ସ୍ୱାମୀ ଅଭିଷେକ ଏବଂ ଝିଅଙ୍କ ସହ ହାଇଦ୍ରାବାଦରେ ପହଞ୍ଚିଲେ ଐଶ୍ୱର୍ଯ୍ୟା ! ଦୀର୍ଘ ୧୦ ମାସ ପରେ ମୁମ୍ବାଇରୁ ବାହାରକୁ ବାହାରିଲେ…

ସ୍ୱାମୀ ଅଭିଷେକ ଏବଂ ଝିଅଙ୍କ ସହ ହାଇଦ୍ରାବାଦରେ ପହଞ୍ଚିଲେ ଐଶ୍ୱର୍ଯ୍ୟା ! ଦୀର୍ଘ ୧୦ ମାସ ପରେ ମୁମ୍ବାଇରୁ ବାହାରକୁ ବାହାରିଲେ…

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଲକଡାଉନ ସମୟରେ ତାଙ୍କ ଘରେ ପରିବାର ସହ ଥିଲେ । ମହାମାରୀ ହେତୁ ଐଶ୍ୱର୍ଯ୍ୟା ଏବଂ ତାଙ୍କ ପରିବାର ସମସ୍ତ ସତର୍କତାର ସହ ଯତ୍ନ ନେଉଥିଲେ । କିନ୍ତୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କରୋନା ଭାଇରସ ସଂସ୍ପର୍ଶରେ ଆସିବାର ଦୀର୍ଘ ୧୦ ମାସ ମଧ୍ୟରେ ପ୍ରଥମ ଥର ପାଇଁ ମୁମ୍ବାଇରୁ ବାହାରିଛନ୍ତି । ରବିବାର ଦିନ ଐଶ୍ୱର୍ଯ୍ୟା ହାଇଦ୍ରାବାଦରେ ସ୍ୱାମୀ ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟାଙ୍କ ସହ ନଜର ଆସିଥିଲେ ।

ଏହି ସମୟ ମଧ୍ୟରେ, ସୋସିଆଲ ମିଡିଆରେ ଫଟୋଗୁଡ଼ିକ ଭାଇରାଲ ହେବାରେ ଲାଗିଛି । ଆପଣ ଦେଖିପାରୁଥିବେ ଯେ ଐଶ୍ୱର୍ଯ୍ୟା ଫଟୋରେ ଲେଗିଞ୍ଜ, ବ୍ଲାକ୍ କୋଟ ଏବଂ ଓଭରସାଇଜ ଚଷମା ପିନ୍ଧିଥିବାବେଳେ ତାଙ୍କ ଝିଅ ଆରାଧ୍ୟା ଗୋଲାପୀ ଟ୍ରାକ୍ ପ୍ୟାଣ୍ଟ ଏବଂ ଟି-ସାର୍ଟରେ ନଜର ଆସିଥିଲେ । ଅଭିଷେକ ମଧ୍ୟ ଆର୍ମି ପ୍ରିଣ୍ଟ ଜ୍ୟାକେଟ ପିନ୍ଧିଥିବାର ନଜର ଆସିଥିଲେ । ଫଟୋରେ ବିମାନବନ୍ଦରରେ ବହୁ ଭିଡ଼ ଥିବାର ଦେଖିବାକୁ ମିଳିଥିଲା ଏବଂ ଏପରି ପରିସ୍ଥିତିରେ ଅଭିଷେକ ଝିଅ ଆରାଧ୍ୟାଙ୍କ ହାତ ଧରିଥିଲେ ।

କରୋନା ମହାମାରୀ ହେତୁ ଐଶ୍ୱର୍ଯ୍ୟା ତାଙ୍କ ଘର ଭିତରେ ଅଧିକ ସମୟ ଅତିବାହିତ କରିଥିଲେ ଏବଂ ତାଙ୍କୁ କେବଳ ପାରିବାରିକ ଫଟୋ, ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବାର ଦେଖିବାକୁ ମିଳିଥିଲା । ସମ୍ପ୍ରତି, ନୂଆବର୍ଷ ଏବଂ ଖ୍ରୀଷ୍ଟମାସ ପାର୍ଟିର ଫଟୋକୁ ନେଇ ବଚ୍ଚନ ପରିବାରର ଖୁବ ଚର୍ଚ୍ଚା କରାଯାଇଥିଲା । ଏହି ଫଟୋଗୁଡିକୁ ସୋସିଆଲ ମିଡିଆରେ ପ୍ରଶଂସକମାନେ ଖୁବ ପସନ୍ଦ କରିଥିଲେ ।

ତେବେ ବଚ୍ଚନ ପରିବାର ହାଇଦ୍ରାବାଦକୁ କ’ଣ ପାଇଁ ଆସିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡିନାହିଁ । ଖବର ଏହା ମଧ୍ୟ ପ୍ରକାଶ ପାଉଛି ଯେ ଐଶ୍ୱର୍ଯ୍ୟା ତାଙ୍କ ଆଗାମୀ ତାମିଲ ଚଳଚ୍ଚିତ୍ର ପୋନିୟିନ୍ ସେଲଭନ ପାଇଁ ସୁଟିଂ କରିବାକୁ ଆସିଛନ୍ତି । ଏହି ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ଡବଲ ଭୂମିକାରେ ନଜର ଆସିବେ । ପୋନିୟିନ୍ ସେଲଭନ କଲ୍କି କୃଷ୍ଣମୂର୍ତ୍ତି ନାମକ ଏକ କାଳ୍ପନିକ ଉପନ୍ୟାସ ଉପରେ ଆଧାରିତ। ଫିଲ୍ମର ସୁଟିଂ ଗୋଟିଏ ଥର ଶେଷ ହେବ ବୋଲି କୁହାଯାଉଛି ।

କହିରଖୁଛୁ ଯେ ଜୁଲାଇରେ ଐଶ୍ୱର୍ଯ୍ୟା କରୋନା ପଜିଟିଭ ହୋଇଥିଲେ । ଅଭିନେତ୍ରୀଙ୍କ ସହ ଶ୍ୱଶୁର ଅମିତାଭ ବଚ୍ଚନ, ସ୍ୱାମୀ ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟା ମଧ୍ୟ କରୋନା ପଜିଟିଭ ଥିବା ଜଣାପଡିଥିଲା ।

ସେହି ସମୟରେ ସମସ୍ତଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେମାନଙ୍କ ଚିକିତ୍ସା କରାଯାଇଥିଲା । ସର୍ବପ୍ରଥମେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ କରୋନା ରିପୋର୍ଟ ନେଗେଟିଭ ଅସିଥିଲା । ଏହା ପରେ ବିଗ ବି ଏବଂ ଅଭିଷେକ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ ।

Leave a Reply

Your email address will not be published. Required fields are marked *