ଅମୀର ଖାନ ଗୁଜୁରାଟରେ ଖୁବ ଏଡ଼ଭେନଚରସ ଅନ୍ଦାଜରେ ପାଳନ କରିଲେ ବିବାହର ୧୫ ତମ ବାର୍ଷିକୀ ଉତ୍ସବ ! ଭାଇରଲ ହେଲା ଫୋଟ …

ଅମୀର ଖାନ ଗୁଜୁରାଟରେ ଖୁବ ଏଡ଼ଭେନଚରସ ଅନ୍ଦାଜରେ ପାଳନ କରିଲେ ବିବାହର ୧୫ ତମ ବାର୍ଷିକୀ ଉତ୍ସବ ! ଭାଇରଲ ହେଲା ଫୋଟ …

ବୋଲିଉଡ଼ର ମିଷ୍ଟର ଫରଫେକ୍ସନିଷ୍ଟ ଅମୀର ଖାନ ଏବଂ କିରଣ ରାଓଙ୍କ ବିବାହକୁ ୧୫ ବର୍ଷ ପୁରି ଯାଇଛି । ଏହି ବର୍ଷ ଅମୀର ନିଜ ବିବାହର ବାର୍ଷିକୀ ଦିନକୁ ଖୁବ ଏଡ଼ଭେନଚରସ ଅନ୍ଦାଜରେ ପାଳନ କରୁଛନ୍ତି । କିଛି ଦିନ ହେବ ଅମୀର ଏବଂ କିରଣ ବିବାହ ବାର୍ଷିକୀର କିଛି ଲେଟେଷ୍ଟ ଫୋଟ ସୋସିଆଲ ମିଡିଆରେ ଭାଇରଲ ହେଉଅଛି ।

ଅମୀର ଖାନ ଏଥର ନିଜ ବିବାହ ବାର୍ଷିକୀ ଉତ୍ସବକୁ ଖୁବ ପ୍ରାଇଭେଟ ରଖିଥିଲେ । ସାମ୍ନାକୁ ଆସିଥିବା ଫୋଟ ଗୁଡ଼ିକରେ କିରଣ ଏବଂ ଅମୀର କେକେ କାଟୁଥିବାର ନଜର ଆସିଛନ୍ତି ଏବଂ ତାଙ୍କ ପୁଅ ଆଜାଦ ରାଓ ମଧ୍ୟ ତାଙ୍କ ସହିତ ନଜର ଆସିଛନ୍ତି ।

ଅମୀର ଏବଂ କିରଣ ଲେଖିଥିଲେ ଯେ ଥ୍ରୀ ଟାୟର କେକ କାଟିଥିଲେ । ଫୋଟରେ ଦୁହେଁ ବୁଲନ ଆଉଟଫିଟରେ ନଜର ଆସିଛନ୍ତି ।

ଅମୀର ଏହି ପାର୍ଟିରେ ନୀଳ ରଙ୍ଗର ଜେକେଟ ପିନ୍ଧିଥିବାର ଏବଂ ଟୋପି ଲଗାଇଥିବାର ମଧ୍ୟ ନଜର ଆସିଛନ୍ତି । ପୁଣି କିରଣ ହଳଦିଆ ରଙ୍ଗର ଶୀତ ଜେକେଟ ମଧ୍ୟ ପିନ୍ଧିଛନ୍ତି । ଅମୀର ଗିର ନ୍ୟାସନାଲ ପାର୍କରେ ଛୁଟି ବିତାଇବାକୁ ନିଜର ପୁରା ପରିବାର ସହିତ ଆସିଛନ୍ତି । ଯେଉଁଥିରେ ମୋଟ ୫୦ ଜଣ ଲୋକ ଗ୍ରୁପରେ ପହଞ୍ଚିଛନ୍ତି ।

ଏହା ପୂର୍ବରୁ ଶୁକ୍ରବାର ଦିନ ଅମୀର ଖାନଙ୍କ ପତ୍ନୀ କିରଣ ରାଓ, ପୁଅ ଆଜାଦ ରାଓ ଖାନ, ଇରା ଖାନଙ୍କ ସହିତ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଥିଲେ । ଅମୀରଙ୍କ ପରିବାର ସହିତ ତାଙ୍କ ଭଣଜା ଇମରାନ ଏବଂ ତାଙ୍କ ଝିଅ ମଧ୍ୟ ନଜର ଆସିଥିଲେ

ଆପଣଙ୍କୁ କହିରଖୁଛୁ ଯେ ଅମୀର ଖାନ ଏବଂ କିରଣ ରାଓ ଡିସେମ୍ବର ୨୮,୨୦୦୫ ମସିହାରେ ପଞ୍ଚଗନୀରେ ବିବାହ କରିଥିଲେ ।

ୱର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅମୀର ଖାନଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ଅଟେ । ଫିଲ୍ମରେ କରୀନ କପୂର ଖାନ ମଧ୍ୟ ନଜର ଆସିବେ । ହୁଏତ ଫିଲ୍ମ ଆଗାମୀ ବର୍ଷ ଅର୍ଥାତ ୨୦୨୧ରେ କ୍ରିସମସ ଅବସରରେ ରିଲିଜ ହେବ । କୋରୋନାକୁ ନଜରରେ ରଖି ‘ଲାଲ ସିଂହ ଚଡ୍ଡା’ର ଶୁଟିଂ ବନ୍ଦ କରିବାକୁ ପଡ଼ିଥିଲା । ଯାହାକି ଚଳିତ ବର୍ଷ କ୍ରିସମସରେ ରିଲିଜ ହେବାର ଥିଲା । ଫିଲ୍ମର ନିର୍ଦେଶକ ଅଦ୍ୱେତ ଚନ୍ଦନ ଅଟନ୍ତି ଯେଉଁଠି ଏହାକୁ ଅମୀର ଖାନ ଏବଂ ବୟକାମ 18 ଷ୍ଟୁଡ଼ିଓଜ ମିଶି ପ୍ରଡ୍ୟୁସ କରୁଛନ୍ତି ।

Leave a Reply

Your email address will not be published. Required fields are marked *