ମହିଳାଙ୍କ WhatsAppରେ ସୁନ୍ଦର DP ଦେଖି, ଅପରିଚିତ ବ୍ୟକ୍ତି ସହ ଗଢିଉଠିଲା ସମ୍ପର୍କ ! ଆରମ୍ଭ ହେଲା I Hate love Story

ମହିଳାଙ୍କ WhatsAppରେ ସୁନ୍ଦର DP ଦେଖି, ଅପରିଚିତ ବ୍ୟକ୍ତି ସହ ଗଢିଉଠିଲା ସମ୍ପର୍କ ! ଆରମ୍ଭ ହେଲା I Hate love Story

ସ୍ଵାମୀ ଓ ପତ୍ନୀଙ୍କ ମଧ୍ୟରେ ପ୍ରତିଦିନ ଝଗଡା ହେଉଥିଲା । ଯାହାହେଲେ ମଧ୍ୟ ସ୍ଵାମୀ ପରିଶେଷ ନିଜ କର୍ମକ୍ଷେତ୍ରକୁ ଚାଲିଯାଉଥିଲେ କିନ୍ତୁ ସ୍ତ୍ରୀ ଘରେ ଏକାକୀ ଅନୁଭବ କରୁଥିଲେ । ବିବାହିତା ମହିଳା ଜଣକ ଘରେ ଏକାକୀ ରହିବା କଷ୍ଟ ହେଉଥିଲା । ନିଜର ଫାଙ୍କ ଜୀବନରେ ପ୍ରେମର ସ୍ଵାଦ ଚାଖିବା ପାଇଁ ମହିଳା ଜଣକ ହ୍ଵାଟ୍ସଆପର ସାହାରା ନେଇଥିଲେ । ଏହି ପରିସ୍ଥିତି ମଧ୍ୟରେ ଏକ ଅଜ୍ଞାତ ବ୍ୟକ୍ତିଙ୍କ ମେସେଜ୍ ମହିଳାଙ୍କ WhatsApp ନମ୍ବରକୁ ଆସିଥିଲା । ସେ ତାଙ୍କର ସୁନ୍ଦର ଡିପିରେ ମୁଗ୍ଧ ହୋଇଥିଲେ । ନିଜର ସ୍ୱାମୀ ଉପରେ ଅସନ୍ତୁଷ୍ଟ ମହିଳା ମଧ୍ୟ ତାଙ୍କ ପ୍ରେମରେ ପଡିଯାଇଥିଲେ । କିନ୍ତୁ ତା’ପରେ ଆରମ୍ଭ ହେଲା “ଆଇ ହେଟ୍ ଲଭ୍” ଷ୍ଟୋରିର ଗେମ୍ । କିଛିଦିନ ପରେ ମହିଳା ଜଣକ ବିଧବା ହୋଇ ଜେଲରେ ପହଞ୍ଚିଥିଲେ । ଆସନ୍ତୁ ଏହି ଅନନ୍ୟ ପ୍ରେମ କାହାଣୀକୁ ବିସ୍ତାର ରୂପରେ ଜାଣିବା ।

ବାସ୍ତବରେ ଏହି ସମ୍ପୂର୍ଣ୍ଣ ମାମଲା ବିହାର ରାଜ୍ୟର ପାଟନା ସହର ଆଲାମଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ନୁରାନିବାଗର ଅଟେ । ଏହି ବାସ୍ତବିକ କାହାଣୀରେ, ସ୍ୱାମୀ ସଞ୍ଜୟ ଏବଂ ସ୍ତ୍ରୀ ରିଙ୍କିଙ୍କ ମଧ୍ୟରେ ପ୍ରତିଦିନ ଝଗଡା ହେଉଥିଲା । ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଚାଲୁଥିବା ନୀତିଦିନିଆ ଏହି ଝଗଡା ଦୁହିଁଙ୍କ ସମ୍ପର୍କ ହାନୀର କାରଣ ଥିଲା । ସ୍ତ୍ରୀ ନିଜକୁ ଏକୁଟିଆ ଅନୁଭବ କରୁଥିଲେ । ନିଜର ଏକାକୀପଣ ଦୂର କରିବା ପାଇଁ ମହିଳା ଜଣକ ପ୍ରାୟତଃ Facebook ଏବଂ WhatsAppରେ ଆକ୍ଟିଭ ରହୁଥିଲେ । ସେ WhatsAppରେ ଏକ ସୁନ୍ଦର ଡିପି ମଧ୍ୟ ରଖିଥିଲେ ।

ଏହି ସମୟ ମଧ୍ୟରେ ରିଙ୍କିଙ୍କୁ ଗୋଟିଏ ଦିନ ଏକ ଅଜ୍ଞାତ ବ୍ୟକ୍ତିଙ୍କ ମେସେଜ୍ WhatsAppରେ ପାଇଥିଲେ । ସେ ରିଙ୍କିଙ୍କ ସୁନ୍ଦର ପ୍ରୋଫାଇଲ ଫଟୋକୁ ପ୍ରଶଂସା କରିଥିଲେ । ଖୁବଶୀଘ୍ର ଉଭୟଙ୍କ ମଧ୍ୟରେ Online ସମ୍ପର୍କ ଆରମ୍ଭ ହୋଇଯାଇଥିଲା । ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଅଜ୍ଞାତ ବ୍ୟକ୍ତି କେବେ ବି ରିଙ୍କିଙ୍କୁ ଭିଡିଓ କୋଲ୍ କରିନଥିଲେ କିମ୍ବା ରିଙ୍କୁଙ୍କୁ ଦେଖାସାକ୍ଷାତ କରିନଥିଲେ । ରିଙ୍କି ତାଙ୍କୁ ଅନେକଥର ନିବେଦନ କରିଥିଲେ ମଧ୍ୟ ସେ ମନା କରିଥିଲେ । ସେ କେବଳ ରିଙ୍କିଙ୍କୁ ନିଜର ନାମ ଅମିତ ବୋଲି କହିଥିଲେ । ଏହା ବ୍ୟତୀତ କୌଣସି ବିବରଣୀ ସେୟାର କରିନଥିଲେ ।

ରିଙ୍କି ପ୍ରାୟତଃ ନିଜର ଦୁଷ୍ଟ ସ୍ୱାମୀଙ୍କ କାର୍ଯ୍ୟକଳାପ ବିଷୟରେ ଅମିତଙ୍କୁ କହୁଥିଲେ । ଏଭଳି ସମୟରେ ସେ କହିଥିଲେ ଯେ, ଏଭଳି ସ୍ୱାମୀଙ୍କୁ ବଞ୍ଚିବାର କୌଣସି ଅଧିକାର ନାହିଁ । ଏହାଉପରେ ରିଙ୍କି ତାଙ୍କୁ ଉତ୍ତେଜିତ କରି ପଚାରିଥିଲେ ଯେ, “କ’ଣ ତମେ ତାଙ୍କୁ ମାରିପାରିବ ?” ଋଙ୍କି, ଅମିତକୁ ଏହିପରି କହିବର କିଛିଦିନ ପରେ ରିଙ୍କିଙ୍କ ସ୍ୱାମୀ ସଞ୍ଜୟକୁ ପୋଲିସ ମୃତ ଅବସ୍ଥାରେ ମିଳିଥିଲେ । ତାଙ୍କ ଛାତିରେ ୫ଟି ଗୁଳି ଲାଗିଥିଲା । ପୋଲିସ ହତ୍ୟାକାରୀକୁ ଖୋଜିବା ଆରମ୍ଭ କରିଥିଲା । ଏହା ସେମାନଙ୍କ ପାଇଁ ସହଜ ନଥିଲା । ବାସ୍ତବରେ ହତ୍ୟାକାରୀ ସଞ୍ଜୟଙ୍କୁ ହତ୍ୟା କରି, ତାଙ୍କ ମୋବାଇଲର ସିମ୍ ନେଇଯାଇଥିଲା । କିନ୍ତୁ ସଞ୍ଜୟ ବ୍ୟବହାର କରୁଥିବା ସେହି ମହଙ୍ଗା ମୋବାଇଲ ଏବଂ ପିନ୍ଧିଥିବା ସେହି ସୁନା ଚେନକୁ ହାତ ମଧ୍ୟ ଲଗାଇନଥିଲା । ଏହା ପୋଲିସକୁ ଦ୍ୱନ୍ଦ୍ୱରେ ପକାଇଥିଲା ।

ପୋଲିସ ସଞ୍ଜୟର ମୋବାଇଲ୍ ତଥ୍ୟ ଖୋଜି ବାହାର କରିଥିଲା, ସେତେବେଳେ ଗୋଟିଏ ନମ୍ବର ମିଳିଥିଲା; ଯେଉଁଥିରେ ସେ ବାରମ୍ବାର କଥା ହେଉଥିଲା । ତେବେ ଯେତେବେଳେ ନମ୍ବର ଟ୍ରାକ୍ କରାଯାଇଥିଲା, ତାହା ନକଲି ବାହାରିଥିଲା । ଏହି ନମ୍ବର ଏକ ସାଧାରଣ ପରିବେଶର ରାଜମିସ୍ତ୍ରୀର ସ୍ତ୍ରୀ ନାମରେ ରେଜିଷ୍ଟ୍ର ଥିଲା । ଏହାପରେ ପୋଲିସ ସଞ୍ଜୟଙ୍କ ପତ୍ନୀ ରିଙ୍କିଙ୍କୁ ପଚରାଉଚରା କରିଥିଲେ । ତାଙ୍କ କଲ୍ ତଥ୍ୟ ଅନୁସନ୍ଧାନ କରିଥିଲେ । ଏଥିରୁ ଜଣାପଡିଥିଲା କି ସଞ୍ଜୟ ଯେଉଁ ନମ୍ବରରେ କଲ୍ କରୁଥିଲେ ସେ ନମ୍ବରରେ ରିଙ୍କି WhatsApp କଲ୍ କରୁଥିଲେ ।

ଯେତେବେଳେ ପୋଲିସ ରିଙ୍କିଙ୍କୁ କଠୋର ଭାବରେ ପଚରାଉଚରା କରିଥିଲେ, ସେ ସମସ୍ତ ସତକଥା କହିଥିଲେ । ରିଙ୍କି ବର୍ତ୍ତମାନ ଜେଲରେ ଅଛନ୍ତି କିନ୍ତୁ ଏହି ଅମିତ କିଏ ? ଏହାର ସୂଚନା ପୋଲିସ ଏପର୍ଯ୍ୟନ୍ତ ଜାଣିପାରିଲା ନାହିଁ ।

Leave a Reply

Your email address will not be published. Required fields are marked *