କୁକୁଡ଼ାର ଏହି ୪ଟି ଗୁଣ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଫଳ କରାଇପାରିବ ! ଏହି ଗୁଣଗୁଡିକ ନିଶ୍ଚିତ ଜାଣନ୍ତୁ ।

କୁକୁଡ଼ାର ଏହି ୪ଟି ଗୁଣ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଫଳ କରାଇପାରିବ ! ଏହି ଗୁଣଗୁଡିକ ନିଶ୍ଚିତ ଜାଣନ୍ତୁ ।

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ସହିତ ଜଣେ ଭଲ ନୀତିଜ୍ଞ ମଧ୍ୟ ଥିଲେ । ସେ ମନୁଷ୍ୟ ଜୀବନକୁ ସୁଖମୟ କରିବା ପାଇଁ ଅନେକ କଥା କହିଛନ୍ତି । ଆଜି ଆମେ ଆପଣଙ୍କୁ ଏହି ଅନୁଛେଦ ମାଧ୍ୟମରେ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ବର୍ଣ୍ଣିତ ହୋଇଥିବା କୁକୁଡାର ୪ଟି ଗୁଣ ବିଷୟରେ କହିବୁ । ଯାହା ପ୍ରତ୍ୟେକ ବ୍ୟକ୍ତି ଜାଣିବା ଜରୁରୀ ଅଟେ ।

୧. ଆଚାର୍ଯ୍ୟ ଚାଣକ୍ୟ କହନ୍ତି ଯେ କୁକୁଡ଼ା ଏକ ଏପରି ପ୍ରାଣୀ ଯିଏକି ସାରା ସଂସାରକୁ ଉଠାଇବାର କାର୍ଯ୍ୟ କରିଥାଏ । ଯେପରି କୁକୁଡ଼ା ଶୀଘ୍ର ଉଠି ଲୋକଙ୍କୁ ଜାଗ୍ରତ କରିବା କାର୍ଯ୍ୟ କରେ ଠିକ୍ ସେହିପରି ମନୁଷ୍ୟକୁ ମଧ୍ୟ ସକାଳୁ ଶୀଘ୍ର ଉଠି ଈଶ୍ୱରଙ୍କ ଆରାଧନା କରିବା ଉଚିତ ।

୨. ଚାଣକ୍ୟ କହନ୍ତି ଯେ କୁକୁଡ଼ା ନିଜ ସମ୍ପତ୍ତିକୁ ସମାନ ଭାବରେ ବାଣ୍ଟିଥାଏ । କୁକୁଡ଼ା ନିଜ ଭୋଜନ ପାଇଁ କେବେ ହେଲେ ମଧ୍ୟ ନିଜ ସାଥୀଙ୍କ ଠାରୁ ଅକ୍ତିଆର କରିବା ପାଇଁ ଚେଷ୍ଟା କରେ ନାହିଁ । ଠିକ୍ ସେହିପରି ମନୁଷ୍ୟକୁ ମଧ୍ୟ ନିଜ ସମ୍ପତ୍ତିକୁ ନିଜ ଆତ୍ମୀୟଙ୍କ ସହିତ ସଠିକ୍ ଭାବେ ବାଣ୍ଟିବା ଉଚିତ ।

୩. ଚାଣକ୍ୟ କହନ୍ତି ଯେ କୁକୁଡ଼ା ନିଜ ଅଂଶୀଦାରର ଭୋଜନ ପାଇଁ ନିଜ ସାଥିଙ୍କ ସହ ଆକ୍ରମଣ ସ୍ୱରୂପ ବ୍ୟବହାର ମଧ୍ୟ କରିଥାଏ । ଠିକ୍ ସେହିପରି ମନୁଷ୍ୟକୁ ମଧ୍ୟ ନିଜର ଅଂଶୀଦାର ପାଇବା ପାଇଁ ଆକ୍ରମଣ କରିବା ଉଚିତ । ଭୋଜନ କରିବା ସମୟରେ ଲଜ୍ଜାଜନକ ହେଉଥିବା ବ୍ୟକ୍ତି ପରେ ଭୋକିଲା ରହିଥାଏ ।

୪. ଚାଣକ୍ୟ କହନ୍ତି ଯେ କେତେଥର କୁକୁଡା ମାନଙ୍କୁ ଖାଦ୍ୟ ନ ମିଳିଲେ ସେମାନେ ନିଜର ଖାଦ୍ୟ ନିଜେ ଖୋଜନ୍ତି । ଖାଦ୍ୟ ପାଇଁ ସେମାନେ କାହା ଉପରେ ନିର୍ଭର କରନ୍ତି ନାହିଁ । ସେହିଭଳି ମନୁଷ୍ୟ ମଧ୍ୟ କେବେ କାହା ନିର୍ଭରରେ ରହିବା ଉଚିତ ନୁହେଁ ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକେଲଟି ଆପଣ ମାନଙ୍କୁ ଭଲ ଲାଗୁଛି ତେବେ ଆମର ଏହି ପୋଷ୍ଟକୁ ଲାଇକ ଓ ସେୟାର କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *