ଶୀତ ଋତୁ ନିଜର ଚରମ ସୀମାରେ ରହିଛି । ଏଭଳି ପରିସ୍ଥିତିରେ ସ୍ବେଟର ବିନା ଲୋକମାନେ ଘରୁ ବାହାରକୁ ବାହାରୁ ନାହାଁନ୍ତି । ଯେତେବେଳେ ଆପଣ ସାରା ଦିନ ବାହାରେ ରହିବା ପରେ ଘରକୁ ଆସି ନିଜ ସ୍ବେଟର ବାହାର କରନ୍ତି, ସେତେବେଳେ ସେଥିରୁ ଏକ ଅଦ୍ଭୁତପୂର୍ବ ଶବ୍ଦ ଶୁଣା ଯାଇଥାଏ କିନ୍ତୁ ଏହି ଶବ୍ଦ ସ୍ବେଟରକୁ ପିନ୍ଧିବା ସମୟରେ ଶୁଣା ଯାଏନାହିଁ । ତେବେ ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ସ୍ବେଟରରୁ ଏହି ଶବ୍ଦ ଆସିଲା କେଉଁଠୁ ଏବଂ କିଭଳି ଉତ୍ପନ୍ନ ହୋଇଥାଏ । ତେବେ ଆସନ୍ତୁ ସେ ବିଷୟରେ ଜାଣିବା ।
ବାସ୍ତବରେ, ଏହି ଶବ୍ଦ “ସିନଥେଟିକ ଉଲ”ର ସ୍ବେଟରରୁ ଆସିଥାଏ । ସମ୍ପୁର୍ଣ୍ଣ ଉଲ ର ସ୍ବେଟରରୁ ଆପଣଙ୍କୁ ଏଭଳି ଶବ୍ଦ ଶୁଣାଯିବ ନାହିଁ । ଏହାର କାରଣ ଏହା ଯେ, “ସିନଥେଟିକ ଉଲ”ର ରେଶମରେ କ୍ରମାଗତ ଭାବରେ ଘର୍ଷଣ ହେବା ଯୋଗୁଁ ସେଗୁଡିକ ଷ୍ଟାଟିକଲି ଚାର୍ଜ ହୋଇଯାଏ । ଏହିଭଳି ଭାବରେ ସେଗୁଡିକ ମଧ୍ୟରେ ଅତ୍ୟନ୍ତ କମ୍ ମାତ୍ରାରେ ବିଦ୍ୟୁତ ସଂଗୃହୀତ ହୋଇଥାଏ । ଆପଣ ଯେତେବେଳେ ସ୍ବେଟର ବାହାର କରନ୍ତି, ସେତେବେଳେ ଏହା ଆପଣଙ୍କ ଚର୍ମର ସଂସ୍ପର୍ଶରେ ଆସିଥାଏ ଏବଂ ଏଥିରେ ସ୍ପାର୍କ ହୋଇଥାଏ ।
ଏହି ଜିନିଷ ଠିକ୍ ସେହିଭଳି ଅଟେ , ଯେତେବେଳେ ବିଦ୍ୟୁତର ଦୁଇଟି ତାରକୁ ପରସ୍ପର ସହ ସଂଯୋଗ କରିବା ଦ୍ୱାରା ହୋଇଥାଏ । ତେବେ ସ୍ବେଟରରେ ବିଜୁଳିର ମାତ୍ରା କମ ହେବା କାରଣରୁ ଆପଣଙ୍କୁ ବିଦ୍ୟୁତର ଅନୁଭବ ହୁଏନାହିଁ । କେବଳ ଏଥିରୁ ହାଲୁକା ଶବ୍ଦ ବାହାରି ଆସିଥାଏ । କିଛି ବିଶେଷ କ୍ଷେତ୍ରରେ ଏହାଦ୍ବାରା ଆପଣଙ୍କ ଚର୍ମର ବାଳ ମଧ୍ୟ ପ୍ରଭାବିତ ହୋଇଥାଏ ।
ସିନଥେଟିକ ଉଲ ସ୍ବେଟର ବାହାର କରିବା ସମୟରେ ଚଡ ଚଡ ଶବ୍ଦ ଆସିବାର କାରଣକୁ ଆଉ ଏକ ଉଦାହରଣ ଦ୍ୱାରା ବୁଝା ଯାଇପାରିବ । ଆକାଶରେ ବାଦଲର ଗର୍ଜନ କରିବା ମଧ୍ୟ ଏହି ବିଷୟ ବସ୍ତୁ ଉପରେ ଆଧାରିତ ଅଟେ । ଯେତେବେଳେ ଦୁଇଟି ବାଦଲ ପରସ୍ପର ସହ ଧକ୍କା ହୁଅନ୍ତି, ସେତେବେଳେ ସେମାନଙ୍କ ଘର୍ଷଣ ଦ୍ୱାରା ଧ୍ୱନି ଉତ୍ପନ୍ନ ହୋଇଥାଏ, ଯାହାକୁ ଆମେ ବାଦଲ ଗର୍ଜିବା ମଧ୍ୟ କହିଥାଉ । ଠିକ୍ ଏହିପରି ସିନଥେଟିକ ଉଲରୁ ପ୍ରସ୍ତୁତ ହୋଇଥିବା ସ୍ବେଟରକୁ ବାହାର କରୁଥିବା ସମୟରେ ଯେତେବେଳେ ଆମ ଚର୍ମ ସହ ତାରର ଧକ୍କା ହୋଇଥାଏ, ସେତେବେଳେ ସେଥିରୁ ଧ୍ୱନି ଉତ୍ପନ୍ନ ହୋଇଥାଏ ।
ବାଦଲରେ ବିଜୁଳି ର ମାତ୍ରା ଅଧିକ ହୋଇଥିବା ଯୋଗୁଁ ତାହାର ଗର୍ଜନ ତୀବ୍ର ହୋଇଥାଏ, ଯେତେବେଳେ କି ସ୍ବେଟରରେ ବିଜୁଳି କମ ହୋଇଥିବା ଯୋଗୁଁ ସେଥିରୁ ଚଡ ଚଡର ସାମାନ୍ୟ ଶବ୍ଦ ଆସିଥାଏ । ଆଉ ଏକ ଜିନିଷ ଆପଣ ଲକ୍ଷ୍ୟ କରିଥିବେ ଯେ, ଯଦି ଆପଣ ଅନ୍ଧାରରେ ସ୍ବେଟରକୁ ବାହାର କରନ୍ତି, ତେବେ ସେଥିରୁ ଆପଣଙ୍କୁ ସାମାନ୍ୟ ଆଲୋକ ଦେଖା ଯାଇଥାଏ। ଏହିଭଳି ଆଲୋକ ବାଦଲ ଗର୍ଜନ କରିବା ଦ୍ୱାରା ଦେଖାଯାଇଥାଏ, ଯାହାକୁ ଆମେ ବିଜୁଳି ମାରିବା ବୋଲି କହିଥାଉ । ବାଦଲରେ ବିଦ୍ୟୁତ ଅଧିକ ରହିଥିବା ଯୋଗୁଁ ଏଥିରେ ଅଧିକ ଆଲୋକ ଦେଖାଯାଇଥାଏ ।
ତେବେ ଆପଣ ବର୍ତ୍ତମାନ ଜାଣି ଯାଇଥିବେ ଯେ, ସ୍ବେଟର ବାହାର କରିବା ସମୟରେ ଅଦ୍ଭୁତ ଶବ୍ଦ କାହିଁକି ଆସିଥାଏ ।