ଏହି ବୋଲିଉଡ଼ ଅଭିନେତ୍ରୀଙ୍କ ପିତାମାନେ ସାଧରାଣ ବ୍ୟକ୍ତିଙ୍କ ଭଳି ଜୀବନ ଅତିବାହିତ କରୁଛନ୍ତି !

ଏହି ବୋଲିଉଡ଼ ଅଭିନେତ୍ରୀଙ୍କ ପିତାମାନେ ସାଧରାଣ ବ୍ୟକ୍ତିଙ୍କ ଭଳି ଜୀବନ ଅତିବାହିତ କରୁଛନ୍ତି !

ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତିରେ ତ ଅନେକ ଷ୍ଟାର ଅଛନ୍ତି ଯେଉଁମାନେ ନିଜ ଜୀବନ ନିଜ ଇଚ୍ଛାରେ ବଞ୍ଚିବାକୁ ପସନ୍ଦ କରନ୍ତି । ପୁଣି ସେ ଅଭିନେତା ହେଉ କିମ୍ବା ଅଭିନେତ୍ରୀ ହୁଅନ୍ତୁ । ସବୁ ସମୟରେ ସେମାନେ ନିଜର ଲଗଜରି ଲାଇଫ ଏବଂ ନିଜ ପରିବାର କାରଣରୁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହନ୍ତି । ଏହି ଷ୍ଟାର ମାନଙ୍କର ବିଳାସପୁର୍ଣ୍ଣ ଜୀବନ ବିଷୟରେ କେହିବି ଜାଣିଥାନ୍ତି । ଆଶ୍ଚର୍ଯ୍ୟଜନକ କଥା ଏହିକି ଯେ ଛୋଟ ସହରରୁ ଆସିଥିବା ଏହି ଷ୍ଟାର ମାନେ ସେଲେବସ ଦୁନିଆରେ ରାଜକରନ୍ତି କିନ୍ତୁ ତାଙ୍କ ପରିବାର ପିତା ଫିଲ୍ମ ଲାଇମଲାଇଟ ଠାରୁ ଦୂରରେ ସାଧରଣ ଜୀବନ ବଂଚିଥାନ୍ତି । କୌଣସି ପ୍ରକାରର ପ୍ରହସନ କରନ୍ତି ନାହିଁ । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

ବୋଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ସମସ୍ତେ ଜାଣିଛନ୍ତି, ପୁଣି କେହି ଜଣେ ଅଭିନେତ୍ରୀ ହିସାବରେ ଏବଂ ଆଉ କେହି ଭାଉଜ ଭାବରେ । ଅନୁଷ୍କାଙ୍କ ପିତା ଅଜୟ କୁମାର ଶର୍ମା ଫିଲ୍ମି ଲାଇମ ଲାଇଟ ଠାରୁ ବହୁତ ଦୂରରେ ଅଛନ୍ତି । କହିରଖୁଛୁ ଯେ ଅଜୟ କୁମାର ଶର୍ମା ଭାରତୀୟ ସେନାର ଅବସରପ୍ରାପ୍ତ ଅଫିସର ଅଟନ୍ତି । ଅଭିନେତ୍ରୀଙ୍କ ପିତା ନିଜର ରିଟାୟରମେଣ୍ଟ ପରେ ନିଜର ପତ୍ନୀଙ୍କ ସହିତ ଏକ ସାଧାରଣ ଜୀବନ ବିତାଉଛନ୍ତି ।

ବୋଲିଉଡ଼ର ହୋଟ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ବୋଲିଉଡ଼ ଖୁବ ଲୋକପ୍ରିୟ ଅଟନ୍ତି । ଅଭିନେତ୍ରୀଙ୍କ ପିତା ଏଲରାୟ ଫର୍ଣ୍ଣାଡିଜ ଖୁବ ସରଳ ଭାବରେ ଜୀବନ ବଞ୍ଚନ୍ତି । ଜ୍ୟାକଲିନଙ୍କ ବାପା ବୃତ୍ତିରେ ଜଣେ ମ୍ୟୁଜିସିୟନ ଅଟନ୍ତି ।

ବିପାଶା ବସୁ ଅନେକ ବ୍ଲକବସ୍ଟର ଫିଲ୍ମରେ କାମ କରିଛନ୍ତି । ବିପାଶା ହୀରକ ବସୁଙ୍କ ଝିଅ ଅଟନ୍ତି, ଯିଏକି ଜଣେ ସିବିଲ ଇଞ୍ଜିନିୟର ଅଟନ୍ତି ଏବଂ ଏକ ସାଧାରଣ ଜୀବନ ବିତାଉଛନ୍ତି ।

ବୋଲିଉଡ଼ର ହୋଟ ଅଭିନେତ୍ରୀ ଦିଶା ପଟାନୀ ନିଜର ଅଭିନୟ କାରଣରୁ ପ୍ରାୟ ଚର୍ଚ୍ଚାରେ ରହନ୍ତି କିନ୍ତୁ ତାଙ୍କ ବାପା ଜଗଦୀଶ ପଟାନୀ ଯିଏକି ବିଜୁଳି ନିଗମରେ ସିଓ ବିଜିଲେନ୍ସ ପୋଷ୍ଟରେ ଅଛନ୍ତି ଏବଂ ଏକ ସାଧାରଣ ଜୀବନ ବିତାଉଛନ୍ତି ।

ସାଉଥ ଏବଂ ବୋଲିଉଡ଼ ଫିଲ୍ମର ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ଏବେ ପର୍ଯ୍ୟନ୍ତ ଅନେକ ଫିଲ୍ମରେ କାମ କରିଛନ୍ତି । ରକୁଲ ରାଜେନ୍ଦ୍ର ସିଂହଙ୍କ ଝିଅ ଅଟନ୍ତି, ରକୁଲ ପ୍ରୀତ ସିଂହଙ୍କ ପିତା ଜଣେ କର୍ଣ୍ଣେଲ ରହିସାରିଛନ୍ତି ।

ବୋଲିଉଡ଼ର ସଫଳ ଅଭିନେତ୍ରୀ କୃତି ସେନନ ଇଣ୍ଡଷ୍ଟ୍ରିରେ ନିଜ ଯୋଗ୍ୟତାରେ ଏକ ଖାସ ପରିଚୟ ବନାଇଛନ୍ତି । ତାଙ୍କର ମଧ୍ୟ କୌଣସି ଫିଲ୍ମ ବ୍ୟାକଗ୍ରାଉଣ୍ଡ ନାହିଁ । ତାଙ୍କ ପିତା ହେଉଛନ୍ତି ରାହୁଲ ସେନନ ଯିଏ ଏକ ଚାଟାର୍ଡ ଅକାଉଂଟେଡ଼ ଅଟନ୍ତି । ଝିଅ କୃତି ଜଣେ ଷ୍ଟାର ହେବା ପରେ ବି ସେ ଏକ ସରଳ ଜୀବନ ବିତାଉଛନ୍ତି ।

କଙ୍ଗନା ରନୌତ ଯିଏକି ନିଜ ସାମ୍ୟର୍ଥରେ ବୋଲିଉଡ଼ରେ ନିଜକୁ ସ୍ଥାପିତ କରିଛନ୍ତି । ସେ ତିନିଥର ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ପାଇଛନ୍ତି । ତାଙ୍କ ପିତାଙ୍କ ନାମ ଅମରଦୀପ ରନୌତ ଅଟେ ଏବଂ ସେ ବୃତ୍ତିରେ ଜଣେ ବ୍ୟବସାୟୀ ଅଟନ୍ତି । ଏତେ ବଡ଼ ଅଭିନେତ୍ରୀଙ୍କ ପିତା ହେବା ସତ୍ତ୍ୱେ ବି ଅମରଦୀପ ରନୌତ ମୋନାଲିରେ ନିଜ ପରିବାର ସହିତ ଏକ ସରଳ ଜୀବନ ବିତାଉଛନ୍ତି ।

Leave a Reply

Your email address will not be published. Required fields are marked *