ଏହି ଦିନ ଖୋଲିବା ବିଦ୍ୟାଳୟ ! ଜାରି ହେଲା ନୂଆ ଗାଇଡଲାଇନ୍ ! ଏହିପରି ରହିବ ନିଯମାବଳୀ…

ଏହି ଦିନ ଖୋଲିବା ବିଦ୍ୟାଳୟ ! ଜାରି ହେଲା ନୂଆ ଗାଇଡଲାଇନ୍ ! ଏହିପରି ରହିବ ନିଯମାବଳୀ…

କୋଭିଡ୍ କଟକଣା ମଧ୍ୟରେ ସ୍କୁଲ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଦଶମ ଓ ଦ୍ଵାଦଶ ‌ଶ୍ରେଣୀର ପିଲାମାନେ ବିଦ୍ୟାଳୟକୁ ଯାଇ ପାଠ ପଢ଼ିପାରିବେ । ଆସନ୍ତା ଜାନୁଆରୀ ୮ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ । ଏଥିଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଏସସପି ଜାରି କରାଯାଇଛି । ପ୍ରାୟ ୯ ମାସ ଧରି ରାଜ୍ୟରେ ସରକାରୀ, ଘରୋଇ ବିଦ୍ୟାଳୟ ଓ ହଷ୍ଟେଲଗୁଡ଼ିକ ବନ୍ଦ ଥିଲା । କିନ୍ତୁ ଚଳିତ ଜାନୁୟାରୀ ୮ ତାରିଖରେ ଖୋଲିବ ବୋଲି ରାଜ୍ୟ ସରକାର SOP ଜାରି କରିଛନ୍ତି ଏହା ସହ ସ୍କୁଲ ଖୋଲିବାକୁ ନେଇ ନୂଆ ଗାଇଡଲାଇନ ମଧ୍ୟ ଜାରି କରିଛନ୍ତି । ଯେଉଁ ଅଞ୍ଚଳ ବର୍ତ୍ତମାନ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଅନ୍ତର୍ଭୁକ୍ତ ସେଠାରେ ଶିକ୍ଷାନୁଷ୍ଠାନ ଖୋଲାଯିବ ନାହିଁ ।

ଏହା ସଙ୍ଗେସଙ୍ଗେ ମାଟ୍ରିକ ପରୀକ୍ଷା ନେଇ ବଡ ଖବର ମଧ୍ୟ ପ୍ରକାଶ ପାଇଛି । ମେ’ ୩ ତାରିଖରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତି ହେବ । ଦଶମ ବୋର୍ଡ ପରୀକ୍ଷା ମେ’ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଦଶମ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ୍ ୨୭ରୁ ଆରମ୍ଭ ହେବ ଓ ମେ’ ୨ ତାରିଖ ଯାଏଁ ଚାଲିବ ।

ବିଦ୍ୟାଳୟ ଖୋଲିବାକୁ ନେଇ ଜାରି ହେଲା ନୂଆ ଗାଇଡଲାଇନ୍ :

– ଯେଉଁ ଅଞ୍ଚଳ ବର୍ତ୍ତମାନ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଅନ୍ତର୍ଭୁକ୍ତ ସେଠାରେ ଶିକ୍ଷାନୁଷ୍ଠାନ ଖୋଲାଯିବ ନାହିଁ । ତେଣୁ କଣ୍ଟେନମେଣ୍ଟ ଜୋନରେ ରହୁଥିବା ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ ବିଦ୍ୟାଳୟକୁ ପ୍ରବେଶ କରିପାରିବେ ନାହିଁ ।

– ସାଂପ୍ରତିକ ପରିସ୍ଥିତିରେ ହଷ୍ଟେଲ ଖୋଲିବ ନାହିଁ । ହଷ୍ଟେଲ ଖୋଲିବା ନେଇ ପରବର୍ତ୍ତୀ ସମୟରେ ଏସଓପି ଜାରି କରାଯିବ ।

– ବିଦ୍ୟାଳୟର ପରିବହନ ବ୍ୟବସ୍ଥା (ସ୍କୁଲ ବସ୍) ବର୍ତ୍ତମାନ ଚଳାଚଳ କରିବ ନାହଁ । ଅଭିଭାବକମାନେ ନିଜେ ନିଜ ସନ୍ତାନଙ୍କ ଦାୟିତ୍ଵ ନେବେ ଓ ବିଦ୍ୟାଳୟରେ ସନ୍ତାନକୁ ଛାଡିବା ଓ ଆଣିବା ଦାୟିତ୍ଵ ମଧ୍ୟ ନିଜେ କରିବେ ।

– ବିଦ୍ୟାଳୟରେ ସମସ୍ତ ଫର୍ନିଚର, ପାଠାଗାର, ପରୀକ୍ଷାଗାର, ପାଣିଟାଙ୍କି, ରୋ‌ଷେଇ ଘର, ୱାସରୁମ୍, ଶୌଚାଳୟ ଓ ଅନ୍ୟ ସର୍ବସାଧାରଣ ସ୍ଥଳ ସାନିଟାଇଜ କରାଯିବ ।

– ଯେଉଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସୁସ୍ଥ ଅନୁଭବ କରୁଛନ୍ତି, ସେମାନେ ହିଁ ବିଦ୍ୟାଳୟକୁ ଆସିପାରିବେ ।

– ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ସ୍କୁଲରେ ପଢ଼ା ସହ ଅନଲାଇନ ଓ ଡିଷ୍ଟାନ୍ସ (Distance) ଲର୍ଣ୍ଣିଂ ମାଧ୍ୟମରେ ପାଠ ପଢ଼ାଯିବ ।

– ଗୋଟିଏ କୋଠରୀରେ ସର୍ବାଧିକ ୨୦ରୁ ୨୫ ଜଣ ପିଲାଙ୍କୁ ବସାଇବେ । ଫଳରେ ସାମାଜିକ ଦୂରତା ରକ୍ଷା କରାଯାଇପାରିବ । ଏହାସହ…

– ଶ୍ରେଣୀ ଗୃହରେ ସାମାଜିକ ଦୂରତା ରକ୍ଷା କରିବା ନିମନ୍ତେ ଛାତ୍ରଛାତ୍ରୀମାନେ ବସିବା ସ୍ଥାନରେ ରୋଲ ନମ୍ବର ଲେଖାଯିବ । ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରାଯାଇପାରିବ ।

– ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥଳେ ବିଦ୍ୟାଳୟ କର୍ତ୍ତୁପକ୍ଷ ଅସ୍ଥାୟୀ ସ୍ଥାନ (କଲ୍ୟାଣ ମଣ୍ଡପ, ମନ୍ଦିର ପ୍ରାଙ୍ଗଣ… ଆଦି ସ୍ଥାନ)କୁ ମଧ୍ୟ ବ୍ୟବହାର କରିପାରିବେ ।

Leave a Reply

Your email address will not be published. Required fields are marked *