ଅଜୟ ଦେବଗନଙ୍କ ପରେ ବର୍ତ୍ତମାନ ଅକ୍ଷୟ କୁମାର ମଧ୍ୟ ଫିଲ୍ମ ‘ସୁହେଲଦେବ’ରେ କାମ କରିବାକୁ ମନା କରି ଦେଇଛନ୍ତି ।

ଅଜୟ ଦେବଗନଙ୍କ ପରେ ବର୍ତ୍ତମାନ ଅକ୍ଷୟ କୁମାର ମଧ୍ୟ ଫିଲ୍ମ ‘ସୁହେଲଦେବ’ରେ କାମ କରିବାକୁ ମନା କରି ଦେଇଛନ୍ତି ।

ବୋଲିଉଡ଼ ଖେଳାଳୀ କୁମାର ନିଜର କାମ ଏବଂ ସିକ୍ରେଟ ଟାଇମିଂଗ୍ସକୁ ନେଇ ଖୁବ ପ୍ରସିଦ୍ଧ ଅଟନ୍ତି । କେବଳ ଏତିକି ନୁହେଁ ଅକ୍ଷୟ କୁମାର ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ବ୍ୟସ୍ତ କଳାକାର ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଖେଳାଳୀ କୁମାର ବେକ-ଟୁ-ବେକ ସାଥିରେ ଅନେକ ଫିଲ୍ମରେ କାମ କରିଥାନ୍ତି । ସେ ଏକୁଟିଆ ଜଣେ ଏପରି ବୋଲିଉଡ଼ ଅଭିନେତା ଅଟନ୍ତି ଯିଏକି ଗୋଟିଏ ବର୍ଷ ମଧ୍ୟରେ ୪ ରୁ ୫ ଫିଲ୍ମ ଶୁଟିଂ ଶେଷକରି ଦିଅନ୍ତି । ତାସହିତ ତାଙ୍କ ଫିଲ୍ମ ବକ୍ସ ଅଫିସରେ ରିଲିଜ ମଧ୍ୟ ହୋଇଥାଏ । ସେ ଗୋଟିଏ ଫିଲ୍ମର ଶୁଟିଂ କରିହିଁ ଅନ୍ୟ ଫିଲ୍ମର ଆନାନୁନ୍ସ କରିଦିଅନ୍ତି ।

ବର୍ତ୍ତମାନ ଏକ ଖବର ଆସିଥିଲା ଯେ ଅକ୍ଷୟ କୁମାର ଖୁବଶୀଘ୍ର ରାଜା ସୁହେଲା ଦେବଙ୍କ ଚରିତ୍ରରେ ନଜର ଆସିବେ । କିନ୍ତୁ ଏବେ କୁହାଯାଉଛି ଯେ ଅକ୍ଷୟ କୁମାର ସୁହେଲଦେବ ରେ କାମ କରିବାକୁ ମନା କରି ଦେଇଛନ୍ତି । ରାଜା ସୁହେଲ ଦେବଙ୍କ ଉପରେ ଲେଖକ ଅମିଶ ତ୍ରିପାଠୀ ଏକ ବହି ଲେଖିଛନ୍ତି, ଯାହା ଉପରେ ସେ ଏକ ଫିଲ୍ମ ବନାଇବାକୁ ଯାଉଛନ୍ତି । ରାଜା ସୁହେଲ ଦେବଙ୍କ ଉପରେ ଲିଖିତ ଏହି ବହି ଖୁବ ଲୋକପ୍ରିୟ ହୋଇଛି । ଯେଉଁ କାରଣରୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏଥିରେ ଆଗ୍ରହ ରହିଛି ।

ଏପରି କୁହାଯାଉଛି ଯେ ଅକ୍ଷୟଙ୍କୁ ଫିଲ୍ମ ସ୍କ୍ରିଫ୍ଟରେ ଏତେ ଆଗ୍ରହ ଆସିନଥିଲା । ତାଙ୍କୁ ଫିଲ୍ମ କାହାଣୀରେ ଖୁବ କମ ପରିଶ୍ରମ କରିବା ଭଳି ଲାଗିଥିଲା । ତାସହିତ ଯେତେବେଳେ ସେ ଫିଲ୍ମର ଡେଟ କୁ ନେଇ ଆଲୋଚନା କରିଲେ, ନିର୍ଦେଶକ ତାଙ୍କୁ ୭୦ ଦିନରୁ ଅଧିକ ସମୟ ମାଗୁଥିଲେ । ଯାହାକି ଅକ୍ଷୟ କୁମାରର ନିର୍ଦିଷ୍ଟ ସେଡ୍ୟୁଲ ମୁତାବିକ ସମ୍ଭବ ନଥିଲା । ଯେଉଁ କାରଣରୁ ଅକ୍କୀ ବର୍ତ୍ତମାନ ଏହି ଫିଲ୍ମକୁ କରିବାକୁ ମନା କରି ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଅକ୍ଷୟଙ୍କ ପୂର୍ବରୁ ଅଜୟ ଦେବଗନଙ୍କୁ ମଧ୍ୟ ଏହି ଫିଲ୍ମ ଅଫର ହୋଇଥିଲା ଏବଂ ଦୀର୍ଘ ଆଲୋଚନା ପରେ ଅଜୟ ମଧ୍ୟ ଏହି ଫିଲ୍ମ କରିବାକୁ ମନା କରିଦେଇଥିଲେ । ପ୍ରକୃତରେ ସେ ଯେତେବେଳେ ଫିଲ୍ମ କାହାଣୀକୁ ପଢ଼ିଥିଲେ ସେ କେବେବି ଶୁଣା ଯାଇନଥିବା ଏବଂ ପଢ଼ାଯାଇ ନଥିବା କଥା ଭାବି ମନା କରି ଦେଇଥିଲେ । ଅକ୍ଷୟ କୁମାରଙ୍କୁ ଫିଲ୍ମର ଆଇଡ଼ିଆ ଖୁବ ଭଲ ଲାଗିଥିଲା ଏବଂ ସେ ଏହି ଫିଲ୍ମ ପାଇଁ ହଁ କହି ଦେଇଥିଲେ । ଅକ୍କୀ ଅଶ୍ୱିନଙ୍କ ସହିତ ମିଶି ଶୁଟିଂ ଡେଟ ବିଷୟରେ ବିଚାର ମଧ୍ୟ କରୁଥିଲେ ।

ଏହା ପୂର୍ବରୁ ଏକ ଖବର ରହିଥିଲା ଯେ ଅମିଶ ତ୍ରିପାଠୀଙ୍କର ଏହି ବହିର ରାଇଟ ଅଶ୍ୱିନ ବର୍ଦେ କିଣିଛନ୍ତି । ଯିଏକି ଅକ୍ଷୟ କୁମାରଙ୍କର ଜଣେ ଭଲ ସାଙ୍ଗ ଅଟନ୍ତି । ଯେଉଁ କାରଣରୁ ଅଶ୍ୱିନ ସର୍ବପ୍ରଥମେ ଅକ୍ଷୟଙ୍କୁ ଏହି ଫିଲ୍ମ ପାଇଁ ନିବେଦନ କରିଥିଲେ । ପରେ ଶୁଣିବାକୁ ମିଳିଥିଲା ଯେ ଅକ୍ଷୟ ଏବଂ ଅଶ୍ୱିନ ଦୁହେଁ ଏକ କ୍ଲୋଜ ଡୋର ମିଟିଙ୍ଗରେ ଅଛନ୍ତି ଯେଉଁଠି ସେମାନେ ପ୍ରଜେକ୍ଟ ବିଷୟରେ କଥା ହୋଇଛନ୍ତି ।

Leave a Reply

Your email address will not be published. Required fields are marked *