ଯେଉଁ କାରଣରୁ ମଣିଷକୁ ଠିକ୍ ଭାବରେ ନିଦ ହୁଏ ନାହିଁ । ଏହି ଦିଗ ଆଡ଼କୁ ମୁଣ୍ଡ କରି ଶୋଇବା ଦ୍ୱାରା ନିଦ ଆସିବାରେ ସମସ୍ୟା ଉତ୍ପନ୍ନ ହେବାକୁ ଲାଗିଥାଏ । ମୁଣ୍ଡବ୍ୟଥା, ମାନସିକ ରୋଗ ବଢ଼ିବାର ସମ୍ଭାବନା ରହିଥାଏ ।

* ବାସ୍ତୁଶାସ୍ତ୍ର ଅନୁଯାୟୀ, ମଣିଷକୁ ସଦା ସର୍ବଦା ତାର ମୁଣ୍ଡ ଦକ୍ଷିଣ ଆଡକୁ ଏବଂ ଗୋଡ଼ ଉତ୍ତର ଦିଗ ଆଡ଼କୁ କରି ଶୋଇବା ଉଚିତ, ଏହାଦ୍ବାରା ସୁସ୍ଥ ଜୀବନ ଏବଂ ଦୀର୍ଘ ଆୟୁ ମିଳିଥାଏ । କେବଳ ଏତିକି ନୁହେଁ, ଏହି ଦିଗ ଆଡ଼କୁ ମୁଣ୍ଡ କରି ଶୋଇବା ଦ୍ୱାରା ଧନ, ଖୁସି, ସମୃଦ୍ଧତା ମଧ୍ୟ ପ୍ରାପ୍ତ ହୋଇଥାଏ ଏବଂ ଭଲ ନିଦ ମଧ୍ୟ ହୋଇଥାଏ ।

* ପୂର୍ବ ଦିଗ ଆଡ଼କୁ ମୁଣ୍ଡ କରି ଶୋଇବା ଦ୍ୱାରା ଏକାଗ୍ରତା ବଢିଥାଏ ଏବଂ ସ୍ୱାସ୍ଥ୍ୟ ଠିକ ରହିଥାଏ । ଧର୍ମ କର୍ମ ପ୍ରତି ମନୁଷ୍ୟର ଆଗ୍ରହ ବୃଦ୍ଧି ପାଇଥାଏ ।

* ପଶ୍ଚିମ ଦିଗ ଆଡ଼କୁ ମୁଣ୍ଡ କରି ଶୋଇବା ଦ୍ୱାରା ଆମର ଆତ୍ମା, ଆଧ୍ୟାତ୍ମିକ ଭାବନା ଏବଂ ବିଚାର ଉପରେ ପ୍ରଭାବ ପଡ଼ିଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ପଶ୍ଚିମ ଦିଗ ଆଡ଼କୁ ମୁଣ୍ଡ କରି ଶୋଇବା ଦ୍ୱାରା ଅନୁକୂଳ ପ୍ରଭାବ ମିଳିଥାଏ । ଏହି ଦିଗକୁ ନାମ, ପ୍ରତିଷ୍ଠା ଏବଂ ସମୃଦ୍ଧି ବୃଦ୍ଧି କରୁଥିବା ଦିଗ ଭାବରେ ବିବେଚନା କରାଯାଇଛି ।

Leave a Reply

Your email address will not be published. Required fields are marked *