ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ଏହିପରି ହଟ୍ ଆନ୍ଦାଜରେ ପାଳନ କଲେ ନୂତନ ବର୍ଷ, ଭାଇରାଲ ହୋଇଛି ଫୋଟ…

ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ଏହିପରି ହଟ୍ ଆନ୍ଦାଜରେ ପାଳନ କଲେ ନୂତନ ବର୍ଷ, ଭାଇରାଲ ହୋଇଛି ଫୋଟ…

ବଲିଉଡର ମହାନାୟକ ଅର୍ଥାତ ଅମିତାଭ ବଚ୍ଚନ(Amitabh Bachan)ଙ୍କ ନାତୁଣୀ ନବ୍ୟା ନନ୍ଦା(Navya Nanda) ଅନେକ ସମୟରେ ନିଜ ଫୋଟକୁ ନେଇ ଶିରୋନାମାରେ ରହିଥାନ୍ତି ।

ବର୍ତ୍ତମାନ ନୂତନ ବର୍ଷ ଅବସରରେ ମଧ୍ୟ ନବ୍ୟା ନନ୍ଦା ତାଙ୍କ ବନ୍ଧୁଙ୍କ ସହିତ ଅନେକ ଫୋଟ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ନବ୍ୟା ନନ୍ଦା ନିଜର ଖୁସିର ଅନ୍ଦାଜା ପାଇଁ ବେଶ ଜଣାଶୁଣା ଅଟନ୍ତି ଏବଂ ତାଙ୍କ ଫୋଟରେ ମଧ୍ୟ ଏହି ସବୁକୁ ଦେଖିବାକୁ ମିଳିଥାଏ । ନବ୍ୟା ନନ୍ଦାଙ୍କ ଫୋଟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥାଏ ।

ନିକଟ ଅତୀତରେ ଖ୍ରୀଷ୍ଟମାସ (ବଡ଼ଦିନ) ଅବସରରେ ସେ ତାଙ୍କ ଜେଜେମା ଜୟା ବଚ୍ଚନଙ୍କ ସହିତ ଫୋଟ ସେୟାର କରିଥିଲେ ଯାହା ବହୁତ ଭାଇରାଲ ହୋଇଛି। ଏହା ବ୍ୟତୀତ ତାଙ୍କର ଅନ୍ୟ ଏକ ଫୋଟ ମଧ୍ୟ ଭାଇରାଲ ହୋଇଥିଲା ।

ନବ୍ୟା ଇଂଲଣ୍ଡର ସେଭେନ୍ ଅକ୍ସ ସ୍କୁଲରୁ ନିଜର ଅଧ୍ୟୟନ ଆରମ୍ଭ କରିଥିଲେ। ଏହା ସହିତ ସେ ନିଜର ଉଚ୍ଚ ଅଧ୍ୟୟନ ନ୍ୟୁୟର୍କର ଫୋରଡ଼ମ ବିଶ୍ୱବିଦ୍ୟାଳୟରେ କରିଛନ୍ତି। ତାଙ୍କର ସ୍ନାତକୋତ୍ତର ସମୟର ଫୋଟ ମଧ୍ୟ ଶିରୋନାମାରେ ରହିଥିଲା ।

ବଲିଉଡର ଚର୍ଚ୍ଚିତ ଷ୍ଟାରକିଡ ମାନଙ୍କ ମଧ୍ୟରୁ ନବ୍ୟା ନନ୍ଦା ଅନ୍ୟତମ ଅଟନ୍ତି ଏବଂ ସେ କ୍ରମାଗତ ଭାବରେ ହେଡଲାଇନରେ ରହିଛନ୍ତି । ନବ୍ୟା ନନ୍ଦା ”ଆରା ହେଲଥ” ନାମକ ଏକ ଅନଲାଇନ ସ୍ୱାସ୍ଥ୍ୟସେବା ପୋର୍ଟାଲ୍ ମଧ୍ୟ ପରିଚାଳନା କରୁଛନ୍ତି ।

Leave a Reply

Your email address will not be published. Required fields are marked *