ପ୍ରଥମ ବିବାହ ଏହି କାରଣରୁ ଭାଙ୍ଗି ଯିବାପରେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିଲେ ଅର୍ଚ୍ଚନା ପୁରନ ସିଂହ, ତା’ପରେ ଏହି ଅଭିନେତା ପୁଣିଥରେ ଜୀବନରେ ଭରିଦେଲେ ଖୁସି !

ପ୍ରଥମ ବିବାହ ଏହି କାରଣରୁ ଭାଙ୍ଗି ଯିବାପରେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିଲେ ଅର୍ଚ୍ଚନା ପୁରନ ସିଂହ, ତା’ପରେ ଏହି ଅଭିନେତା ପୁଣିଥରେ ଜୀବନରେ ଭରିଦେଲେ ଖୁସି !

ଏହି ଦୁନିଆଁରେ ପ୍ରତ୍ୟେକ ମଣିଷ ଜୀବନରେ ଏଭଳି ଏକ ଖୁସି ଆସିଥାଏ, ଯେତେବେଳେ ତାର ବିବାହ ହୋଇଥାଏ ଏବଂ ତାକୁ ଏକ ଜୀବନସାଥୀ ମିଳିଥାଏ । ଏବଂ ଯଦି ଏହି ସମ୍ପର୍କକୁ ପ୍ରେମ ଓ ବିଶ୍ୱାସ ସହ ପାଳନ କରାଯାଏ, ତେବେ ଏଥିରେ କୌଣସି ଅଭାବ ଆସିନଥାଏ । କିନ୍ତୁ କେବେ କେବେ ଏହି ସମ୍ପର୍କରେ ଅନେକ ପ୍ରକାରର ଅଭାବ ଆସିଥାଏ, ଏବଂ ତା’ପରେ ଏହାକୁ ସମ୍ଭାଳି ପାରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡେ । ଦେଖିବାକୁ ଗଲେ ଆମ ଜୀବନରେ ଅନେକଥର ଏଭଳି ହୋଇଥାଏ ଯେ, ଆମେ ଆମ ଜୀବନସାଥୀଙ୍କୁ ବୁଝିବାପାଇଁ ଏତେ ଅଧିକ ସମୟ ଲଗାଇଦେଉ କି ସେତେବେଳେ ସମ୍ପର୍କରେ ଦୂରତା ବଢି ସମ୍ପର୍କ ଭାଙ୍ଗି ଯିବା ନିକଟରେ ପହଞ୍ଚି ଯାଇଥାଏ ଏବଂ ଆଉ କେତେକ ଥର ସମ୍ପର୍କ ଭାଙ୍ଗି ଯାଇଥାଏ । ଆଜି ଆମେ ଆପଣଙ୍କୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଏବଂ ଟିଭି ଇଣ୍ଡଷ୍ଟ୍ରିର ଏଭଳି ଜଣେ ପ୍ରସିଦ୍ଧ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କର କାହାଣୀ ଏଭଳି ଅଟେ ।

ବଲିଉଡ ଅଭିନେତ୍ରୀ ଅର୍ଚ୍ଚନା ପୁରନ ସିଂହ , ଯାହାଙ୍କର ବୈବାହିକ ଜୀବନ ଏତେ ଭଲ ଚାଲିନଥିଲା ଏବଂ ତାଙ୍କୁ ପ୍ରଥମ ବିବାହରୁ ଧୋକା ମିଳିଥିଲା, ଯେଉଁଥିପାଇଁ ସେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିଲେ କିନ୍ତୁ ସେ ଅତ୍ୟନ୍ତ ଦୃଢତାର ସହ ନିଜକୁ ସମ୍ଭାଳିଥିଲେ ଏବଂ ପୁଣିଥରେ ଜୀବନ ବଞ୍ଚିବାକୁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ସମୟରେ ଅର୍ଚ୍ଚନାର ବୃତ୍ତିଗତ ଜୀବନ ଅତ୍ୟନ୍ତ ଭଲ ଚାଲିଛି । ବର୍ତ୍ତମାନ ସମୟରେ ଅର୍ଚ୍ଚନା ଟିଭିର ପ୍ରସିଦ୍ଧ କମେଡି ଶୋ ‘ଦ କପିଲ୍ ଶର୍ମା ଶୋ’ରେ ଦେଖାଯାଉଛନ୍ତି, ଯେଉଁଥିରେ ସେ ଜୋର୍ ଜୋର୍ ହସିବା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ ହୋଇ ଯାଇଛନ୍ତି ।

ତେବେ, ଯେଉଁଭଳି ଭାବରେ ରିଲ ଲାଇଫରେ ଅର୍ଚ୍ଚନା ନିଜର ହସମୁହଁ ସ୍ୱଭାବ ପାଇଁ ଜଣାଯାଆନ୍ତି , ଲିଅଲ ଲାଇଫରେ ମଧ୍ୟ ସେ ଅତ୍ୟନ୍ତ ଦୁଃଖ କଷ୍ଟ ସହିଛନ୍ତି ଏବଂ ବର୍ତ୍ତମାନ ୫୮ ବର୍ଷ ବୟସରେ ଅର୍ଚ୍ଚନା ନିଜକୁ ଯେତିକି ଫିଟ୍ ଏବଂ ସକ୍ରିୟ ରଖିଛନ୍ତି , ତାକୁ ଦେଖି ତାଙ୍କ ବୟସର ଆକଳନ କରିବା କଷ୍ଟକର ହୋଇପଡିବ । ଆପଣଙ୍କୁ କହିରଖୁଛୁ ଯେ, ଅର୍ଚ୍ଚନା ପରମିତ ଶେଟ୍ଟୀଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି ଏବଂ ଏହି ବିବାହରୁ ତାଙ୍କର ଦୁଇଜଣ ସନ୍ତାନ ଅଛନ୍ତି ଏବଂ ସେମାନଙ୍କର ବିବାହକୁ ସମ୍ପୂର୍ଣ୍ଣ ୨୭ ବର୍ଷ ହୋଇଯାଇଛି । ଉଭୟେ ଏହି ବିବାହରେ ଅତ୍ୟନ୍ତ ଖୁସି ଅଛନ୍ତି ।

ଏଥିସହ ନିଜ ପ୍ରଥମ ବିବାହ ସମ୍ପର୍କରେ ଅର୍ଚ୍ଚନା କେବେ ମଧ୍ୟ ଖୋଲାଖୋଲି ଭାବରେ ଆଲୋଚନା କରିନାହାଁନ୍ତି । ଖବର ଅନୁଯାୟୀ, ସେ ତାଙ୍କ ପ୍ରଥମ ବିବାହ ପାଇଁ ଅତ୍ୟନ୍ତ ଦୁଃଖୀ ହୋଇ ଯାଇଥିଲେ ଏବଂ ସେ ଏତେ ଏକୁଟିଆ ହୋଇ ଯାଇଥିଲେ କି ତାଙ୍କୁ ଆଗକୁ କୌଣସି ରାସ୍ତା ଦେଖା ଯାଉନଥିଲା । କିନ୍ତୁ ସେହି ସମୟରେ ତାଙ୍କ ଜୀବନକୁ ପରମିତ ଶେଟ୍ଟୀ ଆସିଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ହୋଇଥିଲା ଏବଂ ଏହି ବନ୍ଧୁତା କେବେ ପ୍ରେମରେ ପରିବର୍ତ୍ତନ ହୋଇଗଲା, ତାହା ଜଣାପଡିନଥିଲା । ସେହି ସମୟରେ ଅର୍ଚ୍ଚନା ପରମିତଙ୍କ ସହ ଲିଭ-ଇନ-ରିଲେଶନଶିପରେ ରହିଥିଲେ, ଯାହାକି ବହୁତ ବଡ଼ କଥା ଥିଲା ଏବଂ ଶେଷରେ ୧୯୯୨ ମସିହାରେ ଅର୍ଚ୍ଚନା ପରମିତଙ୍କୁ ବିବାହ କରିଥିଲେ ।

ଆପଣଙ୍କୁ କହିରଖୁଛୁ ଯେ, ବର୍ତ୍ତମାନ ସମୟରେ ଅର୍ଚ୍ଚନା ଏବଂ ପରମିତ ପରସ୍ପର ସହ ଅତ୍ୟନ୍ତ ଖୁସିରେ ରହୁଛନ୍ତି । ଅର୍ଚ୍ଚନା ଏକ ସାକ୍ଷାତକାରରେ କହିଥିଲେ ଯେ, ‘ବିବାହ’ ଏକ ସମ୍ପର୍କକୁ ମିଳୁଥିବା କେବଳ ଏକ ନାମ ଅଟେ । ଯେବେ ଆମେ ଦୁହେଁ ପରସ୍ପର ସହ ଲିଭ-ଇନ ରେ ରହିବାକୁ ନିଷ୍ପତ୍ତି ନେଇଥିଲୁ , ସେବେଠାରୁ ଆମେ ଦୁହେଁ ସାଥିରେ ଅଛୁ ଏବଂ ଚିରଦିନ ପାଇଁ ରହିବୁ । କହିରଖୁଛୁ ଯେ, ଅର୍ଚ୍ଚନାଙ୍କ ବୃତ୍ତିଗତ ଜୀବନ ଅତ୍ୟନ୍ତ ଭଲ ରହିଛି । ସେ ବଲିଉଡର ଅତ୍ୟନ୍ତ ହିଟ ଚଳଚ୍ଚିତ୍ରରେ ପାର୍ଶ୍ଵ ଅଭିନେତ୍ରୀ ଭାବରେ ଅଭିନୟ କରିଛନ୍ତି ଏବଂ ଟିଭି ପରଦାରେ ମଧ୍ୟ ସେ ଅତ୍ୟନ୍ତ ଲୋକପ୍ରିୟତା ହାସଲ କରିଛନ୍ତି । ଏବଂ ବର୍ତ୍ତମାନ ସମୟରେ ସେ ଟିଭିର ସବୁଠାରୁ ଲୋକପ୍ରିୟ ଶୋ ‘ଦ କପିଲ୍ ଶର୍ମା ଶୋ’ରେ ଜର୍ଜ ଭୂମିକାରେ ଦେଖାଯାଉଛନ୍ତି ।

Leave a Reply

Your email address will not be published. Required fields are marked *