ଗୋଟିଏ ପରିବାରର ୬ ବୈଜ୍ଞାନିକ ଝିଅ ପିତାଙ୍କ ସମ୍ମାନ ବଢ଼ାଇଛନ୍ତି ! ବିଦେଶରେ ୪ ଜଣ ରହି ଦେଶର ନାମକୁ ଗୌରବାନ୍ୱିତ କରୁଛନ୍ତି …

ଗୋଟିଏ ପରିବାରର ୬ ବୈଜ୍ଞାନିକ ଝିଅ ପିତାଙ୍କ ସମ୍ମାନ ବଢ଼ାଇଛନ୍ତି ! ବିଦେଶରେ ୪ ଜଣ ରହି ଦେଶର ନାମକୁ ଗୌରବାନ୍ୱିତ କରୁଛନ୍ତି …

ବର୍ତ୍ତମାନ ସମୟରେ ଝିଅମାନେ ପୁଅମାନଙ୍କ ଅପେକ୍ଷା କୌଣସି ଗୁଣରେ କମ୍ ନୁହଁନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଝିଅମାନେ ନିଜ ପିତାଙ୍କ ସହିତ ନିଜ ଦେଶର ନାମକୁ ମଧ୍ୟ ଉଜ୍ଜ୍ବଳମୟ କରୁଛନ୍ତି । ଭାରତର ଅଧିକାଂଶ ପରିବାରରେ ପୁଅମାନଙ୍କ ଇଚ୍ଛାଶକ୍ତି ଝିଅମାନଙ୍କ ଉପରେ ପ୍ରଭାବ ପକାଇଥାଏ, କିନ୍ତୁ ଆଜି ଆମେ ଆପଣଙ୍କୁ ହରିୟାଣାର ଜଣେ ଶିକ୍ଷକଙ୍କ ଝିଅ ମାନଙ୍କ ସଫଳତା ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ ସେମାନଙ୍କ ବିଷୟରେ ଜାଣିବେ ତେବେ ଆପଣ ମଧ୍ୟ ସେହିପରି ଝିଅ ପାଇବା ପାଇଁ ଆଶା ପ୍ରକଟ କରିବେ । ଆପଣଙ୍କୁ କହିରଖୁଛୁ କି ସୋନୀପତ ଅନ୍ତର୍ଗତ ଭଦାନା ଗ୍ରାମର ଜଣେ ଶିକ୍ଷକଙ୍କ ୬ ଝିଅ ସମଗ୍ର ଦେଶରେ ସେମାନଙ୍କ ପିତାଙ୍କ ନାମକୁ ଉଜ୍ଜ୍ୱଳମୟ କରୁଛନ୍ତି । ଏହି ଝିଅମାନେ ସାବ୍ୟସ୍ତ କରି ଦେଖାଇଛନ୍ତି କି ସେମାନେ କୌଣସି ମଧ୍ୟ କ୍ଷେତ୍ରରେ ପୁଅ ମାନଙ୍କ ଠାରୁ ପଛରେ ନାହାଁନ୍ତି । ୬ ଜଣ ଝିଅ ମାନଙ୍କ ମଧ୍ୟରୁ ଚାରିଜଣ ବିଦେଶରେ ରହି ବିଭିନ୍ନ ମହତ୍ୱପୂର୍ଣ୍ଣ କ୍ଷେତ୍ରରେ ଗବେଷଣା କରୁଛନ୍ତି । ଜଣେ ଝିଅଙ୍କୁ କର୍କଟ ରୋଗ ଉପରେ ଗବେଷଣା କରିବାକୁ ଅନୁମୋଦନ ମିଳିଥିବା ବେଳେ ଅନ୍ୟ ଦୁଇଜଣ ଝିଅଙ୍କୁ ଦେଶରେ ରହି ଦୁଇଟି ବିଶ୍ୱବିଦ୍ୟାଳୟରେ ଅନୁସନ୍ଧାନ ପ୍ରଫେସର ଅଟନ୍ତି ଏବଂ ଅନୁସନ୍ଧାନ କାର୍ଯ୍ୟ କରୁଛନ୍ତି । ଶିକ୍ଷକ ନିଜର ସମସ୍ତ ଝିଅ ମାନଙ୍କ ମଧ୍ୟରେ ମାଁ ଦୁର୍ଗାଙ୍କ ସ୍ୱରୂପରେ ନଜର ଆସୁଛନ୍ତି । ଝିଅ ମାନଙ୍କ ସଫଳତାକୁ ନେଇ ଶିକ୍ଷକ ବହୁତ ଖୁସି ଅଛନ୍ତି । ସେ କହିଛନ୍ତି କି ଆମର ଝିଅ ମାନେ ପୁଅ ମାନଙ୍କ ଠାରୁ ବହୁ ଗୁଣାରେ ଅଧିକ ଅଟନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ଜଗଦେବ ଦହିୟା, ଭଦାନାର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ । ତାଙ୍କର ୬ଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି । ପ୍ରାୟତଃ ଲୋକମାନଙ୍କର ମନରେ ଏହିପରି ଭ୍ରାନ୍ତ ଧାରଣା ରହିଥାଏ ଯେ, ଝିଅମାନେ ଗୋଟିଏ ଗୋଟିଏ ବୋଝ ବୋଲି ! ଯେଉଁଥି କାରଣ ହେତୁ ଲୋକମାନେ ନିଜ ଝିଅମାନଙ୍କୁ ପାଠ ପଢ଼ାଇ ନଥାଆନ୍ତି ବରଂ ଘରର କାର୍ଯ୍ୟରେ ଲଗାଇ ଦେଇଥାନ୍ତି କିନ୍ତୁ ଶିକ୍ଷକ ଜଣକ ତାଙ୍କ ଝିଅମାନଙ୍କ ଶିକ୍ଷା ଉପରେ କୌଣସି ପ୍ରକାର ମଧ୍ୟ ଅଣଦେଖା କରିନଥିଲେ । ସେ ତାଙ୍କ ଝିଅମାନଙ୍କର ପ୍ରାଥମିକ ଶିକ୍ଷା ଗ୍ରାମର ବିଦ୍ୟାଳୟରୁ ହିଁ କରିଥିଲେ । ସମସ୍ତ ଝିଅମାନେ ଟୀକାରାମ ନାମକ ବାଳିକା ମହାବିଦ୍ୟାଳୟରୁ ଦ୍ୱାଦଶ ଶ୍ରେଣୀ ଏବଂ ହିନ୍ଦୁ ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ କରିଥିଲେ । ଉଚ୍ଚଶିକ୍ଷା ପାଇବା ପାଇଁ ସେ ନିଜ ଝିଅମାନଙ୍କୁ ଚଣ୍ଡିଗଡ଼କୁ ପଠାଇଥିଲେ ।

ଜଗଦେବ ଦହିୟାଙ୍କ କହିବା ଅନୁସାରେ ତାଙ୍କର ସମସ୍ତ ଝିଅମାନେ ନିଜ ଦକ୍ଷତା ଅନୁସାରେ ବର୍ତ୍ତମାନ ଜଣେ ଜଣେ ବିଶେଷଜ୍ଞ ଅଟନ୍ତି । ଡକ୍ଟର ସଂଗୀତା ପଦାର୍ଥ ବିଜ୍ଞାନରେ, ଡକ୍ଟର ମୋନିକା ଦହିୟା ଏବଂ ନୀତୁ ଦହିୟା ବାୟୋଟେକ୍ନୋଲୋଜିରେ, ଡକ୍ଟର କଳ୍ପନା ଦହିୟା, ଡକ୍ଟର ଡୈନୀ ଦହିୟା ଏବଂ କନିଷ୍ଠ ଝିଅ ଡକ୍ଟର ରୁଚି ଦହିୟା ଗଣିତରେ ଏମଏସସି-ପିଏଚଡ଼ି ଅଟନ୍ତି । ତାଙ୍କର ବଡ଼ ଝିଅ ଡକ୍ଟର ସଂଗୀତା ବର୍ତ୍ତମାନ ସମୟରେ ସହରର ଜିବିଏମ୍ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ପ୍ରଫେସର୍ ଅଟନ୍ତି । ଚତୁର୍ଥ ନମ୍ବର ଝିଅ ଡକ୍ଟର କଳ୍ପନା ଦହିୟା ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟରେ ପ୍ରଫେସର୍ ଭାବରେ କାର୍ଯ୍ୟରତ ଅଟନ୍ତି ।

Read also: ଅମୀର ଖାନ ଗୁଜୁରାଟରେ ଖୁବ ଏଡ଼ଭେନଚରସ ଅନ୍ଦାଜରେ ପାଳନ କରିଲେ ବିବାହର ୧୫ ତମ ବାର୍ଷିକୀ ଉତ୍ସବ ! ଭାଇରଲ ହେଲା ଫୋଟ …

ଶିକ୍ଷକଙ୍କ ଅନ୍ୟ ଜଣେ ଝିଅ ମୋନିକା ଦହିୟା କାନାଡାର ଟୋରେଂଣ୍ଟୋରେ ବୈଜ୍ଞାନିକ ହୋଇଥିବା ବେଳେ ନୀତୁ ଦହିୟା ଆମେରିକାର ଖାଦ୍ୟ ଏବଂ ଔଷଧ ବିଭାଗର ବୈଜ୍ଞାନିକ ଅଟନ୍ତି । ସେ ଖାଦ୍ୟ ବିକଳ୍ପରୁ ହେଉଥିବା କର୍କଟ ରୋଗ ଉପରେ ଗବେଷଣା କରୁଛନ୍ତି । ତାଙ୍କର ଅନ୍ୟ ଜଣେ ଝିଅ ଡୈନୀ ଦହିୟା ୱାଶିଂଟନରେ ସ୍ୱାସ୍ଥ୍ୟ ବିଭାଗର ବୈଜ୍ଞାନିକ ଅଛନ୍ତି । ରୁଚି ଦହିୟା ଆମେରିକାର ୟୁନିଅନ୍ ଅଫ୍ ଏରୀଜୋନାରେ ଗବେଷଣା କରୁଛନ୍ତି । ଶିକ୍ଷକ ଜଗଦେବ ଦହିୟା ଏବଂ ତାଙ୍କ ପତ୍ନୀ ସେମାନଙ୍କ ଝିଅମାନଙ୍କ ସଫଳତା ପାଇଁ ବହୁତ ଗର୍ବିତ ଅନୁଭବ କରୁଛନ୍ତି । ଜଗଦେବ ଦହିୟା କହିଛନ୍ତି; ତାଙ୍କ ପୁଅ ଯୋଗେଶ ଦହିୟା ଏମବିଏ ପାଠପଢା ଶେଷ କରିବା ପରେ ଅନଲାଇନରେ ବ୍ୟବସାୟ କରୁଛନ୍ତି । ଶିକ୍ଷକ କହିଛନ୍ତି ଯେ, ତାଙ୍କର ସମସ୍ତ ଝିଅମାନେ ପୁଅମାନଙ୍କ ସମକକ୍ଷ ଅଟନ୍ତି । ଯଦି ସେମାନଙ୍କ ସୁଯୋଗ ଦିଆଯାଏ, ତେବେ ସେମାନେ କିଛି ମଧ୍ୟ କରିବାକୁ ସକ୍ଷମ ଅଟନ୍ତି ।

ସୌଜନ୍ୟ : newstrend

Leave a Reply

Your email address will not be published. Required fields are marked *