କୋର୍ଟର ନିଷ୍ପତ୍ତିକୁ ନେଇ କଙ୍ଗନା ରଖିଲେ ନିଜର ପ୍ରତିକ୍ରିୟା ! ମହାରାଷ୍ଟ୍ର ସରକାରଙ୍କୁ କହିଲେ – ‘ମହାବିନାଶକାରୀ ସରକାର’ …

କୋର୍ଟର ନିଷ୍ପତ୍ତିକୁ ନେଇ କଙ୍ଗନା ରଖିଲେ ନିଜର ପ୍ରତିକ୍ରିୟା ! ମହାରାଷ୍ଟ୍ର ସରକାରଙ୍କୁ କହିଲେ – ‘ମହାବିନାଶକାରୀ ସରକାର’ …

ଅଭିନେତ୍ରୀ କଙ୍ଗନା ରାନାୱତ ୨୦୨୦ ମସିହାରେ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ କ୍ରମାଗତ ଆକ୍ରମଣକାରୀ ମନୋଭାବ ରଖି ଆସୁଥିଲେ । ଅନେକ ଚର୍ଚା କୁ ନେଇ ଅଭିନେତ୍ରୀ କଙ୍ଗନା ଏବଂ ଶିବସେନା ମଧ୍ୟରେ ସରକାରଙ୍କ ପ୍ରତି ତୀବ୍ର ସଂଘର୍ଷ ଦେଖିବାକୁ ମିଳିଥିଲା । ବର୍ତ୍ତମାନ କଙ୍ଗନା ରାନାୱତ ମହାରାଷ୍ଟ୍ର ସରକାରଙ୍କୁ ‘ମହାବିନାଶକାରୀ ସରକାର’ ବୋଲି କହିଛନ୍ତି । ଡିଣ୍ଡୋସି ସିଭିଲ କୋର୍ଟର ଏକ ନିଷ୍ପତ୍ତି ଉପରେ କଙ୍ଗନା ଏପରି ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ନିକଟରେ ମୁମ୍ବାଇର ଡିଣ୍ଡୋସି ସିଭିଲ କୋର୍ଟ କଙ୍ଗନାଙ୍କ ଫ୍ଲାଟରେ ବିଏମସିକୁ ଅଣଅଧିକୃତ ନିର୍ମାଣ କାର୍ଯ୍ୟକୁ ଭାଙ୍ଗିବା ବନ୍ଦ କରିବାକୁ ତାଙ୍କ ଆବେଦନ ଉପରେ ଶୁଣାଣି କରିଛନ୍ତି । ଏହାର ରାୟରେ କୋର୍ଟ ସ୍ୱୀକାର କରିଛନ୍ତି ଯେ କଙ୍ଗନାଙ୍କ ଫ୍ଲାଟରେ ନିୟମାବଳୀର ଉଲ୍ଲଂଘନ କରାଯାଇଛି । ଏଥି ସହିତ କୋର୍ଟ କଙ୍ଗନାଙ୍କ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି ।

ଡିଣ୍ଡୋସି ସିଭିଲ କୋର୍ଟର ନିଷ୍ପତ୍ତି ଉପରେ କଙ୍ଗନା ରାନାୱତ ନିଜର ପ୍ରତିକ୍ରିୟା ରଖିଛନ୍ତି । କଙ୍ଗନା ଏକ ଟୁଇଟରେ ମହାରାଷ୍ଟ୍ର ସରକାରଙ୍କୁ ମହାବିନାଶକାରୀ ସରକାର କହିବା ସହ ଏହି ନିଷ୍ପତ୍ତିକୁ ତାଙ୍କ ବିରୋଧରେ ପ୍ରୋପାଗାଣ୍ଡା କରାଯାଇଥିବା କହିଛନ୍ତି । ଏହି ନିଷ୍ପତ୍ତି ବିରୋଧରେ ସେ ହାଇକୋର୍ଟ ଯିବେ ବୋଲି ମଧ୍ୟ କହିଛନ୍ତି ।

କଙ୍ଗନା ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ମହାବିନାଶକରୀ ସରକାରଙ୍କ ଦ୍ୱାରା ମିଥ୍ୟା ପ୍ରଚାର କରାଯାଉଛି, ମୁଁ କୋୖଣସି ଫ୍ଲାଟକୁ ସଂଯୋଗ କରି ନାହିଁ, ପୂରା କୋଠା ସମାନ ଢ଼ଙ୍ଗରେ ନିର୍ମିତ ହୋଇଛି, ପ୍ରତ୍ୟେକ ଆପାର୍ଟମେଣ୍ଟ, ପ୍ରତ୍ୟେକ ମହଲା, ମୁଁ ଏହାକୁ ସେପରି ହିଁ କିଣିଥିଲି। ପୁରା ବିଲ୍ଡିଂରେ କେବଳ ବିଏମସି ହିଁ ମୋତେ ବ୍ୟଥିତ କରୁଛି । ଆମେ ହାଇକୋର୍ଟରେ ଏଥିନେଇ ଆବେଦନ କରିବୁ ବୋଲି ସେ କହିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ଏହି ପୂରା ମାମଲା କଙ୍ଗନା ରାନାୱତଙ୍କର ଖାର ଅଞ୍ଚଳରେ ଅବସ୍ଥିତ ଘର ସହିତ ଜଡିତ । ବିଏମସି ଅଭିଯୋଗ କରିଛି ଯେ କଙ୍ଗନା ଏହି ଫ୍ଲାଟ ବେଆଇନ ଭାବେ ନିର୍ମାଣ କରିଛନ୍ତି, କଙ୍ଗନା ଏହି ଅଭିଯୋଗକୁ ଅସ୍ୱୀକାର କରିବା ସହ ବିଏମସି ଦ୍ୱାରା କରାଯାଉଥିବା କାର୍ଯ୍ୟ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଅପିଲ କରିଥିଲେ ।

ଏହି ପୂରା ମାମଲାରେ ତାଙ୍କ ରାୟ ଦେବାବେଳେ ଜଷ୍ଟିସ୍ ଏଲ୍ ଏସ ଚୌହାନ୍ କହିଛନ୍ତି ଯେ “ଅଭିନେତ୍ରୀ ଖାର ଅଞ୍ଚଳରେ ସ୍ଥିତ ୧୬ ମହଲା କୋଠାର ପଞ୍ଚମ ମହଲାରେ ଥିବା ତାଙ୍କର ତିନି ଫ୍ଲାଟକୁ ଏକ ୟୁନିଟରେ ପରିଣତ କରିଥିଲେ । ଯାହା ଅଧୀନରେ ସେ କମ୍ପାକ୍ଟ ଏରିଆ, ଡକ୍ଟ ଏରିଆ ଏବଂ ସାଧାରଣ ରାସ୍ତାକୁ ମଧ୍ୟ ଆଚ୍ଛାଦନ କରିଥିଲେ । ଏହା ଅନୁମୋଦିତ ଯୋଜନାର ଏକ ଗୁରୁତର ଉଲ୍ଲଂଘନ ।” ଏହା ସହିତ କୋର୍ଟ କଙ୍ଗନାଙ୍କ ପିଟିସନକୁ ଖାରଜ କରିଦେଇ ନିଜର ରାୟରେ ବିଏମସିର ନୋଟିସ କିପରି ଆଇନଗତ ଭାବେ ଭୁଲ ନୁହେଁ ତାହା ପ୍ରମାଣ କରିବାକୁ ଅସମର୍ଥ ବୋଲି କହିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ୨୦୧୮ ମସିହାରେ, ଖାର ଅଞ୍ଚଳରେ ଅଣଅଧିକୃତ ନିର୍ମାଣ କାର୍ଯ୍ୟ ପାଇଁ ବିଏମସି ଦ୍ୱାରା କଙ୍ଗନା ରାନାୱତଙ୍କୁ ନୋଟିସ ଜାରି କରାଯାଇଥିଲା ।

Leave a Reply

Your email address will not be published. Required fields are marked *