ଗର୍ଭାବସ୍ଥାର ୮ମ ମାସରେ କରିନା ହୋଇଗଲେ ଏତେ ମୋଟା ଯେ ତାଙ୍କୁ ଚାଲିବାରେ ମଧ୍ୟ ବହୁତ ଅସୁବିଧା ହେଉଥିଲା !

ଗର୍ଭାବସ୍ଥାର ୮ମ ମାସରେ କରିନା ହୋଇଗଲେ ଏତେ ମୋଟା ଯେ ତାଙ୍କୁ ଚାଲିବାରେ ମଧ୍ୟ ବହୁତ ଅସୁବିଧା ହେଉଥିଲା !

ବଲିଉଡ଼ ଅଭିନେତ୍ରୀ କରିନା କପୂର ବର୍ତ୍ତମାନ ନିଜ ଗର୍ଭାବସ୍ଥାକୁ ନେଇ ମିଡ଼ିଆ ଖବରରେ ଛାଇ ରହିଛନ୍ତି । ସେ ବର୍ତ୍ତମାନ ଆଠ ମାସର ଗର୍ଭବତୀ ହୋଇ ଯାଇଛନ୍ତି । ଚଳିତ ବର୍ଷ ଫେବୃୟାରୀ କିମ୍ବା ମାର୍ଚ୍ଚ ମାସରେ ସେ ଓ ସୈଫ ଅଲି ଖାଁ ମାତାପିତା ହୋଇଯିବେ । ଏହା ଦୁହିଁଙ୍କ ଦ୍ୱିତୀୟ ସନ୍ତାନ ଅଟେ । ଏହା ଆଗରୁ କରିନା କପୂର ତୈମୁର ଅଲି ଖାଁଙ୍କୁ ଜନ୍ମ ଦେଇଛନ୍ତି । ଏହି ଆଗାମୀ ଛୁଆକୁ ନେଇ ସୈଫିନା ବହୁତ ଉତ୍ସାହିତ ଅଛନ୍ତି ।

ଗର୍ଭାବସ୍ଥାର ଆଠମାସ ଆସୁ ଆସୁ କରିନାଙ୍କ ଶରୀରର ଓଜନ ବହୁତ ବଢ଼ିବାରେ ଲାଗିଛି । ତାଙ୍କ ଗାଲ ଫୁଲିବାରେ ଲାଗିଛି ଏବଂ ତାଙ୍କ ପେଟ ମଧ୍ୟ ଫୁଲି ଉଠିଛି । ତାଙ୍କୁ ବସିବା, ଉଠିବା ଓ ଚାଲିବାକୁ ଟିକିଏ କଷ୍ଟ ଅନୁଭବ ହେଉଛି । ଯଦିଓ ଏଥି ସତ୍ତ୍ୱେ ସେ ଘରେ ରହିବାକୁ ପସନ୍ଦ କରନ୍ତି ନାହିଁ । ଗର୍ଭାବସ୍ଥାରେ କରିନାକୁ କେବେ ବିଜ୍ଞାପନ କେବେ ଶୁଟିଂରେ ଯାଉଥିବାର ତ ଆଉ କେବେ ନିଜ ନୂଆ ଅପାର୍ଟମେଣ୍ଟ ଆଡ଼କୁ ଯାଉଥିବାର ଦେଖାଯାଉଛି ।

ନିକଟରେ ଶନିବାର ସନ୍ଧ୍ୟାରେ ସେ ନିଜ ସ୍ୱାମୀ ସୈଫଙ୍କ ସହିତ ନୂଆ ଅପାର୍ଟମେଣ୍ଟକୁ ଦେଖିବାକୁ ଯାଉଥିବାର ନଜର ଆସିଲେ । କହିଦେଉଛୁ ଯେ ଦ୍ୱିତୀୟ ଛୁଆ ହେବା ପରେ ସୈଫଙ୍କ ପରିବାର ବଢିବାକୁ ଲାଗିବ ତେଣୁ ସେମାନେ ଏକ ନୂଆ ଅପାର୍ଟମେଣ୍ଟକୁ ସ୍ଥାନାନ୍ତରିତ ହେବାକୁ ଯାଉଛନ୍ତି । କରିନା ଯେପରି ନିଜ ଛୁଆକୁ ଜନ୍ମ ଦେବେ ତାର କିଛି ସମୟ ପରେ ସେମାନେ ଏହି ନୂତନ ଅପାର୍ଟମେଣ୍ଟକୁ ଚାଲିଯିବେ । ଏଥିପାଇଁ ଏହି ଅପାର୍ଟମେଣ୍ଟର କାମ ମଧ୍ୟ ଖୁବ ତୀବ୍ର ଗତିରେ ଚାଲିଛି ।

ସ୍ୱାମୀ ସହିତ ବୁଲିବା ସମୟରେ କରିନା ନୀଳ ରଙ୍ଗର ପ୍ରିଣ୍ଟ ଏକ ଢ଼ିଲା ପୋଷକ ପିନ୍ଧିଥିଲେ । କରିନାକୁ ଏହି କଫତାନ ପିନ୍ଧିବା ଆଗରୁ ପସନ୍ଦ ଆସେ । ତୈମୁରଙ୍କ ଗର୍ଭାବସ୍ଥା ସମୟରେ ମଧ୍ୟ ସେ ଅଧିକାଂଶ ସମୟରେ ଏଥିରେ ନଜର ଆସୁଥିଲେ ।

ସେପଟେ ସୈଫ ଧୂସର ରଙ୍ଗର ପ୍ୟାଣ୍ଟ ଓ କଳା ରଙ୍ଗର ପୋଷକ ପିନ୍ଧିଥିଲେ । ଏଥିସହ ସେ ମୁହଁରେ ନାଲି ରଙ୍ଗର ସ୍କାରଫ ବାନ୍ଧି ରଖିଥିଲେ । ଯେତେବେଳେ କ୍ୟାମେରା ମେନ୍ କରିନାଙ୍କ ଫଟୋ ଉଠାଇବାକୁ ଚେଷ୍ଟା କଲେ ତେବେ ତାକୁ ନିଜ ପାଖକୁ ଆସିବାକୁ ଦେଖି କରିନା ମାସ୍କ ପିନ୍ଧିଦେଲେ । ନହେଲେ ସେ ବିନା ମାସ୍କରେ ହିଁ ବୁଲୁଥିଲେ ।

କରିନା ନିଜ ଗର୍ଭାବସ୍ଥା ସମୟକୁ ବହୁତ ଭଲ ଭାବରେ ବିତାଉଛନ୍ତି । ତାଙ୍କ ଅନୁଯାୟୀ ଗର୍ଭାବସ୍ଥା କୌଣସି ରୋଗ ନୁହେଁ ଯାହା ଘରେ ବସିଯିବା । ଆପଣ ଏଥିସହ ଅନ୍ୟସବୁ କାମ ମଧ୍ୟ କରିପାରିବେ । କେବଳ ଆପଣଙ୍କୁ ଟିକିଏ ଅଧିକ ଯତ୍ନ ନେବାକୁ ପଡ଼ିବ ।

କରିନା ଓ ସୈଫ ନିଜର ଯେଉଁ ନୂତନ ଘରକୁ ସ୍ଥାନାନ୍ତରିତ ହେବାକୁ ଯାଉଛନ୍ତି ତାହା ତାଙ୍କ ପୁରୁଣା ଘରେ ନିକଟରେ ହିଁ ଅଛି । କିଛି ସମୟ ଆଗରୁ କରିନା ନିଜ ସମ୍ପୂର୍ଣ୍ଣ ପରିବାର ସହ କ୍ରିସମାସ୍ ପାଳନ କରିଥିଲେ । ସେପଟେ ନ୍ୟୁ ଇୟରରେ ସେ ଘରେ ନଣନ୍ଦ ସୋହା ଅଲି ଖାଁ ଓ ତାଙ୍କ ସ୍ୱାମୀ କୁନାଲ ଖେମୁଙ୍କୁ ଆମନ୍ତ୍ରିତ କରିଥିଲେ ।

Leave a Reply

Your email address will not be published. Required fields are marked *