3 ଜୁଲାଇ 2020, ଶୁକ୍ରବାର- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଭାଗ୍ୟର ସହଯୋଗ ! ସହଜରେ ପୂର୍ଣ୍ଣ ହେବ ସମସ୍ତ

3 ଜୁଲାଇ 2020, ଶୁକ୍ରବାର- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଭାଗ୍ୟର ସହଯୋଗ ! ସହଜରେ ପୂର୍ଣ୍ଣ ହେବ ସମସ୍ତ କାର୍ଯ୍ୟ…. !

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ବ୍ୟକ୍ତିତ୍ୱର ପରାକାଷ୍ଠା ପ୍ରତିପାଦନ କରିପାରନ୍ତି । ଅଷ୍ଟମସ୍ଥ ବଳହୀନ ଚନ୍ଦ୍ର ମାନସିକ ଅସ୍ଥିରତାକୁ ବୃଦ୍ଧି କରିପାରେ କିନ୍ତୁ ଧନସ୍ଥାନରୁ ଶୁକ୍ର ଦୃଷ୍ଟସ୍ଥ ସ୍ଥାନରେ ଅବସ୍ଥାନ କରିଥିବା ଯୋଗୁଁ ବକେୟା ଅର୍ଥ ଆଦାୟ କରିବାକୁ ଯାଇ ବିବାଦୀୟ ସ୍ଥିତିରେ ଫସିବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରି ନ ଚଳିଲେ, ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ସାହିତ୍ୟ, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ । ବନ୍ଧୁମାନଙ୍କ ହସ୍ତକ୍ଷେପ ଫଳରେ ପରିସ୍ଥିତିକୁ ସୁଧାରି ନେଇପାରନ୍ତି । ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଶାରଳା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ମନରେ ଦୃଢ ବିଶ୍ୱାସ ରଖନ୍ତୁ; ସମସ୍ତ କାର୍ଯ୍ୟ ଠିକ ଭାବରେ ସମ୍ପାଦାନ ହେବ । ଚନ୍ଦ୍ର ପ୍ରଭାବରେ ଆନୁସଙ୍ଗିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ ଲାଭକରି ଚେଷ୍ଟା କରୁଥିବା କାମଟିକୁ ପୂର୍ଣ୍ଣାଙ୍ଗ କରିପାରିବେ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ । ଆନୁଷ୍ଠାନିକ କାମରେ କିମ୍ବା ରାଜନୈତିକ କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ପୂରାତନ ରୋଗର ଉପଶମ ଓ ବନ୍ଧୁ ସମାଗମ ହେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ହନୁମାନ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ନିଜ ଉପରେ ଆତ୍ମବିଶ୍ୱାସ ରଖନ୍ତୁ ମନରୁ ଦୁଶ୍ଚିନ୍ତା ବାହାର କରି ଦିଅନ୍ତୁ । ଧନାଧିପ ଷଷ୍ଠସ୍ଥ ହେତୁ ରୋଗପୀଡା, ଋଣଗ୍ରସ୍ତ ଓ ଶତ୍ରୁତା ହେତୁକ ଚିନ୍ତିତ ରହିପାରନ୍ତି । ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ । ବାଦ-ବିବାଦରେ ସମ୍ମୁଖୀନ ହୋଇପାରନ୍ତି । ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି, ଯାହାକି ପରିସ୍ଥିତିକୁ କେତେକାଂଶରେ ସମ୍ଭାଳିବାରେ ସହାୟକ ହେବ । କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ । ବନ୍ଧୁ ମାନଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପାରନ୍ତି । ଶୁଭରଙ୍ଗ: ବାଦାମୀ । ଆରାଧନା: ହର ପାର୍ବତୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ରାଶିରେ ପାପ ଗ୍ରହର ଅବଲୋକନ ଫଳରେ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧା ବିଘ୍ନର ସମ୍ମୁଖୀନ ହେବାକୁ ପଡିବ । କର୍ମକ୍ଷେତ୍ରରେ ବାକ୍-ସଂଯୋମତା ରକ୍ଷା କରନ୍ତୁ, ନଚେତ ଅଯଥାରେ କଳହରେ ଛନ୍ଦି ହୋଇପାରନ୍ତି । ଗୋଟିଏ ପଟେ ଅଫିସରେ କାର୍ଯ୍ୟଭାର ଅଧିକ ରହିବା ବେଳେ ଅନ୍ୟପଟେ ସହକର୍ମୀମାନଙ୍କ କୁଟ ବଚନ କାର୍ଯ୍ୟ କରିବା ଗତିକୁ ମନ୍ଥର କରିଦେବ । ପରିବାରର ଆବଶ୍ୟକତାକୁ ଉପଲବ୍ଧ କରି ଔଷଧ ପତ୍ର ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ କ୍ରୟ କରିପାରନ୍ତି । ପରିବାର ସଦସ୍ୟଙ୍କ ମଧ୍ୟରେ ସମଞ୍ଜସ୍ୟତା ରହିବ । ଶୁଭରଙ୍ଗ: ଆକଶୀ ନୀଳ । ଆରାଧନା: ବାବା କପିଳାସ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ମାନସିକ ଦୁଶ୍ଚିନ୍ତା ଦୂରହେବ, ମନରେ ସକାରତ୍ମକ ଭାବନା ସୃଷ୍ଟି ହେବେ । ରାଶ୍ୟାଧିପତିଙ୍କ ଦୁର୍ବଳତା କାରଣରୁ ସ୍ଵାସ୍ଥ୍ୟ ବିଶେଷ ଭଲ ନ ରହିବା କାରଣରୁ ମନରେ ଅଯଥା ଆଶଙ୍କା ଉପୁଜିବ । ଇଚ୍ଛା ନ ଥିଲେ ମଧ୍ୟ କେତେକ କାର୍ଯ୍ୟ ବାଧ୍ୟବଦ୍ଧକତାରେ କରିବାକୁ ପଡିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । କର୍ମକ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହ କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶ ଗ୍ରହଣ କରିପାରନ୍ତି । ପାରିବାରିକ ଜୀବନ ସୁଖମୟ ହେବ । ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ । କିନ୍ତୁ ପରିବାରରେ ଏମିତି କେତେକ ପରିସ୍ଥିତିର ସମ୍ମୁଖୀନ କରିପାରନ୍ତି, ଯେଉଁଠାରେ ସବୁ ଜାଣିଶୁଣି ନୀରବ ରହିବାକୁ ପଡିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭୈରବୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ବିଳମ୍ବିତ ସମୟରେ କାର୍ଯ୍ୟଗୁଡିକ ସମ୍ପର୍ଣ୍ଣ ହେବ । ଆର୍ଥିକ ଅନାଟନ ଯୋଗୁଁ କର୍ମକ୍ଷେତ୍ରର ବିଷମତା ମଧ୍ୟରେ ଛନ୍ଦି ହୋଇଯିବେ, ଯାହାଫଳରେ କଣ କରିବେ ଓ କଣ ନ କରିବେ ସଠିକ ନିର୍ଣ୍ଣୟ ନେଇନପାରି ଦ୍ଵନ୍ଦରେ ପଡିଯିବେ । ବନ୍ଧୁଙ୍କ ସାହାଯ୍ୟ ସହଯୋଗରେ କର୍ମକ୍ଷେତ୍ରର ସ୍ଥିତିରେ ସୁଧାର ଆସିବ । ଅଫିସରେ କେତେକ କାମ ଅଟକି ରହିଯାଇଥିବା ଯୋଗୁଁ ଉଚ୍ଚାଧିକାରୀଙ୍କ ସମ୍ମୁଖରେ ଅପମାନିତ ହେବାକୁ ପଡିବ । ନୂତନ କାର୍ଯ୍ୟାରମ୍ଭ କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିବେ । ଅନ୍ୟର ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ହନୁମାନ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଭାଗ୍ୟର ସହଯୋଗ ମିଳିବ । ଉନ୍ନତିର ଚରମ ସୀମାରେ ପହଂଚିବା ପାଇଁ ଚେଷ୍ଟା କରିବେ । ଏକାଦଶସ୍ଥ ଗ୍ରହ ଯୋଗୁଁ ଆଜି ଯେଉଁ କାମରେ ହାତ ନେବେ ସେଥିରେ ସଫଳତା ନିଶ୍ଚିତ । କର୍ମକ୍ଷେତ୍ରରେ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହେବ । ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ଅଫିସରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । କିନ୍ତୁ ଘରୋଇ ବ୍ୟାପାରକୁ ନେଇ ମାନସିକ ସ୍ଥିତି ସେତେଟା ଭଲ ରହି ନପାରେ । ଆପଣଙ୍କ ମନ୍ତବ୍ୟକୁ ପରିବାର ସଦସ୍ୟମାନେ ବିଶେଷ ଗୁରୁତ୍ଵ ଦେବେ ନାହିଁ ଏବଂ ଯେତେ ଭଲ କାମ କଲେ ମଧ୍ୟ ଟିକିଏ ଟିକିଏ କଥାରେ ପରିବାରରେ ସମାଲୋଚିତ ହୋଇପାରନ୍ତି । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଦିନଟି ଆପଣଙ୍କ ପାଇଁ ପ୍ରତିକୂଳ ରହିବ । ଯୋଜନାଗୁଡିକ ମଧ୍ୟ ଠିକ୍‌ ଭାବେ କାର୍ଯ୍ୟକାରୀ ନ ହୋଇପାରେ । ହାତେ ମାପି ଚାଖଣ୍ଡେ ଚାଲିଲେ ଚେଷ୍ଟା ସଫଳ ହେବାର ସମ୍ଭାବନା ରହିଛି । ସ୍ଥଗିତ ଥିବା କର୍ମକୁ ପୂରଣ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବେ । ବ୍ୟୟଭାବସ୍ଥ ବୁଧ ପ୍ରଭାବରେ ଆଜିର ଅବଶ୍ୟକତା ପୂରଣ ସକାଶେ ଟଙ୍କା ପଇସା ଯୋଗାଡ କରିବା ସକାଶେ ବିଭିନ୍ନ ପ୍ରକାରର ଯୋଜନା କରିବେ । କର୍ମକ୍ଷେତ୍ରରେ ନିଜ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ । ଆକସ୍ମିକ ଭାନରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଦିନଟି ମଙ୍ଗଳମୟ ରହିବ । ଆଶାନୁରୂପକ ସଫଳତା ହାସଲ କରିିବାରେ ଜଣେ ବିଜାତୀୟ ବନ୍ଧୁ ସାହାଯ୍ୟ କରିବେ । ଦୀର୍ଘ ଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ । ଅଫିସରେ ସହକର୍ମୀ ଉଚ୍ଚାପଦାଧିକାରୀଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ପରିବାରରେ ଆର୍ଥିକ ସମସ୍ୟା ଦେଖାଦେଲେ ମଧ୍ୟ ପ୍ରିୟଜନଙ୍କ ସହାୟତାରେ ଅର୍ଥ ସମ୍ପର୍କୀୟ ଅନୁଚିନ୍ତା ସାମୟିକ ଭାବରେ ଦୂର ହେବ । ଗୁରୁଯୁକ୍ତ ଚନ୍ଦ୍ର ହେତୁ ସ୍ଵାସ୍ଥ୍ୟ ପରିସ୍ଥିତିରେ କୈାଣସି ଉନ୍ନତି ଦେଖାଯାଇ ନ ପାରେ । ବିବାଦୀୟ ଘଟଣାରେ ନୀରବତା ଶ୍ରେୟସ୍କାର ଅଟେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ବିରଜା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଆଜି ଆପଣଙ୍କ ପାଇଁ ଖଟାମିଠା ରହିବ । ତୃତୀୟସ୍ଥ ମଙ୍ଗଳ ଜନିତ ସହକର୍ମୀ କିମ୍ବା ବନ୍ଧୁ, ଆତ୍ମୀୟସ୍ଵଜନ କିମ୍ବା ସହକର୍ମୀ ମାନଙ୍କ ସହ ସମ୍ପର୍କରେ ହ୍ରାସ ଘଟିବ । ବ୍ୟବସାୟରେ ବିଭିନ୍ନ ଦିଗରୁ ବାଧା ଉତ୍ପନ ହୋଇପାରେ । କର୍ମକ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ଯୋଗୁଁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ସମାଜରେ ଅନ୍ୟାୟର ପ୍ରତିରୋଧ କରିପାରନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନେବା ପୂର୍ବରୁ ପରିବାରସହ ଆଲୋଚନା କରିବା ଉଚିତ୍ ନଚେତ୍ କ୍ଷତିରେ ପଡିବେ । ଶୁଭରଙ୍ଗ: ସବୁଜ । ଆରାଧନା: ଶ୍ରୀଗଣେଶ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଦିନଟି ଆପଣଙ୍କ ଲାଗି ଭଲ ମୁହୂର୍ତ୍ତ ନେଇ ଆସିବ । ଗତକାଲିର ଘଟଣା ମନକୁ ବିବ୍ରତ କରିପାରେ ଅବଶ୍ୟ ମଧ୍ୟାହ୍ନ ପରେ ମନ ଶାନ୍ତ ରହିବ । କାୈଣସି କ୍ଷେତ୍ରରେ ପ୍ରତିକ୍ରିୟା ଶୀଳ ମନୋବୃତି ପୋଷଣ କଲେ ଅସୁବିଧାରେ ପଡିବେ । ବ୍ୟବସାୟ କାମରେ କୌଣସି ସହଯୋଗୀଙ୍କ ସହଯୋଗ ପ୍ରାପ୍ତ ହେବ । ଅଫିସରେ ଉଚ୍ଚାଧିକାରୀଙ୍କ ଠାରୁ ପ୍ରସଂଶିତ ପାଇବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ନିକଟ ସମ୍ପର୍କୀୟମାନଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ପରିବାରରେ ଖୁସିର ବାତାବରଣ ରହିବ । ଶୁଭରଙ୍ଗ: ଗୋଲାପୀ ରଙ୍ଗ । ଆରାଧନା: ମାଆ ସମଲେଶ୍ୱରୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଧର୍ମକାର୍ଯ୍ୟ ପ୍ରତି ମନ ବଳାଇବେ । ଆଶା କରୁଥିବା ବନ୍ଧୁଙ୍କ ଠାରୁ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ଆଜି ଶୁଭଗ୍ରହ ଯୁକ୍ତ ଚନ୍ଦ୍ର ଯୋଗୁଁ ପାରିବାରିକ ସମସ୍ୟାକୁ ସୁଧାରି ନେବାର ପ୍ରଯତ୍ନ କରିବେ । ଅବଶ୍ୟ ଆବଶ୍ୟକତା ପୂରଣ କରିବା ସକାଶେ ବନ୍ଧୁଙ୍କ ଠାରୁ ଧାର କରଜ କରିପାରନ୍ତି । ବିଶେଷ ଭ୍ରମଣ ଜନିତ ଶାରିରୀକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ବ୍ୟବସାୟର ଉନ୍ନତି ପାଇଁ ଜଣେ ବନ୍ଧୁ ସହଯୋଗ କରିବେ । ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ । ଘରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଭଦ୍ରକାଳୀ ।

Leave a Reply

Your email address will not be published. Required fields are marked *