ଭୋଜପୁରୀ ଚଳଚ୍ଚିତ୍ରର ସୁପରଷ୍ଟାର ତଥା ବିଜେପି ନେତା ମନୋଜ ତିୱାରୀ ପ୍ରଥମ ପତ୍ନୀଙ୍କ ଠାରୁ ଅଲଗା ହୋଇ କରିଥିଲେ ଦ୍ଵିତୀୟ ବିବାହ ! ୫୦ ବର୍ଷ ବୟସରେ ହୋଇଛନ୍ତି ପିତା…

ଭୋଜପୁରୀ ଚଳଚ୍ଚିତ୍ରର ସୁପରଷ୍ଟାର ତଥା ବିଜେପି ନେତା ମନୋଜ ତିୱାରୀ ପ୍ରଥମ ପତ୍ନୀଙ୍କ ଠାରୁ ଅଲଗା ହୋଇ କରିଥିଲେ ଦ୍ଵିତୀୟ ବିବାହ ! ୫୦ ବର୍ଷ ବୟସରେ ହୋଇଛନ୍ତି ପିତା…

ଭୋଜପୁରୀ ଚଳଚ୍ଚିତ୍ରର ସୁପରଷ୍ଟାର ତଥା ବିଜେପି ନେତା ମନୋଜ ତିୱାରୀ ଏକ ଜଣାଶୁଣା ନାମ ଅଟେ । ବର୍ତ୍ତମାନ ସମୟରେ ସେ ଚର୍ଚ୍ଚାରେ ଅଛନ୍ତି ଏବଂ ଏହାର କାରଣ ୫୦ ବର୍ଷ ବୟସରେ ପିତା ହେବାର ସୌଭାଗ୍ୟ ପାଇଛନ୍ତି । ୩୧ ଡିସେମ୍ବରରେ, ତାଙ୍କ ଘରେ କୁନି ପରୀଟି ଜନ୍ମ ନେଇଛି । ଏହି କଥାର ସୂଚନା ନିଜେ ମନୋଜ ତିୱାରୀ ଟ୍ୱିଟରରେ ଫୋଟ ସେୟାର କରି ଦେଇଥିଲେ । ଏହି କଥା ପରେ ତାଙ୍କର ଦ୍ଵିତୀୟ ବିବାହର କଥା ମଧ୍ୟ ସମସ୍ତଙ୍କ ସାମ୍ନାକୁ ଆସି ଯାଇଥିଲା ।

ବାସ୍ତବରେ, ମନୋଜ ତିୱାରୀଙ୍କର ଦ୍ଵିତୀୟ ବିବାହର କଥା ସେ ନିଜେ ସ୍ଵୀକାର କରିନଥିଲେ କିନ୍ତୁ ବର୍ତ୍ତମାନ ତାଙ୍କର ଦ୍ଵିତୀୟଥର ପିତା ହେବା କଥା ଖୁବ ଆଲୋଚନାରେ ରହିଛି । ୨୦୨୦ ମସିହାରେ ହିଁ ମନୋଜ ତିୱାରୀ ସୁରଭି ତିୱାରୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ ।

ମନୋଜଙ୍କ ଦ୍ଵିତୀୟ ପତ୍ନୀ ସୁରଭି ମଧ୍ୟ ଜଣେ ଭୋଜପୁରୀ ଗାୟିକା ଅଟନ୍ତି ଏବଂ ସେ ଏପର୍ଯ୍ୟନ୍ତ ଅନେକ ପ୍ରସିଦ୍ଧ ଗୀତରେ ନିଜର କଣ୍ଠଦାନ କରିସାରିଛନ୍ତି । ମନୋଜ ତିୱାରୀଙ୍କ ପତ୍ନୀ ବିହାରର ପାଟନା ବାସିନ୍ଦା ଅଟନ୍ତି ଏବଂ ସେ ସେଠାରେ ହିଁ ପାଠପଢା ଶେଷ କରିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ୧୯୯୯ ମସିହାରେ ମନୋଜ ତିୱାରୀ ପ୍ରଥମ ବିବାହ କରିଥିଲେ । ତାଙ୍କ ପ୍ରଥମ ପତ୍ନୀଙ୍କ ନାମ ରାନୀ ତିୱାରୀ ଅଟେ । ଯେଉଁଥିରୁ ତାଙ୍କର ଏକ ଝିଅ ମଧ୍ୟ ରହିଛି, ଯାହାଙ୍କର ନାମ ଜିୟା ଅଟେ । ତେବେ ୨୦୧୨ ମସିହାରେ ସେମାନେ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ ।

ମନୋଜଙ୍କ କହିବା ଅନୁଯାୟୀ, ସେ ଛାଡ଼ପତ୍ର ଦେବାକୁ ଚାହୁଁନଥିଲେ କିନ୍ତୁ ତାଙ୍କ ପତ୍ନୀଙ୍କ ଇଚ୍ଛା ଯୋଗୁଁ ତାଙ୍କୁ ଏଭଳି କରିବାକୁ ପଡିଥିଲା । ମନୋଜଙ୍କ ପ୍ରଥମ ପତ୍ନୀ ରାନୀ ଏବଂ ତାଙ୍କ ଝିଅ ଜିୟା ମୁମ୍ବାଇରେ ରହୁଛନ୍ତି । ରାନୀ ଏବଂ ଜିୟାଙ୍କୁ ମନୋଜ ମୁମ୍ବାଇରେ ଏକ ଫ୍ଲାଟ ଦେଇଛନ୍ତି ।

ଜିୟା ଏବଂ ମନୋଜ ତିୱାରୀ ଭଲ ସମ୍ପର୍କ ସେୟାର କରିଥାନ୍ତି ଏବେ ପ୍ରାୟତଃ ମନୋଜ ନିଜ ଝିଅ ଜିୟାଙ୍କୁ ଦେଖା କରିବାପାଇଁ ମୁମ୍ବାଇ ଯାଇଥାନ୍ତି । ଜିୟା ମଧ୍ୟ ତାଙ୍କୁ ଦେଖା କରିବାପାଇଁ ଦିଲ୍ଲୀ ଆସିଥାନ୍ତି । ମନୋଜଙ୍କ ଦ୍ଵିତୀୟ ବିବାହ ପଛରେ ତାଙ୍କ ଝିଅ ଜିୟାଙ୍କର ହିଁ ହାତ ରହିଛି । ଖବର ଅନୁଯାୟୀ, ସୁରଭି ଏବଂ ତାଙ୍କ ବିବାହ ଲକଡାଉନ ସମୟରେ ଏପ୍ରିଲ ମାସରେ ହୋଇଛି ।

ସୁରଭି ମନୋଜଙ୍କ କାମ କାର୍ଯ୍ୟକୁ ଦେଖିଥାନ୍ତି । ସେ ଜଣେ ଗାୟିକା ଅଟନ୍ତି ଏବଂ ସେ ମନୋଜଙ୍କ ସହ ଏକ ମ୍ୟୁଜିକ ଭିଡ଼ିଓରେ ମଧ୍ୟ ଗୀତ ଗାଇଛନ୍ତି । ତାଙ୍କ ଝିଅ ଜିୟା ସୁରଭିଙ୍କ ସହ ସମ୍ପର୍କକୁ ନେଇ ଜିଦ କରି କହିଥିଲେ ଯେ, ଆପଣ ଦୁହିଁଙ୍କୁ ବିବାହ କରିନେବା ଉଚିତ । ନିଜ ଦ୍ଵିତୀୟ ମାଙ୍କ ସହ ଜିୟାଙ୍କର ଭଲ ସମ୍ପର୍କ ରହିଛି ।

ମନୋଜ ତିୱାରୀଙ୍କ କ୍ୟାରିଅର ବିଷୟରେ କହିବାକୁ ଗଲେ, ସେ ଭୋଜପୁରୀ ଚଳଚ୍ଚିତ୍ରର ଜଣାଶୁଣା ଗାୟକ ଏବଂ ଅଭିନେତା ଅଟନ୍ତି । ୨୦୦୩ ମସିହାରେ ମନୋଜ ତିୱାରୀ ‘ସସୁରାଲ ବଡା ପେଶାୱାଲା’ ଭୂମିକାରେ ଅଭିନୟ କରିଥିଲେ । ତାଙ୍କର ଏହି ଚଳଚ୍ଚିତ୍ର ଅତ୍ୟନ୍ତ ହିଟ ହୋଇଥିଲା । ଏହାବ୍ୟତୀତ ମନୋଜ ‘ଦରେଗା ବାବୁ ଆଇ ଲଭ ୟୁ’ ଏବଂ ‘ବନ୍ଧନ ଟୁଟେ ନା’ ଚଳଚ୍ଚିତ୍ରରୁ ମଧ୍ୟ ଅନେକ ସଫଳତା ହାସଲ କରିଥିଲେ । ଆଜି ମନୋଜ ତିୱାରୀ ଏକ ବଡ଼ ନାମ ଅଟେ । ତାଙ୍କର ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ । ତାହା ରାଜନୀତି ହେଉ କିମ୍ବା ଫିଲ୍ମରେ ଯାତ୍ରା, ସାରା ଦେଶରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି ।

Leave a Reply

Your email address will not be published. Required fields are marked *