ବିବାହା ହେବାପରେ ପ୍ରତ୍ୟେକ ଝିଅର ମନରେ ମାଆ ହେବାର ଇଚ୍ଛା ନିଶ୍ଚିତ ଜାଗ୍ରତ ହୁଏ । ଅନେକ ଝିଅ ସହଜରେ ଗର୍ଭଧାରଣ କରିଦିଅନ୍ତି । ଯେତେବେଳେ କି କିଛି ମହିଳାଙ୍କୁ ମାଆ ହେବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଯଦି ଆପଣ ମାଆ ହେବାକୁ ସ୍ବପ୍ନ ଦେଖୁଛନ୍ତି ଏବଂ ଗର୍ଭଧାରଣ କରିବାକୁ ଚାହୁଁଛନ୍ତି, ତେବେ ନିମ୍ନଲିଖିତ କଥାକୁ ଧ୍ୟାନ ରଖନ୍ତୁ । ଏହି କଥାକୁ ପାଳନ କରିବା ଦ୍ଵାରା ଆପଣ ସହଜରେ ଗର୍ଭବତୀ ହୋଇଯିବେ ।
* ଗର୍ଭବତୀ ହେବା ପାଇଁ ରଖନ୍ତୁ ଏହି କଥାର ଧ୍ୟାନ:-
୧) ସଠିକ୍ ଭାବରେ ଆସୁଥିବା ଦରକାର ପିରିୟଡ୍ସ
ଯେଉଁ ମହିଳାଙ୍କୁ ଠିକ ଭାବରେ ପିରିୟଡ୍ସ ଆସିଥାଏ, କେବଳ ସେହି ମହିଳା ଗର୍ଭଧାରଣ କରିପାରିବେ । ଏଥିପାଇଁ ଆପଣ ଏହି କଥାକୁ ଧ୍ୟାନରେ ରଖିବା ଉଚିତ କି ଆପଣଙ୍କୁ ସଠିକ୍ ଭାବରେ ଏବଂ ନିୟମିତ ରୂପରେ ପିରିୟଡ୍ସ ଆସୁଥିବା ଦରକାର । ଯଦି ଆପଣଙ୍କୁ ପ୍ରତ୍ୟେକ ମାସରେ ସଠିକ ସମୟରେ ପିରିୟଡ୍ସ ଆସୁଥାଏ ତେବେ ଏହାର ଅର୍ଥ ହେଉଛି କି ଆପଣ ମାଆ ହୋଇପାରିବେ । ଯେଉଁମାନଙ୍କ ପିରିୟଡ୍ସ ତାରିଖରେ ବହୁତ ପରିବର୍ତ୍ତନ ହୋଇଥାଏ ଏବଂ ସମୟରେ ପିରିୟଡ୍ସ ହୋଇନଥାଏ, ସେହି ମହିଳାମାନେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ କାରଣ ଏହା ଅନିୟମିତ ହୋଇଥାଏ ।
ପିରିୟଡ୍ସର ଅନିୟମିତ ହେବାର ଅନେକ କାରଣ ହୋଇଥାଏ । ଯେପରିକି ଅତ୍ୟଧିକ ଚିନ୍ତିତ ହେବା, ଭୁଲ୍ ଖାଦ୍ୟ ଖାଇବା, ଭୁଲ ଔଷଧ ଖାଇବା ଇତ୍ୟାଦି । ଏହା ବ୍ୟତୀତ ଅନେକ ମହିଳାମାନଙ୍କୁ PCOD ଏବଂ PCOSର ସମସ୍ୟା ମଧ୍ୟ ହୋଇଯାଏ । ଯେଉଁ କାରଣରୁ ତାଙ୍କର ଠିକ ସମୟରେ ପିରିୟଡ୍ସ ହୁଏ ନାହିଁ । ଯଦି ଆରମ୍ଭ ସମୟରେ PCOD ଏବଂ PCOSର ସମସ୍ୟା ଜଣାପଡି ଯାଏ ତେବେ ଏହାକୁ ସହଜରେ ଠିକ୍ କରାଯାଇପାରିବ । ତେଣୁ ଯେତେବେଳେ ବି ଆପଣଙ୍କୁ ଅନିୟମିତ ପିରିୟଡ୍ସ ହୁଏ, ଆପଣ ଏହାକୁ ଅଣଦେଖା କରନ୍ତୁ ନାହିଁ ଏବଂ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
୨) ଖାଦ୍ୟପେୟର ଧ୍ୟାନ ରଖନ୍ତୁ
ଯଦି ଆପଣ ମାଆ ହେବାର ଯୋଜନା କରିଛନ୍ତି, ତେବେ ନିଜର ଖାଦ୍ୟପେୟର ଧ୍ୟାନ ରଖନ୍ତୁ । କେବଳ ସୁସ୍ଥ ଖାଦ୍ୟ ହିଁ ଖାଆନ୍ତୁ । ନିଜ ଡାଇଟରେ ସବୁଜ ପନିପରିବା, ଚାଉଳ, ଡାଲି, ଫଳ ଇତ୍ୟାଦି ନିଶ୍ଚିତ ସାମିଲ କରନ୍ତୁ । ମଦ୍ୟପାନ କରନ୍ତୁ ନାହିଁ ଏବଂ ଧୂମପାନରୁ ମଧ୍ୟ ଦୂରେଇ ରୁହନ୍ତୁ । ବାସ୍ତବରେ, ମଦ୍ୟପାନ ଏବଂ ଧୂମପାନ କରିବା ଦ୍ଵାରା ଗର୍ଭଧାରଣ କରିବାରେ ଅସୁବିଧା ହୋଇଥାଏ ।
୩) ଚା ଏବଂ କଫିର ସେବନ କରନ୍ତୁ ନାହିଁ
ଚା ଏବଂ କଫି ସେବନ କରିବା ଦ୍ୱାରା ଗର୍ଭରେ ପ୍ରଭାବ ପଡିଥାଏ । ଏଥିପାଇଁ ଯେତେବେଳେ ମଧ୍ୟ ଆପଣ ମାଆ ହେବାକୁ ଭାବିବେ, ତେବେ ଏହି ଜିନିଷରୁ ଦୂରେଇ ଯାଆନ୍ତୁ ଏବଂ ଏହାର ସେବନ କରିବା ଠାରୁ ଦୂରେଇ ରୁହନ୍ତୁ ।
୪) ଗୋଟିଏ ଥର କରନ୍ତୁ ନିଜର ଯାଞ୍ଚ
ଗର୍ଭଧାରଣ କରିବା ପୂର୍ବରୁ ଗୋଟିଏ ଥର ନିଜର ଏବଂ ନିଜ ସ୍ବାମୀଙ୍କ ଯାଞ୍ଚ ଡାକ୍ତରଙ୍କ ଦ୍ଵାରା ନିଶ୍ଚିତ କରନ୍ତୁ । ଡାକ୍ତର ଦ୍ଵାରା ଯାଞ୍ଚ ହେବାପରେ ଏହା ଜଣାପଡେ କି ଆପଣ ଗର୍ଭଧାରଣ କରିବା ପାଇଁ ସମ୍ପୂର୍ଣ୍ଣ ସୁସ୍ଥ ଅଟନ୍ତି କି ନାହିଁ ।
୫) ବ୍ୟାୟାମ ଠାରୁ ଦୂରେଇ ରୁହନ୍ତୁ
ଯଦି ଆପଣ ମାଆ ହେବାର ଯୋଜନା କରୁଛନ୍ତି, ତେବେ ବ୍ୟାୟାମ ଠାରୁ ଦୂରେଇ ରୁହନ୍ତୁ । ବାସ୍ତବରେ, ଅନେକଥର ମହିଳାମାନେ ଗର୍ଭଧାରଣ କରିଦିଅନ୍ତି ଏବଂ ତାଙ୍କୁ ଏହି ବିଷୟରେ ବିଳମ୍ବରେ ଜଣାପଡେ । ଏପରି ପରିସ୍ଥିତିରେ ବ୍ୟାୟାମ କିମ୍ବା ଭାରି କାମ କରିବା ବିପଜ୍ଜନକ ହୋଇପାରେ । ଏଥିପାଇଁ ଆପଣ ଯେତେବେଳେ ମଧ୍ୟ ଗର୍ଭଧାରଣ କରିବାକୁ ଯୋଜନା କରିବେ ତେବେ ସେତେବେଳେ ବ୍ୟାୟାମ ଟିକେ କମ କରିବା ଉଚିତ ।
୬) ଓଜନର ଧ୍ୟାନ ରଖନ୍ତୁ
ଯେଉଁ ମହିଳାମାନେ ଅଧିକ ଓଜନ ହୋଇଥାନ୍ତି, ସେହି ମହିଳାମାନଙ୍କୁ ମାଆ ହେବାରେ ଅସୁବିଧା ହୋଇଥାଏ । ଅଧିକ ଓଜନ ହେବା କାରଣରୁ ମହିଳାମାନେ ଗର୍ଭଧାରଣ କରିପାରନ୍ତି ନାହିଁ । ଏଥିପାଇଁ ନିଜ ଓଜନକୁ ସର୍ବଦା ନିୟନ୍ତ୍ରଣରେ ରଖନ୍ତୁ ଏବଂ ଏହାକୁ ବଢିବାକୁ ଦିଅନ୍ତୁ ନାହିଁ । କୌଣସି କାରଣରୁ ଯଦି ଆପଣଙ୍କ ଓଜନ ବଢିଯାଇଥାଏ ତେବେ ଆପଣ ଏହାକୁ କମ୍ କରିଦିଅନ୍ତୁ ।