ସୋନାଲି ବେନ୍ଦ୍ରେଙ୍କୁ ବିବାହ କରିବାକୁ ଯାଉଥିଲେ ରାଜ ଠାକରେ ! କିନ୍ତୁ ଏକ କାରଣ ଯୋଗୁଁ ଭାଙ୍ଗିଗଲା ସମ୍ପର୍କ …

ସୋନାଲି ବେନ୍ଦ୍ରେଙ୍କୁ ବିବାହ କରିବାକୁ ଯାଉଥିଲେ ରାଜ ଠାକରେ ! କିନ୍ତୁ ଏକ କାରଣ ଯୋଗୁଁ ଭାଙ୍ଗିଗଲା ସମ୍ପର୍କ …

ଏକ ସମୟରେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଇଣ୍ଡଷ୍ଟ୍ରିର ସବୁଠାରୁ ସୁନ୍ଦରୀ ଓ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ଲକ୍ଷ ଲକ୍ଷ ଲୋକ ତାଙ୍କୁ ପସନ୍ଦ କରୁଥିଲେ । ସୋନାଲି ନିଜ ନମ୍ର ଓ ହସରୁ ଅନେକ ଲୋକଙ୍କ ହୃଦସ୍ପଦନ ବଢ଼ାଇ ଦେଉଥିଲେ । ଆଜି ଇଣ୍ଡଷ୍ଟ୍ରିରେ ସୋନାଲି ସକ୍ରିୟ ନୁହଁନ୍ତି ଯଦିଓ ତାଙ୍କ ଚର୍ଚ୍ଚା ଇଣ୍ଡଷ୍ଟ୍ରିରେ ଏବେ ମଧ୍ୟ ହୋଇଥାଏ । ସୋନାଲି ବେନ୍ଦ୍ରେ ବଲିଉଡ଼ର ଅନେକଗୁଡ଼ିଏ ସଫଳ ଚଳଚ୍ଚିତ୍ର ଗୁଡ଼ିକରେ ଅଭିନୟ କରିଛନ୍ତି…

ସୋନାଲିକୁ ଦର୍ଶକମାନେ ତାଙ୍କ ଉତ୍ତମ ଅଭିନୟ ଯୋଗୁଁ ବହୁତ ପସନ୍ଦ କରିଥିଲେ । ସୋନାଲି ନିଜ ଶୈଳୀ ଓ ଚଳଚ୍ଚିତ୍ର ବ୍ୟତୀତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହି ଆସୁଥିଲେ । ତାଙ୍କ ନାମକୁ ପ୍ରସିଦ୍ଧ ରାଜନେତା ରାଜ ଠାକରେଙ୍କ ସହିତ ଯୋଡ଼ା ଯାଇଥିଲା । ଦୁହେଁ ପରସ୍ପରକୁ ଭଲ ପାଉଥିଲେ ଏବଂ କଥା ବିବାହ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଯଦିଓ ବାଲା ସାହେବ ଠାକରେଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଲା ନାହିଁ । ଆସନ୍ତୁ ଆଜି ଆମେ ଆପଣଙ୍କୁ ସୋନାଲି ବେନ୍ଦ୍ରେଙ୍କ ସହ ଜଡ଼ିତ କିଛି ବିଶେଷ କଥା ବିଷୟରେ ଅବଗତ କରାଇବୁ…

ସୋନାଲି ବେନ୍ଦ୍ରେ ୧୯୭୫ ମସିହା ୧ ଜାନୁଆରୀ, ମୁମ୍ବାଇ ଠାରେ ଜନ୍ମ ଗ୍ରହଣ କରିଥିଲେ । ସୋନାଲି ରାମ ନାରାୟଣ ଲୋହିୟା କଲେଜ, ମୁମ୍ବାଇରୁ ନିଜ ଶିକ୍ଷା ସମାପ୍ତ କରିଛନ୍ତି । କଲେଜରେ ପାଠପଢା ସମୟରେ ହିଁ ସେ ମଡ଼ଲିଂ ମଧ୍ୟ ଆରମ୍ଭ କରି ଦେଇଥିଲେ । ସୋନାଲି ବେନ୍ଦ୍ରେଙ୍କ ସୁନ୍ଦରତାର ଯୋଗୁଁ ସେ ଖୁବଶୀଘ୍ର ଚଳଚ୍ଚିତ୍ରରେ ଏଣ୍ଟ୍ରି କରିବା ପାଇଁ ସୁଯୋଗ ମଧ୍ୟ ପାଇଥିଲା । ମାତ୍ର ୨୦ ବର୍ଷ ବୟସରେ ସୋନାଲି ହିନ୍ଦୀ ସିନେମାରେ ନିଜ ପାଦ ରଖିଥିଲେ ।

୧୯୯୫ରେ ସୋନାଲି ବେନ୍ଦ୍ରେ ଚଳଚ୍ଚିତ୍ର ‘ଆଗ୍’ରୁ ବଲିଉଡ଼କୁ ଡେବ୍ୟୁ କରିଥିଲେ । ଏହାପୂର୍ବରୁ ତାଙ୍କୁ ସୋହେଲ ଖାଁଙ୍କ ପ୍ରଡକ୍ସନରେ ତିଆରି ହୋଇଥିବା ଚଳଚ୍ଚିତ୍ର ‘ରାମ’ର ଅଫର୍ ହୋଇଥିଲା । ଯଦିଓ ସେ କୌଣସି କାରଣବଶତଃ ଏହି ଚଳଚ୍ଚିତ୍ରରେ କାମ କରିପାରିଲେ ନାହିଁ । “ଆଗ୍” ଚଳଚ୍ଚିତ୍ରରେ ସେ ସୁପରଷ୍ଟାର ଗୋବିନ୍ଦାଙ୍କ ସହିତ କାମ କରିଥିଲେ । କିନ୍ତୁ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ନିଜର ଯାଦୁ ଦେଖାଇ ପାରିନଥିଲା ।

ସୋନାଲି ବେନ୍ଦ୍ରେ ଏହି ଚଳଚ୍ଚିତ୍ରର ପରେ ଆଗାମୀ ବର୍ଷ ୧୯୯୬ରେ ଚଳଚ୍ଚିତ୍ର “ଦିଲଜଳେ”ରେ କାମ କରିଥିଲେ । ଏହି ଚଳଚ୍ଚିତ୍ରରେ ସୋନାଲିଙ୍କ ସହିତ ଦିଗଜ୍ଜ ଅଭିନେତା ଅଜୟ ଦେବଗଣ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଚଳଚ୍ଚିତ୍ର ବକ୍ସ ଅଫିସରେ ସଫଳ ହୋଇଥିଲା । ଅଜୟ ଦେବଗଣଙ୍କ ସାଥିରେ ସୋନାଲି ବେନ୍ଦ୍ରେ ଓ “ଦିଗଜ୍ଜ” ଅଭିନେତା ଅମରିଶ ପୁରୀଙ୍କ କାମକୁ ମଧ୍ୟ ବହୁତ ପ୍ରଶଂସା କରାଯାଇଥିଲା ।

ସୋନାଲି ଚଳଚ୍ଚିତ୍ର ସହିତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖବରରେ ରହିଥିଲେ । ତାଙ୍କ ଅଫେୟାର, ରାଜ ଠାକରେଙ୍କ ସହିତ ଖୁବ୍ ଚର୍ଚ୍ଚିତ ଥିଲା ।

ଦୁହେଁ ପରସ୍ପର ପ୍ରେମରେ ପଡ଼ିଯାଇଥିଲେ । ରାଜ ଓ ସୋନାଲିଙ୍କୁ ବିବାହ ମଧ୍ୟ କରିବା ପାଇଁ ଚାହୁଁଥିଲେ, ଯଦିଓ ପରବର୍ତ୍ତୀ ସମୟରେ ଶିବସେନା ପ୍ରମୁଖ ବାଲ ଠାକରେକୁ ଏହି ବିବାହ ପ୍ରତି ଆଗ୍ରହ ପ୍ରକାଶ କରିନଥିଲେ । କାରଣ ରାଜ ଠାକରେ ପୂର୍ବରୁ ବିବାହିତ ଥିଲେ ।

ସୋନାଲି ବେନ୍ଦ୍ରେ ଏହାପରେ ୨୦୦୨ରେ ୧୨ ନଭେମ୍ବରକୁ ଗୋଲ୍ଡି ବେହଲ୍ (Goldee Baha)ଙ୍କୁ ବିବାହ କରିଥିଲେ । ଆଜି ଦୁହେଁଙ୍କ ଗୋଟିଏ ପୁଅର ମାତାପିତା ଅଟନ୍ତି । ବିବାହ ପରେ ସେ କିଛି ଚଳଚ୍ଚିତ୍ରରେ କାମ କଲେ କିନ୍ତୁ ପରେ ଇଣ୍ଡଷ୍ଟ୍ରିରୁ ଦୂରେଇ ଗଲେ । ସୋନାଲି ୨୦୧୮ରେ କର୍କଟ ରୋଗର ଶିକାର ହୋଇଥିଲେ । ଯଦିଓ ସେ କର୍କଟ ରୋଗ ସହିତ ଲଢ଼ିଇ କରି ପରବର୍ତ୍ତୀ ସମୟରେ ସଫଳ ହୋଇପାରିଥିଲେ । ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ବିଦେଶରେ କିଛିମାସ ପର୍ଯ୍ୟନ୍ତ ସୋନାଲିଙ୍କ କର୍କଟ ରୋଗର ଚିକିତ୍ସା ଚାଲିଥିଲା ।

Leave a Reply

Your email address will not be published. Required fields are marked *