ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ ଆଜି ୪୬ ବର୍ଷ ହୋଇଛି । ବର୍ଷର ପ୍ରଥମ ଦିନ ଅର୍ଥାତ ଜାନୁଆରୀ ୧ରେ ସୋନାଲିଙ୍କ ଜନ୍ମଦିନ ପଡିଥାଏ । ସୋନାଲି ୧ ଜାନୁଆରୀ ୧୯୭୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । କର୍କଟ ରୋଗ ସହିତ ଲଢ଼ି ମୁକ୍ତି ପାଇଥିବା ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କର ଜଲୱା ୯୦ ଦଶକରେ ବଲିଉଡରେ ଖୁବ ଚାଲିଥିଲା ।
ତେବେ ସୋନାଲି ମାଧୁରୀ ଦୀକ୍ଷିତ, ଜୁହି ଚାୱଲା କିମ୍ବା କାଜୋଲଙ୍କ ପରି ଏକ ନମ୍ବର ଅଭିନେତ୍ରୀ ରେସରେ ନଥିଲେ ସତ କିନ୍ତୁ ଏହି କଥାକୁ ମଧ୍ୟ ମିଥ୍ୟା କହିପାରିବେ ନାହିଁ, ମଡେଲିଂରୁ ଅଭିନୟ କ୍ଷେତ୍ରରେ ଆସିଥିବା ସୋନାଲି ତାଙ୍କ ସୌନ୍ଦର୍ଯ୍ୟ ଏବଂ ଆକର୍ଷଣୀୟ ବ୍ୟକ୍ତିତ୍ୱ ସହିତ ଲକ୍ଷଲକ୍ଷ ଲୋକଙ୍କୁ ଦିୱାନା କରିଦେଇଥିଲେ ।
ସୋନାଲି ୧୯୯୪ରେ ‘ଆଗ’ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ପ୍ରଥମ ଚଳଚ୍ଚିତ୍ରରେ ସୋନାଲିଙ୍କ କାମକୁ ଖୁବ ପସନ୍ଦ ହେବା ସହିତ ତାଙ୍କ ସୌନ୍ଦର୍ଯ୍ୟର ଯାଦୁ ମଧ୍ୟ ଜବରଦସ୍ତ ଚାଲିଥିଲା । ସୋନାଲି ‘ଆଗ’ ଚଳଚ୍ଚିତ୍ର ପାଇଁ ମୋଷ୍ଟ ପ୍ରମିସିଙ୍ଗ ନ୍ୟୁକମର ସ୍କ୍ରିନ ପୁରସ୍କାର(MOST PROMISING NEWCOMER AWARD) ପାଇଥିଲେ ଏବଂ ଲକ୍ସ ନ୍ୟୁ ଫେସ୍ ପାଇଁ ଫିଲ୍ମଫେୟାର ଅଫ ଦି ଇଅର ପୁରସ୍କାର(LUX NEW FACE FILMFAIR AWARD) ମଧ୍ୟ ସୋନାଲି ଜିତିଥିଲେ ।
ଏହା ପରେ ସୋନାଲିଙ୍କ କରିସ୍ମା ବଲିଉଡରେ ଚାଲିବା ଆରମ୍ଭ କଲା । ସୋନାଲି ଅନେକ ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେହି ଯୁଗର ପ୍ରତ୍ୟେକ ସୁପରହିଟ୍ ଅଭିନେତାଙ୍କ ସହିତ ଅଭିନୟ କରିଥିଲେ । ସୁନୀଲ ଶେଟ୍ଟୀଙ୍କ ସହ ‘ରକ୍ଷକ’,’ଭାଇ’, ଅଜୟ ଦେବଗନଙ୍କ ସହ ‘ଦିଲଜଲେ’, ଶାହରୁଖ ଖାନଙ୍କ ସହ ‘ଡୁପ୍ଲିକେଟ’ ଏବଂ ଆମୀର ଖାନଙ୍କ ସହ ‘ସରଫରୋଶ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କ ଚମତ୍କାର ଅଭିନୟ ପାଇଁ ସେ ଖୁବ ପ୍ରଶଂସା ସାଉଁଟିଥିଲେ ।
ସୋନାଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହୁଥିଲେ । ଏକ ସମୟ ଥିଲା ଯେତେବେଳେ ସୋନାଲିଙ୍କ ନାମ ସୁନୀଲ ଶେଟ୍ଟୀଙ୍କ ସହ ଯୋଡ଼ା ଯାଉଥିଲା । କୁହାଯାଏ ଯେ ବିବାହିତ ସୁନୀଲ ସେଟ୍ଟିଙ୍କ ଉପରେ ସୋନାଲି ତାଙ୍କ ହୃଦୟ ଦେଇବ
ପରେ ସୋନାଲିଙ୍କ ନାମ ରାଜନେତା ରାଜ ଠାକରେଙ୍କ ସହ ମଧ୍ୟ ଯୋଡ଼ା ଯାଇଥିଲା । କିନ୍ତୁ ସୋନାଲି ଚଳଚ୍ଚିତ୍ର ନିର୍ମାତା ଗୋଲ୍ଡି ବହଲଙ୍କୁ ବିବାହ କରିଥିଲେ ।
ସୋନାଲି ବେନ୍ଦ୍ରେ ଏବଂ ଗୋଲ୍ଡି ବହଲ ୨୦୦୨ ମସିହାରେ ବିବାହ କରିଥିଲେ । ଉଭୟଙ୍କ ବିବାହକୁ ୧୮ ବର୍ଷ ହୋଇସାରିଲାଣି । ତାଙ୍କର ଏକ ପୁଅ ମଧ୍ୟ ଅଛି । ଯାହାର ନାମ ରଣଭୀର ବହଲ। ସୋନାଲି ତାଙ୍କ ଛୋଟ ପରିବାରରେ ବହୁତ ଖୁସି ଅଛନ୍ତି ।
୨୦୧୮ରେ କର୍କଟ ରୋଗ ସହ ସଂଘର୍ଷ କରୁଥିବା ସୋନାଲିଙ୍କ ପାଇଁ ତାଙ୍କ ପରିବାର ହିଁ ତାଙ୍କର ସବୁଠାରୁ ବଡ଼ ଶକ୍ତି ରୂପେ ଠିଆ ହୋଇଥିଲା । ସୋନାଲି କର୍କଟ ଭଳି ଭୟାନକ ରୋଗରୁ ମୁକ୍ତି ପାଇସାରିଛନ୍ତି ।
ସେ ପ୍ରାୟତଃ ଇନଷ୍ଟାଗ୍ରାମରେ ନିଜର ହାପି ଫ୍ୟାମିଲି ଫଟୋ ସେୟାର କରିଥାନ୍ତି । ଏହି ଫଟୋଗୁଡ଼ିକରେ ସୋନାଲି ଏବଂ ଗୋଲ୍ଡି ବହଲଙ୍କ ସୁନ୍ଦର ଘରର ଲୁକ ଦେଖିବାକୁ ମିଳେ ।
ସୋନାଲିଙ୍କ ଘର ମୁମ୍ବାଇର ସବୁଠାରୁ ଚର୍ଚ୍ଚିତ ଏରିଆ ଜୁହୁରେ ଅବସ୍ଥିତ । ସୋନାଲି ଏବଂ ଗୋଲ୍ଡି ଯୌଥ ପରିବାରରେ ବାସ କରନ୍ତି । ସୋନାଲିଙ୍କ ପରିବାର କୋଠାର ୫ ନମ୍ବର ମହଲାରେ ରୁହନ୍ତି ।
ସୋନାଲିଙ୍କ ଘର ଭିତରରୁ ବହୁତ ସୁନ୍ଦର ଦେଖାଯାଏ । ଯାହାର ଶ୍ରେୟ ପ୍ରସିଦ୍ଧ ଇଣ୍ଟେରିୟର ଡିଜାଇନର୍ ଏବଂ ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କୁ ଦିଆଯାଏ ।
ସୋନାଲିଙ୍କ ଘରକୁ ଗୌରୀ ଖାନ ଡିଜାଇନ୍ କରିଛନ୍ତି । ପୂରା ଘରେ କାଠର ଚଟାଣ ବିଛାଯାଇଛି । ବାସଗୃହରେ ବ୍ରାଉନ ରଙ୍ଗର ସୋଫା ଅଛି ଏବଂ ପାର୍ଶ୍ୱରେ ବ୍ରାଉନ ଲେଦର ଷ୍ଟିଲଗୁଡିକ ରଖାଯାଇଛି ।
ପ୍ରାଚୀନ କାର୍ପେଟଗୁଡିକ ଚଟାଣରେ ବିଛାଯାଇଛି
ମହଙ୍ଗା କଷ୍ଟମ୍ ନିର୍ମିତ ଶୋପିସ୍ ଆଇଟମ୍ ସହିତ ଲିଭିଙ୍ଗ୍ ରୁମ ଝଲସି ଉଠୁଛି
ଲିଭିଙ୍ଗ୍ ରୁମ୍ ପାଖରେ ଏକ ଡାଇନିଂ ଏରିଆ ଅଛି । ଯାହାକୁ ସବୁଜ ରଙ୍ଗର ଗ୍ଲାସ ପ୍ୟାନେଲ ସହାୟତାରେ ଅଲଗା କରାଯାଇଛି । କାଠ ଡାଇନିଂ ଟେବୁଲର ରଙ୍ଗ ମଧ୍ୟ ସବୁଠାରୁ ଭିନ୍ନ । ଏହି ରଫ ଲୁକ୍ ଡାଇନିଂ ଟେବୁଲ୍ ଖୁବ ଆକର୍ଷଣୀୟ ଦେଖାଯାଏ ।
ସୋନାଲିଙ୍କ ଘରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଅନେକ ହାଇ ନେକ ଵାଲା କିଙ୍ଗ ସାଇଜ୍ ଚେୟାର ଦେଖାବାକୁ ମିଳେ । ପ୍ରତ୍ୟେକ ଚେୟାର ବହୁତ ସୁନ୍ଦର ଦେଖାଯାଏ ।
ଏବଂ ଏହା ହେଉଛି ସୋନାଲିଙ୍କର ପ୍ରିୟ କ୍ଷେତ୍ର । ବହି ପଢିବାକୁ ଭଲପାଉଥିବା ସୋନାଲି ତାଙ୍କ ଘରେ ସ୍ୱତନ୍ତ୍ର ଭାବେ ଏକ ରିଡିଙ୍କ ଏରିଆ ନିର୍ମାଣ କରିଛନ୍ତି ।
ସୋନାଲି ପ୍ରାୟତଃ ଏହି ସ୍ଥାନରୁ ଇନଷ୍ଟାଗ୍ରାମରେ ଲାଇଭ୍ ଭିଡିଓ ସେସନ କରନ୍ତି ।
କାନ୍ଥଗୁଡ଼ିକ ମଧ୍ୟ ବିଭିନ୍ନ ରଙ୍ଗର ପୂର୍ଣ୍ଣ ଫଟୋ ସହିତ ସଜାଯାଇଛି । କେଉଁଠି କେଉଁଠି ଉତ୍କୃଷ୍ଟ କ୍ଲାସି କଳାକୃତି ଟଙ୍ଗାଯାଇଛି ।
ତେବେ ଆଉ କେଉଁଠି ବିଭିନ୍ନ ବୈଦିକ ମନ୍ତ୍ର ଫଟୋ ରଖାଯାଇଛି । ତାଙ୍କ ବ୍ୟକ୍ତିତ୍ୱ ପରି ସୋନାଲିଙ୍କ ଘର ବହୁତ ରଙ୍ଗୀନ୍ ।