ରାମମନ୍ଦିର ନିର୍ମାଣରେ ଅକ୍ଷୟ କୁମାରଙ୍କ ଯୋଗଦାନ ! କହିଲେ ଆଶା କରୁଛି ଆପଣମାନେ ମଧ୍ୟ ଏଥିରେ ଯୋଡିତ ହେବେ…

ରାମମନ୍ଦିର ନିର୍ମାଣରେ ଅକ୍ଷୟ କୁମାରଙ୍କ ଯୋଗଦାନ ! କହିଲେ ଆଶା କରୁଛି ଆପଣମାନେ ମଧ୍ୟ ଏଥିରେ ଯୋଡିତ ହେବେ…

ବଲିଉଡ ଅଭିନେତା ଅକ୍ଷୟ କୁମାର ପରିସ୍ଥିତି ଯାହା ମଧ୍ୟ ହେଉ ନା କାହିଁକି ଦେଶର ହିତରେ ସଦାସର୍ବଦା ନିଜର ଯୋଗଦାନ ଦେଇ ଆସୁଥିବା ଲକ୍ଷ୍ୟ କରାଯାଇଛି । ବର୍ତ୍ତମାନ ସମୟରେ ଅକ୍ଷୟ କୁମାର ଅଯୋଧ୍ୟାରେ ନିର୍ମିତ ହେଉଥିବା ରାମ ମନ୍ଦିରରେ ନିଜର ଯୋଗଦାନ ଦେଇଛନ୍ତି । ଏକ ଭିଡିଓକୁ ଅକ୍ଷୟ କୁମାର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଏକ କାହାଣୀ ଶୁଣାଉଥିବାର ଦେଖାଯାଇଛି ।

ସେଥିରେ ସେ କହିଛନ୍ତି ଯେ, କାଲି ରାତିରେ ମୁଁ ମୋର ପୁଅକୁ ଏକ କାହାଣୀ ଶୁଣାଉଥିଲି । ଆପଣ ଶୁଣିବେ କି ? ଗୋଟିଏ ପକ୍ଷରେ ବାନର ସେନା ଥିବାବେଳେ ଅନ୍ୟପକ୍ଷରେ ଲଙ୍କା ଥିଲା ଏବଂ ଲଙ୍କା ଓ ବାନର ସେନା ମଧ୍ୟରେ ଥିଲା ମହାସାଗର । ବାନର ସେନା ବଡ଼ବଡ଼ ପଥରକୁ ଉଠାଇ ସମୁଦ୍ରରେ ପକାଉଥିଲେ । ରାମସେତୁ ନିର୍ମାଣ କରି ମାତା ସୀତାଙ୍କୁ ଫେରାଇ ନେବାର ଥିଲା । ପ୍ରଭୁ ଶ୍ରୀରାମ କୂଳରେ ଛିଡା ହୋଇ ସବୁକିଛି ଦେଖୁଥିଲେ । ସେତେବେଳେ ତାଙ୍କ ଦୃଷ୍ଟି ଏକ ଗୁଣ୍ଡୁଚିମୁଷା ଉପରେ ପଡିଲା ।

ଅକ୍ଷୟ ଆଗକୁ କହିଥିଲେ, “ଗୁଣ୍ଡୁଚିମୂଷା ପାଣିକୁ ଯାଇ ଫୁଣି କୂଳକୁ ଆସୁଥିଲା, ବାଲିରେ ଗଡିଯାଉଥିଲା, ତା’ପରେ ରାମସେତୁର ପଥର ଆଡ଼କୁ ଦୌଡୁଥିଲା । ଫୁଣିଥରେ ପାଣିକୁ ଯାଉଥିଲା, ଫୁଣି ବାଲିରେ, ଫୁଣି ପଥରରେ… । ପ୍ରଭୁ ରାମଚନ୍ଦ୍ର ଆଶ୍ଚର୍ଯ୍ୟ ହେଲେ ଯେ, ଏହା କ’ଣ ହେଉଛି ? ସେ ଗୁଣ୍ଡୁଚିମୂଷା ପାଖକୁ ଗଲେ ଏବଂ ତାଙ୍କୁ ପଚାରିଥିଲେ କି ତମେ କ’ଣ କରୁଛ ? ଗୁଣ୍ଡୁଚିମୂଷା ଉତ୍ତର ଦେଲା, “ମୁଁ ମୋ ଶରୀରକୁ ଓଦା କରୁଛି” ।

ଏହା ପରେ ବାଲିରେ ଗଡି ଶରୀରରେ ବାଲି ଲଗାଇ ପଥରରେ ମଝିରେ ଯେଉଁ ଖାଲିସ୍ଥାନ ଅଛି ଏହାକୁ ପୂର୍ଣ୍ଣ କରୁଛି । ରାମସେତୁର ନିର୍ମାଣରେ ମୁଁ ମଧ୍ୟ ନିଜର ଏକ ଛୋଟ ଅବଦାନ ଦେଉଛି । ଅକ୍ଷୟ ଭିଡିଓ ସହିତ କ୍ୟାପସନରେ ଲେଖିଛନ୍ତି, “ବହୁତ ଖୁସିର କଥା ଏହା ହେଉଛି କି ଅଯୋଧ୍ୟାରେ ଆମ୍ଭମାନଙ୍କ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ଯୋଗଦାନର ସମୟ ଆମ୍ଭର ଅଟେ” । ମୁଁ ଆରମ୍ଭ କରିଦେଇଛି । ଆଶା କରୁଛି ଆପଣ ମଧ୍ୟ ଯୋଗଦେବେ । ଜୟ ଶ୍ରୀରାମ ।

Leave a Reply

Your email address will not be published. Required fields are marked *