ଆଶ୍ଚର୍ଯ୍ୟର କଥା : ‘ଜିନ୍ଦେଗି ନା ମିଲେଗି ଦୋବାରା’ ଫିଲ୍ମର ସମସ୍ତ ଷ୍ଟାରମାନଙ୍କ ଛାଡପତ୍ର କିମ୍ବା ବ୍ରେକ୍ଅପ୍ ହୋଇଗଲା !

ଆଶ୍ଚର୍ଯ୍ୟର କଥା : ‘ଜିନ୍ଦେଗି ନା ମିଲେଗି ଦୋବାରା’ ଫିଲ୍ମର ସମସ୍ତ ଷ୍ଟାରମାନଙ୍କ ଛାଡପତ୍ର କିମ୍ବା ବ୍ରେକ୍ଅପ୍ ହୋଇଗଲା !

ବଲିଉଡରେ ଅନେକ ଏଭଳି ଫିଲ୍ମ ତିଆରି ହୋଇଛି ଯାହା ଦର୍ଶକଙ୍କ ମନୋରଞ୍ଜନ କରିଥାଏ କିନ୍ତୁ ଏହା ସହିତ କୌଣସି ନା କୌଣସି ବଡ଼ ବାର୍ତ୍ତା ମଧ୍ୟ ଦେଇଥାଏ । ଏହିପରି ଏକ ଫିଲ୍ମ ଅଟେ, ୨୦୧୧ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ଜିନ୍ଦେଗି ନା ମିଲେଗି ଦୋବାରା’ । ହ୍ରିତିକ୍ ରୋଶନ, କ୍ୟାଟ୍ରିନା କୈଫ, ଅଭୟ ଦେଓଲ ଏବଂ ଫରହାନ ଅଖ୍ତରଙ୍କ ଅଭିନୀତ ଏହି ଫିଲ୍ମ ଜୀବନକୁ ଖୁସିମନରେ ବଞ୍ଚିବାକୁ ବାର୍ତ୍ତା ଦେଇଥିଲା, କାରଣ ସତକଥା ହେଉଛି ଜୀବନ ଗୋଟିଏ ଥର ହିଁ ମିଳିଥାଏ । ଏପରି ପରିସ୍ଥିତିରେ ଲକ୍ଷ ଲକ୍ଷ ଅସୁବିଧା ଆସିବା ପରେ ମଧ୍ୟ ନହାରି କିଛି ନୂଆଁ କରିବା ଉଚିତ ।

ଜୋୟା ଅଖତରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ସଫଳତାର ରେକର୍ଡ ସୃଷ୍ଟି କରିଥିଲା ଏବଂ ଯୁବକମାନଙ୍କୁ ଅଧିକ ପ୍ରେରଣା ଦେଇଥିଲା । ଏହା ମଧ୍ୟ ସତ୍ୟ ଯେ ହ୍ରିତିକ୍, କ୍ୟାଟ୍ରିନା, ଫରହାନ, ଅଭୟ ଏବଂ କଲ୍କି ଏହି ଫିଲ୍ମକୁ ନିଜ କ୍ୟାରିୟରର ମହାନ ଫିଲ୍ମ ଭିତରୁ ଗୋଟିଏ ବୋଲି ବିବେଚନା କରନ୍ତି ।

କିନ୍ତୁ କ’ଣ ଆପଣ ଜାଣନ୍ତି କି ‘ଜିନ୍ଦେଗି ନା ମିଲେଗି ଦୋବାରା’ ଏକ ଏପରି ଫିଲ୍ମ ଅଟେ, ଯାହା ନିଜ ମୁଖ୍ୟ ଷ୍ଟାରଙ୍କ ପାଇଁ ଅଶୁଭ ପ୍ରମାଣିତ ହୋଇଥିଲା । କାରଣ ଫିଲ୍ମରେ କାମ କରିଥିବା ୫ଟି ମୁଖ୍ୟ କଳାକାରଙ୍କୁ କିଛି ବର୍ଷ ଭିତରେ ଗୋଟିଏରେ ପରେ ଗୋଟିଏ ହୃଦୟ ଭାଙ୍ଗିବାର ଦୁଃଖ ସହିବାକୁ ପଡିଥିଲା । କିଛି ଜଣଙ୍କ ବିବାହ ଭାଙ୍ଗିଗଲା ତ କିଛିଜଣଙ୍କ ବ୍ରେକ୍ଅପ୍ ହୋଇଗଲା ।

୧) ହ୍ରିତିକ୍ ରୋଶନ:-

ଫିଲ୍ମରେ ହ୍ରିତିକ୍, ଅର୍ଜୁନ ସଲୁଜାର ଚରିତ୍ରରେ ଅଭିନୟ କରିଥିଲେ । ଯିଏକି ନିଜ କ୍ୟାରିୟର ଉପରେ ଅତ୍ୟଧିକ ଧ୍ୟାନ ଦିଏ ଏବଂ କାର୍ଯ୍ୟକୁ ହିଁ ନିଜର ପ୍ରାଥମିକତା ମାନିଥାଏ । କିନ୍ତୁ ସାଙ୍ଗମାନଙ୍କ ଭ୍ରମଣରେ ଯିବାପରେ ତାକୁ ହୃଦୟଙ୍ଗମ ହୁଏକି ଜୀବନରେ କାର୍ଯ୍ୟଠାରୁ ଅଧିକ ମଧ୍ୟ କିଛି ଅଛି । ଯଦିଓ ପରେ ହ୍ରିତିକଙ୍କ ବ୍ୟକ୍ତିଗତ ଜୀବନରେ ଅସୁବିଧା ଆରମ୍ଭ ହୋଇଗଲା ଏବଂ ୨୦୧୪ରେ ସୁଜୈନ ଖାନଙ୍କ ସହ ତାଙ୍କର ଛାଡପତ୍ର ହୋଇଗଲା ।

୨) କ୍ୟାଟ୍ରିନା କୈଫ:-

ଫିଲ୍ମରେ କ୍ୟାଟ୍ରିନା ସ୍କୁବା ଡାଇଭିଂ ନିର୍ଦେଶକ ଲୈଲାର ଚରିତ୍ରରେ ଅଭିନୟ କରିଥିଲେ । କ୍ୟାଟ୍ରିନାଙ୍କ କ୍ୟାରିୟର ପାଇଁ ଏହି ଫିଲ୍ମ ବହୁତ ଲାଭଦାୟକ ଥିଲା କିନ୍ତୁ କ୍ୟାଟ୍ରିନାଙ୍କୁ ମଧ୍ୟ ଭୋଗିବାକୁ ପଡିଥିଲା ହୃଦୟ ଭାଙ୍ଗିବାର କଷ୍ଟ । କିଛିବର୍ଷ ପରେ ହିଁ କ୍ୟାଟ୍ରିନାଙ୍କୁ ରଣବୀର କପୁରଙ୍କ ଠାରୁ ଧୋକା ମିଳିଥିଲା ।

୩) ଅଭୟ ଦେଓଲ:-

ଅଭୟ ଦେଓଲ ନିଜର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ପ୍ରୀତି ଦେଶାଇଙ୍କ ସହ ଦୀର୍ଘ ସମୟ ଧରି ଚର୍ଚ୍ଚାରେ ଆସିଥିଲେ । ପ୍ରୀତି ଏବଂ ଅଭୟ ପ୍ରାୟ ଚାରି ବର୍ଷ ଧରି ଲିଭ-ଇନ-ରିଲେଶନରେ ରହିଥିଲେ । କିନ୍ତୁ ପରେ ନିଜ ଫିଲ୍ମର ଚରିତ୍ର ପରି ଅଭୟ ମଧ୍ୟ ପ୍ରୀତିଙ୍କ ସହିତ ସମ୍ପର୍କରୁ ଦୂରେଇ ଯାଇଥିଲେ । ଦୁହିଁଙ୍କ ବ୍ରେକପ୍ ହୋଇଯାଇଥିଲା ।

୪) ଫରହାନ ଅଖ୍ତର :-

ଫରହାନ ଅଖତାର ଏବଂ ଅଧୁନା ଅଖ୍ତରଙ୍କର ବୈବାହିକ ଜୀବନରେ ଏହି ଚଳଚ୍ଚିତ୍ରଟି ରିଲିଜ ହେବାର କିଛି ବର୍ଷ ପରେ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଥିଲା । ଦୁହେଁ ୨୦୧୫ ମସିହାରେ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ ।

୫) କଲ୍କି କୋଚଲିନ:-

ଅଭିନେତ୍ରୀ କଲ୍କି କୋଚଲିନଙ୍କ ପାଇଁ ଏହି ଚଳଚ୍ଚିତ୍ର ଉଭୟ ଭଲ ଏବଂ ଖରାପ ରହିଛି । ଯେଉବର୍ଷ ଏହି ଚଳଚ୍ଚିତ୍ର ରିଲିଜ ହୋଇଥିଲା, ସେହିବର୍ଷ କଲ୍କି ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କୁ ବିବାହ କରିଥିଲେ କିନ୍ତୁ ବିବାହର ୪ ବର୍ଷ ପରେ ଉଭୟେ ଅଲଗା ହୋଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *