ସାରା ଅଲ୍ଲୀ ଖାନ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ସମ୍ପର୍କରେ ପଡିଲା ଫାଟ ! ସାରା ପ୍ରକାଶ କଲେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରହସ୍ୟ…

ସାରା ଅଲ୍ଲୀ ଖାନ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ସମ୍ପର୍କରେ ପଡିଲା ଫାଟ ! ସାରା ପ୍ରକାଶ କଲେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରହସ୍ୟ…

ଚଳଚ୍ଚିତ୍ର ଲଭ ଆଜ କାଲରୁ ଚର୍ଚ୍ଚାକୁ ଆସିଥିବା ସାରା ଅଲ୍ଲୀ ଖାନ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କର ଯୋଡ଼ିରେ ବର୍ତ୍ତମାନ ବହୁତ ବଡ଼ ଗଭୀର ଫାଟ ସୃଷ୍ଟି ହୋଇଯାଇଛି । କାର୍ତ୍ତିକଙ୍କ ସହ ବ୍ରେକଅପ ଖବର ଉପରେ ଚୁପ ରହୁଥିବା ଅଭିନେତ୍ରୀ ବର୍ତ୍ତମାନ ନିଜେ କାର୍ତ୍ତିକ ଆର୍ଯ୍ୟନଙ୍କ ବିଷୟରେ ବଡ଼ କଥା କହିଛନ୍ତି । ଯାହାକୁ ଶୁଣି ଉଭୟଙ୍କର ପ୍ରଶଂସକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

୨୦୨୦ ମସିହାରେ ହିଁ ଉଭୟଙ୍କର ସମ୍ପର୍କ ବିଷୟରେ ଚର୍ଚ୍ଚା ସମସ୍ତଙ୍କର ମୁହଁରେ ରହୁଥିଲା । କିନ୍ତୁ ଏହି ସମୟ ମଧ୍ୟରେ ହଠାତ ଦୁହିଁଙ୍କର ବ୍ରେକଅପ ଖବର ଚର୍ଚ୍ଚାରେ ରହିଛି ଏବଂ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ଉଭୟେ ଉଭୟଙ୍କୁ ସୋସିଆଲ ମିଡ଼ିଆରୁ ଅନଫୋଲୋ କରିଦେଇଛନ୍ତି । ଏଥିସହିତ ନିକଟରେ ‘ଦ କପିଲ ଶର୍ମା ଶୋ’ରେ ନିଜ ଚଳଚ୍ଚିତ୍ର କୁଲି ନମ୍ବର ୧କୁ ପ୍ରୋମୋଟ କରିବାକୁ ପହଞ୍ଚିଥିବା ଅଭିନେତ୍ରୀ ସାରା ଅଲ୍ଲୀ ଖାନ କାର୍ତ୍ତିକ ଆର୍ଯ୍ୟନଙ୍କ ବିଷୟରେ ଏଭଳି କିଛି ବିବୃତ୍ତି ଦେଇଛନ୍ତି, ଯାହାକୁ ଶୁଣି କପିଲଙ୍କ ସହ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସାରା ନିଜ କଥା ଦ୍ୱାରା ଏହି ସଂକେତ ଦେଇ ସାରିଛନ୍ତି ଯେ, ସେ ବର୍ତ୍ତମାନ କାର୍ତ୍ତିକ ଆର୍ଯ୍ୟନଙ୍କୁ ନିଜ ଜୀବନରୁ ସବୁଦିନ ପାଇଁ ବାହାର କରି ଦେଇଛନ୍ତି ।

କପିଲ ଶର୍ମା ସାରା ଏବଂ ବରୁଣଙ୍କୁ କିଛି ଶବ୍ଦ କହିଥିଲେ ଏବଂ ସେମାନଙ୍କୁ ଏହି ଶବ୍ଦ ଶୁଣି କେଉଁ ଅଭିନେତା ମନେ ପଡୁଛି, ତାହା କହିବାକୁ କହିଥିଲେ । ଯେତେବେଳେ ସବୁଠାରୁ ବଡ଼ ଛଳନାକାରୀ କିଏ ବୋଲି କହିବାର ପାଳି ଆସିଥିଲା, ସେତେବେଳେ ବରୁଣ କାର୍ତ୍ତିକ ଆର୍ଯ୍ୟନଙ୍କର ନାମ ନେଇଥିଲେ । କିନ୍ତୁ କାର୍ତ୍ତିକଙ୍କର ନାମ ଶୁଣି ସାରା ନିଜର ମୁହଁ ଲୁଚାଇ ଦେଇଥିଲେ ।

ସାରା ଅଲ୍ଲୀ ଖାନଙ୍କୁ ମୁହଁ ଲୁଚାଇବାର ଦେଖି ବରୁଣ ତାଙ୍କୁ ପଚାରିଥିଲେ ଯେ କଣ କାର୍ତ୍ତିକ ହିଁ ସବୁଠାରୁ ବଡ଼ ଛଳନାକାରୀ ନୁହେଁ କି, ଯାହାପରେ ସାରା ପୁଣିଥରେ ନିଜର ମୁହଁ ଲୁଚାଇ ଦେଇଥିଲେ । ଏହାପରେ କପିଲ ଶର୍ମା ମଧ୍ୟ ସାରାଙ୍କୁ ସେହି ପ୍ରଶ୍ନ ପଚାରିଥିଲେ । ଯାହାପରେ ସାରା କହିଥିଲେ ଯେ, ଆପଣ ଯେଉଁ ନମ୍ବରରେ ସମ୍ପର୍କ କରିବାକୁ ଚେଷ୍ଟା କରୁଛନ୍ତି, ତାହା ଚିରସ୍ଥାୟୀ ସ୍ୱିଚ ଅଫ ଅଛି ।

କହିରଖୁଛୁ ଯେ, ବର୍ତ୍ତମାନ ସମୟରେ ସାରା ଅଲ୍ଲୀ ଖାନ ଆଗ୍ରାରେ ଅଛନ୍ତି । ଯେଉଁଠାରେ ସେ ଖିଲାଡି କୁମାରଙ୍କ ସହ ଆଗାମୀ ଚଳଚ୍ଚିତ୍ର ଅନ୍ତରଙ୍ଗୀର ଶୁଟିଂ କରୁଛନ୍ତି ।

Leave a Reply

Your email address will not be published. Required fields are marked *