ଦୀର୍ଘ ୧୫ ବର୍ଷ ପର୍ଯ୍ୟନ୍ତ ଅଜ୍ଞାତ ଭାବରେ ଜୀବନ ବିତାଉଥିବା ଦିବ୍ୟା ଭାରତୀଙ୍କ ହିରୋ କରୁଛନ୍ତି କମବ୍ୟାକ୍ ! ଏହି ଭୟଙ୍କର ରୂପରେ ଆସିବେ ନଜର !

ଦୀର୍ଘ ୧୫ ବର୍ଷ ପର୍ଯ୍ୟନ୍ତ ଅଜ୍ଞାତ ଭାବରେ ଜୀବନ ବିତାଉଥିବା ଦିବ୍ୟା ଭାରତୀଙ୍କ ହିରୋ କରୁଛନ୍ତି କମବ୍ୟାକ୍ ! ଏହି ଭୟଙ୍କର ରୂପରେ ଆସିବେ ନଜର !

କରୋନା ମହାମାରୀ ଯୋଗୁଁ ଲୋକମାନେ ମାସ ମାସ ଧରି ଘରେ ରହିବା ପରେ ମଧ୍ୟ ଭୟରେ ଜୀବନ ଅତିବାହିତ କରୁଛନ୍ତି । ବର୍ତ୍ତମାନ ମଧ୍ୟ ଏହି ଭୂତାଣୁର ପ୍ରଭାବ କମ ହେବାକୁ ନାମ ନେଉନାହିଁ । ପ୍ରତିଦିନ ଅନେକ ଲୋକ ଏହି ଭୂତାଣୁର ଶିକାର ହେଉଛନ୍ତି । ସରକାର ମଧ୍ୟ ଲୋକମାନଙ୍କର ସମ୍ପୂର୍ଣ୍ଣ ଧ୍ୟାନ ରଖୁଛନ୍ତି । କରୋନା କାରଣରୁ ଲାଗିଥିବା ଲକଡାଉନ ଯୋଗୁଁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅତ୍ୟନ୍ତ କ୍ଷତି ହୋଇଛି। କେତେକ ନୂତନ ଚଳଚ୍ଚିତ୍ର ଥିଏଟରରେ ରିଲିଜ ନ ହୋଇ ପାରିଥିବା ବେଳେ ଆଉ କେତେକ ତାରକା ଏହି ଦୁନିଆଁକୁ ଛାଡି ଚାଲି ଯାଇଛନ୍ତି । ତେବେ ବର୍ତ୍ତମାନ ସବୁ ଜିନିଷ ଧୀରେ ଧୀରେ ଠିକ୍ ବାଟକୁ ଆସୁଛି । କହିରଖୁଛୁ ଯେ, ବଲିଉଡରେ ଏଭଳି ଅନେକ କଳାକାର ଅଛନ୍ତି, ଯେଉଁମାନେ ନିଜ କ୍ୟାରିଅରର ଆରମ୍ଭ ଅତ୍ୟନ୍ତ ଧମାକାର ସହ କରିଥିବା ସତ୍ତ୍ୱେ ମଧ୍ୟ ଧୀରେ ଧୀରେ ସେମାନେ ବେନାମୀ ହୋଇ ଯାଇଥିଲେ । ଏମାନଙ୍କ ମଧ୍ୟରୁ ଜଣେ କଳାକାର ଅବିନାଶ ୱାଧୱନ ଅଟନ୍ତି । ସୂଚନା ଅନୁଯାୟୀ, ଅବିନାଶ ପୁଣିଥରେ ଅଭିନୟ ଦୁନିଆଁରେ ପାଦ ରଖିବାକୁ ଯାଉଛନ୍ତି ।

ଦିବ୍ୟା ଭାରତୀଙ୍କ ସହ ଚଳଚ୍ଚିତ୍ର ଗୀତ, ଅକ୍ଷୟ କୁମାରଙ୍କ ସହ ଚଳଚ୍ଚିତ୍ର ଦିଲ୍ କି ବାଜି ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିବା ଅବିନାଶ ଗତ ୧୫ ବର୍ଷ ଧରି ବେନାମୀ ଜୀବନ ଅତିବାହିତ କରୁଥିଲେ ।

୯୦ ଦଶକରେ ଅନେକ ବଲିଉଡ ଚଳଚ୍ଚିତ୍ରରେ ଅବିନାଶ ଦେଖା ଦେଇଥିଲେ। ସେହି ସମୟରେ ପ୍ରସିଦ୍ଧ ଲୋକପ୍ରିୟ ତାରକା ମାନଙ୍କ ମଧ୍ୟରେ ତାଙ୍କ ନାମକୁ ଗଣନା କରାଯାଉଥିଲା। ୧୯୯୨ ମସିହାରେ ରିଲିଜ ହୋଇଥିବା ‘ଗୀତ’ ଚଳଚ୍ଚିତ୍ରରେ ସେ ଦିବ୍ୟା ଭାରତୀଙ୍କ ବିପକ୍ଷରେ ଅଭିନୟ କରିଥିଲେ ।

୧୫ ବର୍ଷ ଧରି ବଡ଼ ପରଦାରୁ ଦୁରେଇ ରହି ବର୍ତ୍ତମାନ ସେ କମବ୍ୟାକ କରିବା ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଖବର ଅନୁଯାୟୀ, ସେ ବର୍ତ୍ତମାନ ସମୟରେ ଗୋଟିଏ ୱେବସିରିଜ ରିସ୍କନାମା ୨ରେ କାମ କରୁଛନ୍ତି । ଏକଦା ବଡ଼ ପରଦାରେ ହିରୋ ଭୂମିକାରେ ଅଭିନୟ କରିଥିବା ଅବିନାଶ ବର୍ତ୍ତମାନ ୱେବସିରିଜରେ ଭୟଙ୍କର ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହେବେ । ଅବିନାଶଙ୍କ ବ୍ୟତୀତ ଏହି ୱେବସିରିଜରେ ସମସ୍ତ କଳାକାର ନୂଆଁ ଅଟନ୍ତି ।

ରିପୋର୍ଟ ଅନୁଯାୟୀ, ରିସ୍କନାମା ୨ ଡ୍ରଗ୍ସ ମାମଲା ଉପରେ ଆଧାରିତ ଅଟେ, ଯାହାର କାହାଣୀ କଲେଜରେ ପଢ଼ୁଥିବା ଛାତ୍ରମାନଙ୍କ ଆଖପାଖର ଅଟେ । ୱେବସିରିଜରେ ଏହା ପ୍ରଦର୍ଶନ କରାଯିବ ଯେ, ଡ୍ରଗ୍ସ ମାଫିଆଙ୍କ ହାତରେ ଧରାପଡି ଫସିବା ପରେ କିପରି ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଛି ।

ଏକ ରିପୋର୍ଟ ଅନୁଯାୟୀ, ରିସ୍କନାମା ୨ର ଶୁଟିଂ ପ୍ରାୟତଃ ୮୦ ପ୍ରତିଶତ ପର୍ଯ୍ୟନ୍ତ ଶେଷ ହୋଇସାରିଛି ଏବଂ ଏହାର ପୋଷ୍ଟ ପ୍ରୋଡ଼କଶନ ଉପରେ କାମ ଆରମ୍ଭ ହୋଇଯାଇଛି ।

ଅବିନାଶ ରାହୁଲ ରାୟଙ୍କ ସହ ଜୁନୁନ ଏବଂ କରିସ୍ମା କପୁରଙ୍କ ସହ ପାପୀ ଗୁଡ଼ିଆ ଚଳଚ୍ଚିତ୍ରରେ କାମ କରିଛନ୍ତି । ଆଇ ମିଳନ କି ରାତ ଏବଂ ବଲମା ଭଳି ଚଳଚ୍ଚିତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିସାରିଛନ୍ତି । ଚଳଚ୍ଚିତ୍ର ବ୍ୟତୀତ ସେ ଟିଭିର ପ୍ରସିଦ୍ଧ ଶୋ ବାଳିକା ବଧୂ ରେ ମଧ୍ୟ ଦେଖିବାକୁ ମିଲିଥିଲେ ।

୨୦୦୩ ମସିହାରେ ଅବିନାଶ ନତାଶାଙ୍କୁ ବିବାହ କରିଥିଲେ। ଏହି ଦମ୍ପତ୍ତିଙ୍କର ଏକ ପୁଅ ସମ୍ରାଟ ୱାଧୱନ ଅଛନ୍ତି । ଅବିନାଶ ଫୁଲ ବନେ ପଥର, ମହାଶକ୍ତିଶାଳୀ, ପରୱାନେ, ଧନୱାନ, ପୁଲିସ୍ ଅର ମୁଜରିମ୍, ମୀରା କା ମୋହନ, ଆବାଜ ଦେ କାହା ହେ, ଇନ୍ସାଫ କି ପୁକାର ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି ।

Leave a Reply

Your email address will not be published. Required fields are marked *