ଘରେ ଭଗବାନ ଶିବଙ୍କ ପ୍ରତିମା ରଖିବା ସମୟରେ ଏହି ସମସ୍ତ ଭୂଲ କରନ୍ତୁ ନାହିଁ ! ନଚେତ ପୁରା କୁଟୁମ୍ବ ଭସ୍ମ ହୋଇଯିବ…

ଘରେ ଭଗବାନ ଶିବଙ୍କ ପ୍ରତିମା ରଖିବା ସମୟରେ ଏହି ସମସ୍ତ ଭୂଲ କରନ୍ତୁ ନାହିଁ ! ନଚେତ ପୁରା କୁଟୁମ୍ବ ଭସ୍ମ ହୋଇଯିବ…

ହିନ୍ଦୁଧର୍ମରେ, ବାସ୍ତୁଶାସ୍ତ୍ରକୁ ବହୁତ ଗୁରୁତ୍ୱପୂର୍ଣ୍ଣ ଦିଆଯାଇଥାଏ । ଘରର ଜିନିଷ ସହିତ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାରେ ମଧ୍ୟ ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ । ଯଦି ଆପଣ ସଠିକ୍ ନିୟମ ଅନୁସାରେ ଭଗବାନଙ୍କ ପ୍ରତିମା ସ୍ଥାପନ ନ କରନ୍ତି; ତେବେ ଆପଣଙ୍କୁ ଲାଭ ପ୍ରତିବଦଳରେ କ୍ଷତି ସହିବାକୁ ପଡିଥାଏ । ଏହିଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଭଗବାନ ଶିବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହିତ ଜଡିତ କିଛି ନିୟମ ବିଷୟରେ କହିବାକୁ ଯାଉଛୁ ।

ଭଗବାନ ଈଶ୍ୱର ଉଭୟ ତାଣ୍ଡବ ଏବଂ ସୌମ୍ୟ ସ୍ୱରୂପରେ ବିରାଜମାନ କରିଥାନ୍ତି । ଏହିପରି ପରିସ୍ଥିତିରେ ଆପଣ ଯେତେବେଳେ ମଧ୍ୟ ଘରେ ଭଗବାନ ଶିବଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରନ୍ତି; ତେବେ ଏହି ବିଷୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ଯେ, କ୍ରୋଧିତ କିମ୍ବା ତାଣ୍ଡବ ରୂପରେ ଭଗବାନଙ୍କ ଶିବଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ ନାହିଁ । କାରଣ ଶିବଙ୍କ ତାଣ୍ଡବ ସ୍ଥିତି ହେଉଛି ବିନାଶର ପ୍ରତୀକ । ଏହି କାରଣ ହେତୁ ବାସ୍ତୁଶାସ୍ତ୍ରରେ ଭଗବାନ ଈଶ୍ୱରଙ୍କ ନଟରାଜ ପ୍ରତିମୂର୍ତ୍ତି କିମ୍ବା ଫୋଟୋ ଘରେ ରଖିବା ଉଚିତ ନୁହେଁ । ଯଦି ଆପଣ ଭଗବାନ ଈଶ୍ଵରଙ୍କ ସୌମ୍ୟ ଏବଂ ପ୍ରସନ୍ନଚିତ ମୂର୍ତ୍ତି ପ୍ରତିମା ରଖନ୍ତି; ତେବେ ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ ।

ଘରେ ଯେତେବେଳେ ମଧ୍ୟ ଭଗବାନ ଈଶ୍ଵରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରନ୍ତି ବା ଫୋଟଚିତ୍ର ରଖନ୍ତି, ତେବେ ଚେଷ୍ଟା କରନ୍ତୁ ଯେପରି ଏହାକୁ ଉତ୍ତର ଦିଗରେ ଲଗାଯିବ । ଏହାର ମୁଖ୍ୟ କାରଣ ଏହିକି ଯେ, ଉତ୍ତର ଦିଗରେ ହିଁ ଭଗବାନ ଈଶ୍ଵରଙ୍କ ବାସସ୍ଥାନ ଅର୍ଥାତ କୈଳାଶ ପର୍ବତ ଅବସ୍ଥିତ ଅଟେ । ଏହା ବ୍ୟତୀତ ଘରେ ସ୍ଥାପନ କରିଥିବା ଶିବଙ୍କ ପ୍ରତିମାକୁ ଏହିପରି ସ୍ଥାନରେ ରଖିବା ଉଚିତ; ଯେପରିକି ସେହିସ୍ଥାନ ଦେଇ ଯାତାୟାତ କରିବା ସମୟରେ ସମସ୍ତଙ୍କ ନଜର ଭୋଲେନାଥଙ୍କ ଉପରେ ପଡ଼ିବ । ଏହାଦ୍ଵାରା ପରିବାରର ସମସ୍ତେ ଭଗବାନ ଇଶ୍ଵରଙ୍କ ଅପାରକୃପା, ଆଶୀର୍ବାଦ ପାଇପାରିବେ ଏବଂ ଘରର କୌଣସି ମଧ୍ୟ ବ୍ୟକ୍ତି ନକାରାତ୍ମକ ଶକ୍ତି ଦ୍ୱାରା ପ୍ରଭାବିତ ହୋଇପାରିବେ ନାହିଁ ।

ଘରେ ଭଗବାନ ଶିବଙ୍କ ଏହିପରି ଫୋଟ ଲଗାନ୍ତୁ; ଯେଉଁଥିରେ ଭଗବାନ ଶିବଙ୍କ ସମେତ ତାଙ୍କ ପତ୍ନୀ (ମାଆ ପାର୍ବତୀ), ପୁଅ ଗଣେଶ ଓ କାର୍ତ୍ତିକ ଏବଂ ନନ୍ଦୀଙ୍କ ସହିତ ଅବସ୍ଥାନ କରିଥିବେ । ଏହି ପ୍ରକାର ଫୋଟକୁ ବାସ୍ତୁରେ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ ।

ଗୋଟିଏ କଥା ମନେରଖନ୍ତୁ ଯେ, ନନ୍ଦୀଙ୍କ ବିନା ଭଗବାନ ଶିବ ଅସମ୍ପୂର୍ଣ୍ଣ ଅଟନ୍ତି । ତେଣୁ ଘରେ ଭଗବାନ ଶିବଙ୍କ ଯେଉଁ ଫୋଟଚିତ୍ର ଲଗାଇବେ, ସେଥିରେ ନନ୍ଦୀ ନିଶ୍ଚୟ ରହିବ ଦରକାର । ପୂର୍ଣ୍ଣ ପରିବାରର ଫୋଟ ଲଗାଇବା ଦ୍ୱାରା ଘରର ପିଲାମାନେ ଆଜ୍ଞାକାରୀ ହୁଅନ୍ତି ଏବଂ ପରିବାରରେ ପ୍ରେମ, ପରସ୍ପର ମଧ୍ୟରେ ସଦ୍-ଭାବ ମଧ୍ୟ ବୃଦ୍ଧି ପାଇଥାଏ ।

ପୂଜାସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଯଦି ଆପଣ ଭଗବାନ ଶିବଙ୍କୁ ବିରାଜମାନ କରୁଛନ୍ତି, ତେବେ ସେହି ସ୍ଥାନର ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ସେହି ସ୍ଥାନ ଦୂଷିତ ହେବା ଦ୍ୱାରା ପରିବାର ମଧ୍ୟରେ ଧନ ସମନ୍ଧୀୟ ସମସ୍ୟା ସଙ୍ଗେସଙ୍ଗେ ଆହୁରି ଅନେକ ଅସୁବିଧା ଉତ୍ପନ୍ନ ହୋଇଥାଏ ।

ଘରେ କିମ୍ବା କର୍ମକ୍ଷେତ୍ରରେ ଭଗବାନ ଶିବଙ୍କ ଛିଡ଼ା ହୋଇଥିବା ପ୍ରତିମା, ଫଟୋ କିମ୍ବା ପ୍ରତିମୂର୍ତ୍ତି ସ୍ଥାପନ କରିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *