ବଲିଉଡର ଏହି ୮ଜଣ କଳାକାର ଯେଉଁମାନେ କମବ୍ୟାକ୍ କରିବାକୁ ଚେଷ୍ଟା କରିଛନ୍ତି ! କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଫ୍ଲପ୍ ହୋଇ ଯାଇଛନ୍ତି…

ବଲିଉଡର ଏହି ୮ଜଣ କଳାକାର ଯେଉଁମାନେ କମବ୍ୟାକ୍ କରିବାକୁ ଚେଷ୍ଟା କରିଛନ୍ତି ! କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଫ୍ଲପ୍ ହୋଇ ଯାଇଛନ୍ତି…

ବଲିଉଡର ଏଭଳି ଅନେକ କଳାକାର ଅଛନ୍ତି, ଯେଉଁମାନେ ଇଣ୍ଡଷ୍ଟ୍ରିକୁ ସୁପରହିଟ ଚଳଚ୍ଚିତ୍ର ଦେଇଛନ୍ତି । ସେମାନଙ୍କ ତାଲିକାରେ ଅନେକ ସଫଳ ଚଳଚ୍ଚିତ୍ରର ନାମ ରହିଛି ଏବଂ ସେମାନେ ଷ୍ଟାରଡ଼ମର ଅନେକ ମଜା ନେଇଛନ୍ତି । କିନ୍ତୁ ଏଭଳି ଅନେକ କଳାକାର ମଧ୍ୟ ଅଛନ୍ତି, ଯେଉଁମାନେ ନିଜ କ୍ୟାରିଅରର ଶିଖରରେ ପହଞ୍ଚି କୌଣସି କାରଣ ଯୋଗୁଁ ବଲିଉଡ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଛନ୍ତି । ତେବେ ଏହି କଳାକାର ମାନେ ଦୀର୍ଘ ସମୟର ଅନ୍ତର ପରେ ପୁଣିଥରେ ଇଣ୍ଡଷ୍ଟ୍ରିକୁ ଫେରିଛନ୍ତି କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନଙ୍କୁ ସେତିକି ସଫଳତା, ସେତିକି ଷ୍ଟାରଡମ ମିଳିନାହିଁ, ଯେତିକି ପୂର୍ବରୁ ମିଳିଥିଲା । ତେବେ ଆସନ୍ତୁ ଏହି ତାଲିକାରେ କେଉଁ କେଉଁ ଅଭିନେତା ଏବଂ ଅଭିନେତ୍ରୀ ରହିଛନ୍ତି, ସେ ବିଷୟରେ ଜାଣିବା ।

୧) ସଞ୍ଜୟ ଦତ୍ତ:-

ସଞ୍ଜୟ ଦତ୍ତ ହିନ୍ଦୀ ଚଳଚ୍ଚିତ୍ର ଜଗତର ବଡ଼ ନାମ ଅଟନ୍ତି, ଯିଏକି ‘ଖଳନାୟକ’, ‘ସାଜନ’ ଏବଂ ‘ମୁନ୍ନା ଭାଇ ଏମବିବିଏସ’ ଭଳି ଅନେକ ହିଟ ଚଳଚ୍ଚିତ୍ର ଦେଇଛନ୍ତି । ୨୦୧୩ ମସିହାରେ ସଞ୍ଜୟ ଦତ୍ତଙ୍କୁ ଜେଲ ଯିବାକୁ ପଡିଥିଲା । ସେ ପ୍ରାୟତଃ ୩ ମାସ ପର୍ଯ୍ୟନ୍ତ ଜେଲରେ ରହିଥିଲେ । ସଞ୍ଜୟ ଦତ୍ତ ସମ୍ପୂର୍ଣ୍ଣ ୩ ବର୍ଷ ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଜେଲରେ ରହିଥିଲେ । ଯାହାପରେ ତାଙ୍କ ଷ୍ଟାରଡମ ଖରାପ ଭାବରେ ପ୍ରଭାବିତ ହୋଇଥିଲା । ଏହାର ଏକ ଉଦାହରଣ ଦେଖିବାକୁ ମିଳିଥିଲା ସଞ୍ଜୟ ଦତ୍ତଙ୍କ ଚଳଚ୍ଚିତ୍ର “ଭୂମି”ରୁ ଯାହା ବକ୍ସ ଅଫିସରେ ଫ୍ଲପ ହୋଇଥିଲା । ଏପର୍ଯ୍ୟନ୍ତ ସଞ୍ଜୟ ଦତ୍ତଙ୍କର ଅନେକ ଚଳଚ୍ଚିତ୍ର ରିଲିଜ ହୋଇଛି, କିନ୍ତୁ ଅଧିକାଂଶ ଫ୍ଲପ ହୋଇଛି । ଏହିବର୍ଷ ରିଲିଜ ହୋଇଥିବା ସଡ଼କ ୨ ଏବଂ ତୋରବାଜ ମଧ୍ୟ ଚାଲିନାହିଁ ।

୨) ସନୀ ଦେଓଲ ଏବଂ ବବି ଦେଓଲ:-

ଅଭିନେତା ସନୀ ଦେଓଲ ଏବଂ ବବି ଦେଓଲଙ୍କ ପାଇଁ ମଧ୍ୟ ଦୀର୍ଘ ସମୟ ପରେ ବଲିଉଡକୁ କମବ୍ୟାକ କରିବା କିଛି ଭଲ ନଥିଲା । ଦୀର୍ଘ ସମୟ ପରେ ଅଭିନେତା ସନୀ ଦେଓଲ ଏବଂ ବବି ଦେଓଲଙ୍କୁ ‘ପୋଷ୍ଟର ବୋୟଜ’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରକୁ ଶ୍ରେୟସ ତଲପେଡ ନିର୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ର କେବେ ଆସିଲା ଆଉ କେବେ ଚାଲିଗଲା ଏହାକୁ କେହି ଜାଣିପାରିନଥିଲେ । ଏଥିପାଇଁ ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ବଲିଉଡ ଠାରୁ ଦୁରେଇ ରହିଥିବା ସନୀ ଦେଓଲ ଏବଂ ବବି ଦେଓଲଙ୍କର କଳାକାର ଶକ୍ତି ଦୁର୍ବଳ ହୋଇ ସାରିଥିଲା । ଏବଂ ପ୍ରଶଂସକ ମାନଙ୍କର ତାଙ୍କ ପ୍ରତି ଆକର୍ଷଣ ମଧ୍ୟ କମ ହୋଇ ଯାଇଥିଲା ।

୩) ଗୋବିନ୍ଦା:-

୯୦ ଦଶକର ସୁପରଷ୍ଟାର ଭାବରେ ଗୋବିନ୍ଦାଙ୍କ ଜଣା ଯାଉଥିଲା । ତାଙ୍କ ନୃତ୍ୟର ଲୋକମାନେ ଜବରଦସ୍ତ ପ୍ରଶଂସକ ଥିଲେ । ଏହାସହ ଗୋବିନ୍ଦା ନିଜର ଉତ୍କୃଷ୍ଟ ଅଭିନୟ, ଡ଼ାୟଲୋକ ପରିଚାଳନା, ନୃତ୍ୟ ଏବଂ କମେଡି ପାଇଁ ଲୋକମାନଙ୍କ ହୃଦୟରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ସେହି ସମୟରେ ଶିର୍ଷ ଅଭିନେତା ମାନଙ୍କ ମଧ୍ୟରେ ଗୋବିନ୍ଦାଙ୍କ ନାମ ସର୍ବୋଚ୍ଚ ସ୍ଥାନରେ ଥିଲା । କିନ୍ତୁ କୌଣସି କାରଣରୁ ୨୦୦୨ ମସିହାରେ ଗୋବିନ୍ଦା ଚଳଚ୍ଚିତ୍ରରୁ ୩ ବର୍ଷ ପର୍ଯ୍ୟନ୍ତ ବ୍ରେକ ନେଇଥିଲେ । ଏହି ୩ ବର୍ଷ ମଧ୍ୟରେ ଇଣ୍ଡଷ୍ଟ୍ରିରେ ଗୋବିନ୍ଦାଙ୍କ ପାଇଁ ବହୁତ କିଛି ପରିବର୍ତ୍ତନ ହୋଇ ଯାଇଥିଲା । ଗୋବିନ୍ଦା ‘ସାଥି’ ଏବଂ ‘ଭାଗମ ଭାଗ’ ଚଳଚ୍ଚିତ୍ରରୁ ନିଜର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଥିଲେ କିନ୍ତୁ ଦ୍ଵିତୀୟ ପର୍ଯ୍ୟାୟରେ କିଛି ସ୍ୱତନ୍ତ୍ର କରିପାରିନଥିଲେ ।

୪) ରବିନା ଟଣ୍ଡନ:-

ଏକ ସମୟ ଥିଲା, ଯେତେବେଳେ ବଲିଉଡର ମସ୍ତ ମସ୍ତ ଗାର୍ଲ ରବିନା ଟଣ୍ଡନ ଶିର୍ଷ ଅଭିନେତ୍ରୀ ମାନଙ୍କ ତାଲିକାରେ ଆସୁଥିଲେ, କିନ୍ତୁ ୨୦୦୪ ମସିହାରେ ବିବାହ କରିବା ପରଠାରୁ ରବିନା ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଥିଲେ । ତେବେ ୨୦୧୭ ମସିହାରେ ଆସିଥିବା ‘ମାତୃ’ ଚଳଚ୍ଚିତ୍ର ମାଧ୍ୟମରେ ରବିନା ପୁଣିଥରେ କମବ୍ୟାକ କରିଥିଲେ, କିନ୍ତୁ ଏହି ଚଳଚ୍ଚିତ୍ର କେବେ ରିଲିଜ ହେଲା ଏବଂ କେବେ ଥିଏଟରରୁ ଚାଲିଗଲା, ଏହା କେହି ଜାଣିପାରିନଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ରବିନା ଟଣ୍ଡନ ମଧ୍ୟ ଅସଫଳ ହୋଇଥିଲେ ।

୫) ମାଧୁରୀ ଦୀକ୍ଷିତ:-

ବଲିଉଡର ଧକଧକ ଗାର୍ଲ ମାଧୁରୀ ଦୀକ୍ଷିତ ଏକଦା ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ ଥିଲେ । ସେ ବଲିଉଡକୁ ଅନେକ ହିଟ ଚଳଚ୍ଚିତ୍ର ଦେଇଛନ୍ତି । ମାଧୁରୀ ନିଜ କ୍ୟାରିଅରର ଶିଖରରେ ଥିବା ସମୟରେ ବିବାହର ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ବିବାହ ପରେ ମାଧୁରୀ ଇଣ୍ଡଷ୍ଟ୍ରିରୁ ୫ ବର୍ଷ ପର୍ଯ୍ୟନ୍ତ ବିଦାୟ ନେଇଥିଲେ । ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ମାଧୁରୀ ‘ଆଜା ନାଚ ଲେ’ ଚଳଚ୍ଚିତ୍ର ମାଧ୍ୟମରେ ଇଣ୍ଡଷ୍ଟ୍ରିକୁ କମବ୍ୟାକ କରିଥିଲେ, କିନ୍ତୁ ପୂର୍ବଭଳି ତାଙ୍କୁ ଷ୍ଟାରଡ଼ମ ମିଳିନଥିଲା । ଏହାପରେ ମାଧୁରୀ ‘ଗୁଲାବ ଗ୍ୟାଙ୍ଗ’, ‘ଡେଢ଼ ଇସ୍କିୟା’ ଏବଂ ‘କଳଙ୍କ’ରେ ମଧ୍ୟ କାମ କରିଥିଲେ କିନ୍ତୁ ତାଙ୍କ ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ଭାବରେ ଫ୍ଲପ ପ୍ରମାଣିତ ହୋଇଥିଲା ।

୬) ଐଶ୍ୱର୍ଯ୍ୟା ରାୟ ବଚ୍ଚନ:-

ଐଶ୍ୱର୍ଯ୍ୟା ରାୟ ବଲିଉଡର ଅତ୍ୟନ୍ତ ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ନିଜର ଅଭିନୟ ବଳରେ ଐଶ୍ୱର୍ଯ୍ୟା ୧୦ରୁ ଅଧିକ ଫିଲ୍ମଫେୟାର ଆୱାର୍ଡ ପାଇଁ ମନୋନୀତ ହୋଇ ସାରିଛନ୍ତି । ଐଶ୍ୱର୍ଯ୍ୟାଙ୍କୁ ‘ହମ ଦିଲ ଦେ ଚୁକେ ହେ ସୋନମ’,’ଦେବଦାସ’ ଭଳି ଅନେକ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀର ଆୱାର୍ଡ ମିଳିଛି । କିନ୍ତୁ ଐଶ୍ୱର୍ଯ୍ୟାଙ୍କ ଜୀବନରେ ମଧ୍ୟ ସେହି ସମୟ ଆସିଥିଲା, ଯେତେବେଳେ ତାଙ୍କୁ ଚଳଚ୍ଚିତ୍ର ଠାରୁ ଦୂରେଇ ଯିବାକୁ ପଡିଥିଲା । ଗର୍ଭବତୀ ଯୋଗୁଁ ଐଶ୍ୱର୍ଯ୍ୟାଙ୍କୁ ଚଳଚ୍ଚିତ୍ର ଠାରୁ ଦୂରେଇ ରହିବାକୁ ପଡିଥିଲା । ଦୀର୍ଘ ସମୟ ବ୍ୟବଧାନ ପରେ ଐଶ୍ୱର୍ଯ୍ୟା “ଜଜବା” ଚଳଚ୍ଚିତ୍ରରେ ଦେଖା ଯାଇଥିଲେ କିନ୍ତୁ ନିଜ ଅଭିନୟ ଯୋଗୁଁ ଲୋକମାନଙ୍କୁ ପ୍ରଭାବିତ କରିପାରିନଥିଲେ । ଏହାପରେ ଐଶ୍ୱର୍ଯ୍ୟା ‘ସରବଜିତ’ ଏବଂ ‘ଏ ଦିଲ ହେ ମୁଶ୍କିଲ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ କିନ୍ତୁ ସେ ଦ୍ଵିତୀୟ ଇଂନିସରେ ପୂର୍ବଭଳି ଷ୍ଟାରଡ଼ମ ହାସଲ କରିପାରିନଥିଲେ ।

୭) କରିସ୍ମା କପୁର:-

କରିସ୍ମା ବଲିଉଡକୁ “ଦିଲ ତ ପାଗଳ ହେ”, “ରାଜା ହିନ୍ଦୁସ୍ତାନୀ”, “ଜୁଡ଼ୱା” ଭଳି ଅନେକ ହିଟ ଚଳଚ୍ଚିତ୍ର ଦେଇଛନ୍ତି । କରିସ୍ମା ନିଜର ଅଭିନୟ ପାଇଁ ଅନେକ ଆୱାର୍ଡ ମଧ୍ୟ ଜିତିଛନ୍ତି କିନ୍ତୁ ବିବାହ ପରେ କରିସ୍ମା ଚଳଚ୍ଚିତ୍ରରୁ ବ୍ରେକ ନେଇ ଯାଇଥିଲେ । ବର୍ଷ ବର୍ଷ ପର୍ଯ୍ୟନ୍ତ ଚଳଚ୍ଚିତ୍ର ଠାରୁ ଦୂରେଇ ରହିବା ପରେ କରିସ୍ମା “ବାଜ:ଏ ୱାର୍ଡ ଇନ ଡେଞ୍ଜର”ରେ ଦେଖା ଯାଇଥିଲେ । ଏହି ଚଳଚ୍ଚିତ୍ରର ୯ ବର୍ଷ ପରେ କରିସ୍ମା ବିକ୍ରମ ଭଟ୍ଟଙ୍କର ହରର ଥ୍ରୀଲର ଚଳଚ୍ଚିତ୍ର “ଡେଞ୍ଜରସ ଇସ୍କ”ରେ ଦେଖା ଦେଇଥିଲେ, କିନ୍ତୁ ଚଳଚ୍ଚିତ୍ରଟି ଏତେ ଭଲ ଚାଲିନଥିଲା ଏବଂ କରିସ୍ମା ନିଜ ଦ୍ଵିତୀୟ ଇନିଂସରେ ବିଶେଷ କିଛି ପ୍ରଦର୍ଶନ କରିପାରିନଥିଲେ ।

୮) ପ୍ରୀତି ଜିଣ୍ଟା:-

ବଲିଉଡରେ ଡିମ୍ପଲ ଗାର୍ଲ ନାମରେ ପ୍ରସିଦ୍ଧ ପ୍ରୀତି ଜିଣ୍ଟା ମଧ୍ୟ ଇଣ୍ଡଷ୍ଟ୍ରିକୁ ଅନେକ ହିଟ ଚଳଚ୍ଚିତ୍ର ଦେଇଛନ୍ତି । ୨୦୧୩ ମସିହାର ଚଳଚ୍ଚିତ୍ର “କଭି ଅଲବିଦା ନା କେହେନା” ପରେ ସିଲଭର ସ୍କ୍ରିନକୁ ବିଦାୟ କହିଦେଇଥିଲେ । କିନ୍ତୁ ଏହାପରେ ପୁଣିଥରେ ପ୍ରୀତି ୨୦୧୩ ମସିହାରେ “ଇସ୍କ ଇନ ପ୍ୟାରିସ”ରେ କମବ୍ୟାକ କରିଥିଲେ । କିନ୍ତୁ ଦୁଃଖ ଯେ ପ୍ରୀତି ଦ୍ଵିତୀୟ ଇନିଂସରେ ଅସଫଳ ହୋଇଥିଲେ, ତାଙ୍କର ଏହି ଚଳଚ୍ଚିତ୍ର ଚାଲିନଥିଲା ଏବଂ ସେ ଏହାପରଠାରୁ କୌଣସି ଚଳଚ୍ଚିତ୍ରରେ ଦେଖା ଯାଇନାହାଁନ୍ତି ।

Leave a Reply

Your email address will not be published. Required fields are marked *