ସୋନୁ ସୁଦ୍ ଖାଦ୍ୟ ଷ୍ଟୋଲ୍ (Food stall) ଦେଇ ଜୀବିକା ନିର୍ବାହ କରୁଥିବା ପ୍ରଶଂସକଙ୍କ ପାଖରେ ପହଞ୍ଚି ଦେଲେ ସରପ୍ରାଇଜ୍ ! ନିଜେ ରାନ୍ଧିଲେ ଖାଦ୍ୟ, ଦେଖନ୍ତୁ ଭିଡିଓ !

ସୋନୁ ସୁଦ୍ ଖାଦ୍ୟ ଷ୍ଟୋଲ୍ (Food stall) ଦେଇ ଜୀବିକା ନିର୍ବାହ କରୁଥିବା ପ୍ରଶଂସକଙ୍କ ପାଖରେ ପହଞ୍ଚି ଦେଲେ ସରପ୍ରାଇଜ୍ ! ନିଜେ ରାନ୍ଧିଲେ ଖାଦ୍ୟ, ଦେଖନ୍ତୁ ଭିଡିଓ !

ବଲିଉଡର ପ୍ରସିଦ୍ଧ ଅଭିନେତା ସୋନୁ ସୁଦ୍ ନିଜର ବିଶାଳ ହୃଦୟ ଏବଂ ଭଲ କାମ ପାଇଁ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି । ଲକଡାଉନ ସମୟରେ ସେ ପ୍ରବାସୀ ଶ୍ରମିକ ମାନଙ୍କୁ ସେମାନଙ୍କ ଘରକୁ ପହଞ୍ଚାଇଥିଲେ, ଯାହା ପରଠାରୁ ତାଙ୍କ ସହାୟତା ଜାରି ରହିଛି । ସୋନୁ ସୁଦ ସହାୟତା ଲୋଡୁଥିବା ଲୋକମାନଙ୍କ ପାଇଁ ସଦା ସର୍ବଦା ପ୍ରସ୍ତୁତ ରହିଥାନ୍ତି। ଏହି ସମୟ ମଧ୍ୟରେ ସୋନୁ ସୁଦ ହାଇଦ୍ରାବାଦରେ ନିଜ ପ୍ରଶଂସକଙ୍କୁ ଏକ ବଡ଼ ସରପ୍ରାଇଜ ଦେଇଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ଅଭିନେତା ତାଙ୍କର ଜଣେ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି, ସେ ହଠାତ ତାଙ୍କର ପ୍ରଶଂସକଙ୍କୁ ଭେଟିବାପାଇଁ ପହଞ୍ଚି ଯାଇଥିଲେ ।

ସୋନୁ ସୁଦଙ୍କର ଏହି ପ୍ରଶଂସକଙ୍କ ନାମ ଅନୀଲ ଅଟେ, ଯିଏକି ହାଇଦ୍ରାବାଦର ସଡକ ପାଖରେ ଏକ ଖାଦ୍ୟ ଷ୍ଟୋଲ ଚଳାଉଛନ୍ତି । ବାସ୍ତବରେ, ସୋନୁ ସୁଦଙ୍କର ସେବା ଦ୍ୱାରା ପ୍ରେରିତ ହୋଇ ଅନୀଲ ବେଗମପେଟ ସଡକ ପାଖରେ ଏକ ଫାଷ୍ଟ ଫୁଡ଼ ସେଣ୍ଟର ଖୋଲିଛନ୍ତି ଏବଂ ତାହାର ନାମ ଲକ୍ଷ୍ମୀ ସୋନୁ ସୁଦ ରଖିଛନ୍ତି । ଏହି କଥାର ବିଷୟରେ ସୋସିଆଲ ମିଡ଼ିଆ ମାଧ୍ୟମରେ ସୋନୁ ସୁଦ ସୂଚନା ପାଇଥିଲେ ଏବଂ ହଠାତ ସେ ସେହି ଫାଷ୍ଟ ଫୁଡ଼ ଦୋକାନ ପାଖରେ ପହଞ୍ଚି ଯାଇଥିଲେ ଏବଂ ଅନୀଲ କୁମାରଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ ।

ସୋନୁ ସୁଦଙ୍କର ହଠାତ ଅନୀଲ କୁମାରଙ୍କ ଫୁଡ଼ ସେଣ୍ଟରକୁ ପହଞ୍ଚିଯିବାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ଅନୀଲ କୁମାର ସୋନୁ ସୁଦଙ୍କର ସ୍ୱାଗତ କରୁଥିବାର ଏହି ଭିଡିଓରେ ଦେଖାଯାଇଛି । ଏହି ଭିଡ଼ିଓରେ ଅଭିନେତାଙ୍କୁ ପିନ୍ଧାଇବା ପାଇଁ ଫୁଲର ମାଳ ଅଣାଯାଉଛି କିନ୍ତୁ ସୋନୁ ସୁଦ ତାଙ୍କ ହାତରେ ମାଳକୁ ନେଇ ଯାଉଛନ୍ତି ଏବଂ ସେଠାରେ ଥିବା ଜଣେ ବୟସ୍କା ମହିଳାଙ୍କୁ ଅଭିନେତା ସେହି ହାର ପିନ୍ଧାଇ ଦେଉଛନ୍ତି ।

ସୋନୁ ସୁଦ ଅନୀଲ କୁମାରଙ୍କର ଫୁଡ୍ ସେଣ୍ଟରରେ ବହୁତ ଅଧିମ ସମୟ ପର୍ଯ୍ୟନ୍ତ ରହିଥିଲେ । ସେଠାରେ ଅଭିନେତା ନିଜେ ଖାଦ୍ୟ ପ୍ରସ୍ତୁତ କରିଥିଲେ ଏବଂ ଖାଇଥିଲେ । ସୋନୁ ସୁଦ କହିଥିଲେ ଯେ, ମୁଁ ଏହା ଦେଖି ଅତ୍ୟନ୍ତ ଖୁସି ଅଛି । ମୋତେ ଫ୍ରାଇଡ଼ ରାଇସ ବହୁତ ଭଲ ଲାଗେ ଏବଂ ମୋତେ ବିଶ୍ୱାସ ରହିଛି ଯେ, ଏଠାରେ ହାଇଦ୍ରାବାଦରେ ସବୁଠାରୁ ଭଲ ଫାଷ୍ଟ ଫୁଡ଼ ପ୍ରସ୍ତୁତ କରାଯିବ । ମୁଁ ଅନୀଲଙ୍କର ସଫଳତାର କାମନା କରୁଛି । ଆପଣଙ୍କୁ କହିରଖୁଛୁ ଯେ, ଅଭିନେତା ସୋନୁ ସୁଦ ଏଠାକୁ ଆସି କହିଥିଲେ ଯେ, ତାଙ୍କୁ ଅନୀଲଙ୍କର ଫୁଡ଼ ସେଣ୍ଟର ବିଷୟରେ ସୋସିଆଲ ମିଡ଼ିଆ ମାଧ୍ୟମରେ ସୂଚନା ମିଳିଥିଲା । ସେତେବେଳେ ସେ ଏଠାକୁ ଆସି ଖାଇବେ ବୋଲି ଭାବିଥିଲେ ଏବଂ ସେ ଏଠାକୁ ଆସି ଅଣ୍ଡା ଫ୍ରାଇଡ଼ ରାଇସ୍ ଏବଂ ମଞ୍ଚୁରିଆନର ସ୍ୱାଦ ନେଇଥିଲେ ।

ଆପଣଙ୍କୁ କହିରଖୁଛୁ ଯେ , ଲକଡାଉନ ସମୟରେ ଅଭିନେତା ସୋନୁ ସୁଦ ଦେଶର ବିଭିନ୍ନ ଅଂଶରୁ ଆସି ମୁମ୍ବାଇରେ ଫସି ରହିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ତାଙ୍କ ପରିବାର ସହ ସାକ୍ଷାତ କରାଇବା ପାଇଁ ସାହାଯ୍ୟ କରିଥିଲେ ଏବଂ ବର୍ତ୍ତମାନ ମଧ୍ୟ ତାଙ୍କ ସାହାଯ୍ୟ ଜାରି ରହିଛି । ତାଙ୍କ ଦଳ ଅସହାୟ ଲୋକଙ୍କ ସାହାଯ୍ୟ ପାଇଁ ଲାଗିପଡିଛି । ପ୍ରତିଦିନ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟକୁ ବହୁତ ଅସହାୟ ଲୋକଙ୍କର ମେସେଜ ଆସିଥାଏ ଏବଂ ସେ ମଧ୍ୟ ପ୍ରତିଦିନ ଅସହାୟ ଲୋକଙ୍କ ସାହାଯ୍ୟ ପାଇଁ ପ୍ରସ୍ତୁତ ରହିଥାନ୍ତି । ନିଜର ଏହି ଭଲ କାମ ପାଇଁ ସେ କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ଦେଶର ସମସ୍ତ ଲୋକ ତାଙ୍କୁ ଅତ୍ୟନ୍ତ ପ୍ରଶଂସା କରୁଛନ୍ତି । ନିଜର ବିଶାଳ ହୃଦୟ ଏବଂ ଭଲ କାମ ପାଇଁ ସେ ଗରିବ ଲୋକମାନଙ୍କ ମଧ୍ୟରେ ଭଗବାନ ହୋଇ ପ୍ରକଟ ହୋଇଛନ୍ତି । ଲୋକମାନେ ତାଙ୍କୁ ଭଗବାନଙ୍କର ସ୍ୱରୂପ ବୋଲି କହିଥାନ୍ତି ।

Leave a Reply

Your email address will not be published. Required fields are marked *