ଗୋଆରେ କାର୍ତ୍ତିକ ଆରିୟାନଙ୍କ ସହ ବାଇକରେ ବୁଲୁଥିବାର ନଜର ଆସିଛନ୍ତି ଜାହ୍ନବୀ କପୂର, ଉଭୟ କଣ ପରସ୍ପରକୁ ପ୍ରେମ କରୁଛନ୍ତି କି !

ଗୋଆରେ କାର୍ତ୍ତିକ ଆରିୟାନଙ୍କ ସହ ବାଇକରେ ବୁଲୁଥିବାର ନଜର ଆସିଛନ୍ତି ଜାହ୍ନବୀ କପୂର, ଉଭୟ କଣ ପରସ୍ପରକୁ ପ୍ରେମ କରୁଛନ୍ତି କି !

କାର୍ତ୍ତିକ ଆରିୟାନ ବର୍ତ୍ତମାନ ଗୋଆରେ ରହୁଛନ୍ତି । ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଟୋ ଗୁଡ଼ିକରେ ସେ ଜାହ୍ନବୀ କପୁରଙ୍କ ସହ ବାଇକରେ ବୁକୁଥିବାର ନଜର ଆସିଛନ୍ତି । ଦୁହେଁ ମାସ୍କ ପିନ୍ଧି ଗୋଆରେ ବୁଲୁଛନ୍ତି । ଗୋଆରେ ‘ଦୋସ୍ତାନା୨’ର ସୁଟିଂ ସମୟରେ ଏହି ଯୋଡି ଏକାଠି ବୁଲୁଥିବାର ନଜର ଆସିଛନ୍ତି ।

ଆଜିକାଲି ଏହି ଦୁଇ ଜଣ ପ୍ରାୟ ସମୟ ଗୋଆରେ ଏକାଠି ନଜର ଆସୁଛନ୍ତି । ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ମଧ୍ୟ ଭାଇରାଲ ହେଉଛି । ଉଭୟ ଗୋଆର ଏକ ବିଷ୍ଟ୍ରୋରେ ନଜର ଆସିଥିଲେ ଯେଉଁଠି ଦୁହେଁ ଧଳା ଟି-ସାର୍ଟ ପିନ୍ଧିଥିଲେ । ସେଠାରେ କାର୍ତ୍ତିକ ଆରିୟାନ ତାଙ୍କର ଜଣେ ପ୍ରଶଂସକଙ୍କ ସହ ସେଲଫି କ୍ଲିକ କରିଥିଲେ । ସେଲ୍ଫି ପାଇଁ କାର୍ତ୍ତିକ ଆରିୟାନ ମୁହଁରୁ ମାସ୍କ କାଢ଼ିଥିଲେ ।

ସୋସିଆଲ ମିଡିଆରେ ଏହି ଫଟୋ ଭାଇରଲ ହେବାପରେ ସମସ୍ତଙ୍କ ମନ ପ୍ରଶ୍ନ ଉଠିଛି ଯେ ଦୁହେଁ ପରସ୍ପରକୁ ଡେଟ କରୁଛନ୍ତି କି ? କାର୍ତ୍ତିକ ସାରା ଅଲି ଖାନଙ୍କ ସହ ବ୍ରେକଅପ ପରେ ଜାହ୍ନବୀ କପୁରଙ୍କୁ ଡେଟ୍ କରୁଛନ୍ତି କି ? ସୋସିଆଲ ମିଡିଆରେ ଏମିତି ଅନେକ ପ୍ରଶ୍ନ ଉଠୁଛି । କିନ୍ତୁ, ଆସନ୍ତୁ ଜାଣିବା ଦୁହେଁ ପ୍ରକୃତରେ ଗୋଆରେ କରୁଛନ୍ତି କଣ ?

ବାସ୍ତବରେ, ସେମାନଙ୍କର ଆଗାମୀ ଚଳଚ୍ଚିତ୍ର ‘ଦୋସ୍ତାନା୨’ର ସୁଟିଂ ଯୋଗୁଁ ଦୁହେଁ ଗୋଆରେ ପହଞ୍ଚିଛନ୍ତି । ସୁଟିଂ ସେଟରେ ଜାହ୍ନବୀ କପୁର କାର୍ତ୍ତିକଙ୍କ ସହ ବାଇକରେ ବସିଥିବାର ନଜର ଆସିଛନ୍ତି । କରୋନାକୁ ଏଡାଇବାପାଇଁ ଉଭୟ ମୁହଁରେ ମାସ୍କ ପିନ୍ଧିଛନ୍ତି । ଫିଲ୍ମ ‘ଦୋସ୍ତାନା୨’ରେ ଉଭୟ ରୋମାନ୍ସ କରୁଥିବା ନଜର ଆସିବେ । ଏହି ଚଳଚ୍ଚିତ୍ରଟି କରଣ ଜୋହରଙ୍କ ଦ୍ୱାରା ନିର୍ମିତ ।

କାର୍ତ୍ତିକଙ୍କ ନାମ ସାରା ଅଲି ଖାନଙ୍କ ସହ ଜଡିତ ଥିଲା ଯେତେବେଳେ ସାରା କରନ୍ ଜୋହାରଙ୍କ ଶୋ’ରେ କହିଥିଲେ ଯେ ସେ କାର୍ତ୍ତିକ ଆରିୟାନଙ୍କୁ ଡେଟ୍ କରିବାକୁ ଚାହୁଁଛନ୍ତି । କେବଳ ଏତିକି ନୁହେଁ ‘ଲଭ ଆଜ୍ କଲ୍ ‘ ଫିଲ୍ମରେ ଦୁହେଁ ଏକାଠି ନଜର ଆସିଥିଲେ । ଜୋରସୋରରେ ଉଭୟଙ୍କର ରୋମାନ୍ସ ଚାଲିଥିଲା । ତେବେ କିଛି ଦିନ ପୂର୍ବରୁ ଖବର ଆସିଲା ଯେ ସୋସିଆଲ ମିଡିଆରେ ଦୁହେଁ ପରସ୍ପରକୁ ବ୍ଲକ୍ କରି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *