ବାସ୍ତବିକ ଜୀବନରେ ଏହି ଅଭିନେତ୍ରୀ ଥିଲେ ଖୁବ ଚାଲାକ ! ଏକାଥରେ କରୁଥିଲେ ଦୁଇଜଣ ଅଭିନେତାଙ୍କ ସହ ଡେଟ …

ବାସ୍ତବିକ ଜୀବନରେ ଏହି ଅଭିନେତ୍ରୀ ଥିଲେ ଖୁବ ଚାଲାକ ! ଏକାଥରେ କରୁଥିଲେ ଦୁଇଜଣ ଅଭିନେତାଙ୍କ ସହ ଡେଟ …

ଆଜିଆମେ ଏପରି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏକି ଏକା ସହ ଦୁଇଜଣ ଅଭିନେତାଙ୍କୁ ଡେଟ କରୁଥିଲେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆମେ ଏଠି ଆଉ କାହା କଥା ନୁହେଁ ବରଂ ଅଭିନେତ୍ରୀ ଅମୃତା ସିଂଙ୍କ କଥା କହୁଚୁ । ସମସ୍ତେ ଏହା ଜଣନ୍ତିଯେ ଅମୃତା ସିଂ ହେଉଛନ୍ତି ସୈଫ ଅଲି ଖାନଙ୍କ ପ୍ରଥମ ପତ୍ନୀ, ହେଲେ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅମୃତା ସିଂ ଏକ ସମୟରେ ସୁପରଷ୍ଟାର ବିନୋଦ ଖାନ୍ନାଙ୍କୁ ଡେଟ କରୁଥିଲେ । ଦୁହେଁ ଦୁହିଁଙ୍କୁ ଖୁବ ଭଲ ପାଉଥିଲେ ।

ଏହି ସମୟରେ ସୈଫ ଅଲି ଖାନ ଅମୃତା ସିଂଙ୍କୁ ଏକ ପାର୍ଟିରେ ଭେଟିଥିଲେ । ଅମୃତା ସିଂ ସୈଫଙ୍କ ଠାରୁ ବୟସରେ ଦଶବର୍ଷ ବଡ ହୋଇଥିଲେ ମଧ୍ୟ ପ୍ରଥମ ଦେଖାରୁ ହିଁ ସୈଫ ତାଙ୍କୁ ଭଲପାଇବସିଲେ । ବୋଧେ ଏଥିପାଇଁ ପ୍ରେମକୁ ଅନ୍ଧ କୁହାଯାଏ, ତେବେ ବଲିଉଡ ସେଲିବ୍ରିଟି ମାନେ କେବେ ଭଲପାଇବାରେ ବୟସ ଦେଖନ୍ତି ନାହିଁ ।

ଏହାପରେ ଦିନେ ସୈଫ ଅଲି ଖାନ ଅମୃତାଙ୍କୁ ଡିନର ପାଇଁ ନିମନ୍ତ୍ରଣ କଲେ, କିନ୍ତୁ ଅମୃତା କହିଲେ ଯଦି ସେ ଡିନର ନିଜ ହାତରେ ବନେଇବେ ତେବେ ଯାଇ ସେ ଯିବେ । ଏଥିରେ ସୈଫ ରାଜି ହୋଇଗଲେ ଏବଂ ଏହିପରି ଧୀରେ ଧୀରେ ଦୁହେଁ ଦୁହିଁଙ୍କୁ ଭଲପାଇବସିଲେ । ଏହା ଭିତରେ ଅମୃତା ବିନୋଦ ଖାନ୍ନାଙ୍କୁ ଭୁଲିସାରିଥିଲେ କିନ୍ତୁ ପରେ ଯାହା ହେଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ଦିନେ ବିନୋଦ ଖାନ୍ନା ହଠାତ ଯାଇ ଅମୃତାଙ୍କ ଘରେ ପହଁଚିଲେ । ସେଠାରେ ସେ ସୈଫଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଦେଖିଲେ । ସେ ବୁଝିଗଲେ ଯେ ଅମୃତା ତାଙ୍କୁ ବୋକା ବନାଉଛନ୍ତି । ସେ ସେଠାରୁ ଚୁପଚାପ ପଳାଇଲେ ଏବଂ ଅମୃତାଙ୍କ ସହ ନିଜର ସମସ୍ତ ସମ୍ପର୍କ କାଟିଦେଲେ ।

ଏହାପରେ ସୈଫ ଅଲି ଖାନ ଅମୃତାଙ୍କୁ ବିବାହ କଲେ, କିନ୍ତୁ ଅମୃତାଙ୍କ ରାଗି ସ୍ଵଭାଵ ଯୋଗୁ ତାଙ୍କର ଶଶୁର ଘରେ କାହାସହ ଭଲ ସଂପର୍କ ରହିଲା ନାହିଁ । ଏହା ଭିତରେ ସୈଫ ଅଲି ଖାନ ମଧ୍ୟ ହୃଦୟଙ୍ଗମ କଲେ ଯେ ସେ ନିଜ ପାଇଁ ଭୁଲ ଜୀବନସାଥି ବାଛିନେଇଛନ୍ତି । ସେଥିପାଇଁ ସେ ଅମୃତା ସିଂଙ୍କୁ ଛାଡପତ୍ର ଦେଲେ ଏବଂ କିଛିଦିନପରେ କରୀନା କପୂରଙ୍କୁ ବିବାହ କଲେ ।

Leave a Reply

Your email address will not be published. Required fields are marked *