କଣ ଆପଣ ଜାଣନ୍ତି ? ବଲିଉଡର ଏହି ୧୦ ଜଣ ଅଭିନେତ୍ରୀଙ୍କ ମଧ୍ୟରୁ କିଏ Side Business କରିଥାନ୍ତି ତ କିଏ Online ବ୍ୟବସାୟ କରିନ୍ତି ।

କଣ ଆପଣ ଜାଣନ୍ତି ? ବଲିଉଡର ଏହି ୧୦ ଜଣ ଅଭିନେତ୍ରୀଙ୍କ ମଧ୍ୟରୁ କିଏ Side Business କରିଥାନ୍ତି ତ କିଏ Online ବ୍ୟବସାୟ କରିନ୍ତି ।

ଏହି କଥାରେ କୌଣସି ଭିନ୍ନ ମତ ନାହିଁ ଯେ, ବଲିଉଡ ଅଭିନେତ୍ରୀମାନେ କେବଳ ଅଭିନୟ କରିବା ନୁହେଁ ବରଂ ବ୍ୟବସାୟ ସମ୍ଭାଳିବା ମଧ୍ୟ ଜାଣିଥାନ୍ତି । ବଲିଉଡର ଏଭଳି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନଙ୍କ ପାଖରେ ଆଶ୍ଚର୍ଯ୍ୟଜନକ ବ୍ୟବସାୟ କୌଶଳ ରହିଛି ଏବଂ ନିଜର ଏହି କୌଶଳକୁ ସେମାନେ ନିଜର ବ୍ୟବସାୟ ସେଟଅପରେ ଲଗାଇ ଅତ୍ୟନ୍ତ ଭଲ ଉଠାଉଛନ୍ତି । କେଉଁ ଅଭିନେତ୍ରୀ ପିଲାମାନଙ୍କ ନିମନ୍ତେ ପୋଷାକ ବିକ୍ରି କରୁଥିବା ବେଳେ ଆଉ କେଉଁ ଅଭିନେତ୍ରୀ ନିଜର ଅଳଙ୍କାର ଷ୍ଟୋର ଖୋଲିଛନ୍ତି ଏବଂ ଆଉ କିଏ ରେଷ୍ଟୁରାଣ୍ଟ ଦୁନିଆଁରେ ନିଜର ନାମ ସୃଷ୍ଟି କରିଛନ୍ତି, ତ କିଏ ଅନଲାଇନରେ ଏଡ଼ଲଟ୍ ଟଏ ବିକ୍ରି କରୁଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଅଭିନେତ୍ରୀ କେଉଁ ବ୍ୟବସାୟ କରୁଛନ୍ତି ।

୧) ଶିଳ୍ପା ଶେଟ୍ଟୀ:-

ବଲିଉଡର ସଫଳ ବ୍ୟବସାୟୀ ମହିଳା, ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଗଲେ; ଏହି ତାଲିକାରେ ସର୍ବୋଚ୍ଚରେ ଶିଳ୍ପା ଶେଟ୍ଟୀଙ୍କ ନାମ ଆସିଥାଏ । ବଲିଉଡର ଅତ୍ୟନ୍ତ ଫିଟ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ସଫଳ ବ୍ୟବସାୟୀ ମହିଳା ଭାବରେ ମଧ୍ୟ ଜଣାଯାଆନ୍ତି । ଶିଳ୍ପା ରେଷ୍ଟୁରାଣ୍ଟ, ବାର୍ ଏବଂ ସ୍ପା’ରୁ ବାର୍ଷିକ କୋଟିକୋଟି ଟଙ୍କା ରୋଜଗାର କରିଥାନ୍ତି । ନିକଟରେ ସେ ମୁମ୍ବାଇର ବର୍ଲି ଅଞ୍ଚଳରେ ବାଷ୍ଟେନ୍ ଚେନ୍ ନାମକ ରେଷ୍ଟୁରାଣ୍ଟ ଖୋଲିଛନ୍ତି । ଶିଳ୍ପାଙ୍କର ବାଷ୍ଟେନ୍ ରେଷ୍ଟୁରାଣ୍ଟ ବାନ୍ଦ୍ରାରେ ମଧ୍ୟ ରହିଛି ଏବଂ ସେ ବର୍ତ୍ତମାନ ନିଜର ରେଷ୍ଟୁରାଣ୍ଟ ବ୍ୟବସାୟକୁ ଆଗକୁ ବଢ଼ାଉଛନ୍ତି । ଏହାବ୍ୟତୀତ ଶିଳ୍ପା ଶେଟ୍ଟୀ ମୁମ୍ବାଇର ବାନ୍ଦ୍ରା ସ୍ଥିତ କ୍ଲବ “ରୋୟାଲିଟି ନାଇଟ ବାର”ର ମଧ୍ୟ ମାଲିକାଣୀ ଅଟନ୍ତି । ଆହୁରି ମଧ୍ୟ ସେ ମୁମ୍ବାଇର ସ୍ପା’ ଚେନ୍ ପରିଚାଳିତ କରିଥାନ୍ତି ।

୨) ସୁସ୍ମିତା ସେନ୍:-

ସୁସ୍ମିତା ସେନଙ୍କର ନିଜର ଏକ ଅଳଙ୍କାର ଲାଇନ୍ ରହିଛି, ଯାହା ଅତ୍ୟନ୍ତ ପ୍ରସିଦ୍ଧ ଅଟେ । ସୁସ୍ମିତାଙ୍କର ଅଳଙ୍କାର ଲାଇନ୍ ବ୍ୟବସାୟ ବିଷୟରେ ତାଙ୍କ ମା’ ବୁଝିଥାନ୍ତି । ଏହାବ୍ୟତୀତ ତାଙ୍କର ଏକ ପ୍ରଡକଶନ କମ୍ପାନୀ ରହିଛି, ଯାହାର ନାମ ତନ୍ତ୍ରା ଏଣ୍ଟରଟେନମେଣ୍ଟ ଅଟେ । ସୁସ୍ମିତା କୋଲକାତାରେ ଏକ ରେଷ୍ଟୁରାଣ୍ଟ ମଧ୍ୟ ଖୋଲିଥିଲେ, ଯାହାକୁ ଦୁର୍ଭାଗ୍ୟବଶତଃ ବନ୍ଦ କରିବାକୁ ପଡିଥିଲା ।

୩)ଦୀପିକା ପାଦୁକୋଣ:-

ବଲିଉଡର ସବୁଠାରୁ ଅଧିକ ଟଙ୍କା ନେଉଥିବା ଅଭିନେତ୍ରୀ ମାନଙ୍କ ମଧ୍ୟରେ ଦୀପିକା ପାଦୁକୋଣଙ୍କର ନାମ ରହିଛି । ଦୀପିକାଙ୍କ ଭିତରେ ମଧ୍ୟ ସଫଳ ବ୍ୟବସାୟୀ ମହିଳାଙ୍କର ଗୁଣ ରହିଛି । ନିଜର ଆକର୍ଷଣୀୟ ଫ୍ୟାଶନ୍ କୌଶଳ ପାଇଁ ପ୍ରଶଂସା ସାଉଁଟୁଥିବା ଦୀପିକା କିଛିବର୍ଷ ପୂର୍ବରୁ ନିଜର ଏକ ଫ୍ୟାଶନ୍ ଲାଇନ ‘ଅଲ୍ ଏବାୟୁଟ ୟୁ’କୁ ଲଞ୍ଚ କରିଥିଲେ, ଯାହା ବିଶେଷ ଭାବରେ ଅନଲାଇନ୍ ଫ୍ୟାଶନ ପ୍ଲାଟଫର୍ମ “ମିନ୍ତ୍ରା”ରେ ଉପଲବ୍ଧ ଅଟେ ।

୪) କ୍ୟାଟ୍ରିନା କୈଫ:-

ମଡେଲିଙ୍ଗ ଦୁନିଆଁରୁ ବାହାରି ଚଳଚ୍ଚିତ୍ର ଦୁନିଆଁରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କ୍ୟାଟ୍ରିନା କୈଫ ମଧ୍ୟ ବର୍ତ୍ତମାନ ଜଣେ ସଫଳ ବ୍ୟବସାୟୀ ମହିଳା ହୋଇଯାଇଛନ୍ତି । ୨୦୧୯ ମସିହାରେ କ୍ୟାଟ୍ରିନା ଭାରତୀୟ ସୌନ୍ଦର୍ଯ୍ୟ ରୀଟେଲର ନାଇକା ସହ ଭାଗିଦାରୀରେ ନିଜର ଏକ ସୌନ୍ଦର୍ଯ୍ୟ ବ୍ରାଣ୍ଡ “କେ” ବ୍ୟୁଟି ଲଞ୍ଚ କରିଥିଲେ । କ୍ୟାଟ୍ରିନାଙ୍କର କମ୍ପାନୀର ସାମଗ୍ରୀକୁ ଅତ୍ୟନ୍ତ ପସନ୍ଦ ମଧ୍ୟ କରାଯାଏ ।

୫) ଅନୁଷ୍କା ଶର୍ମା:-

ଅନୁଷ୍କା ଶର୍ମା ମଧ୍ୟ ସଫଳ ବ୍ୟବସାୟୀ ମହିଳା ହେବା ପଥରେ ଅଗ୍ରସର ହେଉଛନ୍ତି । ଅନୁଷ୍କା ନିଜ ଭାଇଙ୍କ ସହ ମିଶି ନିଜର ଚଳଚ୍ଚିତ୍ର ପ୍ରୋଡ଼କସନ ଏବଂ ଡିଷ୍ଟ୍ରିବ୍ୟୁସନ କମ୍ପାନୀ ‘କ୍ଲିନ ସେଟ ଫିଲ୍ମସ’ ଖୋଲିଛନ୍ତି । ନିଜ ପ୍ରୋଡ଼କସନ ହାଉସରେ ଅନୁଷ୍କା ଏନଏଚ ୧୦, ଫିଲୋରୀ ଏବଂ ପରୀ ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏଥିସହିତ ଗତବର୍ଷ ପାତାଳ ଲୋକ ୱେବସିରିଜ ମାଧ୍ୟମରେ ଅନୁଷ୍କା ୱେବ ଶୋ ଦୁନିଆଁରେ ନିଜ ପାଦ ରଖି ସାରିଛନ୍ତି । କେବଳ ଏତିକି ନୁହେଁ, ଅନୁଷ୍କାଙ୍କର ନିଜର ଏକ ପୋଷାକ ଲାଇନ ମଧ୍ୟ ରହିଛି, ଯାହାର ନାମ “ନୁଶ” ଅଟେ ।

୬) ସୋନି ଲିଓନି:-

ଏଡ଼ଲଟ ଚଳଚ୍ଚିତ୍ର ଦୁନିଆଁରୁ ବାହାରି ବଲିଉଡରେ ନାମ କମାଇଥିବା ଅଭିନେତ୍ରୀ ସୋନି ଲିଓନି ମଧ୍ୟ ବ୍ୟବସାୟ କରିବା କ୍ଷେତ୍ରରେ ମଧ୍ୟ ପଛରେ ନାହାଁନ୍ତି । ୨୦୧୨ ମସିହା ଠାରୁ ସୋନି ଏକ ଏଡ଼ଲଟ ଷ୍ଟୋର ପରିଚାଳିତ କରୁଛନ୍ତି, ଯେଉଁଥିରେ ଏଡ଼ଲଟ ଟୟ, ଆକର୍ଷଣୀୟ ପୋଷାକ, ପାର୍ଟି ପୋଷାକ, ପହଁରା ପୋଷାକ, ଜୀବନଶୈଳୀ ପାଇଁ ଦୈନନ୍ଦିନ ଜୀବନର ଜିନିଷ ମିଳିଥାଏ । ଏହା ସହ ସୋନି ଏକ ପରଫ୍ୟୁମ ଏବଂ କଷ୍ଟ୍ୟୁମ ଲାଇନ ପରିଚାଳିତ କରୁଛନ୍ତି, ଯାହାର ନାମ ଲଷ୍ଟ ଅଟେ ।

୭) କରିସ୍ମା କପୁର:-

୯୦ ଦଶକରେ ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ ରହିଥିବା କରିସ୍ମା କପୁର ଏକ ଅନଲାଇନ ବେବି କ୍ଲଥିଙ୍ଗ ଷ୍ଟୋର ପରିଚାଳିତ କରୁଛନ୍ତି, ଯେଉଁଠାରେ ନୂତନ ଜନ୍ମିତ ବେବି ଠାରୁ ଆରମ୍ଭ କରି ମା ହେଉଥିବା ମହିଳା ମାନଙ୍କର ଆବଶ୍ୟକତା ଅନୁଯାୟୀ ସମସ୍ତ ଜିନିଷ ରହିଛି । କରିସ୍ମାଙ୍କର ଅନଲାଇନ ଷ୍ଟୋରର ଇ-କମର୍ସ ୱେବସାଇଟ Babyoye.Com ମାଧ୍ୟମରେ ଅପରେଟ କରାଯାଇଥାଏ ।

୮) ସୋନମ କପୁର:-

ବଲିଉଡର ‘ମିସ ଫ୍ୟାଶନିଷ୍ଟା’ ସୋନମ କପୁରଙ୍କ ଠାରୁ ଆଉ ଅଧିକ ଫ୍ୟାଶନ ସେନ୍ସ କାହା ପାଖରେ ଥିବ । ନିଜ ଫ୍ୟାଶନ ସେନ୍ସ ଯୋଗୁଁ ପ୍ରଶଂସା ସାଉଁଟୁଥିବା ସୋନମ ନିଜ ଛୋଟ ଭଉଣୀ ରିହା କପୁରଙ୍କ ସହ ମିଳିତ ଭାବରେ ଫ୍ୟାଶନ ସାମଗ୍ରୀ ବ୍ରାଣ୍ଡ “ରେହଶନ” ଚଳାଇଥାନ୍ତି ।

୯) ଟ୍ଵିଙ୍କଲ ଖାନ୍ନା:-

ଅକ୍ଷୟ କୁମାରଙ୍କ ସହ ବିବାହ ପରେ ଟ୍ଵିଙ୍କଲ ବଲିଉଡ ଠାରୁ ଦୂରେଇ ଯାଇଥିଲେ, କିନ୍ତୁ ନିଜ କ୍ୟାରିଅର ପ୍ରତି ସେ ସର୍ବଦା ସତର୍କ ରହିଛନ୍ତି । ଟ୍ୱିଙ୍କଲ ଜଣେ ବ୍ଲଗର ଅଟନ୍ତି, ସେ ଖବରକାଗଜ ଏବଂ ମ୍ୟାଗାଜିନ ପାଇଁ ଲେଖିଥାନ୍ତି । ସେ କେତେକ ବହି ମଧ୍ୟ ଲେଖିସାରିଛନ୍ତି । ଟ୍ଵିଙ୍କଲ ନିଜ ବନ୍ଧୁ ଗୁରଲୀନ ମନଚନ୍ଦାଙ୍କ ସହ ଇଣ୍ଟେରିୟର ଡ଼ିଜାଇନିଂର ବ୍ୟବସାୟ ମଧ୍ୟ କରିଥାନ୍ତି । ସେ ‘ଦ ହ୍ଵାଇଟ ଉଇଡୋ’ର ଫାଉଣ୍ଡର ଅଟନ୍ତି । ଏଥିସହିତ ଟ୍ଵିଙ୍କଲ ଜଣେ ଚଳଚ୍ଚିତ୍ର ପ୍ରୋଡ୍ୟୁସର ମଧ୍ୟ ଅଟନ୍ତି । ଅକ୍ଷୟଙ୍କ ଚଳଚ୍ଚିତ୍ର ‘ପ୍ୟାଡ଼ମ୍ୟାନ’ କୁ ସେ ପ୍ରଡ୍ୟୁସ କରିଛନ୍ତି ।

୧୦) ଲାରା ଦତ୍ତା:-

ପୂର୍ବତନ ମିସ ୟୁନିଭର୍ସ ଲାରା ଦତ୍ତା ମଧ୍ୟ ଫ୍ୟାଶନ ଦୁନିଆଁରେ ନାମ କମାଇ ସାରିଛନ୍ତି । ଲାରା ଦତ୍ତା ‘ଛାବଡ଼ା ୫୫୫ ଶାଢ଼ୀ ବ୍ରାଣ୍ଡ’ ସହ କୋଲାବରେଶନ କରି ନିଜର ଏକ ଶାଢ଼ୀ ବ୍ରାଣ୍ଡ ଲଞ୍ଚ କରିଛନ୍ତି । ନିକଟରେ ସେ ନିଜର ଏକ ପରଫ୍ୟୁମ ଲାଇନ ମଧ୍ୟ ଲଞ୍ଚ କରିଛନ୍ତି । ଏହାବ୍ୟତୀତ ଲାରା ନିଜର ଏକ ଚଳଚ୍ଚିତ୍ର ପ୍ରୋଡକସନ କମ୍ପାନୀ ‘ଭିଗିବାସନ୍ତୀ’ ମଧ୍ୟ ଲଞ୍ଚ କରିଥିଲେ ।

Leave a Reply

Your email address will not be published. Required fields are marked *