ମିଥୁନ ଚକ୍ରବର୍ତ୍ତୀ ଏବଂ ସୁନୀଲ ଶେଟ୍ଟୀଙ୍କ ପୁଅଙ୍କ ସମେତ ଏହି ୧୦ ଜଣ ନବାଗତ ଚଳିତ ବର୍ଷ ବଲିଉଡ ଇଣ୍ଡଷ୍ଟ୍ରିରେ କରିବାକୁ ଯାଉଛନ୍ତି ଡେବ୍ୟୁ !

ମିଥୁନ ଚକ୍ରବର୍ତ୍ତୀ ଏବଂ ସୁନୀଲ ଶେଟ୍ଟୀଙ୍କ ପୁଅଙ୍କ ସମେତ ଏହି ୧୦ ଜଣ ନବାଗତ ଚଳିତ ବର୍ଷ ବଲିଉଡ ଇଣ୍ଡଷ୍ଟ୍ରିରେ କରିବାକୁ ଯାଉଛନ୍ତି ଡେବ୍ୟୁ !

୨୦୨୧ ମସିହାରୁ ହିନ୍ଦୀ ସିନେମାର ବହୁତ ଆଶା ରହିଛି । ୨୦୨୦ ମସିହାରେ ବଲିଉଡ କୋଟିକୋଟି ଟଙ୍କା କ୍ଷତି ସହିଛି । ଚଳିତ ବର୍ଷ ବଲିଉଡ ଦୃଷ୍ଟିକୋଣରୁ ଅତ୍ୟନ୍ତ ସ୍ୱତନ୍ତ୍ର ହେବ କାରଣ ଏହି ବର୍ଷ ବଲିଉଡ ଅନେକ ନୂଆ ଚେହେରା ପାଇବାକୁ ଯାଉଛି । ଆଜି ଆମେ ଆପଣଙ୍କୁ ଏହିପରି ନବାଗତମାନଙ୍କ ବିଷୟରେ କହିବାକୁ ଯାଉଛୁ । ସେମାନଙ୍କ ମଧ୍ୟରୁ କେତେକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରୁ, କେତେକ ଟିଭିରୁ ତ କେତେକ ଷ୍ଟାର୍ କିଡ୍ ମଧ୍ୟ ଅଛନ୍ତି । ତେବେ ଆସନ୍ତୁ ଏହି ନବାଗତମାନଙ୍କ ଉପରେ ନଜର ପକାଇବା ।

ମାନୁଷୀ ଚିଲର୍

ମାନୁଷୀ ଦେଶ ତଥା ବିଶ୍ୱରେ ତାଙ୍କ ନାମ କରିଛନ୍ତି । ସେ ୨୦୧୭ରେ ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଥିଲେ । ସେବେଠାରୁ ହିଁ ବଲିଉଡରେ ପାଦ ରଖିବା ପାଇଁ ଲାଇମଲାଇଟରେ ରହିଆସିଛନ୍ତି । ଚଳିତ ବର୍ଷ ମାନୁଷୀ ପରଦାକୁ ଆସିବା ନେଇ ଆଶା କରାଯାଉଛି । ଏଭଳି ଖବର ଅନେକ ଥର ଆସିଛି ଯେ ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ଐତିହାସିକ ଡ୍ରାମା ଚଳଚ୍ଚିତ୍ର “ପୃଥବିରାଜ୍”ରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଶାଲିନୀ ପାଣ୍ଡେ

ଶାଲିନୀ ପାଣ୍ଡେ ଜଣେ ଟଲିଉଡ ଅଭିନେତ୍ରୀ । ଚଳିତ ବର୍ଷ ସେ ବଲିଉଡରେ ଡେବ୍ୟୁ କରିବେ ବୋଲି ଆଶା କରାଯାଉଛି । ଅଭିନେତ୍ରୀ ଶାଲିନି ତେଲୁଗୁ ଚଳଚ୍ଚିତ୍ର “ଅର୍ଜୁନ ରେଡ୍ଡୀ” ଠାରୁ ୨୦୧୭ରେ ଚର୍ଚ୍ଚାରେ ରହିଆସିଛନ୍ତି । ସେ ଏହି ଚଳଚ୍ଚିତ୍ରରେ ବିଜୟ ଦେବରାକୋଣ୍ଡାଙ୍କ ଗର୍ଲଫ୍ରେଣ୍ଡ ପ୍ରୀତି ଭୂମିକାରେ ଅଭିନୟ କରିଥିଲେ । ଦମଦାର ଅଭିନେତା ରଣବୀର ସିଂଙ୍କ ସହ ଶାଲିନୀ ଜୟଶଭାଇ ଫିଲ୍ମରୁ ବଲିଉଡରେ ପାଦ ଦେଇପାରନ୍ତି ।

ଲକ୍ଷ୍ୟ ଲାଲୱାନି

ଲକ୍ଷ୍ୟ ଲାଲୱାନି ଟିଭି ଶୋ’ରେ ବହୁତ ଜବରଦସ୍ତ ଅଭିନୟ କରିବା ପରେ, ତାଙ୍କ ଅଭିନୟ ପାଇଁ ତାଙ୍କୁ ଖୁବ ପ୍ରଶଂସା ମିଳିଛି । ସେ ଖୁବଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଅଭିନେତା ଲକ୍ଷ୍ୟ କରଣ ଜୋହରଙ୍କ ଦୋସ୍ତାନା ୨ରେ କାର୍ତ୍ତିକ ଆର୍ୟନ୍ ଏବଂ ଜାନଭୀ କପୁରଙ୍କ ସହିତ ନଜର ଆସିପାରନ୍ତି ।

ଶରୱାରୀ ୱାଗ୍

କବୀର ଖାନଙ୍କ ୱେବ୍ ସିରିଜ୍ ଦି ଫର୍ଗଟନ୍ ଆର୍ମି ଆଜାଦିରେ ଶରୱାରୀ ୱାଗଙ୍କ କାର୍ଯ୍ୟକୁ ବହୁତ ପ୍ରଶଂସା କରାଯାଇଥିଲା । ଏହି ୱେବ୍ ସିରିଜ୍ ଆମାଜନ୍ ପ୍ରାଇମ୍ ଭିଡିଓରେ ରିଲିଜ ହୋଇଥିଲା । ପ୍ରକାଶ ଥାଉ କି, ଖୁବ୍ ଶୀଘ୍ର ଶରୱାରୀ ୟଶ ରାଜଙ୍କ ଫିଲ୍ମ “ବଣ୍ଟି ଏବଂ ବବଲି ୨” ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରରେ ସେ ଅଭିନେତା ସୈଫ ଅଲ୍ଲୀ ଖାନ, ରାନୀ ମୁଖାର୍ଜୀ ଏବଂ ସିଦ୍ଧାନ୍ତ ଚତୁବେଦୀଙ୍କ ସହ କାମ କରିବେ ।

ଆହାନ ଶେଟ୍ଟୀ

ଆହାନ ଶେଟ୍ଟୀ ହେଉଛନ୍ତି ବଲିଉଡର ଜଣାଶୁଣା ଅଭିନେତା ସୁନୀଲ ଶେଟ୍ଟୀଙ୍କ ପୁଅ। କିଛି ବର୍ଷ ପୂର୍ବେ ସୁନୀଲଙ୍କ ଝିଅ ଆଥିଆ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିବାବେଳେ ବର୍ତ୍ତମାନ ତାଙ୍କ ପୁଅ ବଲିଉଡରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । କୁହାଯାଉଛି ଯେ ଆହାନ ସାଜିଦ ନାଦିଆଡୱାଲାଙ୍କ ତେଲୁଗୁ ହିଟ୍ ଫିଲ୍ମ “RX100″ର ହିନ୍ଦୀ ରିମେକ୍ ସହିତ ବଲିଉଡରେ ଡେବ୍ୟୁ କରିବେ । ଏହି ଚଳଚ୍ଚିତ୍ରରେ ତାଙ୍କ ଅଭିନେତ୍ରୀ ସାଜିବେ ଅଭିନେତ୍ରୀ ତାରା ସୂତାରିଆ ।

ଶିର୍ଲି ସେଟିଆ

ଶିର୍ଲି ସେଟିଆ ୟୁଟ୍ୟୁବରେ ନିଜ ସ୍ୱର ସହିତ ଅନେକ ସଙ୍ଗୀତ ପ୍ରେମୀଙ୍କ ହୃଦୟ ଜିତିଛନ୍ତି । ସୂଚନାନୁସାରେ, ସେ ସବୀର ଖାନଙ୍କ ଆକ୍ସନ୍ ଚଳଚ୍ଚିତ୍ର “ନିକମା”ରେ ଚଳିତ ବର୍ଷ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିରେ ଅଭିମନ୍ୟୁ ଦାସାନୀ ତାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ପ୍ରଣିତା ସୁଭାଷ

ପ୍ରଣିତା ସୁଭାଷ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ। ସେ ଫିଲ୍ମ ହଙ୍ଗାମା ୨ ସହିତ ହିନ୍ଦୀ ସିନେମାରେ ଡେବ୍ୟୁ କରିବେ । ନିକଟରେ ଏହି ଫିଲ୍ମର ଘୋଷଣା କରାଯାଇଥିଲା । ତାଙ୍କୁ ଏହି ଚଳଚ୍ଚିତ୍ରରେ ଜଣାଶୁଣା ତଥା ସୁନ୍ଦର ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ, ଚମତ୍କାର ଅଭିନେତା ପରେଶ ରାୱଲ, ରାଜପାଲ ଯାଦବ, ମେଜନ ଜାଫ୍ରି ଏବଂ ଆଶୁତୋଷ ରାଣାଙ୍କ ସହ ଦେଖିବାକୁ ମିଳିବ ।

ନମାଶି ଚକ୍ରବର୍ତ୍ତୀ

ନମାଶି ଚକ୍ରବର୍ତ୍ତୀ ହିନ୍ଦୀ ସିନେମା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ । ସେ ଫିଲ୍ମ “ବ୍ୟାଡ ବଏ” ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନମାଶି ଅବିକଳ ତାଙ୍କ ପିତା ମିଥୁନଙ୍କ ପରି ଦେଖାଯାନ୍ତି ।

ପଲକ ତିୱାରୀ

ବିବେକ ଓବରୋଇଙ୍କ ପ୍ରଡକ୍ସନ୍ ଉଦ୍ୟୋଗ ରୋଜି: ଦି ସାଫ୍ରୋନ ଚାପଟର ସହିତ ପଲକ ତାଙ୍କର ବଲିଉଡରେ ଡେବ୍ୟୁ କରିବେ । ପ୍ରକାଶ ଥାଉ କି ସେ ଜଣେ ଟିଭି କଳାକାର । ତାଙ୍କର ପ୍ରଥମ ଚଳଚ୍ଚିତ୍ର ହେବ ‘କସୌଟି’। ପଲକ ଟିଭିର ଜଣାଶୁଣା ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ।

ରଶ୍ମିକା ମନ୍ଦନା

ରଶ୍ମିକା ମନ୍ଦନା ଫିଲ୍ମ ‘ମିଶନ୍ ମଜନୁ’ ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ । ରଶ୍ମିକା ସାଉଥ୍ ଇଣ୍ଡଷ୍ଟ୍ରିରେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ସେ ନିଜ କାର୍ଯ୍ୟ ଦ୍ୱାରା ଲକ୍ଷଲକ୍ଷ ଲୋକଙ୍କୁ ଦିୱାନା କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *