03 ନଭେମ୍ବର 2020, ମଙ୍ଗଳବାର- ଏହି ୪ଟି ରାଶିର ବ୍ୟକ୍ତିଙ୍କ ନିମନ୍ତେ ଦିନଟି ଶୁଭଦାୟକ ରହିବ । କର୍ମକ୍ଷେତ୍ରରେ

03 ନଭେମ୍ବର 2020, ମଙ୍ଗଳବାର- ଏହି ୪ଟି ରାଶିର ବ୍ୟକ୍ତିଙ୍କ ନିମନ୍ତେ ଦିନଟି ଶୁଭଦାୟକ ରହିବ । କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ ପାଇବେ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ ।

ଆଜି ଆମେ ଆପଣଙ୍କୁ ୦୩ ନଭେମ୍ବର ମଙ୍ଗଳବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ, କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ । କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ । ବ୍ୟବସାୟ ଓ ପରିବହନ, କ୍ରୀଡା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ । ସମାଜର ସାନ୍ନିଧ୍ୟ ବ୍ୟକ୍ତିଙ୍କ ସହଯୋଗ ପାଇବେ । ଭୁଲ୍‌ ବୁଝାମଣା କାରଣରୁ ନିଜ ଭାଇ, ବନ୍ଧୁ ଓ କୁଟୁମ୍ବ ଲୋକମାନଙ୍କ ସହ ସାଧାରଣ କଥାରେ ପାଟିତୁଣ୍ଡ ହୋଇପାରେ । ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ଜଣେ ପ୍ରିୟ ବନ୍ଧୁ ମାର୍ଗଦର୍ଶକ ସାଜିପାରନ୍ତି । ଦାଂପତ୍ୟ ଜୀବନରେ ପାରସ୍ପରିକ ବିଶ୍ଵାସରେ ମଜଭୁତ ଆସିବ । ବାତ-ବ୍ୟାଧି ଜନିତ ହାତ ପାଦ କିମ୍ବା ଆଣ୍ଠୁଗଣ୍ଠିରେ ଦରଜ ଜନିତ ପୀଡ଼ା ଲାଗିପାରେ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ସକାରାତ୍ମକ ଭାବନାରେ ଦିନଟି ଅତିବାହିତ ହେବ । ବାଣିଜ୍ୟ, ବ୍ୟବସାୟ ଓ କାର୍ଯ୍ୟସାଧନ ଦିଗରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ସମସ୍ୟା ଲାଗି ରହିଥିଲେ ମଧ୍ୟ ଆପଣ ଧୀରପାଣି ପଥର କାଟେ ନୀତିରେ କାମ ହାସଲ କରିପାରିଲେ ସଫଳତା ପ୍ରାପ୍ତ କରିବେ । ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ ନତୁବା ଆକସ୍ମିକ ଭାବରେ କଳହ ଲାଗିବାର ଆଶଙ୍କା ଉପୁଜିବ । କର୍ମଜୀବିମାନେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ହସଖୁସିରେ ଦିନଟି ବିତାଇବେ । ଚାକିରୀ କ୍ଷେତ୍ରରେ ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ । ସନ୍ଧ୍ୟା ସମୟରେ କୈାଣସି ଅର୍ଥ ସମ୍ବନ୍ଧିତ ଶୁଭ ଖବର ପାଇ ମନ ଖୁସୀ ହେବ । ଉଦ୍ୟମର ସଫଳତା ପ୍ରାପ୍ତି ଦିଗରେ ଜଣେ ବନ୍ଧୁ ସାହାଯ୍ୟ କରିବେ । ଶୁଭରଙ୍ଗ: ସବୁଜ ରଙ୍ଗ । ଆରାଧନା: ମାଆ ବିରଜା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ । ମାନସିକ ସ୍ଥିତି ଦୁର୍ବଳ ରହିବା କାରଣରୁ ମନ ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ତିକ୍ତତା ଦେଖାଦେଇପାରେ । ବ୍ୟବସାୟରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତି ବଶତଃ “ହାତରୁ ଖାଇ ପର ପାଇଁ ଖଟିବା”କୁ ପଡିପାରେ । ଅପରାହ୍ନରେ କୌଣସି ମିଥ୍ୟା ଅଭିଯୋଗରେ ଫସି ପାରନ୍ତି । ରାଜନୈତିକ କ୍ଷେତ୍ରରେ କିମ୍ବା ସାମାଜିକ ସ୍ତରରେ ଗଠନ ମୁଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ମନକୁ ଆଘାତ ଲାଗିଲା ପରି କଥା ଶୁଣିବେ । ପୁରୁଣା ସମ୍ପର୍କରେ ତିକ୍ତତା ଆସିବ । ମାଲିମୋକଦ୍ଦମାରେ କ୍ଷତି ସହିବେ । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ସାମାନ୍ୟ ଚିନ୍ତିତ ରହିବେ । ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । ରାଜନୈତିକ କ୍ଷେତ୍ର କିମ୍ବା ଆନୁଷ୍ଠାନିକ କାମ କିମ୍ବା ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ । ପରିବହନ, ବ୍ୟବସାୟ, ଶିଳ୍ପ, ବାଣିଜ୍ୟରେ ଉନ୍ନତି କରିବେ । କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡ଼ିପାରେ । ଆନୁଷ୍ଠାନିକ କାମ, ଗୃହ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ପାଖପଡୋଶୀଙ୍କ ସହଯୋଗ ପାଇ କେତେକ କ୍ଷେତ୍ରରେ ଉପକୃତ ହେବ । ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଏବଂ ଅଟକି ଥିବା କାମଟି ସହଜରେ ହାସଲ କରିବେ । ଭୁଲ୍‌ ବୁଝାମଣା କାରଣରୁ ସାମୟିକ ପାରିବାରିକ ବିଷୟ ନେଇ ଡିପ୍ରେସନ ସୃଷ୍ଟି ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆପଣ ନିଜର ଯୋଜନାରେ ଲୋକଙ୍କୁ ସହମତ କରାଇନେବେ । କିନ୍ତୁ ଆକସ୍ମିକ ଖର୍ଚ୍ଚ ସହ ବାରମ୍ବାର କାର୍ଯ୍ୟ ନିମନ୍ତେ ଧାଆଁ ଦୌଡ ହେବ ଫଳରେ ମନରେ ସରସତା ରହିବ ନାହିଁ । କାରବାରରେ ଅଚାନକ ଫାଇଦା ହେବାର ଯୋଗ ରହିଛି । କିନ୍ତୁ କର୍ମକ୍ଷେତ୍ରରେ କିଛି ବ୍ୟତିକ୍ରମ ବିଷୟକୁ ନେଇ ଚିନ୍ତିତ ରହିବେ ଓ ମନ ବିଚଳିତ ରହିବ । ଅଫିସରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା କାମ ହାସଲ କରିବେ । ଆନୁଷ୍ଠାନିକ, ରାଜନୈତିକ କ୍ଷେତ୍ରରେ ସଫଳତା ପାଇପାରିବେ । ପରିବହନ ଓ ନିର୍ମାଣ, ଆଲୋଚନା, ସଭା ସମିତି ଓ ଚୁକ୍ତିପତ୍ର ପାଇଁ ଦିନଟି ଭଲ । କଚେରି ମାମଲାରେ, ପ୍ରତିଯୋଗୀତାରେ, ସଫଳତା ଅବଶ୍ୟ ପାଇବେ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: ଆକାଶିନୀଳ । ଆରାଧନା: ପ୍ରଭୁ ହନୁମାନ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ପ୍ରତିଟି କ୍ଷେତ୍ରରେ ଜାଗ୍ରତର ସହ ଦିନଚର୍ଯ୍ୟା କରିବା ଶ୍ରେୟସ୍କାର ହେବ । କାମ ଓ ପରିଶ୍ରମର ଆପଣଙ୍କୁ ପୂରା ଫାଇଦା ମିଳିବ । ସମାଜର ନୂଆ ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା କରିବେ । ବନ୍ଧୁମାନଙ୍କ ସହ ଆଲୋଚନା କରିବାର ସୁଯୋଗ ଲାଭକରି ନିଜକୁ ଧନ୍ୟ ମନେକରିବେ । ସାଧାରଣ କଥାରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହେବ ମାତ୍ର ଆପଣଙ୍କୁ ଅନ୍ୟମାନେ ସାହାଯ୍ୟ କରିବେ । ସାମାଜିକ କ୍ଷେତ୍ରରେ ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ । ଅନ୍ୟମାନଙ୍କ କଥାରେ ମୁଣ୍ଡ ପୂରାଇ ନିଜର କାମଗୁଡିକୁ ସମ୍ପନ୍ନ କରିବାରେ ପଛେଇ ଯାଇପାରନ୍ତି । କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରହନ୍ତୁ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ତାରିଣୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନାରୁ ମନ ଖୁସୀ ହୋଇଯିବ । କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ କିନ୍ତୁ ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିପାରେ । କର୍ମକ୍ଷେତ୍ରରେ କେତେକ ସହକର୍ମୀଙ୍କ ସହଯୋଗ ମିଳିବ । ବ୍ୟବସାୟ, ବାଣିଜ୍ୟରେ ଆର୍ଥିକ ସ୍ଥିତି ମଧ୍ୟ ମାନ୍ଦା ରହିବ । ଚାକିରି କରୁଥିବା କର୍ମଜୀବୀଙ୍କ ଉପରେ କାର୍ଯ୍ୟଭାର ବଢିବା ସଙ୍ଗେ ସଙ୍ଗେ ଉଚ୍ଚାଧିକାରୀଙ୍କ ଠାରୁ ଅପମାନିତ ମଧ୍ୟ ହୋଇପାରନ୍ତି । ପରିସ୍ଥିତିବଶତଃ ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ । ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି । ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯନତ୍ କଲେ ଚେଷ୍ଟା କଦାପି ବ୍ୟର୍ଥ ହେବ ନାହିଁ । ସାଧାରଣ କଥାରେ ତର୍କବିର୍ଟକ କାରଣରୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମନରେ ବିଭିନ୍ନ ପ୍ରକାରର ଚିନ୍ତାଧାରା ଉଦ୍ରେକ ହେବା କାରଣରୁ ଅସ୍ଥିରତା ସୃଷ୍ଟିହେବ । କାରବାରରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବେ ଓ ସଫଳ ହେବେ । ବୃତ୍ତିଗତ କାର୍ଯ୍ୟରେ ଲିପ୍ତ ଥିବା ବକ୍ତିମାନେ ବିଶେଷ ଲାଭାନ୍ୱିତ ହେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହିତ ସୁସମ୍ପର୍କ ବୃଦ୍ଧି ହେବ, ଯାହାଦ୍ୱାରା କାମଗୁଡ଼ିକ ସହଜରେ ସମ୍ପନ୍ନ ହୋଇପାରିବ । ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି । ସାମାଜିକ ପ୍ରଗତି, ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ହେତୁକ ମନ ଖୁସୀ ରହିବ । ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । କେତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି । ଶାରୀରିକ ଏବଂ ମାନସିକ ରୂପରେ ଆପଣଙ୍କୁ ପ୍ରସନ୍ନତା ଅନୁଭବ ହେବ । ପରିବାର ସୁଖ-ଶାନ୍ତିର ବାତାବରଣ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆପଣଙ୍କ ମିଷ୍ଟ ବ୍ୟବହାରରେ ଅନ୍ୟମାନେ ଆକର୍ଷିତ ହେବେ କିନ୍ତୁ ଅଧିକାଂଶ ସମୟ ଅନ୍ୟମନସ୍କତା ଓ ଭାବପ୍ରବଣତା ଯୋଗୁଁ ମନୋବଳ ହ୍ରାସ ପାଇବ । ଏପରି ବ୍ୟବସାୟରେ କେତେକ ସୁଯୋଗ ହାତଛଡା ମଧ୍ୟ କରିପାରନ୍ତି । ଆର୍ଥିକ ସ୍ଥିତି ପୂର୍ବ ପରି ରହିବ । ବ୍ୟବସାୟର ଉନ୍ନତି ପାଇଁ ବନ୍ଧୁଙ୍କ ଆଲୋଚନା କରିବେ ଏବଂ ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ କରିବେ । ଅଫିସରେ ଉଚ୍ଚାଧିକାରୀଙ୍କ ସହ ସାମାନ୍ୟ ମତଭେଦ ହୋଇପାରେ । ସଭାସମିତି ଓ ସମାଜିକ କାର୍ଯ୍ୟଯୋଗେ ଆତ୍ମୀୟମାନଙ୍କ ସାହାଯ୍ୟ ନେବେ । ବିବାଦୀୟ ଘଟଣାରେ ମଧ୍ୟସ୍ଥ କରି ଅଯଥାରେ ଅପଦସ୍ଥ ହୋଇପାରନ୍ତି । ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଭଦ୍ରକାଳୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ପ୍ରଭୁଙ୍କ ଧୢାନରେ ମନକୁ ଶାନ୍ତି ମିଳିବ । ଯେତେ ଚେଷ୍ଟା କଲେ ମଧ୍ୟ କାମଗୁଡିକ ବିଳମ୍ବିତ ସମୟରେ ହିଁ ସମ୍ପନ୍ନ ହେବ, ଯାହାଫଳରେ ମନରେ ସରସତା ରହିବ ନାହିଁ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ବ୍ୟବସାୟ କରବାରକୁ ବୃଦ୍ଧି କରିବା ପାଇଁ ବନ୍ଧୁ ଓ ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ମାଗିପରାନ୍ତି । କିନ୍ତୁ ଅଫିସରେ ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗରେ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ରାଜନୈତିକ କ୍ଷେତ୍ରରେ ଶତୃମାନେ ମିତ୍ରତାର ହାତ ବଢେଇବେ । କଳା, କ୍ରୀଡା. ସାହିତ୍ୟ, ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ସଫଳତା ମିଳିପାରେ । ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିଯିବ । ପୁରାତନ ରୋଗ ପୀଡାରୁ ସାମାନ୍ୟ ସୁସ୍ଥତା ଅନୁଭବ କରିପାରନ୍ତି । ଶୁଭରଙ୍ଗ: ଗୋଲାପି । ଆରାଧନା: ହର ପାର୍ବତୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କୁ ମିଶ୍ରଣ ଫଳ ପ୍ରଦାନ କରିବା । କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ସତ କିନ୍ତୁ ପ୍ରତିବଦଳରେ ଓଲଟା ଫଳ ପାଇବେ । ଆଜି ପ୍ରତିଟି କ୍ଷେତ୍ରରେ ବନ୍ଧୁ ଓ ସହକର୍ମୀଙ୍କ ସହଯୋଗ ଓ ସାହାଯ୍ୟ ମିଳିବ । ବ୍ୟବସାୟରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକର ସମ୍ମୁଖୀନ କରିବେ କିନ୍ତୁ ବନ୍ଧୁଙ୍କ ଦ୍ଵାରା ସମସ୍ୟାର ସମାଧାନ କରିବାରେ ସମର୍ଥ ହେବ । ଅଫିସରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ସାମାନ୍ୟ ମନୋମାଳିନ୍ୟ ହୋଇପାରେ । ପାଖ ପଡୋଶୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ବକେୟା ଅର୍ଥ ଆଦାୟ କରିବାରେ ସମୟରେ ସାମୟିକ ତର୍କବିତର୍କର ସମ୍ମୁଖୀନ ହୋଇପାରନ୍ତି । ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଥିଲେ ମଧ୍ୟ ଘରୋଇ ବ୍ୟାପାର ନେଇ ମାନସିକ ଅସୁସ୍ଥତା ଲାଗି ରହିବ । ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ନିକଟ ସମ୍ପର୍କୀୟମାନଙ୍କ ସାହାର୍ଯ୍ୟ ଲାଭ କରି ସହଜ ଓ ସୁବିଧାରେ କାମ ହାସଲ କରିବେ । ମଙ୍ଗଳଙ୍କ ସୁପ୍ରଭାବରୁ ଆର୍ଥିକ ଉନ୍ନତି କରିବା ସଙ୍ଗେ ସଙ୍ଗେ ବ୍ୟବସାୟ କ୍ଷେତ୍ରରୁ ଲାଭବାନ୍‌ ହେବେ । ଆଜିର ଯାତ୍ରା, ବ୍ୟବସାୟ, ପ୍ରତିଯୋଗିତା, ବନ୍ଧୁଙ୍କ ସହ ବାର୍ତ୍ତାଳାପ, ପ୍ରଶାସନିକ ଆଲୋଚନାରୁ ସମସ୍ୟା ମୁକ୍ତ ହୋଇପାରନ୍ତି । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟାଗୁଡିକୁ ସାମ୍‌ନା କରି ନ ପାରି ବିବ୍ରତବୋଧ ହୋଇପାରନ୍ତି । କେତେକ କ୍ଷେତ୍ରରେ ସହକର୍ମୀମାନେ କୌଶଳରେ କାର୍ଯ୍ୟ ହାସଲ କରିନେଇପାରନ୍ତି । ପାଖପଡୋଶୀ ଏବଂ ସହକର୍ମୀଙ୍କ ଯୋଗୁଁ କାମଗୁଡିକ କରିବାରେ ବିଶେଷ ଅସୁବିଧା ହେବ ନାହିଁ । ପାରିବାରିକ ଅଶାନ୍ତିର ସମାପ୍ତ ଘଟାଇବା କ୍ଷେତ୍ରରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଗୁପ୍ତେଶ୍ଵର ।

Be the first to comment

Leave a Reply

Your email address will not be published.


*