3 ଅଗଷ୍ଟ 2020, ସୋମବାର- ୨୯ ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମାରେ ଘଟୁଛି ଏହିପରି ଦୁର୍ଲଭା ସଂଯୋଗ ! ଏହି ରାଶିର

3 ଅଗଷ୍ଟ 2020, ସୋମବାର- ୨୯ ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମାରେ ଘଟୁଛି ଏହିପରି ଦୁର୍ଲଭା ସଂଯୋଗ ! ଏହି ରାଶିର ବ୍ୟକ୍ତିଙ୍କ ଉପରେ ଗ୍ରହ ନକ୍ଷତ୍ରର ସକାରାତ୍ମକ ପ୍ରଭାବ ପଡିବ ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ରାଶିର ଚତୁର୍ଥ ଭାଗରେ ବୁଧ ଅବସ୍ଥାନ କରିଥିବା ଯୋଗୁଁ ଦିନଟି ସମ୍ୟକ ଝଡ ଝଞ୍ଜଟ ମଧ୍ୟରେ ଅତିବାହିତ ହେବ । ରାଶିର ଚତୁର୍ଥ ସ୍ଥାନରେ ବୁଧ ଅବସ୍ଥାନ କରିବା ହେତୁ ପାରିବାରିକ କଳହ ଯୋଗୁଁ ମାନସିକ ଅଶାନ୍ତି ସମ୍ମୁଖୀନ କରିବାକୁ ପଡିବ । ବ୍ୟବସାୟ ବାଣିଜ୍ୟ ତଥା ଆର୍ଥିକ ରୋଜଗାର ଚଳନୀୟ ସ୍ଥିତି ରହିବ । ନୂଆ ଲୋକଙ୍କ ସହ ସାକ୍ଷାତ କରିବେ । କିନ୍ତୁ ବନ୍ଧୁ କିମ୍ବା ନିକଟ ସମ୍ପର୍କୀୟଙ୍କ ସହ ଆର୍ଥିକ ନେଣଦେଣ କରନ୍ତୁ ନାହିଁ । ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାକୁ ପଡିପାରେ । ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିପାରନ୍ତି । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଶାରଳା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟ ଦେଇ ଗତି କରିବେ । ରାଶିରେ ରାହୁ ଓ ବୁଧଙ୍କ ଅବସ୍ଥାନ ଯୋଗୁଁ ଅର୍ଥସଙ୍କଟ ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାବିଘ୍ନ ଦେଖାଦେବ । ମଧ୍ୟରେ ମାନସିକ ସ୍ଥିତି ଭଲ ରହି ନ ପାରେ । କୌଣସି କାମକୁ ତରବାରିଆ ହୋଇ କରନ୍ତୁ ନାହିଁ, ଅନ୍ୟଥା ଅସୁବିଧାରେ ପଡ଼ିପାରନ୍ତି । କର୍ମକ୍ଷେତ୍ରରେ ଆର୍ଥିକ ସ୍ଥିତି ମାଧ୍ୟମ ରହିବ । ଅଫିସରେ ନିଷ୍ଠାର ସହ କାର୍ଯ୍ୟ ନିର୍ବାହ କରିବେ । ସାମାଜିକ କାର୍ଯ୍ୟରେ ସହଯୋଗ କରିବେ । ପାରସ୍ପରିକ ମତଭେଦ ଓ ଖଳଲୋକଙ୍କ କାନକୁହା କଥାରେ ବିଶ୍ଵାସ କରିବା ଫଳରେ ପରିବାରରେ ବିବାଦୀୟ ଘଟଣା ଜଟିଳ ରୂପ ନେଇପାରେ । ପେଟ ସମ୍ବନ୍ଧୀୟ ଅଜୀର୍ଣ୍ଣ ପରି କେତେକ ସମସ୍ୟା ଦେଖାଦେଇପାରେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ନିଜ କାର୍ଯ୍ୟରେ ଧ୍ୟନ କେନ୍ଦ୍ରୀଭୂତ କରନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ମିଳିବ । ପୁନର୍ବସୁ ନକ୍ଷତ୍ର ଯୋଗୁଁ ଅନ୍ୟମନସ୍କତା ହୋଇ ଟଙ୍କା ପଇସା କିମ୍ବା କୌଣସି ଦ୍ରବ୍ୟ ହଜିଯାଇପାରେ । ବୁଦ୍ଧିବଳ ଖଟାଇ କାର୍ଯ୍ୟ ହାସଲ କଲେ ମଧ୍ୟ ସମସ୍ୟା ପିଛା ଛାଡିବ ନାହିଁ । କେତେକ ବନ୍ଧୁ ମୁହଁରେ ମିଠା କଥା କହି ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି । ଅଫିସ ଉଚ୍ଚାଧିକାରୀଙ୍କ ସହଯୋଗ ପାଇବେ ଓ କାର୍ଯ୍ୟକୁ ତ୍ଵରାନ୍ଵିତ କରିବେ । ପାରିବାରିକ ସମସ୍ୟାକୁ ନେଇ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ । ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ରାମଚଣ୍ତୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ରାଶ୍ୟାଧିପତିଙ୍କ ସ୍ଵଗୃହାରୋହଣ ଯୋଗୁଁ ଶାରୀରିକ ସୁସ୍ଥତା, ବିବାଦରେ ବିଜୟ, କଣ୍ଟ୍ରାକ୍ଟ ପାଇଁ ଅନୁକୂଳ ରହିବ । ନିଜର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଚେଷ୍ଟା କରିପାରନ୍ତି । କର୍ମକ୍ଷେତ୍ର ସମସ୍ୟାମୁକ୍ତ ରହିବା ସହ ସହକର୍ମୀଙ୍କ ମଧ୍ୟରେ ପରସ୍ପର ସମଞ୍ଜସ୍ୟତା ସଂପର୍କକୁ ଆହୁରି ଦୃଢ କରିବ । ବାର୍ତ୍ତାଳାପ ସମୟରେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା ସମାଲୋଚିତ ହେବାକୁ ପଡିପାରେ । ପରକଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି । ପରିବାରରେ ସୁଖ-ଶାନ୍ତି ଏବଂ ଆନନ୍ଦପୂର୍ଣ୍ଣ ବାତାବରଣ ରହିବ । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ଦୁର୍ଗା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଆପଣ କୌଣସି ମହତ୍ୱପୂର୍ଣ ନିଷ୍ପତ୍ତି ନେଇପରନ୍ତି । ରାଶିରେ ଶନିଙ୍କ ଅବସ୍ଥିତି ଯୋଗୁଁ ସମସ୍ୟା ଅପରିବର୍ତ୍ତିତ ରହିଥିଲେ ମଧ୍ୟ ସାମୟିକ ଖୁସି ଅନୁଭବ କରିପାରିବେ । ଅଧିକାଂଶ କ୍ଷେତ୍ରରେ ଅପ୍ରିୟ ସତକଥା କହି ସମସ୍ତଙ୍କ ବିରୋଧୀ ହୋଇପାରନ୍ତି । ପ୍ରକାରର ଅତୀତ କଥାକୁ କେନ୍ଦ୍ରକରି ମାନସିକ ସ୍ଥିତି ଭଲ ରହିବ ନାହିଁ, ଯାହାଫଳରେ କର୍ମରେ ଅସ୍ଥିରତା ଆସିବ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ, ଅନ୍ୟଥା ବିବାଦୀୟ ପରିସ୍ଥତିରେ ଫସି ପାରନ୍ତି । ଆର୍ଥିକ ସ୍ଥିତି ମାନ୍ଦା ରହିବ, ଯାହାକି ପରିବାରର ଶାନ୍ତିକୁ ଭଙ୍ଗ କରିପାରେ । ସ୍ୱାସ୍ଥ୍ୟରେ ମଧ୍ୟ ଅବନ୍ନତି ଦେଖାଦେଇପାରେ । ଶୁଭରଙ୍ଗ: ଆକାଶିଆ ନୀଳ । ଆରାଧନା: ମାଆ ତାରିଣୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଆଧ୍ୟାତ୍ମିକତା ଏବଂ ଈଶ୍ଵରଙ୍କର ପ୍ରାର୍ଥନାରେ ଦୁଶ୍ଚିନ୍ତାରୁ ମୁକ୍ତି ପାଇପାରିବେ । ଶନି ଗୃହସ୍ଥ ଯୋଗୁଁ ପ୍ରତ୍ୟେକ କାର୍ଯ୍ୟ ମନ୍ଥର ଗତିରେ ଗଡି ଚାଲିବା କାରଣରୁ ସାମୟିକ ଅନୁଚିନ୍ତା କରିପାରନ୍ତି । ଆଜିର କାର୍ଯ୍ୟସାଧନ ପରିପ୍ରେକ୍ଷୀରେ ବନ୍ଧୁଙ୍କ ସହଯୋଗର ଆଶା ନିରର୍ଥକ ହେବ । ବ୍ୟବସାୟରେ ଲାଭ ମିଳିବ; ମାତ୍ର ତାହା ଅନ୍ୟ ଦିଗରେ ବ୍ୟୟ ହୋଇଯିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ବ୍ୟବହାର ମନକୁ ଦୁଃଖ ପହଞ୍ଚାଇବ । ପରିବାରର ଛୋଟ ଛୋଟ କଥାକୁ ନେଇ ତର୍କ କରିବା ଠିକ୍‌ ହେବ ନାହିଁ । ପରିବାର ସଦସ୍ୟଙ୍କ ଆଲୋଚନା ମଧ୍ୟରେ ନିଜର ମନ୍ତବ୍ୟ ଉପସ୍ଥାନ କରିବାକୁ ପଛଘୁଞ୍ଚା ଦେବେ । ଖାଦ୍ୟପେୟର ଅନିୟମିତ ଯୋଗୁଁ ଶାରୀରିକ ଅସୁସ୍ଥା ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗୌରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଆଜି ଆପଣ ନିଜ ପରିଶ୍ରମର ଉଚିତ ଫଳ ପାରିବେ । କୋଣଭାବସ୍ଥ ଶୁକ୍ର ଓ ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରେ ନୂଆ ଆଶା ଓ ପୁରୁଣା ସମସ୍ୟାର ସମାଧାନ କରି କୌଣସି କର୍ମାରମ୍ଭ ସକାଶେ ମନ ବଳାଇବେ । ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି, ଆପଣ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ । ବୃତ୍ତିଗତ ଦୃଷ୍ଟିରୁ ସ୍ଵାଭିମାନ ସୁରକ୍ଷିତ ରହିବ ଓ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ସହକର୍ମୀଙ୍କ ସମ୍ବନ୍ଧରେ କର୍ମକ୍ଷେତ୍ରରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ସାମାଜିକ କ୍ଷେତ୍ରରେ ଆପଣ ସକ୍ରିୟ ଅଂଶୀଦାର ରହି ପାରନ୍ତି । ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ବିରଜା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଦିନଟି ଆପଣଙ୍କ ପାଇଁ ମଙ୍ଗଳଦାୟକ ରହିବ । ମିତ୍ରଗୃହୀ ଚନ୍ଦ୍ର ପ୍ରଭାବରେ ଦୀର୍ଘଦିନର ଆଶା ପୂରଣ ହେବ । କାମରେ କିଛିଟା ପ୍ରତିବନ୍ଧକ ଲାଗି ରହିଥିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ପୂର୍ବପରି ରହିବ । କର୍ମକ୍ଷେତ୍ର ମିଥ୍ୟା ଅଭିଯୋଗ ସକାଶେ ସହକର୍ମୀମାନଙ୍କ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । କର୍ମକ୍ଷେତ୍ରରେ ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ ଦେବାକୁ ବାଧ୍ୟ ହୋଇପାରନ୍ତି । ଆବଶ୍ୟକତା ପୂରଣ କରିବା ସକାଶେ ଋଣ ସୂତ୍ରରେ ଅର୍ଥ ପାଇବାର ଚେଷ୍ଟା ସଫଳ ହୋଇପାରେ । ଅନ୍ୟର ବ୍ୟକ୍ତିଗତ କାର୍ଯ୍ୟରେ ମୁଣ୍ଡ ପୁରନ୍ତୁ ନାହିଁ । ପରିବାର ଲୋକଙ୍କର ବ୍ୟବହାର ନକରାତ୍ମକ ରହିପାରେ, ଯାହାଫଳରେ ଆପଣ ଚିନ୍ତିତ ହୋଇପାରନ୍ତି । ବୈବାହିକ ଜୀବନ ସୁଖପୂର୍ଣ୍ଣ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ମାଣିକେଶ୍ଵରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଆପଣ ନିଜକୁ ଊର୍ଜାବାନ ଅନୁଭବ କରିବେ । କର୍ମାଧିପ ସ୍ଵଗୃହରେ ଏବଂ ଭାଗ୍ୟାଧିପ ଏକାଦଶରେ ଅବସ୍ଥାନ କରିଥିବା ଯୋଗୁଁ ପରିବାରରେ ବିଭିନ୍ନ ସମସ୍ୟା ଲାଗି ରହିଥିଲେ ମଧ୍ୟ କୈାଣସି କାମ ଅଟକିବ ନାହିଁ । ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତା ଅବଶ୍ୟମ୍ଭାବୀ । ପରିସ୍ଥିତିକୁ ଲକ୍ଷ୍ୟକରି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ । ଅବଶ୍ୟ କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଶଂରେ ଭଲ ରହିବ । ସହଯୋଗୀଙ୍କ ସହାୟତାରେ ସମାଜରେ ଓ ବନ୍ଧୁଙ୍କ ଗହଣରେ ସମ୍ମାନ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ । ଗୁରୁଜନଙ୍କ ପରାମର୍ଶ କ୍ରମେ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟା ସମାଧାନ ଘଟିବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଭଗବାନଙ୍କ ଉପରେ ଭରସା ରଖନ୍ତୁ, ସମସ୍ତ କାର୍ଯ୍ୟରେ ସିଦ୍ଧି ପାଇବେ । ଧନାଧିପ ଅଷ୍ଟମାଧିପତି ଯୁକ୍ତ ହୋଇ ରାଶିରେ ଅବସ୍ଥାନ କରିଥିବା ଯୋଗୁଁ ଆଜି ଦିନଟିରେ ଖର୍ଚ୍ଚ ପରିମାଣ ବୃଦ୍ଧିକୁ ଚାହିଁଲେ ମଧ୍ୟ ରୋକି ପାରିବେ ନାହିଁ । ଅତୀତ ଘଟଣାବଳୀକୁ ବାରମ୍ବାର ମନେ ପକାଇ ଅନ୍ୟମନସ୍କ ହୋଇପାରନ୍ତି; ଯାହାଫଳରେ ବ୍ୟବସାୟ ବାଣିଜ୍ୟ ଧିମା ହୋଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ । ଅଫିସ ପରିସରରେ ଆୟୋଜିତ ବୈଠକରେ ଅପ୍ରିୟ ସତ୍ୟ କଥା କହିବାରୁ ଦୂରେଇ ରୁହନ୍ତୁ । ସାମାଜିକ ସ୍ତରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ । ପରିବାରରେ ହସଖୁସିର ବାତାବରଣ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ନିଜ ଉପରେ ବିଶ୍ଵାସ ରଖନ୍ତୁ ଏବଂ ନିଜ କର୍ତ୍ତବ୍ୟ ମୁତବକ କାର୍ଯ୍ୟ କରିଚାଳନ୍ତୁ । ଧନାଧିପ ବ୍ୟୟଭାବସ୍ଥ ହେତୁ ଅଭାବନୀୟ ପରିସ୍ଥିତି ସଙ୍ଗକୁ କେତେକ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ । ବ୍ୟୟ ବୃଦ୍ଧି ଯୋଗୁଁ ବିଭିନ୍ନ ପ୍ରକାର ସମସ୍ୟା ମୁଣ୍ଡ ଟେକି ଉଠିବାର ଆଶଙ୍କା ରହିଛି । ଅଫିସ କାମରେ ନିଜ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ, ଫଳରେ କୈାଣସି କାମ ଉତ୍ସାହପ୍ରଦ ହେବ ନାହିଁ । ଅଫିସ୍‌ରେ ଭୁଲ୍‌ ଖବର ପାଇ ସାମୟିକ ଭାବେ ବିବ୍ରତ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଦିନଟି ଆପଣଙ୍କ ଲାଗି ଭଲ ରହିଲେ ମଧ୍ୟ ମନରେ ସରସତା ରହିବ ନାହିଁ । କେତୁଯୁକ୍ତ ରାଶ୍ୟାଧିପତି କାରଣରୁ ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରାତନ ରୋଗରେ କଷ୍ଟ ପାଇପାରନ୍ତି । ନିଜ ବିବେକ ଅନୁସାରେ କାମ କରନ୍ତୁ, ଫଳରେ ସହଜ ଓ ସୁବିଧାରେ କାମଗୁଡିକ ସମ୍ପାଦନ ହୋଇପାରିବ । ଅଫିସରେ ଆପଣଙ୍କର ସ୍ଥିତି ମଜଭୁତ ହେବ । କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । କୌଣସି ବିବାଦୀୟ ଘଟଣାରେ ମୁଣ୍ଡ ପୁରନ୍ତୁ ନାହିଁ । ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍‌ ରୋଗରେ କଷ୍ଟ ପାଇବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

Be the first to comment

Leave a Reply

Your email address will not be published.


*